Anita Jena

Abstract Tragedy Inspirational

3  

Anita Jena

Abstract Tragedy Inspirational

ଅଣ୍ଟି ଛୁରୀ ତଣ୍ଟି କାଟେ

ଅଣ୍ଟି ଛୁରୀ ତଣ୍ଟି କାଟେ

5 mins
181



କିଛି ଦିନ ହେବ ଅଜୟ ଲକ୍ଷ୍ୟ କରୁଛି ଅଫିସ ଯିବା ବାଟରେ କେହି ଜଣେ ମୁଖା ପିନ୍ଧା ମଣିଷଟିଏ ଗୋଟିଏ ଘର ଚାରି ପାଖରେ ଘୁରି ବୁଲୁଛି । ଝରକା ଫାଙ୍କ ଦେଇ ଭିତରକୁ ଚାହିଁ ପୁଣି ଥରେ ଲୁଚି ଯାଉଛି । ଅଜୟ ସବୁଦିନ ଲକ୍ଷ୍ୟ କରେ ହେଲେ କିଛି କହି ପାରେ ନାହିଁ , କାହିଁକି ନା ଲୋକ ଟି ଝରକା ଫାଙ୍କରେ କିଛି ଦେଖି ଦେଇ ପୁଣି ଥରେ ପଛ ପଟେ କୁଆଡ଼େ ଉଭାନ ହେଇ ଯାଏ । ଅଜୟ ଭାବିଲା ଯଦି ଏ ଚୋର କିମ୍ବା କିଛି ମନ୍ଦ ଉଦ୍ଦେଶ୍ୟରେ ଆସୁଥାଏ ତାହେଲେ ଘର ଭିତରକୁ ନ ଯାଇ ସବୁଦିନ ଏମିତି ଝରକା ପଟେ କାହାକୁ ଦେଖୁଛି ଆଉ କଣ ପାଇଁ ? ପୁଣି ଅଜୟ ଭାବିଲା ହଁ ବୋଧେ କୋଉ ପାଗଳ ପ୍ରେମିକ ହେଇଥିବ , ହେଲେ ତାର ଚାଲିଚଳନ ଆଉ ବେଶ ପୋଷାକରୁ ଜଣା ପଡୁଛି କି ଲୋକଟାର ପ୍ରାୟତଃ ଚାଳିଶି ପାଖା ପାଖି ହେବ । ଏ ବୟସରେ ପ୍ରେମ ଫ୍ରେମ ଚକ୍କର କୋଉଠୁ ଆସିବ ? ହଁ କାଳେ ହେଇଥିବ କାହିଁକି ନା ଆଜି କ ଦୁନିଆରେ ପ୍ରେମ କାହାକୁ କାହା ସହିତ କେମିତି ହେଇ ଯାଉଛି କେହି ଜାଣି ପାରୁ ନାହାଁନ୍ତି । 

  କିଛି ଝାମେଲାରେ ନ ପଡ଼ିବା ପାଇଁ ଅଜୟ କିଛି ନ କହି ଚାଲି ଯାଏ । ହେଲେ ସେଦିନ ଅଜୟ ଅଫିସ୍ ଯିବା ବାଟରେ ଦେଖିଲା କିଛି ଲୋକ ସେ ମୁଖା ପିନ୍ଧା ମାନବକୁ ଗୋଡ଼େଇଛନ୍ତି , ବିଚରା ଲୋକଟି ପଡି ଉଠି ଧାଇଁ ଚାଲିଛି । ଲୋକଟି ଦୌଡ଼ି ଆସି ଅଜୟ ର ବାଇକ୍ ପଛରେ ବସି ପଡ଼ିଲା ଆଉ କାକୁତି ମିନତି ହେଇ କହିଲା ଭାଇ ମୋ ଉପରେ ଟିକେ ଦୟା କର, ଏମାନେ ମୋତେ ମାରି ଦେବେ ମୋତେ ଟିକେ ନେଇ ଯାଅ ଏଇଠୁ । ଅଜୟ ଲୋକଟିର ଏମିତି କାକୁତି ମିନତି ହେବା ଦେଖି ବାଇକ୍ ର ସ୍ପିଡ୍ କୁ ବଢେଇ ଦେଇ ଆଗକୁ ଚାଲି ଆସିଲା । ଅଫିସ୍ ବାଟ ରେ ଆଉ ଗାଡ଼ି ନ ନେଇ ଗୋଟିଏ ଅଣଓସାରିଆ ରାସ୍ତା ଦେଇ ଯାଇ ପହଞ୍ଚିଲେ ସେମାନେ ଗୋଟିଏ ଜଙ୍ଗଲ ରାସ୍ତାରେ । ଗୋଟିଏ ବଡ ବର ଗଛ ପାଖରେ ଅଜୟ ଗାଡ଼ି ଅଟକାଇ ଦେଲା । ଲୋକଟି ଅଜୟକୁ କହିଲା - ଭାଇ ମୁଁ ତୁମର ଏ ସାହାଯ୍ୟ କେବେ ଭୁଲିବି ନାହିଁ । ତୁମେ ଠିକ୍ ସମୟରେ ଆସି ମୋତେ ରକ୍ଷା କରିଦେଲ । 

