Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Pratap Chandra Mishra

Inspirational


4  

Pratap Chandra Mishra

Inspirational


ଅନ୍ଧ ବିଶ୍ବାସ

ଅନ୍ଧ ବିଶ୍ବାସ

4 mins 207 4 mins 207

ବଣ ଜଙ୍ଗଲ ଘେରା ପାହାଡିଆ ଗାଆଁ।ପ୍ରାୟ ତିନିଶହ ବା ପାଖାପାଖି ଚାରିଶହ ଆଦିବାସୀଙ୍କୁ ନେଇ ବନ୍ଧୁଗାଁ ଜନ ବସତି ହୋଇଛି। ପାହାଡ଼ର ଶୀର୍ଷ ତଳେ କିଛି ଜାଗାକୁ ସମତଳ କରି କେଉଁ ଆଦିମ କାଳରୁ ବସବାସ କରି ଆସୁଛନ୍ତି। ଆଧୁନିକ ସଭ୍ୟତା ଠାରୁ ବହୁ ଦୂରରେ ସେମାନେ।ସରକାରୀ ସୁବିଧା ଓ ଉନ୍ନତ ଯୋଜନା ଉର୍ଦ୍ଧରେ ସେହି ଆଦିବାସୀ ମାନେ ଜୀବନ ଯାପନ କରୁଥାଆନ୍ତି। ଉଚ୍ଚ ପର୍ବତରୁ ସେହି ପାରମ୍ପରିକ ବସ୍ତ୍ର,ଚମଡା,ବକଳ ଏବଂ ବନ୍ୟ ଜାତ ଲତା ଗୁଳ୍ମରେ ତିଆରି ଶରୀର ଆବରଣ ପାଇଁ ବସ୍ତ୍ର ଯୋଗାଡ଼ କରି ପଦାକୁ ଆସନ୍ତି। ମୋଟା ମୋଟି କହିବାକୁ ଗଲେ ଅର୍ଦ୍ଧ ନଗ୍ନ ଶରୀର ନେଇ ପାହାଡ଼ ତଳ ସହରକୁ ହାଟ ଦିନ ଆସନ୍ତି। ସହରୀ ଢାଞ୍ଚା ଓ ସହରୀ ଚାଲି ଚଳନ ପ୍ରତି ସେମାନଙ୍କର ଆଦୌ ସ୍ପୃହା ନଥାଏ। ଜୀବିକା ନିର୍ବାହ କହିଲେ ଜଙ୍ଗଲ ଜାତ ଦ୍ରବ୍ଯ ହଳଦୀ,ଲାଖ, ମହୁ,ଝୁଣା, ମକ୍କା,କଦଳୀ,ପଣସ, ସପୁରି ଇତ୍ୟାଦି ଜିନିଷ ଆଣି ବଜାରରେ ବିକ୍ରି କରନ୍ତି। ଧିରେ ଧିରେ ସେ ଆଦିବାସୀଙ୍କ ଛୁଆ ମାନେ ଏ ସହରୀ ଚାକଚକ୍ୟ ପ୍ରତି ଆକୃଷ୍ଟ ହେଲେଣି। ସହରୀ ଲୋକଙ୍କ ଭଳି କପଡ଼ା ଦ୍ଵାରା ଶରୀର ଢାଙ୍କି ବା ପ୍ରୟାସ କଲେଣି। ହେଲେ ବନ୍ଧୁଗାଁର ମୁଖିଆକୁ ନ ଜଣାଇ ଗୁପ୍ତରେ ସହରୀ ଅନୁକରଣ କରନ୍ତି,ନୂତନ ପିଢ଼ି। କାରଣ ସେହି ବସ୍ତିରେ ଯାହା ହେବ ମୁଖିଆଙ୍କ ଆଦେଶରେ ହିଁ ହେବ। ଭଲ ମନ୍ଦ ଯାହା ଦରକାର ସମସ୍ତେ ମିଶି ମୁଖିଆ ସାଥିରେରହି ଗାଆଁ ଦେବୀ ସାମ୍ନାରେ ଫାଇସଲା କରି ନୀତି ନିର୍ଦ୍ଧାରଣ କରନ୍ତି। 


ଦେହ ଅସୁସ୍ଥ ହେଉ ବା କିଛି ବିପଦ ଆସିଲେ ସେ ଗାଆଁ ଦେବୀଙ୍କୁ ସନ୍ତୁଷ୍ଟ କଲେ ସବୁ ଦୁର୍ଗତି ଅପସରି ଯାଏ ବୋଲି ଦୃଢ ବିଶ୍ବାସ ରଖିଛନ୍ତି।


