Mamatamanjari Das

Tragedy Others

4.1  

Mamatamanjari Das

Tragedy Others

ଅନନ୍ୟା ଶୁଖି ଯାଇଥିବା ଆଖି

ଅନନ୍ୟା ଶୁଖି ଯାଇଥିବା ଆଖି

4 mins
364


ନାରୀଟିଏ ,କେତେବେଳେ କନ୍ୟା , କେତେବେଳେ ଜାୟା ତ ପୁଣି କେତେବେଳେ ଭଗିନୀ ରୂପେ ଉଭା ହୋଇଥାଏ ।

ପ୍ରତ୍ୟେକଟି ମୁହୂର୍ତ୍ତରେ କଷୋଟି ପଥରରେ ନିଜ ଜୀବବନର ପରୀକ୍ଷା ଦେବାକୁ ପଡିଥାଏ ତାକୁ ।

ତଥାପି ଜୀବନ ଯୁଦ୍ଧରେ ସେ କେବେହେଲେ ପରାଜୟ ସ୍ୱକାର କରେନାହିଁ ।

ସବୁ ଦୁଃଖକୁ ପିଇ ପିଇ ଆଖି ତାର ଶୁଖିଯାଏ ଶେଷରେ। ଏହି ନାରୀ ଜନ୍ମ ପାଇ ସ୍ୱୟଂ ମା ସୀତା ତ ଅଗ୍ନି ପରୀକ୍ଷା ଦେଇଥିଲେ ।

ସମସ୍ତ କୁହନ୍ତି ନାରୀଟିଏର ଯେତେ ବି ଦୁଃଖ ଥାଉ ମାଆଟିଏ ହେଲାପରେ ତା ସନ୍ତାନର ମୁହଁକୁ ଦେଖି ଲୁହ ତାର ଯେତେ ଆଖିରେ ହିଁ ଶୁଖିଯାଏ ।

ଏହା ନିଶ୍ଚୟଁ ସତ କଥା ।

ବାସ୍ତବ ଜୀବନରେ ମା ମାନେ କହନ୍ତି ଯେ ମା ହେବାର ଖୁସି ଠାରୁ ଭୟ ପୁଣି ଅଧିକ ଥାଏ ।

ପ୍ରସବ ଜନିତ କଷ୍ଟର ଭୟ ନୂଆ ଦାୟିତ୍ଵ ତଥା ନୂଆ ଭବିଷ୍ୟତକୁ ନେଇ ଅନିଶ୍ଚିତତା ଇତ୍ୟାଦି । କିନ୍ତୁ ଯେତେ ବି ଦୁଃଖ ସନ୍ତାନଟିଏ ଭୂମିଷ୍ଟ ହେବାପରେ ଆପେ ଆପେ ଦୁରିଭୂତ ହୋଇଯାଏ ।

ମାଆଟିଏ ମନରେ ଖେଳିଯାଏ ଅପୂର୍ବ ଶୀହରଣ ।ତେବେ ଏଥର କାହାଣୀ ଉପରକୁ ଆସିବା । ଶାନ୍ତନୁ ଚୌଧୁରୀଙ୍କର ଏକମାତ୍ର କନ୍ୟା ଅନନ୍ୟା । ରୂପରେ ଯେମି ଗୁଣରେ ବି ସେମିତି ଅନନ୍ୟା,ବାପା ତାଙ୍କର ଅପର୍ଯ୍ୟାପ୍ତ ଧନର ଅଧିକାରୀ ।

ଏକମାତ୍ର ଝିଅ ହୋଇ ଥିବାରୁ ବନ୍ଧୁ ଅନୁଭବଙ୍କ ସୁପୁତ୍ର ଅନିକେତ ସହ ତାଙ୍କର ବିବାହ କରିଦେଲେ ।

ସ୍ୱମୀ ତାଙ୍କର କିନ୍ତୁ ଅଦ୍ଭୁତ ପ୍ରକାର ବ୍ୟକ୍ତି ଜଣେ । ସ୍ନେହ ମମତା ଭଲପାଇବା ତାଙ୍କ ପାଖରେ ଅପହଞ୍ଚ । ହଠାତ୍ ଦିନେ ମୁଣ୍ଡ ବୁଲେଇ ପଡିଗଲେ ଅନନ୍ୟା । ସ୍ୱମୀଙ୍କୁ ଶାଶୁ କହିଲେ ଡାକ୍ତର ପାଖକୁ ନେବାପାଇଁ ।

