Saudamini Tripathy

Drama

4  

Saudamini Tripathy

Drama

ଅନାଥ

ଅନାଥ

4 mins
174



 ନନ୍ଦିନୀ ଦେବୀଙ୍କର ସ୍କୁଲର ଗ୍ରୀଷ୍ମ ଛୁଟି ହୋଇଥାଏ, ଲମ୍ବା ଦେଢ଼ ମାସ ଛୁଟି l ରଜ ପରେ ସ୍କୁଲ ଖୋଲିବ l ହେଲେ ଯେତେବେଳେ ଖାଲି ଖାଲି ଲାଗୁଥାଏ ସମୟ ବିତାଇବା ପାଇଁ ବେଳେବେଳେ ମଝିରେ ମଝିରେ ନନ୍ଦିନୀ ଦେବୀ ଘର ଠାରୁ ଅନତି ଦୂରରେ ଥିବା ଅନାଥାଶ୍ରମକୁ ଯାଆନ୍ତି l ସେଠାରେ ପିଲାମାନଙ୍କ ସହ କିଛି ସମୟ ବିତାଇ ସେମାନଙ୍କର ହାଲଚାଲ ଖବର ବୁଝି ଆସନ୍ତି l ଅନାଥାଶ୍ରମ ଖର୍ଚ୍ଚ ପାଇଁ ମଧ୍ୟ କିଛି ପଇସା ପତ୍ର ଦାନ କରିଥାନ୍ତି l ପରେ ବୃଦ୍ଧାଶ୍ରମ ଖୋଲି ସେଠାରେ ମଧ୍ୟ ନିଜର ଯଥାଯୋଗ୍ୟ ସମୟ ଓ ପଇସା ଦାନ ଧର୍ମ କରିଥାନ୍ତି l

        ସେଦିନ ସକାଳୁ ଉଠି ନିତ୍ୟ କର୍ମ ସାରି ରନ୍ଧା ରନ୍ଧି କରୁଥାନ୍ତି l ପୁଅ ଚିଠି ଦେଇଛି ଦୀର୍ଘ ଛଅ ମାସ ପରେ ଘରକୁ ଆସିବ ବୋଲି l ତେବେ ସେ ରୋଷେଇ କାମରେ ଲାଗିଥିବା ବେଳେ ହଠାତ୍ ଘରର ବେଲ ବାଜି ଉଠିଲା ନନ୍ଦିନୀ ଦେବୀ ତରତର ହୋଇ ପୁଅ ଆସିଛି ବୋଲି ଘର ଦରଜା ଖୋଲୁ ଖୋଲୁ ତାଙ୍କର ମୁହଁର ଖୁସି ଉଡିଗଲା l ଆଶ୍ଚର୍ଯ୍ୟ ଚକିତ ହୋଇ କବାଟକୁ ଧରି ବାହାରକୁ ଚାହିଁ ରହିଲେ l

    ଅମୀୟ ଆସିଛି ଏକା ନୁହଁ ସାଙ୍ଗରେ ଜଣେ ଆଧୁନିକା ନାରୀ l ଗଳାରେ ଦୁଇ ଜଣଙ୍କର ଫୁଲର ହାର ଲମ୍ବିଛି l ଦୁଇଟି ଟ୍ରଲି ବ୍ୟାଗ ହାତରେ ଧରି ସମାନ ହୋଇ ଘର ମୁଖା ହୋଇ ଛିଡ଼ା ହୋଇଛନ୍ତି l କିଛି ସମୟ ଦେଖିଲା ପରେ ନନ୍ଦିନୀ ଦେବୀ କହିଲେ ଠିଆ ହୋଇ ରହି ଥାଅ,ମୁଁ ଆସୁଛି l ଅମୀୟ ଓ ତାର ସ୍ତ୍ରୀ କିଛି ବୁଝି ପାରିଲେ ନାହିଁ l କିଛି ସମୟ ପରେ ଗୋଟିଏ ଥାଳିରେ ଦୀପ ଜାଳି ଫୁଲ ଅରୁଆ ଚାଉଳ ଚନ୍ଦନ ସିନ୍ଦୁର ଆଣି ଦୁହିଁଙ୍କ ମୁଣ୍ଡରେ ଲଗାଇ ଆରତୀ କରି ଘର ଭିତରକୁ ନେଲେ ନିର୍ବିକାର ଭାବରେ l


