Sunanda Mohanty

Abstract Tragedy Thriller

3  

Sunanda Mohanty

Abstract Tragedy Thriller

ଅଣନିଶ୍ୱାସୀ

ଅଣନିଶ୍ୱାସୀ

2 mins
146


  ଏବେ ଏବେ ଅଣନିଶ୍ୱାସୀ ହେବାର ସ୍ଥାନ କାଳ ପାତ୍ର ତଥା ସମୟ ମଧ୍ୟ ବଦଳି ଗଲାଣି ଅନୁଷ୍କାଙ୍କ ପାଇଁ. ପ୍ରଥମ ପ୍ରଥମ ଭିଡ଼ ଯଥା ମନ୍ଦିରକୁ ଲାଗିଥିବା ଧାଡି, ଜନଗହଳି ପୂର୍ଣ୍ଣ ବସ, ଟ୍ରେନ ତଥା ଏସି ବସରେ ବସିଲେ ଅଣନିଶ୍ୱାସୀ ଲାଗେ ଅନୁଷ୍କାଙ୍କୁ. ଏବେ ସେତିକି ଛଡା ଅନ୍ୟ କେତେକ ପରିସ୍ଥିତି ଯଥା ପିଲାମାନେ କେହି ଘରକୁ ଆସି, ଦୁଇ ଚାରିଦିନ ବା ମାସେ ପନ୍ଦର ଦିନ ରହି ଫେରିଗଲା ପରେ ଅଣନିଶ୍ୱାସୀ ଲାଗେ ଅନୁଷ୍କାଙ୍କୁ. ମୋ ଝିଅ ବା ପୁଅକୁ ଆଉ କଣ କରିଥାନ୍ତି ଟିକେ ଭାବି ଓ ସେମାନଙ୍କ ଖାଇବା, ପିଇବା, ରହିବା, ଶୋଇବା ତଥା ଗଲାବେଳେ ଆଉ କଣ ଦେବାକୁ ବାକି ରହିଗଲା କି ଭାବି ଅଣନିଶ୍ୱାସୀ ଲାଗେ. ପୁଣି ସେମିତି ଝିଅର ନାତୁଣୀଟା ଥିଲା ଯେ ଆଈ ଆଈ କହି ପଛେ ପଛେ ଗୋଡେଇ ମୋ ପାଇଁ ଆଉ କନ କନ ରଖିଛ?, ମତେ ଗୋଟେ ବାୟା କଥାଟେ କହିଦେଲ ଆଈ, ମତେ ଗୋଟେ ଗୀତ ଗାଇ ଦେଲ ଆଈ, ମେଁ ମେଁକା ମାଣିକ ରାଜା କିଏ ଆଈ, ଭୂଇଁ ତଳେ ତଳେ ଜନ୍ଦା କନ କହୁଥିଲା ଆଈ ପଚାରୁଥିବା ନାତୁଣୀ ଝିଅ ଜୋଇଁ ସହ ଫେରିଗଲା ପରେ ଅଣନିଶ୍ୱାସୀ ଲାଗେ ଅନୁଷ୍କାଙ୍କୁ.

  ଏବେ ଏବେ ପୁଅର ପୁଅ ନାତି,ବୟାଳିଶ ଦିନରେ ପୋଲିଓ ଓ ପତଳା ଝାଡା ଔଷଧ ଖାଇ ତିନିଟା ଇଞ୍ଜେକ୍ସନ ଯଥା ହେପାଟାଇଟିସ, ବ୍ରୋଙ୍କାଇଟିସ, ଇତ୍ୟାଦି ବାମ କାନ୍ଧ ଓ ଦୁଇ ଜଂଘରେ ନେଲାପରେ, ଜ୍ୱର ଆସିବ, ପାରାସିଟାମୋଲ ଖାଇବ, ପାଣି ସେକ ଦୁଇ ଜଙ୍ଘରେ ଦିଆଯିବ ଇତ୍ୟାଦି କଥା ଶୁଣି ଅନୁଷ୍କାଙ୍କୁ ମଧ୍ୟ ଅଣନିଶ୍ୱାସୀ ଲାଗୁଥିଲା.ଏମିତି ଅଣନିଶ୍ୱାସୀ ଲାଗିବା ଭଲ ନୁହେଁ,କୌଣସି ବଡ଼ ରୋଗର ଲକ୍ଷଣ ହୋଇପାରେ ଶୁଣି ଆହୁରି ଭୟ ଲାଗୁଥିଲା ତ ଅଣନିଶ୍ୱାସୀ ହେବା ବଢିଯାଉଥିଲା.