ହେଲେ ଶୁଣି ନ ଶୁଣିବା ପରି ସେ ତାଙ୍କ କାମରେ ବାହାରି ଗଲେ। ବାପା ତାଙ୍କର ଆସି ଡାକ୍ତର ଦେଖାଇଲେ , ଡାକ୍ତର କହିଲେ ଝିଅ ତୁମର ମାଆ ହେବାକୁ ଯାଉଛି । ଅପୂର୍ବ ଶୀହରଣ ଖେଳିଗଲା ଅନନ୍ୟାଙ୍କ ଶୀରା ପ୍ରଶିରାରେ ।

ଶୁଖି ଯାଇଥିବା ଆଖି ନିମିଷକ ପାଇଁ ଓଦା ହୋଇଗଲା । କିନ୍ତୁ ଏ ଖୁସି ଦୁଃଖର ନଥିଲା ,ଥିଲା ମାଆଟିଏ ହେବା ଖୁସିରେ।

ବାପା ମାଆ ଝିଅକୁ ଘରକୁ ନେଇଗଲେ । ଶାଶୁ ଶଶୁର ବି ମନା କଲେନି ଯିବାପାଇଁ ।

ଏତେବଡ ଖୁସି ଖବରରେ ବି ସ୍ୱମୀ ଟିକିଏ ଖୁସି ହେଲେନି। ଗଲାବେଳେ ଅନନ୍ୟା ମୁଣ୍ଡିଆ ମାରିଲା, ପଦେବି କିଛି କହିଲେନି ।

ଅନନ୍ୟା ନିଜକୁ ନିଜେ ବୁଝେଇଲେ ପତି ସ୍ନେହ ନମିଳୁ ସନ୍ତାନ ସୁଖ ତ ମିଳିବ ।

ସେ ଶୁଣିଥିଲେ ଗର୍ଭବତୀ ଥିବା ସମୟରେ ଯେମିତି ରହିବ ସନ୍ତାନ ବି ସେମିତି ହେବ ।

ତେଣୁ ଆଖିର ଲୁହକୁ ପୋଛି ଦେଲେ ନିଜ ପଣତରେ ।

ମନପକ୍ଷୀଟି ଗୋଟିଏ ମୁକ୍ତ ଆକାଶର ବିହଙ୍ଗ ସଦୃଶ ଏଇ ସ୍ଥୁଳ ଶରୀରରୁ ବାହାରି ଯାଇ ଶୂନ୍ୟରେ ବିଚରଣ କରିବାକୁ ଲାଗିଲା ।

ବାପଘରେ ରହି ସ୍ୱମୀଙ୍କର ନିର୍ଯ୍ୟାତନା ଭୁଲିବା ପାଇଁ ଚେଷ୍ଟା କଲେ ଅନନ୍ୟା ।

ସନ୍ତାନଟିଏ କୋଳକୁ ଆସିଲେ ସନ୍ତାନ ସୁଖ ସହିତ ପତି ସୁଖ ବି ମିଳିବ ବୋଲି ତାଙ୍କ ପରିବାରର ସଦସ୍ୟ ମାନଙ୍କର ଗୋଟିଏ ଅସମ୍ଭବ ଆଶା ଯାହା ଆକାଶ କଇଁଆ ଚିଲିକା ମାଛ ସଦୃଶ ଥିଲା ।

ମୋ ମାଆ ବାପା ଝିଅର ମନୋବଳ ବଢା଼ଉ ଥାଆନ୍ତି ଯେ ଦିନେ ନା ଦିନେ ମୋ ସ୍ୱାମୀ ବଦଳି ଯିବେ ବୋଲି ।

କିନ୍ତୁ କେବେ ? ସେ କେବେର କିଛି ଠିକ ଠିକଣା ନଥାଏ । ଧୀରେ ଧୀରେ ସମୟ ପାଖେଇ ଆସୁଥାଏ । ସେଇ ଚିର ଇପ୍ସିତ ଦିନଟି ଆଗେଇ ଆସୁଥାଏ ।