ବାହାର ଲୋକ ସେହି ବସ୍ତି ଇଲାକାକୁ ପ୍ରବେଶ କରିବାକୁ ହେଲେ, ମୁଖିଆଙ୍କ ପରାମର୍ଶ ଓ ଅନୁମତି ହେଲେ ସେମାନଙ୍କ ପାଖକୁ ଯାଇଥାନ୍ତି। ହେଲେ ସବୁ ଠିକ୍ ଠାକ୍ ଚାଲିଥାଏ। ପୁରୁଣା ବ୍ୟକ୍ତି ଆଦିବାସୀ ସଂସ୍କୃତି ,ପରମ୍ପରାକୁ ନେଇ ସ୍ବଛନ୍ଦରେରେ ଜୀବନ ଚଳାଇ ଆସୁଛନ୍ତି।କିନ୍ତୁ ନୂତନ ପିଢ଼ି ସେଥିରୁ ବାହାରି ଆଗକୁ ଜୀବନ ପରି ମାର୍ଜିତ କରିବା ସ୍ବପ୍ନ ଦେଖିବା ଆରମ୍ଭ କଲେଣି। ସହରର ଶିକ୍ଷ୍ୟା,ବିଜୁଳି,ଚିକିତ୍ସା ଓ ଉନ୍ନତ ଜୀବନ ଯାପନ ବିଷୟରେ ସୂଚନା ପାଉଛନ୍ତି ସେହି ହାଟକୁ ଯାଇ। କାରଣ ହାଟ ସନ୍ନିକଟ ଗ୍ରାମର ଶିକ୍ଷକ ଦୋରା ଦାସ ଏ ଆଦିବାସୀ ଲୋକଙ୍କ ଛୁଆଙ୍କୁ ଦେଖି ,ସେମାନଙ୍କର ଅନୁନ୍ନତ ଅବସ୍ଥାର ଆଭାସ ପାଇ ସରକାରୀ ସୂବିଧା ସୁଯୋଗ ଯୋଗାଇ ସମାଜର ମୁଖ୍ୟ ସ୍ରୋତକୁ ଆଣିବାକୁ ପ୍ରୟାସ କରୁଥିଲେ।

