Suvram Prusty

Abstract Classics Thriller

3  

Suvram Prusty

Abstract Classics Thriller

ଅଜଣା ମଣିଷ

ଅଜଣା ମଣିଷ

2 mins
159


ଅଚିହ୍ନା ଜାଗାରେ ଅଜଣା ମଣିଷଟିଏ । ନିଜର ପରିଚ଼ୟ କ'ଣ ସେ କେବେ ଶୁଣିନି । ନିଜର ଲୋକଟେକୁ ସେ କେବେ ଦେଖିନି। ବୟଷ ପ୍ରାୟ ଅର୍ଦ୍ଧଶତକ ରେ ପାଦ ଥାପି ସାରିଲାଣି । କେଶକୁ ଧିରେ ଧିରେ ରୂପେଲୀ ରଙ୍ଗ ଛୁଇଁଲାଣି । ଶରୀର ଅକ୍ଷମତା ଦିଗକୁ ଅଗ୍ରସର । ଏ ଅଜଣା ଦୁନିଆରେ ସେ ନିଜକୁ ସବୁବେଳେ ଖୋଜି ବୁଲୁଥାଏ ଆଉ ସବୁବେଳେ ନିଜକୁ ପ୍ରଶ୍ନ କରୁଥାଏ ମୁଁ କିଏ ? ମୁଁ କୋଉଠୁ ଆସିଛି ? ସତରେ କଣ ଏତେ ବଡ ଦୁନିଆ ରେ ମୋର କେହି ନାହାଁନ୍ତି ? ଏମିତି ବହୁତ କିଛି । ଅଜଣା ଦୁନିଆ ରେ ନିଜ ସତ୍ତା ଖୋଜୁ ଖୋଜୁ ଦିନେ BUS ରେ । ପାଖରେ ସିଟ୍ ଥାଏ ସତ ହେଲେ ବସିବାକୁ ଇଚ୍ଛା ନଥାଏ । କିନ୍ତୁ କିଛି ସମୟ ପରେ ବସିବାକୁ ପଡ଼ିଲା ନିଜ ଇଚ୍ଛାରେ ନୁହେଁ ପାଦ ଦ୍ଵୟର କଷ୍ଟ ରେ । ସିଟ୍ ରେ ବସୁ ବସୁ ଲାଗିଗଲା ଆଖି ଆସିଗଲା ସ୍ୱପ୍ନର ରାଇଜ । ଟିକେ ଶୁଣ ! କିଏ ଗୋଟେ ପଛରୁ ଡ଼ାକିଲା " ବୁଲିକି ପଛକୁ ଚାହିଁଲେ ଅଜଣା ମଣିଷ । ଆଉ ପଚାରିଲେ ମୋତେ ଡାକୁଛ । ପ୍ରତିତ୍ଵର ରେ ଶୁଭିଲା ହଁ ତୁମକୁ । ପୁର୍ନବାର ଅଜଣା ମଣିଷ ପଚାରିଲେ ତୁମେ କିଏ? ତୁମେ ମୋତେ ଚିହ୍ନିଛ? ପୁର୍ନବାର ଶୁଭିଲା ମୁଁ ତୁମ ଅତି ନିଜର ଯାହାକୁ ତୁମେ ଏତେ ଦିନ ଧରି ଖୋଜୁ ଥିଲ । "ତୁମେ କଣ ସିଏ ଯାହାକୁ ମୁଁ ଏତେ ଦିନ ଧରି ଖୋଜୁଥିଲି" ଭାବବିହ୍ଵଳ ହୋଇ ପଚାରି ଦେଲେ ଅଜଣା ମଣିଷ । ଉତ୍ତର ରେ କେବଳ "ହଁ" ହିଁ ଆସିଲା । ତା'ପରେ ବାଜିଗଲା BUS ର ହର୍ଣ୍ଣ ସହ ସ୍ଵପ୍ନ ରାଇଜର ହର୍ଣ୍ଣ । ଭାଙ୍ଗିଗଲା ନିଦ ଚାଲିଗଲା ସ୍ଵପ୍ନର ପରୀ । ସ୍ୱପ୍ନର ପରୀ ଚାଲିଗଲା ସତ କିନ୍ତୁ ଛାଡି ଦେଇଗଲା ସବୁ ପ୍ରଶ୍ନର ଉତ୍ତର, ବୁଝେଇ ଦେଇଗଲା ଜୀବନର ଅସ୍ଥିତ୍ଵ, ସିଖେଇ ଦେଇ ଗଲା ବଞ୍ଚିବାର ରାହା । ତା'ପରେ ସେ ନିଜକୁ କେବେ ଏକା ଭାବିନାହାନ୍ତି ଆଉ ସବୁବେଳେ କହି ଚାଲିଛନ୍ତି "ମୁଁ ଏକା ନୁହେଁ ନା' ନା' ମୁଁ ଏକା ନୁହେଁ ମୋର ବି କିଏ ଅଛି ନିଜର "। ସେ ମରୁଭୂମି ର ମରୀଚିକା ନଥିଲା ଥିଲା କେବଳ ଜଳ ହିଁ ଜଳ ନା ସେ ଥିଲା ଅନାମିକା , ଥିଲା କେବଳ ସ୍ୱପ୍ନର ନାୟିକା ।            


Rate this content
Log in

Similar oriya story from Abstract