  ଅଜୟ ଆଉ ନିଜକୁ ରୋକି ନ ପାରି କହିଲା ଆଚ୍ଛା ଭାଇ ଗୋଟିଏ କଥା କୁହ ତମକୁ ସେ ଲୋକ ମାନେ କଣ ପାଇଁ ଏମିତି ମାରିବାକୁ ଗୋଡାଉ ଥିଲେ ? ତମେ କଣ କରିଛ କି ? ଲୋକ ଟି କହିଲା କେଜାଣି ମୁଁ ବି ଜାଣି ନାହିଁ ସେମାନେ ମୋତେ କଣ ପାଇଁ ମାରିବାକୁ ଗୋଡ଼େଇ ଥିଲେ ? 

  ଅଜୟ କହିଲା ତମେ ମିଛ କହୁଛ ମୁଁ ପ୍ରତିଦିନ ଅଫିସ୍ ଯିବା ବାଟରେ ତୁମକୁ ସେ ଘର ଭିତରକୁ ମୁଖା ପିନ୍ଧି ଝରକା ଫାଙ୍କରେ ଅନେଇ ଥିବାର ଦେଖେ । ତମେ ସେ ଘର ଭିତରକୁ କଣ ପାଇଁ ଦେଖ ? କଣ କରିବାକୁ ଚାହୁଁ ଥିଲ ତମେ ? ଆଜି ଧରା ପଡ଼ିଗଲ ବୋଧେ ସେଇଥିପାଇଁ ଲୋକ ମାନେ ତମ ପଛରେ ପଡି ଥିଲେ । ତମେ ସତ କୁହ ତମେ ଚୋର କି ଡକାୟତ ନୁହେଁ ତ ? 

  ଲୋକଟି କହିଲା , ଭାଇ ଆପଣ ମୋତେ ଏତେ ବଡ଼ ସାହାଯ୍ୟ କଲେ, ଆଉ ମୁଁ ଆପଣଙ୍କୁ ମିଛ କହିବା ପାଇଁ ସାହସ କରି ପାରୁନି । ଅଜୟ କହିଲା ଠିକ୍ ଅଛି ତାହେଲେ କୁହ ମୋତେ ସବୁ ସତ କଥା ଆଉ ତମ ମୁହଁରୁ ଏ ମୁଖା ଖୋଲି ଦିଅ । ଆଉ ଯଦି ତମେ ସତରେ ଚୋର ହେଇଥାଅ ତାହେଲେ ମୁଁ ନିଜେ ତମକୁ ପୋଲିସ୍ ରେ ନେଇ ଦେବି । 

  ଲୋକଟି ମୁହଁରୁ ମୁଖା ଖୋଲି କହିବାକୁ ଆରମ୍ଭ କଲା ଭାଇ ଠିକ୍ କହିଲେ ଆପଣ ମୁଁ ବୋଧ ହୁଏ ଗୋଟିଏ ଚୋର , ମୁଁ ଖାଲି ଗୋଟିଏ ମୁଖା ପିନ୍ଧା ମାନବ ନୁହେଁ ନିଜ ଜୀବନରେ ମିଛ ଆଉ ପ୍ରତାରଣା ଆଉ ବିଶ୍ୱାସଘାତକତାର ମୁଖା ପିନ୍ଧିଥିବା ଲୋକଙ୍କୁ ଅତି ପାଖରୁ ଦେଖିଛି । 