      ପରଦିନ ସକାଳୁ ଅମୀୟ ଅଫିସ ବାହାରିଲା ନିତ୍ୟ କର୍ମ ସାରି l ଦଶ ପନ୍ଦର କିଲୋମିଟର ଦୂରରେ ତାର ନୂଆ ଅଫିସରେ ଜଏନ୍ କଲା l ସେଥିପାଇଁ ଲକ୍ଷ୍ନୌରୁ ବଦଳି ହୋଇ ଆସିବା ବେଳେ କଲେଜ ସାଙ୍ଗ ମମତାକୁ କୋର୍ଟ ମ୍ୟାରେଜ କରି ସାଙ୍ଗରେ ନେଇ ଆସିଥିଲା l ନନ୍ଦିନୀ ଦେବୀଙ୍କର କିଛି କମ୍ପ୍ଲେନ୍ ନ ଥିଲା l ସକାଳୁ ଉଠି ଯେପରି ନିତ୍ୟ ନୈମିତ୍ତିକ କାର୍ଯ୍ୟ ପରି ଘରର ରୋଷେଇ ବାସ ସବୁ କାମ କରି ନେଉଥିଲେ l


      ସପ୍ତାହ ଦୁଇ ସପ୍ତାହ ଭିତରେ ବୋହୂ ମମତା ରାଣୀଙ୍କର ମନରେ ଓ ବ୍ୟବହାରରେ କିଛି ପ୍ରତିକ୍ରିୟା ହେଲା l ଅଫିସରୁ ଫେରିଲା ବେଳକୁ କାନ୍ଦି ବୋବେଇ ଅମୀୟ ବାବୁଙ୍କୁ ବହୁତ କିଛି ଲଗାଇ ଜୁଟାଇ ଖରାପ କରି କହୁଥିଲେ l ତୁମ ମା ମତେ ବହୁତ ହଇରାଣ କରୁଛନ୍ତି l ଶାନ୍ତିରେ ବସେଇ ଉଠେଇ ଦେଉ ନାହାନ୍ତି l ସବୁ ବେଳେ ଖାଲି କାମ କାମ l କାମ କରି କରି ନାକେଦମ୍, ହେଲେ ଶାନ୍ତି ନାହିଁ l ଏମିତି ପ୍ରାୟ ସବୁଦିନ ସନ୍ଧ୍ୟା ବେଳେ ଅଫିସ ରୁ ଫେରିଲା ବେଳେ ଆଠ ଦଶ ଦିନ ଚାଲିଲା l ଶେଷକୁ କହିଲେ ତୁମ ମାଆ ରହିବେ ନ ହେଲେ ମୁଁ ରହିବି l ଏକା ଜିଦରେ ଅଡି ବସିଲେ l ଅମୀୟ ବାବୁ ନିରୁପାୟ l


    ହେଲେ ଅମୀୟ ବାବୁ ଆଉ ସମ୍ଭାଳି ନ ପାରି ପର ଦିନ ସକାଳୁ ରୋଷେଇ କରୁଥିବା ବେଳେ ମା ପାଖକୁ ଯାଇ କହିଲେ, ତୋର ଲୁଗା ପଟା ବାକ୍ସରେ ବାନ୍ଧ, ଯିବା l କିଛି ଉତ୍ତର ନ ଦେଇ ନନ୍ଦିନୀ ଦେବୀ ବ୍ୟାଗ ଓ ବାକ୍ସ ଧରି ଆସି ପହଞ୍ଚି ଗଲେ l ଗାଡିରେ ଧରି ଅମୀୟ ବାବୁ ଅନତି ଦୂରରେ ଥିବା ବୃଦ୍ଧାଶ୍ରମ ପାଖରେ ଗାଡି ରଖିଲେ l ନନ୍ଦିନୀ ଦେବୀ ବ୍ୟାଗ ଓ ବାକ୍ସ ଧରି ଆଗ ଓହ୍ଲାଇ ପଡି ଆଶ୍ରମ ଭିତରକୁ ଚାଲିଗଲେ l