   ଏଥର ସ୍ୱାମୀଙ୍କ ସହ ପୁଅ ଝିଅ ଛୁଟିରେ ଜବରଦସ୍ତ ଘେନିଗଲେ ତାଙ୍କୁ ସମ ହସ୍ପିଟାଲ. ବଡି ଚେକ ହେଲାପରେ କଣ କଣ ଔଷଧ କିଣା ଗଲା, ଥରକୁ ଥର ତାଙ୍କୁ ହସ୍ପିଟାଲ ନିଆଯାଉଥିଲା, ତାଙ୍କର ରୋଗ କଣ ତାଙ୍କୁ କୁହା ଯାଉନଥିଲା ତ ତାଙ୍କୁ ଅଣନିଶ୍ୱାସୀ ଲାଗିବା ପୂର୍ବରୁ ସେ ନାଣ୍ଡି ହୋଇଥିଲେ, ଏଣୁ ତେଣୁ ଆଶଙ୍କା ଭିତରେ ନାତୁଣୀ ତାର ପ୍ରଥମ ଚୁଟି ପକାଇ ନାଣ୍ଡି ହେବା ଦେଖି ନିଜ ମୁଣ୍ଡ ଦେଖେଇ ତୋର ମୋର ସାଙ୍ଗ କହି ହସି ହସି ଗାଡିଯାଉଥିଲେ ଅନୁଷ୍କା କିନ୍ତୁ ତାଙ୍କ ହସ ଦେଖି ଅନ୍ୟମାନେ ନିଥର ହେବା ଦେଖି ଅଣନିଶ୍ୱାସୀ ଲାଗୁଥିଲା ତାଙ୍କୁ ବେଶି ବେଶି. ଏଣିକି ତାଙ୍କ ପାଖକୁ ଆଉ ବେଶି କେହି ଆସୁନଥିଲେ ନାତୁଣୀଟାକୁ ଜବରଦସ୍ତ ବାନ୍ଧି ରଖାଯାଉଥିଲା. ନାତିକୁ ଆଉ କୋଳକୁ ଆସିବାକୁ ଦିଆଯାଉନଥିଲା ତ ଅନୁଷ୍କା, ଚୁପ ଚୁପ ବାସନ୍ତୀ, କାମବାଲୀକୁ ପଚାରୁଥିଲେ, ଆରେ ମୋର କଣ ହୋଇଛି କହିବୁ କି? ସ୍ୱାମୀ ଇଂଗିତରେ ମନା କରିବା ଦୃଶ୍ୟରେ ତାଙ୍କ ଅଣନିଶ୍ୱାସୀ ବଢ଼ିବାରେ ଲାଗିଲା, ତା ପରେ ଧାଁ ଧପଡ଼ କିଛି. ଅନୁଷ୍କାଙ୍କ ଆଖି ପତା ମୁଦି ହୋଇଯିବା ଆଗରୁ ଝିଅ ନାତୁଣୀକୁ ବୁଝାଉଥିଲା, ଆଈ ଦେହ ଭଲ ନାହିଁ, କଣ ହେଇଛି ଆଈଙ୍କର? ଝିଅର ଉତ୍ତର ଶୁଣିବା ଆଗରୁ କଷ୍ଟ ଓ ଯନ୍ତ୍ରଣାରେ ଅନୁଷ୍କା ଆଖି ମୁଜି ଦେଇଥିଲେ. ସ୍ବପ୍ନ କି ବାସ୍ତବ ଜଣା ନଥିଲା ତାଙ୍କୁ.



Rate this content
Log in

Similar oriya story from Abstract