କିନ୍ତୁ ମୁଖିଆଙ୍କ ପରାମର୍ଶ ବିନା କିଛି ବି କରିବାକୁ ସେମାନେରାଜି ହୁଅନ୍ତି ନାହିଁ। ଦୋରା ବାବୁ ମନସ୍ଥ କଲେ ସେହି ପାହାଡି ଗାଆଁକୁ ଯାଇ ମୁଖିଆଙ୍କୁ ଯାଇ ମୁଖିଆଙ୍କୁ ଭେଟିବେ।କିନ୍ତୁ ହାଟକୁ ଆସିଥିବା ଆଦିବାସୀ ମାନେ ସିଧା ସିଧା ସହଯୋଗ କରିବାକୁ ମନା କରିଦେଇଥିଲେ। ହେଲେ ଦୋରା ବାବୁ ହାରିବା ବ୍ୟକ୍ତି ନ ଥିଲେ। ସେ ଦିନେ ଆଦିବାସୀଙ୍କୁ ନ ଜଣାଇ ସାଙ୍ଗରେ ତାଙ୍କର ଜଣେ ଡାକ୍ତର ବନ୍ଧୁଙ୍କୁ ନେଇ ପାହାଡ ଚଢିଲେ। ହେଲେ ସୀମାରେ ଥିବା ଜଗୁଆଳିଙ୍କ କବଳରେ ଧରା ପଡ଼ି ବନ୍ଧା ହେଲେ ଓ ମୁଖିଆଙ୍କ ପାଖରେ ସେମାନଙ୍କୁ ହାଜର କରାଗଲା। ଦୋରା ବାବୁ ଆଦିବାସୀ ଭାଷା ବୁଝିଥିଲେ ଏବଂ ସେ ମୁଖିଆଙ୍କ ସହ ବାର୍ତ୍ତାଳାପ କଲେ। ସେ ଆଦିବାସୀ ସମାଜର ଉନ୍ନତି ବିଷୟରେ ବୁଝାଇଲେ। ସରକାରୀ ସୁବିଧା ସୁଯୋଗ ସବୁ ବାଖାଣିଲେ।କିନ୍ତୁ ମୁଖିଆ କୌଣସି ବିଷୟରେ ସହମତି ଦେଲେ ନାହିଁ। ସେ କହିଲେ ଆମ ଗୋଷ୍ଠୀ ଆମ ସଂସ୍କୃତି ଆମ ବଣ ଆମ ପ୍ରକୃତି ଆଉ ଆମ ଇଷ୍ଟ ଗାଆଁ ଦେବୀ ଆମର ସର୍ବଶକ୍ତି। ଏ ମନଭୂଲାଣିଆ କଥାରେ ଆମେ ବିଶ୍ବାସ କରିବୁ ନାହିଁ। ଆମେ ଆମ ହିସାବରେ ସୁସ୍ଥ ଅଛୁ। ତେଣୁ ଦୋରା ବାବୁ ନିରାଶ ହେଲେ କଣ କରିବେ କିଛି ଭାବିବା ଆଗରୁ ସେଇଠି ଉପସ୍ଥିତ ଥିବା ବେଳେ ଆଦିବାସୀଙ୍କ ମେଳରୁ କାନ୍ଦ ବୋବାଳି ଶୁଭିଲା।କଥା କଣ ଜାଣିବା ବେଳକୁ ବସ୍ତିର ଛୋଟ ଛୁଆ ମାନେ କିଛି ଅଜଣା ରୋଗରେ ହଠାତ୍ ମରିଯାଉଛନ୍ତି। ଗାଆଁ ଠାକୁରାଣୀଙ୍କ ପାଖରେ ପୂଜା ବଳି ଝଡ଼ା ଫୁଙ୍କା ଯେତେ ଯାହା କଲେ ବି କିଛି ସୁଫଳ ହେଉନୀ। ତେଣୁ ମୁଖିଆ ଓ ଗାଆଁର ଭବ୍ୟ ବ୍ୟକ୍ତି ମାନେ ଚିନ୍ତାରେ ପଡିଛନ୍ତି। ଠାକୁରାଣୀଙ୍କ ଦେହୁରୀକୁ ମା ସପନେଇ ମଣିଷ ବଳି ଦେଲେ ସବୁ ଠିକ୍ ହେବ ବୋଲି କହିଛନ୍ତି। ତେଣୁ ସମସ୍ତେ ମିଶି କିଏ ବଳି ପାଇଁ ଠିକ୍ ହେବ ତାକୁ ନିରୂପଣ କରି ବାକୁ ଚିନ୍ତା ପ୍ରକଟ କରିଛନ୍ତି। ସେତେବେଳେ ଦୋରା ବାବୁ ଓ ଡାକ୍ତର ବିଷୟ କଣ ଓ କାହିଁକି ଛୁଆ ମାନେ ମରୁଛନ୍ତି ସେ ବିଷୟ ଅନୁଧ୍ୟାନ କରିବାକୁ ମନ ବଳା ଇଲେ।ଜାଣିବାକୁ ପାଇଲେ ସେଇଠି ହଇଜା ଖେଳିଛି ।ଏବଂ ଶୀଘ୍ର ପ୍ରତିକାର ନ କଲେ ସର୍ବନାଶ ହେବ। ତେଣୁ ସେ ଯଥାଶୀଘ୍ର ଏ କଥା ମୁଖିଆକୁ ଜଣାଇଲେ। ଅନ୍ଧ ବିଶ୍ବାସରେ ଜର୍ଜରିତ ମୁଖିଆ ତଥାପି ନାରାଜ। କିନ୍ତୁ ଦୋରା ବାବୁ ବହୁତ୍ ବୁଝାଇଲା ପରେ ମୁଖିଆ କର୍ତ୍ତବ୍ୟ ହିନ ହୋଇ ନିଶ୍ଚଳ ରହି ରାଜି ହେଲେ ଚିକିତ୍ସା କରାଇବା ପାଇଁ। ଡାକ୍ତର ବାବୁ ନେଇଥିବା ମୁଣିରୁ ସ୍ଵଳ୍ପ ଔଷଧ ଏବଂ ବ ଇଞ୍ଜେକସନ ଦ୍ଵାରା କିଛି ପିଲାଙ୍କୁ ନିୟନ୍ତ୍ରଣକୁ ଆଣି ପାରୁଥିଲେ,ତଥାପି ସମୂହ ଚିକିତ୍ସା ପାଇଁ ପାହାଡ ତଳେ ଥିବା ଡ଼ାକ୍ତର ଖାନା ନ ଗଲେ ଚିକିତ୍ସା ସମ୍ଭବ ନୁହେଁ ବୋଲି ଜଣାଇଲେ। ଗାଆଁ ମୁଖିଆ ଓ ଗାଁଲୋକ ଜାଣି ପାରିଲେ ରୋଗ ଭଲ ହେବା ମାର୍ଗ।