Archana Sahoo

Romance Tragedy Fantasy

4.0  

Archana Sahoo

Romance Tragedy Fantasy

ଅର୍ଚ୍ଚନା ର ତାଲା ବନ୍ଦ ଡାୟରୀ-୨୬

ଅର୍ଚ୍ଚନା ର ତାଲା ବନ୍ଦ ଡାୟରୀ-୨୬

2 mins
161


ଧନ୍ୟବାଦ ଧନ୍ୟବାଦ ଧନ୍ୟବାଦ ଆଜ୍ଞା । ଆପଣ ସେଇ ସାଉଦି ଆରବରେ ରହି ଥାଆନ୍ତୁ । ଏପଟେ ମୋର ଯେ ବାହାଘର ଠିକ ହେଲାଣି । ବାବୁ ଙ୍କୁ ଜଣା ପଡୁନି । ସେଇଠି ଖାଲି ଟଙ୍କା ଟଙ୍କା ହେଉଥାଅ । ଏପଟେ ଏଇ ତାଲା ବନ୍ଦ ର ଭୋଜି ଖର୍ଚ୍ଚ ନାହିଁ ବୋଲି ବାପା ମୋର ଜଲ୍ଦି ବାହାଘର କରେଇ ଦେବା ରେ ଲାଗିଛନ୍ତି । 

   ଏମିତି ନିହାରି ଦିଦି ବଜର ବଜର ହେଉଛନ୍ତି । ହେଲେ ସେ ଜିଜୁ ମହାଶୟ ତ ସାଉଦି ଆରବ ରେ । ସେ କେମିିିତି ଆସିବେ ? ଏପଟେ ତାଲା ବନ୍ଦ ଆଉ ଟଙ୍କା ଆଣିଲେ ଘର ବି କରିବେ ନା ନାହିଁ । 

    ନିହାରି ଦିିଦି କିନ୍ତୁ କିଛି ବୁଝିବାକୁ ନରାଜ । ସେ ଖାଲି ଗୋଟିଏ କଥା କହୁଛନ୍ତି ତମେ ଘର କୁ ଆସ । 

     ଏପଟେ ବାହା ଘର ଜଲ୍ଦି ଠିକ ହେଲାଣି । ନିହାରି ଦିିଦି ମନ ଦୁଃଖ କରି ସବୁବେଳେ ରହୁଛନ୍ତି । ନିଜର ବାହା ଘର ବି ଭାଙ୍ଗି ଦେଲେ ସିଏ । ଏମିତି ବିିିତି ଗଲା କିଛି ଦିନ । ନିହାରି ଦିିଦି ଙ୍କୁ ତାଙ୍କ ବାପା ବହୁତ ଗାଳି କଲେ । କହିଲେ ଆଉ କୋଉ ଅଜଣା ପୁୁୁଅ ପାଇଁ ମତେ ତୁ ସମସ୍ତ ଙ୍କ ଆଗରେ ଅପମାନିତ କଲୁ ? ହଉ ସେ ପୁଅ କୁୁ ଡାକେ । ତକୁ ଦେଖେ । ତା'ର ରୋଜଗାର କେତେ ଜାଣେ । ତା'ପରେ ତତେ ତା' ସହ ବାହା ଘର କରିବି । 

    ନିହାରୀ ଦିିଦି ବହୁତ ଖୁସି ହେଇ ଗଲେ । ସେ ତୁୁୁରନ୍ତ ଫୋନ କଲେ ସେ ଅଜଣା ପୁଅ କୁ । ଯାହା କୁୁ ସେ  ଫେସବୁକରେ ପାଇ ଥିଲେ । ସେ ପୁଅ ଟି ଦେଖିବାକୁ ଖୁୁୁବ ସୁନ୍ଦର ଥିଲେ । ସେ ଫୋଟ ରେ ପୁରା ହିରୋ ପରି ଲାଗୁୁ ଥିଲେ । ହେଲେ ଭିତରକୁ କିଏ ଦେଖିଛି । ସେ ଭଲ କି ଖରାପ ! ବହୁତ ଥର କଲ କଲା ପରେ ବି ବାବୁ ଫୋନ 

ଉଠଉ ନଥିଲେ । ଦୁଇ ଦିିିନ ପରେ .......

      ସେ ପୁଅ ଫୋନ କରି କହିଲା , ତମେ ମତେ ଭୁଲି ଯାଅ । ସବୁବେଳେ ଖାଲି ବାହାଘର ବାହାଘର । ଆରେ ମୁଁ ତ ତୁମ ସହ Time pass କରୁଥିଲି । ଆଉ ତମେ ମତେ ବିଶ୍ୱାସ କରିଗଲ । ତମେ କେମିିିତି ଭାବିଲ ମୁଁ ତୁମ ପରି ଗୋଟେ ଗାଉଁଲି ଝିଅ କୁ ବାହା ହେବି ବୋଲି ? ଆଉ ତମ ପରି ଝିଅ କୁୁ ବାହା ହେବି ? ଯିଏ ନିଜ ଚରିତ୍ର କୁ ବି  ଠିକ କରି ରଖିନି । ତମେ ସବୁ କଥା ମତେ କହି ସାରିଛ । ଆଉ ମୁଁ ତୁମ କଥା ରୁ ଏତିକି ଜାଣିଲି ଯେ ତମେ ଚରିତ୍ର ହିନା ବୋଲି ।  ଆଉ ଗୋଟେ କଥା ନା ମୁଁ ତୁମକୁ ଜାଣିଛି ? ନା କେବେ ଦେଖିଛି । ତେଣୁ ତମେ ମତେ ଭୁୁଲି ଯାଅ । 

ରହୁଛି ବିିଦାୟ..........।

        ସତ ରେ ଏ ତାଲା ବନ୍ଦ ସମୟରେ କେତେ ପିଲା ଭଲ ପାଉଛନ୍ତି ଫୋନ ରେ । ଆଉ କେତେ ଧୋକା ବି ଖାଉଛନ୍ତି । 

    ପ୍ରିୟ ପାଠକ ଏବଂ ପାଠିକା ତମେ ମାନେ ଦେଖି ଚାହିଁ ଅନ ଲାଇନ ଲୋକ ମାନ ଙ୍କୁ ବିଶ୍ୱାସ କରିବ ହେଲା ।


    


Rate this content
Log in

Similar oriya story from Romance