  ଶୁଣନ୍ତୁ ଭାଇ, ମୁଁ ହେଉଛି ବିକ୍ରମ ସାମନ୍ତରାୟ । ମୋର ପରିବାର କହିଲେ ମୋ ବୁଢୀ ମା, ସ୍ତ୍ରୀ ଆଉ ତିନି ବର୍ଷର ପୁଅଟିଏ । ମୁଁ ବ୍ୟାଙ୍କ୍ ରେ ଜଣେ କର୍ମଚାରୀ । ବେଶ୍ ହସ ଖୁସିରେ ଆମ ପରିବାର ଚାଲିଥିଲା । ହେଲେ କେଜାଣି କାହା ନଜର ଲାଗିଗଲା ଯେ ସବୁ ଖୁସି ପାଣି ଫୋଟକା ଭଳି ମିଳେଇ ଗଲା । ମୋ ସ୍ତ୍ରୀ ମାେ ସହିତ ବିଶ୍ବାସଘାତକତା କଲା । ମୋର ଅନୁପସ୍ଥିତିରେ ଅନ୍ୟ ପୁରୁଷ ସହିତ ପ୍ରେମ ସମ୍ପର୍କ ରଖିଲା । ସେ ପିଲା ସହିତ ମିଶି ମୋତେ ଠକିବାକୁ ଲାଗିଲା । ଦିନେ ମୋର ବୁଢୀ ମା ତାଙ୍କ ସମ୍ପର୍କ ବିଷୟରେ ଜାଣି ଦେବାରୁ ସେ ମୋ ବୁଢୀ ମା କୁ ବି ମାରି ଦେଲା ଆଉ ଦୁର୍ଘଟଣା ର ନାଁ ଦେଲା । କହିଲା ମା ସିଡିରୁ ପଡି ମରିଗଲେ । ମୁଁ ଅନ୍ଧ ଭଳି ତା କଥାକୁ ବିଶ୍ବାସ କରୁଥାଏ । 

  ହେଲେ କୁହନ୍ତି ନା ସତ କେବେ ଲୁଚି ରହେନା । ଦିନେ ମୁଁ ମୋ ସ୍ତ୍ରୀ ର ସବୁ ସତ କଥା ଜାଣି ପାରିଲି । ଆମ ଦି ଜଣଙ୍କ ଭିତରେ ଝଗଡ଼ା ହେଲା , ମା କୁ ସେ ମାରି ଦେଇଥିବା କଥା ବି ମୁଁ ଜାଣି ପାରିଲି । ଆଉ ତା ବିଷୟରେ ସବୁ ସତ କଥା ପୋଲିସ୍ ଆଗରେ କହିଦେବା ପାଇଁ ନିଷ୍ପତି ନେଲି । ହେଲେ ସେ ଆଉ ତା ପ୍ରେମିକ ମିଶି ମୋତେ ଧମକ ଦେଲେ ଯଦି ମୁଁ ମୁହଁ ଖୋଲି ଦିଏ ତାହେଲେ ସେ ମୋ ପୁଅ ଜୀବନରୁ ମାରି ଦେବେ । 

  ମୋର ସବୁ ଧନ ସଂପତ୍ତି ସେ ତା ନାଁ ରେ କରି ଦେଇ ମୋତେ ଘରୁ ବାହାର କରିଦେଲେ । ଆଉ ମୁଁ ସବୁ ଜାଣି ବି ଚୁପ୍ ଅଛି କେବଳ ମୋ ପୁଅ ପାଇଁ । ଜାଣିଛନ୍ତି ମୁଁ ସବୁଦିନ ସେଠି କି ମୁଖା ପିନ୍ଧି କାହିଁକି ଯାଏ ?? ସୁଯୋଗ ଅପେକ୍ଷାରେ ଥାଏ ମୁଁ , ଯଦି ସୁଯୋଗ ମିଳିବ ମୁଁ ମୋ ପୁଅକୁ ଏ ରାକ୍ଷସ ମାନଙ୍କ କବଳରୁ ମୁକ୍ତ କରି ମୋ ସହିତ ନେଇ ଯିବି ଆଉ ସେ ଦି ଜଣଙ୍କୁ ପୋଲିସ ହାତରେ ଦେବି ହେଲେ ସେ ସୁଯୋଗ ହିଁ ମିଳୁ ନାହିଁ । ଆଉ ଆଜି ମୋର ଦୁର୍ଭାଗ୍ୟ ମୋ ସ୍ତ୍ରୀ ମୋତେ ଦେଖିଦେଲା ଆଉ ମିଛରେ ଲୋକ ମାନଙ୍କୁ ଡାକ ପକେଇ ମୋତେ ଧରିବା ପାଇଁ ଚେଷ୍ଟା କଲା । 

  ଅଜୟ ସେ ଲୋକ ଠାରୁ ସବୁ ଶୁଣି ହଠାତ୍ ତାର ମୁଣ୍ଡ ବୁଲେଇ ଦେଲା । ଭାବିଲା ଛିଃ ଆଜି କା ସମାଜରେ ନାରୀର ଏମିତି ରୂପ ଯାହା କି ନିଜ ପରିବାର ଆଉ ନିଜ ପିଲାଙ୍କୁ ବି ହତ୍ୟା କରିବାକୁ ପଛାଉ ନାହାଁନ୍ତି । ଯୁଗ ଯୁଗରୁ ରହି ଆସିଛି ନାରୀର ଅବଦାନ , ନାରୀର ସମାଜ ପ୍ରତି , ନିଜ ପରିବାର ପ୍ରତି ଆଉ ନିଜ ଲୋକଙ୍କ ପ୍ରତି ସ୍ନେହ, ପ୍ରେମ ,ଶ୍ରଦ୍ଧା ଆଉ ତ୍ୟାଗ ହେଲେ ଆଜି ଏ ସବୁ ଶୁଣି ଖୁବ୍ ରାଗ ସହିତ ସେ ସ୍ତ୍ରୀ ଲୋକ ପାଇଁ ମନରେ ଘୃଣା ବି ଆସୁଛି । ଗୋଟିଏ ବୋହୂ ହେଇ ନିଜ ଶାଶୁକୁ ହତ୍ୟା କରିବା ସହିତ ନିଜ ସ୍ବାମୀର ବିଶ୍ବାସରେ ବିଷ କେତେ ଆରାମରେ ଦେଇ ପାରିଲା ଆଉ ନିଜ ପୁଅକୁ ନିଜ ବେଇମାନ୍ କାମ ରେ ମୋହର ସଜେଇ ପାରୁଛି । 

  ଅଜୟ ବିକ୍ରମକୁ ତା ଉପରେ ସନ୍ଦେହ କରିଥିବା ପାଇଁ କ୍ଷମା ମାଗିଲା ଆଉ କହିଲା ସତରେ ନିଜ ଲୋକ ଯେତେବେଳେ ବେଇମାନ ସାଜି ବିଶ୍ବାସରେ ବିଷ ଦିଅନ୍ତି ସେତେବେଳେ କଷ୍ଟ ହେଇଥାଏ ,ବହୁତ୍ ହେଇଥାଏ ଆଉ ହୃଦୟ ଭାଙ୍ଗି ଯାଇଥାଏ । ମୁଁ ଠାକୁରଙ୍କୁ ଡାକୁଛି ତମେ ନ୍ୟାୟ ପାଇଁ ଯେଉଁ ଲଢ଼େଇ କରିବାକୁ ଚେଷ୍ଟା କରିଛ ନିଶ୍ଚେ ସେଥିରେ ସଫଳ ହବ । ଆଉ ସେ ଅବିବେକୀ ଆଉ ଵେଇମାନ୍ ଲୋକ ଦି ଜଣ ତାଙ୍କ କଲା କର୍ମର ଦଣ୍ଡ ନିଶ୍ଚେ ପାଇବେ । 

  ବିକ୍ରମ କହିଲା ମୋର ଆଉ କିଛି ଲୋଡା ନାହିଁ ବାସ୍ ମୁଁ ମୋ ପୁଅକୁ ଫେରି ପାଇବାକୁ ଚାହେଁ । ଆଉ ତମେ ଭୁଲ୍ କଣ ପାଇଁ ମାଗୁଛ ଭାଇ ଏଠି ପରା ଅଣ୍ଟି ଛୁରୀ ତଣ୍ଟି କାଟିବାରେ ଲାଗିଛନ୍ତି ।

  ବିକ୍ରମ ଜୀବନର ସତ୍ୟ ଘଟଣା ଜାଣିବା ପରେ ଅଜୟ ଖୁବ୍ ମର୍ମାହତ ହେଇ ପଡ଼ିଲା ଆଉ ବିକ୍ରମକୁ ଆଗକୁ ସାହାଯ୍ୟ କରିବା ପାଇଁ କଥା ଦେଲା । 



Rate this content
Log in

Similar oriya story from Abstract