Pranati Mahapatra

Children

3  

Pranati Mahapatra

Children

ଅମର ସହୀଦ ଖୁଦୀରାମ

ଅମର ସହୀଦ ଖୁଦୀରାମ

3 mins
120



ଆଜି ବି ଭାବିଲେ ଲୋମ ଟାଙ୍କୁରି ଉଠେ ସେ ସମୟର ବୀର ବାଳକ ଖୁଦୀରାମଙ୍କ କଥା । ସମଗ୍ର ଭାରତୀୟ ମାନଙ୍କ ପାଇଁ ପ୍ରେରଣା ହୋଇ ରହିଗଲେ । ୧୮୮୯ ମସିହା ୩ ଡିସେମ୍ବରରେ ପଶ୍ଚିମ ବଙ୍ଗର ମେଦିନାପୁରଠାରେ ହବିବପୁର ଗାଁରେ ଖୁଦିରାମ ଜନ୍ମ ଗ୍ରହଣ କରିଥିଲେ । ସେ ଛୋଟ ଥିବା ବେଳେ ତାଙ୍କର ବାପା ମାଙ୍କର ମୃତ୍ୟୁ ହୋଇଥିଲା । ଖୁଦିରାମକୁ ତାଙ୍କ ଭାଇ ଓ ଭଉଣୀ ଲାଳନ ପାଳନ କରିଥିଲେ ।ତାଙ୍କ ପିତାଙ୍କ ନାଁ ତ୍ରଲୌକ୍ୟ ନାଥ ବୋଷ ଓ ମା' ଙ୍କ ନାମ ଥିଲା ଲକ୍ଷ୍ମୀପ୍ରିୟା ଦେବୀ । ୧୯୦୫ ବଙ୍ଗଳା ବିଭାଜନ ପରେ ଖୁଦିରାମ ବୋଷ ଦେଶ ସ୍ୱଧୀନତା ପାଇଁ ଆନ୍ଦୋଳନରେ ଯୋଗଦେଇଥିଲେ । ସତ୍ୟନ ବୋଷଙ୍କ ନେତୃତ୍ୱରେ ଖୁଦିରାମ ନିଜ ବୈପ୍ଳବିକ ଜୀବନ ଆରମ୍ଭ କରିଥିଲେ । ପିଲାଦିନରୁ ହିଁ ସେ ରାଜନୈତିକ କାର୍ଯ୍ୟରେ ଭାଗ ନେବା ଆରମ୍ଭ କରିଥିଲେ । ନବମ ଶ୍ରେଣୀରୁ ପାଠପଢା ଛାଡ଼ି ସେ ବିପ୍ଳବୀ ଦଳରେ ସାମିଲ ହୋଇଥିଲେ । ଅନେକ ଥର ଖୁଦୀରାମ ଲୋକମାନଙ୍କୁ ଏକତ୍ରିତ କରି କିପରି ଭାବରେ ଦେଶ ସ୍ୱାଧିନତା ପାଇବ ସେନେଇ ଅନେକ ସଭାସମିତି କରିଛନ୍ତି । ୨୮ ଫେବୃଆରୀ ୧୯୦୬ ରେ ସେ ପ୍ରଥମଥର ଗିରଫ ହୋଇଥିଲେ ହେଲେ ବୟସ କମ୍ ଥିବାରୁ ତାଙ୍କୁ ଜେଲରୁ ଛଡାଯାଇଥିଲା । ହେଲେ ଏଥିରେ ଭୟବିତ ହୋଇ ପଛଘୁଞ୍ଚା ଦେଇ ନଥିଲେ । ମନରେ ଥିବା ଦେଶ ପାଇଁ ଭକ୍ତି ଓ ସ୍ୱାଧୀନତାର ଆଶା ତାଙ୍କ ରାସ୍ତାରେ ଆସୁଥିବା ସମସ୍ତ ବାଧାକୁ ପାର୍ କରିବାର ବାଟ ଖୋଲୁଥିଲା । ବନ୍ଦେ ମାତରମ୍ ଲିଖିତ ପାମ୍ପଲେଟ୍ ବଣ୍ଟନ କରିବା ଆରମ୍ଭ କରିଥିଲେ । ୧୯୦୬ ମସିହାରେ ଏକ ପ୍ରଦର୍ଶନୀରେ 'ସୋନାର ବଙ୍ଗଳା'ର କପି ବଣ୍ଟନ କରୁଥିବାବେଳେ ଜଣେ ପୋଲିସ ତାଙ୍କୁ ଧରିବାକୁ ଚେଷ୍ଟା କରୁଥିବା ବେଳେ ଖୁଦିରାମ ବୋଷ ତାଙ୍କୁ ମାରି ପଳାଇ ଯାଇଥିଲେ । ପରେ ବ୍ରିଟିଶ୍‌ ସରକାରଙ୍କ ତରଫରୁ ଖୁଦିରାମ ବୋଷଙ୍କୁ ଦେଶଦ୍ରୋହ ମାମଲାରେ ଗିରଫ କରାଯାଇ ତାଙ୍କ ବିରୋଧରେ ମକଦମା ଆରମ୍ଭ କରାଯାଇଥିଲା କିନ୍ତୁ ପ୍ରମାଣ ଅଭାବରୁ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିଲା ।