       କାର ପାର୍କିଂ କରି ପାଞ୍ଚ ମିନିଟ ପରେ ଗେଟ୍ ପାଖକୁ ଆସି ପହଁଞ୍ଚିବା ବେଳକୁ ଭିତରୁ ଆଶ୍ରମ ରଖୁଆଳି ବୁଢ଼ା ଲୋକ ଯେ ଦୀର୍ଘ ଦିନ ହେଲା ଆଶ୍ରମର ଦେଖା ରଖା କରୁଛି ,ଦୌଡ଼ି ଆସି ଅମୀୟ ବାବୁଙ୍କୁ ପଚାରି ଜାଣିଲା ଯେ ନନ୍ଦିନୀ ଦେବୀଙ୍କୁ ଆଶ୍ରମରେ ସେ ଛାଡିବାକୁ ଆସିଛନ୍ତି ବୋଲି l ସେ ତାଙ୍କର ପୁଅ l ନରେଶ ଜଗୁଆଳି ଏହି କଥା ଶୁଣିବା ପରେ ହଠାତ୍ କହି ଦେଲା ଅନାଥ ଆଶ୍ରମ ଓ ବୃଦ୍ଧାଶ୍ରମକୁ ଗଢି ଥିବା ସ୍ତ୍ରୀ ଲୋକ ଆଜି ବୃଦ୍ଧାଶ୍ରମକୁ ନିଜେ ରହିବାକୁ ଆସିଛନ୍ତି l ଅମୀୟ ବାବୁ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲେ l କହିଲେ କାହା କଥା କହୁଛ ? ନରେଶ କହିଲା କେତେ ଅନାଥ ପିଲାଙ୍କର ଜୀବନ ରକ୍ଷା କରିଛନ୍ତି ଏହି ମା l ଆଉ ବୃଦ୍ଧାଶ୍ରମ ବି ସ୍ଥାପନ କରି ତାଙ୍କର ଭଲମନ୍ଦ ପ୍ରତି ମାସରେ ବୁଝି ସେମାନଙ୍କୁ ସମୟ ଦେଇ ଖୁସି କରାଇ ଥାଆନ୍ତି ଏହି ମା l ଏହି ବୃଦ୍ଧ ମାନଙ୍କର ସପରିବାର ଯୋଗ୍ୟ ପୁଅବୋହୂ ଥିଲେ ବି ଏଠାରେ ଆଣି ଛାଡି ଦେଇ ଯାଆନ୍ତି ,ବୁଢାବୁଢୀ ବେଳେ ସେମାନଙ୍କର ଦାୟିତ୍ଵ ନେବାକୁ ପଡ଼ିବ ବୋଲି l ଏ ଅନାଥ ପିଲାମାନଙ୍କୁ କେତେକଙ୍କର ଜୀବନ ସେ ସମ୍ଭାଳିଛନ୍ତି ଭଲ ଜାଗାରେ ଥଇଥାନ କରାଇ l ତୁମ କଥା ତୁମେ ଜାଣିନ?ତୁମେ ବି ତିନି ବର୍ଷ ବେଳେ ଏହି ଆଶ୍ରମରେ ରହୁଥିବା ବେଳେ ସେ ମା ନେଇ ପାଳି ପୋଷି ବଡ କଲେ, ଆଜି ତୁମେ ତାଙ୍କୁ ବୃଦ୍ଧାଶ୍ରମରେ ଛାଡିବାକୁ ଆସିଛ l ସେ ଜଣେ ଅବିବାହିତା ସ୍ତ୍ରୀ ଲୋକ l ସେ ବି ଗୋଟିଏ ପରିବାରରେ ଚାରୋଟି ପୁଅ ଓ ଦୁଇଟି ଝିଅ ଥିବାର ବାପାମାଆ ବୁଢ଼ାବୁଢ଼ୀଙ୍କୁ ଦେଖା ରଖା କରିବା ପରେ ଏହି ଆଶ୍ରମ ଖୋଲି ତାଙ୍କୁ ରଖି ,ଏଭଳି ଅବସ୍ଥାରେ ଆଶ୍ରମକୁ ପହଞ୍ଚାଇଛନ୍ତି l ଚାରି ପୁଅ ଓ ଦୁଇ ଝିଅ କେହି ତାଙ୍କୁ ପଚାରି ନ ଥିଲେ l ସେ ସ୍ନେହରେ ବୁଢାବୁଢୀଙ୍କୁ ପାଖରେ ରଖି ତା ପରେ ବୃଦ୍ଧାଶ୍ରମକୁ ସମୟ ଦେଇ ଗଢିଲେ l ଆଜି ତାଙ୍କୁ ପୁଣି ବୃଦ୍ଧାଶ୍ରମ ଆସିବାକୁ ପଡୁଛି l ସେହି ଅନାଥ ପିଲା ତୁମେ ବଡ ହୋଇ ତାଙ୍କୁ ଆଣିଛ ତାଙ୍କ ଘରୁ ବାହାର କରି ବୃଦ୍ଧାଶ୍ରମ ରେ ଛାଡିବାକୁ l ଏହା ଶୁଣି ଅମୀୟ ବାବୁ ଦୌଡ଼ି ଯାଇ ମା'ର ଗୋଡ ଧରି ଭୋ ଭୋ କାନ୍ଦି ଥିଲେ ନିଜର ଭୁଲ୍ ବୁଝି ପାରି l ଆଉ ମାଆଙ୍କୁ ଘରକୁ ଫେରାଇ ନେଇ ଥିଲେ ଆଶ୍ରମରୁ l ଘରେ ପହଁଞ୍ଚିବା ପରେ ସ୍ତ୍ରୀ କିଛି କହିବା ପୂର୍ବରୁ ତାକୁ କହିଲେ ମୁଁ ବଡ଼ ଭୁଲ୍ କରିଥିଲି ଗୋଟିଏ ପକ୍ଷରୁ ଶୁଣି ମା କୁ ବୃଦ୍ଧାଶ୍ରମରେ ଛାଡିବି ଆଉ ଘରେ ଶାନ୍ତି ରକ୍ଷା କରିବି ବୋଲି, ଏ ଭଳି ଶହ ଶହ ପ୍ରାଣକୁ ଥଇଥାନ କରୁଥିବା ପ୍ରାଣ କେବେ ଏ ଭଳି ଖରାପ ବ୍ୟବହାର କରି ନ ପାରେ ମହାତୀ ହୃଦୟ ମାଆର l ସେ ଭଗବତୀ ନାରାୟଣୀ, ତୁମର ଯଦି ଚଳି ପାରିବ ନାହିଁ ଆମ ଘରେ ଅଲଗା ରହି ଖୁସିରେ ରହିବ ତେବେ ଚାଲି ଯାଇ ପାର l ମୋର କିଛି ଆପତ୍ତି ନାହିଁ l ମମତା ରାଣୀ ନିଜର ଭୁଲ୍ ବୁଝି ପାରି ଶାଶୁ ନନ୍ଦିନୀ ଦେବୀଙ୍କ ପାଦ ତଳେ ପଡି ଭୁଲ୍ ମାଗି ମିଳି ମିଶି ଖୁସିରେ ରହିଲେ l



Rate this content
Log in

Similar oriya story from Drama