Bhagirathi Mohanty

Others

3  

Bhagirathi Mohanty

Others

ଅନ୍ତଃସ୍ବର

ଅନ୍ତଃସ୍ବର

5 mins
200



ପ୍ରଭାତ ହୋଇ ଗଲାଣି। କାକଳି ମୁଖରିତ ମେଦିନୀ। କାକ, ସ୍ନାନ ସାରି, ବୃକ୍ଷ ଶାଖାରେ ବସି, ସମସ୍ତଙ୍କର ନିଦ୍ରା ଭଙ୍ଗ କରିବା ପାଇଁ ଦାୟିତ୍ଵ ସମ୍ଭାଳୁଛି । ଆଉ କିଛି କ୍ଷଣ ପରେ ନାଲି କିରଣ ବିଛୁରିତ ହୋଇଯିବ ଧରାରେ । ପଢା ଘରେ, ଗୁଲ ଛାତିଉପରେ , ଖୋଲା ହୋଇ ପଡ଼ିଥିବା ପୃଷ୍ଠାଗୁଡ଼ିକ ସୁଲୁ ସୁଲିଆ ପବନ ରେ ଫର୍ ଫର୍ ହୋଇ ଉଡି ବୁଲୁଛନ୍ତି । 

   କାହାର ଏ ଉଦ୍ଦାତ ମନ୍ତ୍ର ଧ୍ଵନି: " ଜବା କୁସୁମ ସକାସମ୍ କାଶ୍ୟପେୟମ  ମହା ଦ୍ଵେତି ଧ୍ୱନ୍ତରୀ ସର୍ବ ପାପଘ୍ନ ପ୍ରାଣ ତସମୈ ଦିବାକରମ ।" ଶୁଭି ଯାଉଛି । ଗୁଲ କଡ଼ ଲେଉଟେଇଲା।ଆଖି ଖୋଲି ଦେଖିଲା , ଧରଣୀ ଚେଇଁ ଗଲାଣି, ଉଇଁ ଗଲେଣି ତପନ, ଭ୍ରମର ଛୁଇଁ ଯାଉଛି ଚୁଇଁ ଚୁଇଁ ଫୁଲ ।

  ଉଠି ବସିଲା ଶେଯରୁ ।ଗଲା ରାତିରେ ସେ ଶୋଇବି ଶୋଇନି । ଚାରିଟା ପରେ ଶୋଇବାକୁ ଯିବା ଆଉ ଛ' ଟା ପୃର୍ବରୁ ଉଠିବା ଇଏ କି ପ୍ରକାର ଶୋଇବା? ତଥାପି ବି ପାଠ ସରିନି। ପ୍ରସ୍ତୁତ ହେବାକୁ ପଡିବ ଶୀଘ୍ର ;ନହେଲେ ବାସ୍ ପଳେଇବ । ଯେଉଁ ଆପାର୍ଟମେଂଟରେ ସେ ରହୁଛି ସେଠୁ ପାଖା ପାଖି ଗୋଟେ କିଲୋମିଟର ଚାଲି ଚାଲି ଗଲେ ଯାଇ ବାସ୍ ମିଳିବ । ପୁଣି ବ୍ୟାଗ ର ଓଜନ ତା' ଓଜନ ଠାରୁ ଅଳ୍ପ କମ୍ ବେଶୀ । ଏଇ ବସ୍ ଆସିଗଲା; ଉଠିବ ତ ଉଠ ନ ହେଲେ ସେଇଟି ଚାଲିଯିବ _ ପାଞ୍ଚ ଦଶ ସେକେଣ୍ଡ ରହଣି । କେତେ ନମ୍ବର ବସ୍ କେଉଁ କେଉଁ ଶ୍ରେଣୀ ପାଇଁ ମନେ ରଖିବାକୁ ପଡିବ । ଅନ୍ୟମନସ୍କ ହେଲେ ବାସ୍ ପଳେଇ ଯିବ । ରାଜଧାନୀ ରେ ଛତୁ ଫୁଟିବା ପରି ସ୍କୁଲ । ସରକାରୀ ବିଦ୍ୟାଳୟ ଠାରୁ ବେସରକାରୀ ବିଦ୍ୟାଳୟ ରେ ବହୁତ ଅଧିକ ପିଲା ପଢନ୍ତି। ଅଭିଯୋଗ ହେଉଛି ସରକାରୀ ବିଦ୍ୟାଳୟ ମାନଙ୍କରେ ଭଲ ପାଠ ହେଉନି । ଏପରି ଭ୍ରାନ୍ତ ଧାରଣା ରେ ବଶବର୍ତ୍ତୀ ପିତା ମାତା ନିଜ ପିଲାମାନଙ୍କୁ ତଥା କଥିତ ସରକାରୀ ବିଦ୍ୟାଳୟ ରେ ପଢ଼ାଇ ସେମାନଙ୍କ ଭବିଷ୍ୟତ କୁ ଜଳାଞ୍ଜଳି ଦେବାକୁ ଚାହାନ୍ତି ନାହିଁ।

