sanghamitra pattnaik

Romance Tragedy

3  

sanghamitra pattnaik

Romance Tragedy

ଅଜଣା ଅତିଥି

ଅଜଣା ଅତିଥି

3 mins
374


ସେଦିନ ପୁରୀ ରୁ କଟକ ଫେରିବା ବାଟରେ ଗାଡି ପିପିଲି ପାଖ ଏକ ଛକ ରେ ରହିଲା.. ଯାତ୍ରୀ ସବୁ ଓଲ୍ହେଇଲେ ଚା ପିଇବା ପାଇଁ | ମୋ ସହ ଯାତ୍ରୀ ଜଣେ ପଚାରିଲେ ମାଡମ ଚା ପିଇବେ କି?

ଏ ପଦିଏ କଥା ମତେ ଟାଣି ନେଇ ଗଲା ମୋ ଅତୀତ ରାଏଜ କୁ ତା ସହ ଯୋଡି ହୋଇ ଥିବା ସ୍ମୃତି କୁ ହଁ ବହୁତ ସୁନ୍ଦର ସେ ସ୍ମୃତି |

ଏତେ ସୁନ୍ଦର ଯେ ଆଖିରୁ ଲୁହ ଝରିପଡ଼େ ଆପେ.

ତେବେ ମୁଁ ତାଙ୍କୁ ମନା କଲି ଚା ପିଇ ବିନି ବୋଲି..

କେତେ ଆଶ୍ଚର୍ଯ୍ୟ ସତେ, ଦିନେ ଚା ପାଗେଳୀ ଥିବା ଝିଅ ଆଜି ଚା ପାଇଁ ମନା କରି ଦଉଛି..

ସତରେ ଜୀବନ ଟା ବହୁତ ରୋମାଞ୍ଚ ଭରା, କେବେ ଖୁସି ଦେଉଥିବା ଜିନିଷ ଟା ପର ମୁହୂର୍ତ୍ତ ରେ ଦୁଃଖ ଦେବାକୁ ପଛlଇନି..

ମୋ ଜୀବନ ରେ ସେମିତି ସ୍ମୃତି ଥିଲା ତୁମେ | ମୋ ଜୀବନ ରେ ବି ଏମିତି ଜଣେ ସହ ଯାତ୍ରୀ ହୋଇ ଆସିଥିଲ କିନ୍ତୁ ପର ମୁହୂର୍ତ୍ତ ରେ ଅଜଣା ଅପରିଚିତ ମଣିଷ ପାଲଟି ଗଲ |

ତମେ ବୋଧେ ଆଜି ଖୁସି ରେ ଥିବ, ଘର ସଂସାର କରୁଥିବ, ନିଜ ସହ ଧର୍ମୀଣୀ ଅବା ନିଜ ପିଲା ଛୁଆ ଙ୍କ ସହ ହସ ଖୁସି କରି ଚା ପିଉ ଥିବ।

ହେଲେ ମୁଁ?? ତମେ ଗଲା ପରେ କେତେ ଯେ ଫଗୁଣ ବିତି ଗଲାଣି ତା ହିସାବ ମୋ ପାଖେ ନାହିଁ.. ଏକୁଟିଆ ହୋଇ କେତେ ଯାତ୍ରା କରିଲିଣି ତାର ବି ହିସାବ ମୋ ପାଖେ ନାହିଁ କି ମୁଁ ରଖିବା ଟା ଜରୁରୀ ମନେ କରିନି..

ତମେ ଶିଖାଇ ଥିବା ଫ୍ୟାସନ ସେନ୍ସ ଆଜି ଆଉ ମୋର ନାହିଁ ମୁଁ ପୁଣି ପୂର୍ବ ଭଳି ପାଗେଳୀ.. ପାଗେଳୀ, ମତେ ସେନ୍ହ ରେ ଡାକୁଥିଲ ତମେ କେତେ ଶ୍ରଦ୍ଧା ଥିଲା ସେ ଡାକରେ..

ଆଜି କିନ୍ତୁ ଦୁନିଆ ପାଇଁ ସତରେ ବୋଧେ ମୁଁ ଅର୍ଦ୍ଧ ପାଗେଳୀ..

ଏକାଠି କେତେ ଯାତ୍ରା ଆମେ ନ କରିଛେ ଭଲl ଆଉ ସବୁ ଯାତ୍ରା ରେ ସହ ଯାତ୍ରୀ ଆମର କପେ ଚା..

ପ୍ରଥମେ ପ୍ରଥମେ ତମ ସହ ଯେବେ ଭେଟ ହୋଇ ଥିଲା ସେବେ ମୁଁ ଆଦୌ ଚା ପିଉନଥିଲି ହେଲେ ତମେ ଜଣେ ଶିକ୍ଷକ ଭଳି ଚା ର ଉପକାର ବୁଝେଇ ମତେ ଚା ର ନିଶା ଲଗେଇ ଦେଲ..