ଯେଉଁ ବୟସରେ ପିଲାମାନେ ପାଠପଢା ,ଖେଳିବା ଓ ବୁଲିବା ବିଷୟରେ ଚିନ୍ତା କରନ୍ତି । ସେହି ବୟସରୁ ହିଁ ଖୁଦୀରାମ ଭାରତର ସ୍ୱାଧିନତା ଲାଗି ସ୍ୱପ୍ନ ଦେଖିବା ଆରମ୍ଭ କରିଥିଲେ। ଭାରତର ସ୍ୱାଧିନତା ଲାଗି ଖୁଦିରାମ ବୋଷ ଦେଶର ପ୍ରଥମ ବାଳକ ଯିଏକି ଏତେ କମ ବର୍ଷ ବୟସରେ ଦେଶ ଲାଗି ଫାଶିପାଇଥିଲେ । ତେବେ ତାଙ୍କର ମୃତ୍ୟୁ ଦେଶ ଲାଗି ସ୍ୱାଧିନତା ସଂଗ୍ରାମକୁ ଆହୁରି ଉତ୍ତେଜିତ କରିଥିଲା ।

୧୯୦୫ ମସିହାରେ ବଙ୍ଗଳା ବିଭାଜନ ସମୟରେ ଲୋକମାନେ ରାସ୍ତାକୁ ଓହ୍ଲାଇ ଏହାକୁ ତୀବ୍ର ବିରୋଧ କରିଥିଲେ । ଇଂରେଜ ସରକାର ବିରୁଦ୍ଧରେ ଆନ୍ଦୋଳନ କରିଥିଲେ । ଏହି ଆନ୍ଦୋଳନରେ ଭାଗ ନେଇଥିବା ବିପ୍ଳବୀମାନଙ୍କୁ ମାଜିଷ୍ଟ୍ରେଟ୍ କିଙ୍ଗସଫୋର୍ଡ ଅତ୍ୟନ୍ତ ନିଷ୍ଠୁର ଦଣ୍ଡ ଦେଇଥିଲେ । ଯାହା ପରେ କିଙ୍ଗସଫୋର୍ଡ ପଦୋନ୍ନତି ହୋଇଥିଲା । କିଙ୍ଗସଫୋର୍ଡ ଦ୍ୱାରା ଭାରତୀୟଙ୍କ ଉପରେ ଅତ୍ୟାଚାରର ଦିନକୁ ଦିନ ବଢିବାରେ ଲାଗିଥିଲା । ପ୍ରତିଷୋଧ ନେବା ପାଇଁ ନିଷ୍ପତ୍ତି ନିଆଗଲା । ଖୁଦିରାମ ବୋଷ ଏବଂ ପ୍ରଫୁଲ୍ଲ ଚାକି କିଙ୍ଗସଫୋର୍ଡକୁ ହତ୍ୟା କରିବା ପାଇଁ ନିଷ୍ପତ୍ତି ନେଲେ ।

