kamal kumar dash

Horror Romance Thriller

3  

kamal kumar dash

Horror Romance Thriller

ଅନ୍ଧାର

ଅନ୍ଧାର

1 min
195


ଜିତେନ୍ ଗାଁ ଷ୍ଟେସନ୍ ରେ ଓହ୍ଲାଇଲା ବର୍ଷାଦିନ ସନ୍ଧ୍ୟା  ହୋଇଗଲାଣି । ଜିତେନ୍ ବର୍ଷେ ପରେ ଗାଁ କୁ ଫେରୁଥାଏ କୋଭିଡ଼ ପରେ । ଷ୍ଟେସନରେ ରିକ୍ସା କି ଅଟୋ କିଛି ନଥାଏ । ଜିତେନ୍ ବାହାରିଲା ଛତା ଧରି ଗାଁ ର ଅନ୍ଧାରିଆ ରାସ୍ତାରେ । ବିଜୁଳି ବି ମାରୁଥିଲା ମଝିରେ ମଝିରେ ଓ ଜହ୍ନ ର କିଛି ଆଲୋକ ପଡୁଥିଲା ବାଦଲ ଉହାଡ଼ରୁ । କିଛି ବାଟ ଗଲା ପରେ ଦେଖିଲା ତା ସାଙ୍ଗ ଅନୁ ଠିଆ ହୋଇଛି । ଜିତେନ୍ ପଚାରିଲା ଆରେ ଅନୁ ଏଠି କଣ କରୁଛୁ ? କିଛି ସମୟ ପରେ ସେ କହିଲା ଆରେ ତୁ ଏକl ଏକl କୁଆଡେ ? ଭାଇ କରୋନା ପାଇଁ ବହୁତ ଦିନ ପରେ ଆସୁଛି , ଆଉ ଗାଁ କଥା କହ ? ସେ କହିଲା କରୋନା ରେ ବହୁତ ଲୋକ ଚାଲି ଗଲେଣି କିଛି ଲୋକ ଭଲ ବି ହୋଇ ଘରକୁ ଆସିଲେଣି । ହେଲେ ଏ  କରୋନା ବେଳେ ତୁ ଗାଁକୁ କାହିଁକି ଆସୁଥିଲୁ ? ହୁସିଆର ରହିବୁ କାହା ସାଥିରେ ବେଶୀ ମିଶିବୁନି । ତାକୁ ଜିତେନ୍ ଡାକିଲା ଚାଲ ଘରକୁ ଯିବା ,ସେ କିଛି ବାଟ ତା ସାଥିରେ ଚାଲିଲା ପରେ କହିଲା  ଆରେ ଜିତେନ୍ ମୁଁ ମାଛ ଖାଳେଇ ବସେଇଚି ନେଇକି ଯାଉଛି ତୁ ଘର କୁ ଯା କlଲି ଦେଖା ହେବ । କlଲି ତୋ ପାଇଁ ମାଛ ନେଇ ଯିବି । 


 ଜିତେନ୍ ଘରେ ପହଁଚିଲା ତାକୁ ଅଚାନକ ଦେଖି ଘରେସବୁ ଆଶ୍ଚର୍ଯ୍ୟ ହୋଇଗଲେ ,ଆରେ ତୁ ଫୋନ କଲୁନି ? କିଏ ବି ଷ୍ଟେସନ ଆଣିବାକୁ ଯାଇଥାନ୍ତେ । ଜିତେନ୍ କହିଲା ମୋର ଆସିବା ଠିକ ନଥିଲା । ମୋ ସାଥିରେ ଅନୁ ଆସିଲା ଗାଁ ପୋଖରୀ ଯାଏଁ , ତାପରେ ସେ ମାଛ ପାଇଁ ଚାଲିଗଲା । ବାପା ପଚାରିଲେ ସେ ତତେ କଣକହିଲା ? ଏଇ ଗାଁ କଥା କହୁଥିଲା କେତେ ଲୋକ ମରି ଗଲେଣି ବୋଲି । ବୋଉ କହିଲା ଆରେ ସେ ଟୋକା ମରିକି ଦିଦିନ ହେଲାଣି । ଜିତେନ୍ ମୁଁଣ୍ଡ ରେ ହାତ ଦେଇ ବସିଗଲା ଓ ତାର ବିଶ୍ୱାସ ହେଲାନି ଯେ କିଛି ସମୟ ଆଗରୁ ସେ ଯାହା ସାଥିରେ ଅଧ କିଲୋମିଟର ବାଟ ଚାଲିଥିଲା, ସେ ଆଉ ଦୁନିଆଁରେ ନାହିଁ ବୋଲି । । 


      



Rate this content
Log in

Similar oriya story from Horror