ଯଦିଓ ମୁଁ ଥିଲି ଜଣେ ଅଧ୍ୟାପକ ଆଉ ତମେ ଜଣେ ଇଞ୍ଜିନିୟର..

ହା ହା କେତେ ମଜା ଦାର କଥା ନୁହେଁ ସତେ.. ଡେଲି ବସ ରେ ଯିବା ଆସିବା ରେ ଆମ ପରିଚୟ ତାପରେ ଦୋସ୍ତି ଆଉ ତାପରେ ଅଜଣା ଦୁହେଁ ଦୁହିଁଙ୍କ ପାଇଁ..

ସେତେବେଳେ ତ ଫୋନ ବି ନଥିଲା କାଶ ଥାନ୍ତା, ମୁଁ ବି ତମ ଘର ଅଡ୍ରେସ କେବେ ହେଲେ ପଚାରିନି କି ତମେ ବି କେବେ କହିନ.. ଖାଲି ତମ ଷ୍ଟପେଜ ଟା ପିପିଲି ହାଟ ବଜାର ବାସ ଏତିକି ଜାଣେ।ଯୋଉଠି ଆମେ ଏକାଠି ଚା ପିଏ ଆଉ ତମେ ତମ ବାଟରେ ଆଉ ମୁଁ ମୋ ଲକ୍ଷ୍ୟ ସ୍ଥଳ କୁ।

କିନ୍ତୁ କୋଉ ଗାଁ କଣ ସବୁ ମୋ ପାଇଁ ଅଜଣା |ତମକୁ ତ ମୋ ଘର ଅଡ୍ରେସ ଦେଇଥିଲି ତମେ ତ ମତେ ଖୋଜି ଆସି ପାରିଥାନ୍ତ ହେଲେ !

ପ୍ରଥମ କରି ଯେବେ ଆସିଲନି ସେବେ ଭାବିଲି କିଛି ଅସୁବିଧା ଥିବ ହେଲେ ଲାଗ ଲାଗ ଯେବେ ଆସିଲନି କଣ୍ଡକଟର ଠୁ ଜାଣି ବାକୁ ପାଇଲି ତମର କାଳେ ଟ୍ରାନ୍ସଫର ହେଇ ଯାଇଚି ଦୂର ଜାଗା କୁ |

ଉଃ ! ମନ ଟା ଭଲ ଲାଗିଲାନି, ମନେ ମନେ ଗାଳି ଦେଲି. ଅନ୍ତତଃ ମତେ କହି ତ ପାରି ଥାନ୍ତ ..କିଛି ମାସ ପରେ ମୋର ବି ନୂଆ ଚାକିରୀ ହେଇଗଲା କେତେ ସହଯାତ୍ରୀ ଆସିଛନ୍ତି ଜୀବନ ରେ ହେଲେ କେହି ବି ତମ ଭଳି ନୁହେଁ କି ମୁଁ ବି କାହା ସହ ଏତେ ମିଶି ବାକୁ ଚାହିଁନି,

କିନ୍ତୁ ଆଜି ବି ମନ ଭିତରେ ତମକୁ ଖୋଜୁଛି,ବସ ରେ ଗଲା ବେଳେ ସବୁ ରାସ୍ତା ଗଳି ସବୁ ଆଡେ ଖୋଜେ ବସ ରେ ଚଢ଼ୁ ଥିବା ପ୍ରତେକ ଯାତ୍ରୀ ଙ୍କୁ ଅନାଏ କାଳେ ତମେ ଆସିବ?

ଆଜି ଏତେ ଦିନ ପରେ ଏ ରାସ୍ତା ଦେଇ ଯାଉଛି କିନ୍ତୁ ଏବେ ମୋ ଆଖି ଅବସ ଆଉ ହଜେଇ ବାର ନାହିଁ କି ଖୋଜିବା ର କଷ୍ଟ କରିବାର ନାହିଁ |

ଭଗବାନ କରନ୍ତୁ ତମେ ଖୁବ ଭଲ ରେ ଥାଅ ଯୋଉଠି ବି ଥାଅ ଖୁସି ରେ ଥାଅ..

ଆମ ଭିତର ସମ୍ପର୍କ ଟା କଣ ଥିଲା କେଜାଣି କିନ୍ତୁ ଯାହା ବି ଥିଲା ଖୁବ ସୁନ୍ଦର ଥିଲା ଚିର ସ୍ମରଣୀୟ ବି..

                                ଇତି ତୁମ

                            


Rate this content
Log in

Similar oriya story from Romance