ଖୁଦିରାମ ବୋଷ ଏବଂ ପ୍ରଫୁଲ୍ଲା ଚାକି କିଙ୍ଗସଫୋର୍ଡର ଗାଡ଼ି ଭାବି ଭୁଲ ଗାଡି଼ ଉପରକୁ ବୋମା ପକାଇଥିଲେ । ଯେଉଁ ଗାଡି଼ରେ ଥିଲେ କେନେଡିଙ୍କ ପରିବାର ଯିଏ ଭାରତୀୟ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ସହାନୁଭୂତି ଦେଖାଉଥିଲେ । ଏହି ବିସ୍ଫୋରଣରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିଲା । ସେହି ସମୟରେ ପ୍ରଫୁଲ୍ଲା ଚାକି ନିଜକୁ ଗୁଳି ମାରିଥିଲେ ଓ ୧୮ ବର୍ଷର ବାଳକଟି କିଛି ବୁଝି ନ ପାରି ଜୋରରେ ଦୈାଡିବା ଆରମ୍ଭ କରିଦେଇଥିଲା । ପ୍ରାୟ ୨୫ କିଲୋମିଟର ବାଟ ଖୁଦିରାମ ଦୈାଡିବାରେ ହିଁ ଲାଗିଥିଲେ । ଶେଷରେ ପୁଲିସ୍ ତାଙ୍କୁ ପୁସା ରୋଡ ଷ୍ଟେସନ ନିକଟରେ ଧରିଥିଲା । ପରେ ତାଙ୍କ ଉପରେ ହତ୍ୟା ଭଳି ସଙ୍ଗୀନ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା ହେଲେ ମାତ୍ର ୫ ଦିନରେ ମଧ୍ୟରେ ଫଇସଲା ନେଇଥିଲା ବ୍ରିଟିଶ୍‌ ସରକାର । ସେହି ବର୍ଷ ଜୁନ ୮ରେ ବ୍ରିଟିଶ୍‌ କୋର୍ଟ ପକ୍ଷରୁ ଫାଶି ନିର୍ଦ୍ଦେଶ ଦିଆଯାଇଥିଲା । ଆଉ ୧୩ ଜୁଲାଇରେ ସେ ଦେଶମାତୃକା ପାଇଁ ଝୁଲି ପଡ଼ିଥିଲେ ଫାଶି ଖୁଣ୍ଟିରେ । ହେଲେ ତାଙ୍କ ବୈପ୍ଲବିକ ଆଦର୍ଶ ସବୁଦିନ ପାଇଁ ଅମର ହୋଇଗଲା ।

ଯେଉଁ ବୟସରେ ଖେଳିବା ଓ ବୁଲିବା କଥା ସେ ସମୟରେ ସାଙ୍ଗରେ ଗୀତା ଧରି ଫାଶିପାଇଥିଲେ । ଫାଶୀ ପାଇଲେ ସତ କିନ୍ତୁ ଦେଶ ପାଇଁ ଯେଉଁ ବଳୀ ଦେଇଗଲେ ତାଙ୍କୁ ଏବେବି ସାରା ଦେଶର ଲୋକମାନେ ଝୁରୁଛନ୍ତି ।

୧୩ ଜୁଲାଇ ୧୯୦୮ ରେ ତାଙ୍କୁ ଫାଶୀ ଦଣ୍ଡାଦେଶ ଦେଇ ପ୍ରଶ୍ନ କରିଥିଲେ ଜଜ୍ ,ସଜ୍ଜାର ମାନେ କିଛି ବୁଝିଛ ଖୁଦୀରାମ । ଜୋରରେ ହସି ଉଠିଲେ ସେ ,ଆଉ କହିଲେ କି ମୁଁ ସବୁ ବୁଝିଛି । ମୋ ଓକିଲ କହୁଛନ୍ତି ମୁଁ ବହୁତ ଛୋଟ ବୋଲି , ବମ୍ ତିଆରି କରିବା ମୋତେ ଜଣା ନାହିଁ । ଆପଣ ମୋତେ କିଛି ସମୟ ଦିଅନ୍ତୁ, ବୋମା କିଭଳି ତିଆରି ହୁଏ ସେ କୌଶଳ ଆପଣଙ୍କୁ ଶିଖେଇ ଦେବି । 

 ଭାରତୀୟ ସ୍ବାଧୀନତା ସଂଗ୍ରାମରେ ବିହାରର ମୁଜାଫରପୁରର ମାଟି ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଯେଉଁଠି ମାତ୍ର ୧୮ ବର୍ଷ ବୟସରେ ସ୍ବାଧୀନତା ସଂଗ୍ରାମ ନିଆଁରେ ନିଜକୁ ଝାସ ଦେଇଥିଲେ ଶହୀଦ ଖୁଦୀରାମ ବୋଷ । ଖୁଦୀରାମଙ୍କ ନିର୍ଭୀକତା ଓ ବୀରତ୍ବକୁ ଦେଖି ବ୍ରିଟିଶମାନେ ଏତେ ଭୟଭୀତ ହୋଇଯାଇଥିଲେ ଯେ ଶେଷରେ ତାଙ୍କୁ ଝୁଲାଇଥିଲେ ଫାଶୀ ଖୁଣ୍ଟରେ ।

ବୀର ସାହସୀ ବାଳକ ଖୁଦୀରାମ ସିନା ସହୀଦ ହୋଇଗଲେ, ଜାଳି ଦେଇଗଲେ ସବୁରି ମନରେ ସ୍ବାଧୀନତା ପ୍ରାପ୍ତିର ଲକ୍ଷ୍ୟକୁ । ସର୍ବଦା ସ୍ମରଣୀୟ ରହିବେ ଭାରତୀୟଙ୍କ ହୃଦୟରେ ।ପ୍ରଣାମ ହେ ବୀର ପୁରୁଷ ।



Rate this content
Log in

Similar oriya story from Children