  ଗୁଲ ପଢେ , ଡି଼.ପି.ଏସ୍ . ପବ୍ଲିକ ସ୍କୁଲ ରେ । ଆଖିରେ ଆଖିଏ ନିଦ ଧରି ସେ ଠିଆ ହୋଇ ଥାଏ ଅଭର୍ ବ୍ରିଜ୍  ତଳେ । ବାସ୍ ନିରୁପିତ ସମୟରେ ଆସି ପହଞ୍ଚି ଯାଏ ।ପାଦ ଦୁଇଟି କୁ ଅନିଚ୍ଛା ରେ ବଢାଏ ବାସ୍ ଭିତରକୁ ।

  ଦଶ କିଲୋମିଟର, ବାସ୍ ରେ ଗଲା ପରେ ପଡେ ଫୁଲ ନଖରା । ସେଇଠୁ ମୋଡ଼ି ଯାଏ ଡାହାଣ କୁ । ।ଅବଶେଷ ରେ ଅଧାଳିଆ ରେ ଥିବା ଡି.ପି.ଏସ. କଳିଙ୍ଗ ଆସିଯାଏ । ସମସ୍ତେ ଓଲ୍ହାନ୍ତି। ଅନ୍ୟୁନ ଦଶ ହଜାର ପିଲା ପଢୁଥିଵେ ସ୍କୁଲ ରେ । ଇଂରାଜୀ ଅକ୍ଷର ଏଚ୍ ପର୍ଯ୍ୟନ୍ତ ସେକ୍ସନ। ଡି.ଏ.ଭି. ଠାରୁ ରେଜଲ୍ଟ ରେ ନାଁ କରିଛି ବୋଲି ଗାର୍ଡିଆନ୍ ମାନଙ୍କ ଅଭିମତ । ସେଇଥିପାଇଁ ଏ ବିଦ୍ୟାଳୟ ରେ ଏତେ ଭିଡ଼ । କିଏ ଜାଣେ, ସାରୁ ଭିତରେ ମାରୁ ଥାଇ ପାରେ ! 

    ଏ ସବୁ ସ୍କୁଲ ମାନଙ୍କରେ ପିଲା ପଢନ୍ତି_ ନାଁ କୁ , କିନ୍ତୁ ପ୍ରତି ଯୋଗିତା ହୁଏ ପିତା ମାତା ମାନଙ୍କ ଭିତରେ । ପାଠ ପଢ଼ନ୍ତି , ଗାର୍ଡିଆନ୍ ଏବଂ ଟିଉସନ୍ ସାର୍ ମାନେ । ଟିଉସନ୍ ପଢେଇବା , ରାଜଧାନୀ ରେ ଏକ ଉତ୍କୃଷ୍ଟ ରୋଜଗାର ପନ୍ଥା । ଗ୍ରୁପ୍ ଟିଉସନ୍ ହେଉ କି ହୋମ୍ ଟିଉସନ୍ ।

  ଛୁଟି ଘଣ୍ଟା ବାଜେ । ସେତେବେଳେ କାର ଆନନ୍ଦ ଅବର୍ଣ୍ଣନୀୟ । ଉପର ମହଲାରୁ ସତେ କି ଡେଇଁ ପଡ଼ିବେ ତଳକୁ !  

