Kalpana Kumari Pradhan

Crime

4.3  

Kalpana Kumari Pradhan

Crime

ଅପହରଣ

ଅପହରଣ

2 mins
414


ଗାଁର ଠିକ ମଝିରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଟି ଅବସ୍ଥିତ l ତା ଚାରି ପାଖ ପ୍ରାୟ ସବୁ ବେଳେ ଚଳ ଚଞ୍ଚଳ l ଗାଁ ର ପ୍ରାୟ ଲୋକ ଚାଷ ଉପରେ ନିର୍ଭରଶୀଳ l କିନ୍ତୁ ସମସ୍ତେ ଚାହଁନ୍ତି ତାଙ୍କ ଗାଁ ର ସମସ୍ତ ପିଲା ପାଠ ପଢନ୍ତୁ ସାକ୍ଷାର ହୁଅନ୍ତୁ ଏବଂ ଗାଁ ର ଟେକ ରଖନ୍ତୁ l ସେଥିପ୍ରତି ସେମାନେ ଖୁବ ଯତ୍ନଶୀଳ l

ଯେ ଯା କାମ ରେ ସବୁ କ୍ଷେତ କୁ ଗଲେଣି l ଗାଁ ଦାଣ୍ଡରେ ସେତେ ଚହଳି ନଥିଲା l ସେଦିନ ସେ ଗାଁ ମାଟିରେ ଏପରି ଏକ ଘଟଣା ଘଟିଗଲା ଯାହା ସମସ୍ତ ଙ୍କ କଳ୍ପନା ବାହାରେ l

ସ୍କୁଲ ବେଲ ବାଜିଲା l ପ୍ରଧାନ ଶିକ୍ଷକ ସ୍କୁଲ ଗେଟ ପାଖରେ ରହି ପିଲାମାନେ କିପରି ଶୃଙ୍ଖଳିତ ଭାବେ ଆସିବେ ତଦାରଖ କରୁଥାନ୍ତି l ସବୁପିଲା ପ୍ରାୟ ବିଦ୍ୟାଳୟ ଭିତରେ ପ୍ରବେଶ କରିସାରିଲେଣି l ସେ ବିଦ୍ୟାଳୟ ଭିତର କୁ ପ୍ରବେଶ କରିବା ପାଇଁ ଉଦ୍ୟତ ହୋଉଥିଲା ବେଳେ ଦୃଷ୍ଟି ରେ ପଡେ ଆଉ ତିନି ଜଣ ଝିଅ ଆସୁଛନ୍ତି l ସେମାନେ ଖୁବ ନିକଟତର ହୋଇଗଲେଣି ବିଦ୍ୟାଳୟ ର ହଠାତ ତାଙ୍କ ପାଖରେ ଆସି ରୁହେ ଗୋଟିଏ ବୋଲେରୋ l ପଛ ଡୋର ଟିକୁ ଖୋଲି କେହି ଜଣେ ରୁମାଲ ଟିଏ ନାକ ପାଖରେ ରଖି ଟାଣି ନିଏ ସପ୍ତମ ଶ୍ରେଣୀ ରେ ପଢ଼ୁଥିବା ସୋମିତା କୁ l

ଅନ୍ୟ ଦୁଇଟି ଝିଅ ଭୟରେ ଥରିବାକୁ ଲାଗିଲେଣି, ଏ ସବୁ ଆଖିପିଛୁଳାକେ ଏପରି ଘଟି ଗଲା ଯେ ପ୍ରଧାନ ଶିକ୍ଷକ ସେମାନଙ୍କ ପାଖରେ ପହଁଚି ପାରିଲେନି l ସେ ଖୁବ ଜୋର ରେ ଚିତ୍କାର କରି ସାହାଯ୍ୟ ପାଇଁ ଡାକ ଛାଡିଲେ -"କେହି ସୋମିତା କୁ ନେଇ ଯାଉଛି ରକ୍ଷା କର"!

