Nibedita Mishra

Abstract Tragedy

4.5  

Nibedita Mishra

Abstract Tragedy

ଅନ୍ତର କୋହ

ଅନ୍ତର କୋହ

2 mins
584



ଅନୁଭବ କ'ଣ ଜାଣିଥିଲେ ଯେ ଆଜି ସକାଳଟା ତାଙ୍କଲାଗି ଏମିତି ପାହିବ ବୋଲି?

ଝିଅଟିର ସାର୍ଟିଫିକେଟ ଚେକ କଲା ବେଳେ ଚମକି ପଡିଲେ ଅନୁଭବ। ମାର ନାଁ ଜାଗାରେ ନିଜ ପ୍ରେମିକାର ନାମ ଦେଖି। କିଛିଗୋଟେ ମନ ଭିତରେ ଚହଲିଗଲା ପରି ଲାଗିଲା। କିଛିଗୋଟେ ଉତ୍ତର ପାଇଗଲେ ଯେମିତି ଏତେ ବର୍ଷପରେ। 

ସେ ଝିଅଟିକୁ ପଚାରିଲେ 

-ଏଇଠି କେବଳ ତୁମ ମାଙ୍କ ନାମ ଅଛି ଯେ???ବାପା...?

-ମୋ ବାପା ନାହାନ୍ତି। 

-ଓହୋ.....ସରି....

-ନା .....ସାର .....ସେ ମରି ନାହାନ୍ତି। 

-ତେବେ...?

-ସେ ମୋ ମା ଓ ମୋତେ ଦୁନିଆର ଅପବାଦ ଡରରେ ଆପଣେଇ ନାହାନ୍ତି। 

-ମାନେ..?

-ମୋ ମା ଆଉ ବାପା ଏକା କମ୍ପାନୀରେ କାମ କରୁଥିଲେ।ପ୍ରେମ ହେଲା । ମୁଁ ଆସିବାର ଖବର ଯେବେ ମୋ ବାପା ଜାଣିଲେ। ସେତେବେଳେ ତାଙ୍କୁ ମୋ ମା ର ଜାତି ପ୍ରମାଣପତ୍ର ଦରକାର ହେଲା। 

ସତରେ ବଡ ଅଜବ ନା ସାର ପ୍ରେମ କଲା ବେଳେ ସବୁ ଠିକଠାକ୍ ଆଉ ସିନ୍ଦୁର ପିନ୍ଧାଇଲା ବେଳକୁ ଜାତି ଦରକାର?

-ତା ପରେ କଣ ହେଲା?

-କଣ ହେବ?ଚୋରଙ୍କ ପରି ମୋ ମା କୁ କିଛି ନଜଣେଇ ଦିନେ ଗାଏବ ହେଇଗଲେ। 

-ତୁମ ମା ତାଙ୍କୁ ଖୋଜି ନାହାନ୍ତି?

-ଯିଏ ହଜିଯାଏ ତାକୁ ଖୋଜାଯାଏ ସାର୍। ଲୁଚିଗଲା ଲୋକ କୁ ନୁହେଁ। 

-ତୁମର ଇଚ୍ଛା ହୁଏନି ତୁମ ବାପାଙ୍କୁ ଦେଖିବାକୁ। 

-ନା.....ମା ତାଙ୍କ ନାଁ କହେନି। ଖାଲିକହେ ତାଙ୍କ ପିଠିରେ ବି ଠିକ ମୋ ପିଠିରେ ଥିଲା ପରି ବଡ କଳା ଜାଇ ଟେ ଅଛି। ଆପଣ କୁହନ୍ତୁ ଏଇ ସୁରାକ କୁ ନେଇ କେମିତି ଖୋଜିବି ତାଙ୍କୁ?ହା....ହା...ସତ କହିବାକୁ ଗଲେ ମୁଁ ଚାହେଁ ସେ କେବେ ବି ମୋ ସାମ୍ନାକୁ ନ ଆସନ୍ତୁ। 


 ଅନୁଭବ ଆଉ କିଛି ପଚାରିବା ଆଗରୁ ....

 

ଏତିକି ବେଳେ ଝିଅଟିର ଫୋନ ବାଜି ଉଠିଲା। କଣଟିକିଏ କଥା ହେଲା ପରେ ସେ କହିଲା କ୍ଷମା କରିବେ ସାର୍ ମୋ ମା'ର ଏକ୍ସିଡେଣ୍ଟ ହେଇଯାଇଛି। ମୋତେ ଯିବାକୁ ହେବ। 


ଅନ୍ତରରେ ଉଠୁଥିବା କୋହକୁ ସମ୍ଭାଳି ପାରୁ ନଥିଲେ ଅନୁଭବ। 


-ହଉ ତୁମେ କାଲିକି ଆସ ଚାକିରି ଜଏନ କରିବ। 

-ଥାଇଙ୍କ୍ଯୁ ସାର। 


ଝିଅଟି ଚାଲିଗଲା। 

ସେ ଚାଲିଯିବା ପରେ ଅନୁଭବ ଓ୍ବାସରୁମ କୁ ଯାଇ ନିଜ ପିଠିର ଜାଇ ଟିକୁ ଦେଖିଲା ବେଳେ ଅନ୍ତରର କୋହକୁ ରୁମାଲରେ ଚାପିଧରିବାକୁ ଚେଷ୍ଟା କରୁଥିଲେ।


Rate this content
Log in

Similar oriya story from Abstract