      ପାଠର ବୋଝ, ଧରିଥିବା ବ୍ୟାଗ ଠାରୁ ବେଶି ଓଜନିଆ ।  ଥକି ପଡ଼ିଥାଏ ସେ ।ବାସ୍ ର ଝରକା ପାଖ ସିଟ୍ ଟି ତା'ର ପାଇଁ ସଂରକ୍ଷିତ ।ଥଣ୍ଡା ହାୱା ରେ ତା' ଆଖି ମୁଦି ହୋଇଯାଏ ।  ବାସ୍ ର ହର୍ଣ୍ଣ ବାଜିଲେ ତା ' ନିଦ ଭାଙ୍ଗି ଯାଏ। ତଳକୁ ଓହ୍ଲାଇ ପଡ଼ି , ବଳଦ ଯେପରି ଯୁଆଳି କାନ୍ଧାଏ , ବହି ବୋଝ କୁ କାନ୍ଧରେ ବହି ବହି ଘର ପହଞ୍ଚି

 କଲିଙ୍ଗ ବେଲ୍ ବଜାଏ ଘନ ଘନ । ବୋଉ ଯାଇ କବାଟ ଖୋଲିବା ବେଳକୁ ସେ ଅସ୍ଥିର ହୋଇ ପଡେ । ଘରେ ପଶୁ ପଶୁ ଜୋତା ଗୋଟିଏ ଘରେ ଆଉ ଗୋଟେ ବାହାରେ । ସାର୍ଟ ପେଣ୍ଟ ଖୋଲୁ ଖୋଲୁ, ବୋତଲରୁ ରୁ ପାଣି ପିଉ ପିଉ ସେ ବ୍ୟାଗ ଟା କଚାଡି ଦିଏ ତଳେ; ବୋପା ମାଆ , ଏତିକି କଷ୍ଟ ଏ ପାଠ 

   ତାପରେ ଯାହା କରେ ତା' ଇଚ୍ଛାରେ_ ଗାଧୋଇବା, ଖାଇବା , ଶୋଇବା । ସେ ଦିନ କ୍ଲାସ୍

 ରେ ଯାହା ହୋଇ ଥାଏ ସବୁ ଆଗ ବଖାଣି ଯାଏ _ । ଆମିଷ ହେଉ କି ନିରାମିଷ; ବାଛ ବିଚାର ନ ଥାଏ । ସେଇଟା ତା ମୁଡ୍ ଉପରେ ନିର୍ଭର କରେ । କେତେବେଳେ ବି ନ ଖାଇ, ନପିଇ ଶୋଇ ପଡେ।

    ଏ ସବୁ ବ୍ୟବସ୍ଥା ସରିବା ବେଳକୁ, ତିନିଟା ପରେ । ତା ପରର ଦୁଇ ଘଣ୍ଟା ଇଚ୍ଛାଧୀନ । ଗୁଲ ଭାବେ ନିଘୋଡ଼ ନିଦରେ ଶୋଇ ପଡିବ _ପାରେନି । ଅନିଚ୍ଛାକୃତ ଭାବେ ପଢା ଘର କୁ ଆସେ । ଏତେ ପାଠ ପଢ଼ିବାକୁ ଥାଏ ଯେ ; ଶୋଇ ପଡିଲେ ପଛେଇ ଯିବ; ଦେଶ ଟିଏ ଯେପରି ଅଳସୁଆ ଲୋକଙ୍କ ପାଇଁ

 ପଛେଇ ଯାଏ!! 

