Kanan Bala Nayak

Drama

3  

Kanan Bala Nayak

Drama

ଅପେକ୍ଷା

ଅପେକ୍ଷା

1 min
163



  ସଵୁ ବର୍ଷ ପରି ଏବର୍ଷ ମଧ୍ୟ ରମେଶ ଅପେକ୍ଷା କରିଛି ତା ଭଉଣୀ କେତେବେଳେ ଆସିବ ଓ ତା ହାତରେ ରାକ୍ଷୀ ବାନ୍ଧିବ‌।ହେଲେ ଦିନ ଯାଇ ସନ୍ଧ୍ୟା ହେବାକୁ ବସିଲା ତା ଭଉଣୀର ଦେଖା ନାହିଁ।ମନକୁ ପାପ ଛୁଇଁଲା। କିନ୍ତୁ ଅସୁବିଧା ହୋଇନି ତ । ନହେଲେ ଆଜି ପର୍ଯ୍ୟନ୍ତ ତ ଏମିତି ହୋଇନି ଯେ ତା ଭଉଣୀ ରାକ୍ଷୀ ପୂର୍ଣ୍ଣିମାରେ ତା ପାଖକୁ ଆସି ନଥିବ। ପ୍ରତ୍ୟେକ ବର୍ଷ ତ ସକାଳୁ ସେ ଉଠିବା ପୂର୍ବରୁ ତା ଭଉଣୀ ପହଞ୍ଚି ଯାଇଥାଏ। ତେଣୁ ସେ ବ୍ୟସ୍ତ ହୋଇ ଫୋନ୍ ଲଗାଇବାକୁ ଯାଉଥିବା ସମୟରେ ହଠାତ୍ ଗାଡ଼ି ଶବ୍ଦ ହେଲା।ତା ଭଉଣୀକୁ ଗାଡିରୁ ଓହ୍ଲାଇବାର ଦେଖି ରମେଶର ମନ ଖୁସିରେ ନାଚି ଉଠିଥିଲା। 


 ରମେଶ କହିଲା ତୋର ଏତେ ଡେରି କାହିଁକି ହେଲା।ତା ଭଉଣୀ କହିଲା ଭାଇ ତିନି ଦିନ ହେଲାଣି ତୁମ ଭିଣୋଇଙ୍କୁ ଥଣ୍ଡା ଜ୍ବର ।ସେଇଥିପାଇଁ କାଳେ କରୋନା ହୋଇଥିବ ଭାବି ଆମେ ସମସ୍ତେ ଟେଷ୍ଟ ପାଇଁ ଦେଇଥିଲୁ।ମୁଁ ତ ଭାବିଥିଲି ଏ ବର୍ଷ ରାକ୍ଷୀ ବାନ୍ଧିବାକୁ ଆସି ପାରିବିନି ବୋଲି । ହେଲେ ଭଗବାନଙ୍କ ଦୟାରୁ ତାଙ୍କର ଟେଷ୍ଟ ନେଗେଟିଭ ଆସିବା ସହ ଆମ ସମସ୍ତଙ୍କର ରିପୋର୍ଟ ମଧ୍ୟ ନେଗେଟିଭ୍ ଆସିଲା। ରିପୋର୍ଟକୁ ଅପେକ୍ଷା କରି ଟିକେ ଡେରି ହୋଇ ଗଲା। ମୁଁ ଜାଣି ଥିଲି ତୁମେ ମୋତେ ଅପେକ୍ଷା କରିଥିବ ତେଣୁ ରିପୋର୍ଟ ନିଗେଟିଭ୍ ଆସିବା କ୍ଷଣି ଦଉଡ଼ି ଆସିଲି।ତା କଥା ଶୁଣି ଯାହା ହେଉ ମୋ ଅପେକ୍ଷାର ଫଳ ମିଠା ହୋଇଛି କହି ରମେଶ ରାକ୍ଷୀ ବାନ୍ଧିବା ପାଇଁ ତା ଭଉଣୀ ଆଡ଼କୁ ହାତ ବଢ଼ାଇ ଦେଇଥିଲା।


Rate this content
Log in

Similar oriya story from Drama