ରୋଗ ବ୍ୟାପି ଥିବା ଜୀବାଣୁ ବିଷୟରେ ଡାକ୍ତର ବୁଝାଇ ତାହାର ପ୍ରତିକାର କଣ କହିଥିଲେ। ଉପସ୍ଥିତ ଆଦିବାସୀ ମାନେ ତାଙ୍କ କଥା ମାନି ସେ ସବୁ ନିୟମ ମାନିଲେ। ଓ ଗୁରୁତରରୋଗୀଙ୍କୁ ଖଟିଆରେ ବୋହି ପାହାଡ ତଳ ଡାକ୍ତର ଖାନାକୁ ନେଇ ଚିକିତ୍ସା କରାଇଲେ।ମୁଖିଆ ବି ସାଥିରେରହି ଏ ସବୁ ତଦାରଖ କରୁଥିଲେ। କାଳକ୍ରମେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଯାଇ ଥିଲା। ଗାଆଁରେ ଆନନ୍ଦ ଖେଳି ଯାଇଥିଲା।ଏବଂ ବୃଥାରେ ମଣିଷ ବଳି ପଡ଼ି ଥାନ୍ତା ସେଥିରୁ ଜଣେ ମଣିଷ ବଞ୍ଚି ଗଲା ବୋଲି ଗାଆଁରେ ଆହୁରି ଖୁସି ପ୍ରବଳ ହୋଇଥିଲା।କିନ୍ତୁ ଦେହୁରୀର ବାଣୀରଖି ନ ଥିବା ଆଦିବାସୀଙ୍କୁ ଠାକୁରାଣୀ କୋପେଇ ଆହୁରି ହଇରାଣ କରିବେ ବୋଲି ସେ ଚେତାଇ ଦେଉଥିଲା ବେଳେ।ମୁଖିଆ ଠାକୁରାଣୀଙ୍କୁ ସମ୍ମାନ ଜଣାଇ କହିଥିଲେ ଆମ ଇଷ୍ଟ ମା ମଣିଷ ବଳି ଚାହୁଁ ନ ଥିଲେ।ସେ ଦେହୁରୀକୁ ନିଶ୍ଚେ ସପନେଇଇଥିଲେ ବଳି ପାଇଁ।ସେ ବଳି ମଣିଷ ବଳି ନୁହେଁ। ମା କେବେ ନିଜ ସନ୍ତାନଙ୍କ ବଳି ସ୍ଵୀକାର କରେନାହିଁ। ସେ ଚାହୁଁ ଥିଲା ଆମ ଅନ୍ଧବିଶ୍ୱାସର ବଳି। ସହରର ବାବୁ ମାନେ ଆମ ଆଖି ଖୋଲି ଦେଇଥିଲେ। ଦୋରା ଆଜ୍ଞା ଆମ ଭବିଷ୍ୟତ ପାଇଁ ମାଙ୍କ ଦେବଦୂତ ହୋଇ ଆସିଥିଲେ।ତେଣୁ ଆମ ପିଲା ଓ ଆମ ପ୍ରଗତି ଦୋରା ଆଜ୍ଞାଙ୍କ ଭଳି ଭଦ୍ର ଉଦାର ଶିଳ ବ୍ୟକ୍ତିଙ୍କ ସହଯୋଗରେ ଅଗ୍ରଗାମୀ ହୋଇ ପାରିବ। ସରକାରୀ ସାହାଯ୍ୟ ଯାହା ଆମ ପାଇଁ ଅପହଞ୍ଚ ସେ ସବୁ ଏଣିକି ଉପଲବ୍ଧ ହେବ। ଆମ ଛୁଆ ପଢ଼ିବେ, ଲେଖିବେ, ଭଲ ପିନ୍ଧିବେ ଆଗକୁ ବଢ଼ିବେ।କୁସଂସ୍କାର ଓ ଅନ୍ଧ ବିଶ୍ୱାସ ଦୂରେଇ ଜୀବନ ଅତିବାହିତ କରିବେ।


ଅନାଦୃତ ଅଞ୍ଚଳର ସଭ୍ୟତାର ଉଥାପନ୍ ଓ ସତ୍ ମାର୍ଗ ଦେଖାଇଥିବା ଦୋରା ସାର୍ ଓ ଡାକ୍ତର ବାବୁ ଦୁହିଁଙ୍କୁ ସ୍ଵାଧୀନତା ଦିବସ ପାଳନ ଅବସରରେ ଜିଲ୍ଲାପାଳଙ୍କ ଦ୍ଵାରା କୁସଂସ୍କାର ଓ ଅନ୍ଧବିଶ୍ୱାସ ଦୂରୀକରଣ କାମ ଭଳି ମହତ୍ କାର୍ଯ୍ୟ ତୁଲାଇ ଥିବା ଯୋଗୁଁ ପୁରସ୍କୃତ କରାଯାଇଥିଲା।


Rate this content
Log in

More oriya story from Pratap Chandra Mishra

Similar oriya story from Inspirational