ଗାଁ ଦାଣ୍ଡରେ କାହାକୁ କଣ କହିବେ, ପ୍ରାୟ ସବୁ ଲୋକ କ୍ଷେତ ରେ ଅଛନ୍ତି l ଧାନ ଅମଳ ସମୟ l ଗାଡି ପଛରେ ଗୋଡ଼ାଇ ସେ ଝୁଣ୍ଟି ପଡିଗଲେ l ଚଳନ୍ତା ଗାଡିକୁ ବା କିଏ ଅଟକାଇ ପାରିବ l ସେ ସଙ୍ଗେ କାଳବିଳମ୍ବ ନ କରି ଗାଁ ମୁଖିଆ କୁ ଫୋନ କଲେ l

ଏକ ଖୁବ ରୋମାଞ୍ଚକର ପରିସ୍ଥିତି ସୃଷ୍ଟି ହୁଏ ଗାଁ ରୁ ମୁଖ୍ୟ ସଡ଼କ ରେ ମିଶିଥିବା ଛକ ନିକଟରେ l ଗାଁ ମୁଖିଆ କ୍ଷେତ ରେ କାମ କରୁଥିବା ଲୋକଙ୍କୁ ମେଳି କରି ଘେରି ନେଇଥିଲେ ବୋଲେରୋ ଟିକୁ l ଲୋକ ପୁରା ତାତି କି ଥାନ୍ତି l ଗଣ୍ଡଗୋଳ ଆଶଙ୍କା ରେ ମୁଖିଆ ଖବର ଟି ପୁଲିସ ପାଖରେ ବି ପହଞ୍ଚାଇ ଥାନ୍ତି l ଲୋକ ମାନେ ରାଗରେ ସେମାନଙ୍କୁ ଆକ୍ରମଣ କରିବାକୁ ଉଦ୍ୟତ ହେଲା ବେଳେ ପୋଲିସ ଆସି ପହଞ୍ଚେ l

ଅପରାଧୀ ମାନଙ୍କୁ ବାନ୍ଧିନିଏ l ଝିଅ ଟି କିନ୍ତୁ ଅଚେତ ଅବସ୍ଥା ରେ ପଡିଥାଏ l ଦୀର୍ଘ ତିନି ଦିନ ତାର ଚେତା ଫେରେ ମେଡିକାଲ ରେ l

ସେପଟେ ଅପରାଧୀ ମାନେ ନିଜର ଗୋଟି ଗୋଟି ଯୋଜନା ବର୍ଣ୍ଣନା କରନ୍ତି ପୋଲିସ ନିକଟରେ l ସେମାନେ ରାଜ୍ୟ ବାହାରୁ ଦୁଇ ଜଣ ପୁଅ ଜଣେ ଝିଅ ମିଶିକି ଆସିଥିଲେ l ଯୁବତୀ ମାନଙ୍କୁ ଏପରି ଅପହର କରି ବାହାରେ ବିକ୍ରି କରନ୍ତି l ସେହି ଗ୍ରାମ ର ଜଣକୁ ସେମାନେ ଅକ୍ତିଆର କରି ଯୋଜନା କୁ ରୂପ ଦେବାକୁ ବସିଥିଲେ l ଝିଅ ଟି ର ବାପା ବାହାରେ ଦାଦନ ଖଟନ୍ତି l ସେଦିନ ସେଇ ପ୍ରଧାନ ଶିକ୍ଷକ ଙ୍କ ଉପସ୍ଥିତ ବୁଦ୍ଧି ହେଉ କିମ୍ବା ଝିଅ ଟିର ଭାଗ୍ୟ,ଅନ୍ଧାର ରେ ନିଜର ଅସ୍ତିତ୍ୱ ହରେଇ ବାରୁ ଉଦ୍ଧାର ହେଲା l ଯାହା ସେହି ଅଞ୍ଚଳ ରେ ସମସ୍ତ ଙ୍କୁ ସ୍ତବ୍ଧ କରିଦେଲା l ଗାଁ ପରି ସରଳ ପରିବେଶ ରେ ଯଦି ସେମାନେ ସୁରକ୍ଷିତ ନୁହନ୍ତି ତେବେ!


Rate this content
Log in

Similar oriya story from Crime