     ତାପରେ ବାପାଙ୍କର ନାଲି ଆଖି : ତୋତୋ ଶହେରୁ ଅତି କମ୍ ରେ ଅଠାନବେ ରଖି ବାକୁ ହେବ ,ନହେଲେ ଘରୁ ବାହାର କରିଦେବି, ଉଠ ବସ୍ କରାଇବି । ବେତ ରେ ପିଟିବି, ଆଣ୍ଠେଇ ଦେବି । ଯାହା କହନ୍ତି_ କରନ୍ତି । ସେତେବେଳ ସେ କାନ୍ଦେ ନାହିଁ, କାନ୍ଦେ ନିରୋଳା ରେ । ସ୍ବାଧୀନ ମନ ଟା ତା' ର ଧାଇଁ ଯାଏ ପଚାଶ କୋଷ ଦୂର , ଗାଁ ରେ ତାଙ୍କ ଗୋସବାପା ପଣ ଗୋସବାପାଙ୍କର ନଡ଼ା ଛପର ଘରଟିକୁ। ଟୁନା , ମୁନା , ଝୁନା ଓ ଗୁନା ମାନଙ୍କ ପାଖକୁ , ଯେଉଁ ମାନଙ୍କ ସାଙ୍ଗରେ ସେ ନଦୀ ରେ ଘଣ୍ଟା ଘଣ୍ଟା ପହଁରେ। ମାଛ ଧରେ ବନସୀ ପକେଇ । କଣ୍ଟେଇ କୋଳି ତୋଳି ଖାଏ । ବର୍ଷା ରେ ଭିଜି ଭିଜି କାଗଜ ଡଙ୍ଗା ଭସାଏ । 

   ଵେକାରଟାରେ ଭାବେ ଏସବୁ ; ଯାହା ବାସ୍ତବ ଜୀବନରେ ଏକ ଦୂରନ୍ତ ସ୍ବପ୍ନ। ସେ ଏଇ କଳ କବଜା ର ଜୀବନ ଜିଇଁବ ହିଁ ଜିଇଁବ ।ଆଉ କେତେ ଦିନ ପରେ ସେମାନେ ଅନ୍ୟ ଏକ ଆପାର୍ଟମେଂଟରେ କିଣିଥିବା ଘର କୁ ଉଠିଯିବେ। 

  ଦଶମ ଶ୍ରେଣୀ ରେ ପହଞ୍ଚି ଲାଣି ତଥାପି ମାଡ଼ । ବାପା ବେତରେ ପିଟୁଥିବା ବେଳେ ତାକୁ ଲାଗେ, କେଉଁ ଜଣେ ବ୍ରିଟିଶ ସିପାହୀ , ଲାଠିରେ ନିର୍ମମ ପ୍ରହାର କରୁଛି ନିରୀହ ସତ୍ୟାଗ୍ରହ ଟିକୁ ।ମାଡ଼ ଖାଇ ନୋଳା ଫାଟି ଯାଏ । ବୋଉ ତାକୁ ରକ୍ଷା କରିବାକୁ ଯାଇ କେତେ ମାଡ଼ ନ ଖାଏ ! କିନ୍ତୁ ତାଙ୍କ ନିଷ୍ଠୁର ହୃଦୟ ଥରେ ନାହିଁ । ଅଠାନବେ ରୁ ଗୋଟେ ନମ୍ବର ଉଣା ହେବ ନାହିଁ ବରଂ ବଢିବା ଦରକାର । 

   ସେ ଥରେ ବୋଉ କୁ କହୁଥିବା ର ଶୁଣିଛି," ଏଇଟା ସାଙ୍ଗରେ ଆଉ ପାରି ହେବନି । ସେ ଗାଁ ରେ ଯାଇ ରହୁ । ବାପା ତ ଅଉଲ ଜମି ରଖି ଯାଇଛନ୍ତି , ସେଠି ରହି ଚାଷ ବାସ କରୁ। ପନ୍ଦର ମାଣ ଅଉଲ୍ ଜମି ତ ଅଛି। ଯେତେ ଖାଇଲେ ବି ବଳକା ହେବ ।ଗାଈ ଦୁଇ ଚାରିଟା କିଣି ଦେଲେ କ୍ଷୀର ବିକି ଦି'ପଇସା ରୋଜଗାର କରିବ । ଦର ପାଠୋଇ ମଫସଲି ଝିଅଟିଏ ଦେଖି ବାହା କରିଦେବା । ତାପରେ ତା କଥା ସିଏ ବୁଝିବ । ଭାବିଥିଲି ଡାକ୍ତର ଇଞ୍ଜିନିୟର ଟେ ହେବ ଇଂଲଣ୍ଡ ଆମେରିକା ଯିବ, ଛାତିରେ ହାତ ପିଟି କହିବି, ମୋ ପୁଅ ଫରେନ୍ ଡକ୍ଟର । ସବୁ ବୃଥା ଭାବନା ।"ଦୀର୍ଘ ନିଶ୍ଵାସ ପକାନ୍ତି ସେ ।