ମା ହେବାର ସେଇ ଅପୂର୍ବ ଦୁର୍ଲଭ ଅନୁଭୂତି ।

ପୁଅ ହେଉ କି ଝିଅ ମୋ କୋଳ ପୁରି ଯାଉ । ହସ୍ପିଟାଲ ଯିବା ସମୟ ଯେତିକି ପାଖେଇ ଆସୁଥାଏ ସ୍ୱାମୀ ସେତିକି ଜାଣି ଜାଣି ଦୁରେଇ ରହୁଥାନ୍ତି ତାଙ୍କ ପରିବାର ଠାରୁ ।

ସେଦିନ ଅନନ୍ୟା ବାପା ମାଆଙ୍କ ସହିତ ହସ୍ପିଟାଲ ଯିବାକୁ ହୋଇଥିଲା ।

କଷ୍ଟ ତ ବହୁତ ହେଉଥାଏ କିନ୍ତୁ ଏହା ସାମ୍ନାରେ ଆଗାମୀ ସୁଖି ଭବିଷ୍ୟତଟିଏ କଳ୍ପନା କରି ସେ ସବୁ କଷ୍ଟ ସହ୍ୟ କରି ଯାଉଥିଲା ।

ଡକ୍ଟର ଓ ନର୍ସ ସମସ୍ତେ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଉଥାନ୍ତି । ପ୍ରଥମ ଗର୍ଭ ଅଥଚ ଏତେ ଧର୍ଯ୍ୟ ଏତେ ସହନଶୀଳତା କୋଉଠୁ ଆସିଲା ?

ଶେଷରେ ଦୁଇ ରାତି କଷ୍ଟ ସହିବା ପରେ କୁନି ଝିଅଟିଏ ତାର କୋଳ ମଣ୍ଡନ କରିଥିଲା ।

ତା'ମୁହଁକୁ ଦେଖିଲା ପରେ ପ୍ରସବ ଯନ୍ତ୍ରଣା ସବୁ ଭୁଲି ଯାଇଥିଲା ଅନନ୍ୟା ।

ଅନନ୍ୟାର ବାପ ଘର ଆଡୁ ଅନେକ ଅନୁରୋଧ ଏବଂ ଖୋସାମତ କରା ଯିବା ପରେ ମୋ ସ୍ୱାମୀ ଆସିଥିଲେ ଝିଅକୁ ଦେଖିବା ପାଇଁ ।

ପ୍ରଥମେ ଅନନ୍ୟା ଉପରେ ତାଙ୍କର ଆଖି ପଡ଼ିଲା ଏବଂ ସେ ସବୁଦିନ ପରି ଗୋଟିଏ ତିରସ୍କାର ଭରା ଚାହାଣିଟିଏ ଫିଙ୍ଗି ଦେଇଥିଲେ ଅନନ୍ୟା ଉପରେ।

କିନ୍ତୁ ସେ ଚାହାଣୀ ଥିଲା ଭିନ୍ନ ଧରଣର ।

ଅନନ୍ୟାକୁ କିଛି ଫରକ୍ ପଡିଲାନି ସେ ଚାହାଣୀ ଦେଖି।

ସେ ଏବେ ମାଆଟିଏ, ଝିଅ ପାଇଁ ବଞ୍ଚିବ ଓ ତାକୁ ବଡ଼ କରି ମଣିଷ କରିବ ।

ବଞ୍ଚିବାର ରାହା ମିଳି ଯାଇଥିଲା ଯେପରି ତାକୁ ।

ହଠାତ ନର୍ସ ଜଣେ କୁନି ଝିଅକୁ ନେଇ ପଶି ଆସିଥିଲେ ଏବଂ ଅନନ୍ୟାର ସ୍ୱାମୀଙ୍କୁ ଦେଖି ଝିଅକୁ ତାଙ୍କ ହାତରେ ଧରାଇ ଦେଇଥିଲେ ।

ଝିଅକୁ ହାତକୁ ନେଲା ପରେ ସ୍ୱାମୀଙ୍କ ମୁଖ ମଣ୍ଡଳରେ ଯେଉଁ ପ୍ରକାର ଦ୍ୟୁତି ଦେଖାଗଲା ସେହି ଦ୍ୟୁତି ମୋ ଜନ୍ମ ପରେ ମୋ ବାପାଙ୍କ ମୁଖ ମଣ୍ଡଳରେ ପରିଲକ୍ଷିତ ହୋଇ ନଥିବ ବୋଲି ମନେ ହେଉଥିଲା ଅନନ୍ୟାର।

ଏତେ ମିଠା ହସ ପୁଣି ଏପରି କଠୋର ହୃଦୟ ତାଙ୍କ ସ୍ୱାମୀଙ୍କ ପାଖେ ?

