Akshayakumar Dash

Action Fantasy Inspirational

4.5  

Akshayakumar Dash

Action Fantasy Inspirational

ଅହଂକାର

ଅହଂକାର

2 mins
214


ଜଣେ ଭିକାରୀ ରାଜଦରବାରରେ ପହଂଚି ଭିକ ମାଗିଲା ।

କହିଲା", ମତେ ଭିକ ମିଳିବକି?"

ରାଜା କହିଲେ,"କଣ ଚାଉଛ କୁହ । କି ଭିକ ମାଗୁଛ, ସୁନା, ରୂପା, କି ମୁଦ୍ରା ଜାହାଚାହିଁବ ଦିଆଯିବ ।ଏଠି କେହି ଖାଲିହାତରେ ଯାଇନାହିଁ ।

ଭିକାରୀଟି କହିଲା, ମୁଁ ଯାହା ମାଗିବି ଦେଇପାରିବ ?

ହଁ, ଯାହା ମାଗିବ ଦିଆହେବ । କୁହ ,ରାଜା କହିଲେ ।

ଭିକାରୀଟି ନିଜ ଥାଳ ଦେଖେଇ କହିଲା ,ପ୍ରତିଶୃତି ଦିଅ ରାଜା କେବଳ ଏହି ମୋର ଥାଳକୁ ଭିକ୍ଷାରେ ଭରିଦେଵ । ମତେ ମାଟିବି ଦେଲେ ମୁଁ ଥାଳ ଭର୍ତ୍ତିକରିନେବି ।

ରାଜା ଜୋରେ ହସିଲେ କହିଲେ ଏହି କଥା ଏହି ଛୋଟ ଥାଳ କଣ ତୁମେ ବରଂ ବଡ଼ ଥାଳ ଆଣ ମୁଁ ପ୍ରତିଶୃତି ଦେଉଛି ଭରି ଦେବି ।

ନା ମୁଁ ଲୋଭରେ ବଡ ଥାଳରେ ନେବାକୁ ଚାହୁଁନି କେବଳ ଏହି ମୋର ଦୈନିକ ଭିକ ମାଗିବା ଥାଳକୁ ଭରିଦିଅ ।

ରାଜା କହିଲେ, ତେବେ ମାଗ କଣ ଚାହୁଁଛ ? ଭିକାରୀଟି କହିଲା ମୁଁ ତ ଆଗରୁ କହିଛି, ଏହି ପାତ୍ରଟିରେ ମାଟି ଭରିଦିଅ ।

ରାଜା ଟିକିଏ ରାଗି ଯାଇ କହିଲେ ତୁମେ ଜଣେ ପାଗଳ ଧନ ସମ୍ପତ୍ତି ନ ମାଗି ଏହି ମାଟି ମାଗିବା ତୁମର ପାଗଳାମୀ । ରାଜା ତାଙ୍କର ରଖିକୁ ଡାକି କହିଲେ ଏହି ପାତ୍ରରେ ଭରିଦିଅ ମୁଦ୍ରା । ଭିକାରୀଟି କହିଲା ନା ମୁଁ ମୁଦ୍ରା ନେବିନାହିଁ। ଆଗରୁ କହିଛି କେବଳ ମାଟି ଭରା ପାତ୍ର ନେବି କିନ୍ତୁ ମୋ ଥାଳ ପୁରଣ କରି ଦେବେ ।

ରଖିକୁ ଆଦେଶ ଦେଲେ ରାଜା ଭରିଦିଅ ମାଟି । ରାଜ କର୍ମଚାରୀ ମାଟି ଆଣି ଯେତେ ଦେଲେବି ପାତ୍ର ପୁରୁନାହିଁ । ସାରା ରାଜ୍ୟରେ ଚହଳ ପଡି ପ୍ରଜା ମାନେ ଦେଖିବାକୁ ସୁଅ ଛୁଟୁଛି । କେତେଦିନ ଧରି ମାଟି ଦେଲେବି ପାତ୍ର ପୁରୁନାହିଁ ।

ରାଜା ବିସ୍ମୟ ହୋଇ ଭିକାରୀକୁ କହଲେ, କ୍ଷମା ପ୍ରାର୍ଥନା ଚାହୁଁଛି ମୋ ରାଜ୍ୟର ମାଟି ଦେଇ ପୁଷ୍କରିଣୀ ଖୋଳାଗଲାଣି ତଥାପି ଆପଣଙ୍କ ଥାଳ ପୁରୁନାହିଁ । ଏହି ଥାଳଟି ବୋଧେ କୁହୁକ ଵସ୍ତୁ କି ତନ୍ତ୍ର ସାଧନର ଉପାଦାନ ବୋଧେ । ଏତେ ଟିକେ ଥାଳ ହୋଇ ମଧ୍ୟ ତାହା ପୁରୁନାହିଁ ।

ଭିକାରୀଟି ଧୀର ଭାବରେ କହିଲେ, ଥାଳଟି କୌଣସି କୁହୁକ ବସ୍ତୁ ନୁହେଁ । ଏହି ଥାଳଟି କୌଣସି ମଣିଷର ମୁଣ୍ଡର ଖପୁରୀ ନେଇ ମୁଁ ଥାଳ କରି ରଖିଛି ।

ରାଜା ଆଶ୍ଚର୍ଯ୍ୟ ହୋଇଗଲେ କହିଲେ, ତାହା ହିଁ କୁହୁକ ନା ରାଜା କୁହୁକ ନୁହେଁ କେବଳ ଏହା ପ୍ରମାଣ କରିବାକୁ ଥାଳ ଚାହେଁ ମଣିଷର ମୁଣ୍ଡରେ ଅହଂକାରରେ ତିଆରି ଖପୁରୀ ଅଟେ । ପ୍ରତେକ ମଣିଷର ମୁଣ୍ଡର ଖପୁରୀ ଅହଂକାର ପୂର୍ଣ୍ଣ । ନିଜକୁ ଗର୍ବ କରିବା ପବୃତି । ଏହି ଅହଂକାର ରହିଲେ ପ୍ରତେକ ବ୍ୟକ୍ତି ଯିଏ ଯେଉଁ କାମରେ ଥିଲେବି ବଡ଼ ହେବାପାଇଁ ଆଶାବାଦୀ । ତେଣୁ ସେ ସଦାସର୍ବଦା ଅଧିକରୁ ଅଧିକ ପାଇବାକୁ ଚାହେଁ । ନଚେତ ଦୁଃଖ କରେ । ମୋର ଏହି ଥାଳ ଟିକକ ପୂରଣ କରି ନପାରିବା ସ୍ଥଳେ ପୂରଣ କରିବାକୁ ପ୍ରତିଶ୍ରୁତି ଦେବା ହାସ୍ୟସ୍ପଦ । ରାଜା ନିଜର ଅହଂକାର ତ୍ୟାଗ କରି ଭିକାରୀଙ୍କୁ ପ୍ରଣାମ କରି ନିଜର ଭୂଲ ପାଇଁ କ୍ଷମା ପ୍ରାର୍ଥନା କଲେ।


Rate this content
Log in

Similar oriya story from Action