  ଏ କଥା ଶୁଣି ଗୁଲ ଖୁସିରେ କୁରୁଳି ଯାଉଥାଏ । ତାହେଲେ ଏବେ ଏଣିକି ସେ ମନ ଲଗେଇ ପାଠ ପଡ଼ିବନି, ଯଦ୍ବାରାକି ସେ ଗାଁ ରେ ଯାଇ ରହିବ । ନଦୀରେ ଗାଧୋଇବ , ମାଛ ଧରିବ, ଚାଷ କରିବ , ଗଛ ଲଗେଇ ଗାଁ ର ସବୁଜ ଶ୍ରୀ ଫେରେଇ ଆଣିବ । ଏଇଟା କିନ୍ତୁ ତାଙ୍କର ଅନ୍ତର ର କଥା ନୁହେଁ। ସେ ପୂର୍ବ ପରି ଗୁଲ ଠାରୁ ଶତକଡା ଅଠାନବେ ଆଶା କରନ୍ତି ।ବାଡାନ୍ତି ବି ସେମିତି। ଗୋଟେ ରୁ ଦୁଇଟା, ଦୁଇଟାକୁ ତିନିଟା ଟିଉସନ୍ ମାଷ୍ଟର ଖଞ୍ଜି ଦିଅନ୍ତି। କିନ୍ତୁ ମାର୍କ ବଢେ ନାହିଁ।ଅଠାନବେ ରୁ ତଳ କୁ ଖସି ଆସେ ।

   ସବୁଥିରେ ଗୋଟେ ସୀମା ଥାଏ। ବହିବାର କ୍ଷମତା ନ ଥାଇ ଜଣକ ଠାରୁ ବେଶୀ ଆଶା କଲେ ଯାହା ହେବା କଥା ସେଇୟା ହେଲା ।କେହି ବୁଝିବାକୁ ଚେଷ୍ଟା କଲେନି ତା'ର ଅନ୍ତର ତଳର ବ୍ୟଥା । ତା' ଇଚ୍ଛା କ'ଣ କେହି ବୁଝି ବାକୁ କେବେବି ଚେଷ୍ଟା କରନ୍ତିନି। ତା'ର ଉପରେ ଲଦି ଦିଅନ୍ତି ସେମାନଙ୍କ ଆକାଂକ୍ଷା। ସମସ୍ତେ, ଡାକ୍ତର, ଇଞ୍ଜିନିୟର ହେବେ ତା'ର କିଛି ମାନେ ଅଛି?ପିଲାର ରୁଚି କ'ଣ ତାକୁ ପଚାରିଲେ କେମିତି ହୁଅନ୍ତା?

‌‌   ଗୁଲ କୁ,କି ଜ୍ୱର ହେଲା କେଜାଣି   ସହଜରେ ଛାଡିଲାନି।ଲକ୍ଷ ଲକ୍ଷ ଟଙ୍କା ପାଣି ପରି ବୋହିଗଲା।ଭଲ ହେଲା ଯଦି ସ୍ମରଣ ଶକ୍ତି ହରେଇ ବସିଲା।ପଛ କଥା ସବୁ ଭୁଲିଗଲା। ତାକୁ ନେଇ ବୋଉ ଗାଁ କୁ ଚାଲି ଗଲେ। ଗାଁ ରେ ମାତ୍ର କେଇ ଦିନ ରହିଛନ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇ ତା'ର ସ୍ମରଣ ଶକ୍ତି ଧୀରେ ଧୀରେ ଫେରି ଆସିଲା।

   ଏବେ ସେ ଗାଁରେ ଖୁସିରେ ଅଛି। ଗାଁ ର ଉନ୍ନତି କରୁଛି, ସମସ୍ତଙ୍କ ଦୁଃଖ ସୁଖ କୁ ନିଜର ପରି ଗ୍ର‌ହଣ କରୁଛି। ବାପାଙ୍କ ଦେହ ପା ଖବର ନେଉଛି।

କେତେ ଜଣ ଫରେନ୍ ରେ ରହୁଥିବା ପୁଅ ବାପା ମାଆ ପାଇଁ ଏତିକି ସମୟ ଦେଇ ପାରୁଥିବେ?


Rate this content
Log in