କିନ୍ତୁ କୁନି ଝିଅ ତାହାକୁ ସମ୍ଭବ କରି ଦେଖାଇ ଥିଲା ।

ନର୍ସ ଜଣକ ଫେରି ଗଲା ପରେ ଅନନ୍ୟାର ସ୍ୱାମୀ ଆସି କହିଲେ ଝିଅର ନାମକରଣ କେବଳ ତୁମେ ହିଁ କରିବ ।

ଏତେ ମିଷ୍ଟଭାସୀ ପୁଣି ତାଙ୍କ ସ୍ୱାମୀ କେବେଠୁ ହେଲେ ?

ଅନନ୍ୟା କହିଥିଲେ ଆମେ ଘରକୁ ଫେରିଲେ ବିଧି ବିଧାନ ଅନୁସାରେ ହିଁ କରିବା । ଗୋଟେ କଥା ପଚାରି ପାରିବି ?

ସେ କହିଲେ, ହଁ ଶହେ ଗୋଟି କଥା ପଚାର ବୋଲି ।

ଅନନ୍ୟା କହିଲେ, ପୁଅ ନହୋଇ ଝିଅ ହେଲା ବୋଲି ତୁମେ ମନ କଷ୍ଟ କରୁନାହଁ ତ ?

ପ୍ରତ୍ୟୁତ୍ତରରେ ସେ କହିଲେ ମୁଁ ଝିଅ ହିଁ ଚାହୁଁଥିଲି ଏବଂ ତୁମପରି ଝିଅଟିଏ ହେଉ ବୋଲି ଚାହୁଁଥିଲି ।

ମୁଁ କେବେବି ତୁମ ମନକୁ ପଢିନି କି ତୁମ ମୁହଁକୁ ଭଲ ଭାବରେ ଦେଖି ନଥିଲି ।

ନାରୀ ଜାତି ପ୍ରତି ମୋର ଘୃଣା ଥିଲା ।

କିନ୍ତୁ ଆଜି ଏହି କୁନି କଳିକାଟିର ସ୍ପର୍ଶ ମାତ୍ରେ ମୋର ସବୁ ଅହଂ ପାଣିରେ ଧୋଇଗଲା ପରି ଧୋଇ ଯାଇଛି ।

ପୁଅ ହୋଇଥିଲେ ମୋ ପରି ହୋଇଥାନ୍ତା ଯାହା ମୁଁ ବରଦାସ୍ତ କରି ପାରି ନଥାନ୍ତି ।

ଅନନ୍ୟା ହସ୍ପିଟାଲ ବେଡ଼ରେ ଶୋଇ ଭାବୁଥିଲା ଏସବୁ ବାସ୍ତବରେ ଘଟୁଛି ନା ସେ ସ୍ବପ୍ନ ଦେଖୁଛି ।

ସାମାନ୍ୟ ସ୍ପର୍ଶରେ ଏତେ ପରିବର୍ତ୍ତନ ଏହା ସ୍ୱପ୍ନ ନା ସତ୍ୟ ?

ଏହି କୁନି କଳିକାଟି ହିଁ ଆମକୁ ଏକାଠି କରିବାର ସୂତ୍ର ପାଲଟି ଯାଇଛି ।

ସେ ହିଁ ଅନନ୍ୟା ,ମା ଲକ୍ଷ୍ମୀଙ୍କର ରୂପ ।

ଶୁଖି ଯାଇଥିବା ଆଖି ପୁଣି ଥରେ ଖୁସିରେ ଆଦ୍ର ହୋଇଗଲା ଅନନ୍ୟାଙ୍କର ।



Rate this content
Log in

Similar oriya story from Tragedy