ଅଗିରାପୂର୍ଣ୍ଣମୀ ଦିନ
ଅଗିରାପୂର୍ଣ୍ଣମୀ ଦିନ


ଥରେ ଥରେ ଅଗ୍ନି ଉତ୍ସବ ଓ ପୂର୍ଣ୍ଣିମା ଗୋଟିଏ ଦିନରେ ପଡେ ତ ଥରେ ଥରେ ଆଗ ପଛ ହୋଇ ପଡିଥାଏ ଅଗିଜଳା ଓ ପୂର୍ଣ୍ଣମୀ. ପୁଣି କେଵେ କେଵେ ଦୁଇଦିନ ମଧ୍ୟ ଥାଏ ପୂର୍ଣ୍ଣମୀ ପାଳନ. ଏମିତି ସବୁ ପାଞ୍ଜି ବିଚାର ଭିତରେ ସେଦିନ ଅଗି ଜଳୁଥିଲା ସକାଳ ଯାଏଁ. ଆଉ ସେହି ପୂର୍ଣ୍ଣମୀ ସକାଳେ ସୁମି ହସ୍ପିଟାଲରେ ମାତୃକଷ୍ଟ ପାଇଁ ଦାଖିଲା ଦେଇଥିଲେ. ଆଜି ଭଳି ସେ ସମୟ ନଥିଲା ଯେ ତିଥି, ବାର, ଦିନ ମନେରଖିବାକୁ ଅପରେସନ କରାଇ ପେଟ ଚିରି ସନ୍ତାନ ଲଭିବେ ଦମ୍ପତ୍ତି ବରଂ ସବୁ କିଛି କପୋଳକଳ୍ପିତ ପରିବର୍ତ୍ତେ ଵିଧି ନିର୍ଦ୍ଦିଷ୍ଟ. ଝିଅ ଜନ୍ମ ହେଲା. ପୂର୍ଣ୍ଣମୀରେ. ଛୋଟିଆ ହସ୍ପିଟାଲର ଛୋଟ କୋଠରୀକୁ ଆଲୋକିତ କରି ରୂପା ଜହ୍ନ ପରି ଝିଅକୁ ଦେଖୁ ଦେଖୁ ବନ୍ଧୁବାନ୍ଧବ କେହି ଖୁସି ହେଲେ ନାହିଁ. ଏମିତି କି ସୁମି. କାନକୁହା କଥାରେ ଯଥା ପୁଅଟିଏ ପ୍ରଥମ କରି ହୋଇଯାଇଥିଲେ କାମ ସାରିଥାନ୍ତା. ଦ୍ୱିତୀୟ ସନ୍ତାନ ପୁଅ ହେଉ ଅବା ଝିଅ ଚିନ୍ତା ନଥାନ୍ତା. ସୁମି ମୁହଁ ବୁଲେଇ ଶୋଇଯାଇଥାନ୍ତି.
ଆଉ ଗୋଟିଏ ଶିଶୁକନ୍ୟା ଆଡମିଟ ହେଲା ସେହି ଛୋଟ କୋଠରୀର ତାଙ୍କ ପାଖ ବେଡ଼ରେ. ଛୋଟ ଶିଶୁ କନ୍ୟାଟି କାନ୍ଦୁନଥିଲା ବରଂ କାନ୍ଦୁଥିଲା ତା ମାଆ. କାରଣ ଥିଲା ଦଶ ବର୍ଷ ପରେ କନ୍ୟା ସନ୍ତାନଟିଏ କୋଳକୁ ଆସି ଧନ୍ୟ କରିଥିଲା ମାଆ ର ମାତୃତ୍ୱ କିନ୍ତୁ କନ୍ୟା ପାଖେ ରହି ତାର ଶିଶୁ ସୁଲଭ କାର୍ଯ୍ୟ ଓ ମାଧୁର୍ଯ୍ୟ ଉପଭୋଗ କରିବାକୁ ତାକୁ ବାରଣ ଥିଲା ଶାଶୁଘରେ.କାରଣ ଥିଲା ଚାଷବନ୍ଦୀ ଘର ଗୋଟାକର କାମ ଏକୁଟିଆ ବଡ଼ ଯାଆ କେତେ କରି
ବେ, ତେଣୁ କନ୍ୟାର ମାଆ ସାନବୋହୁ ଅପତ୍ୟ ସ୍ନେହ ଶ୍ରଦ୍ଧା ଭୁଲି ଗୋରୁ ଗାଈ ଛେଳି ଜଞ୍ଜାଳ ସହ ରୋଷେଇ ବାସ କରି ସମସ୍ତଙ୍କୁ ଦେବା ଜରୁରୀ ତ ଛୋଟ ଶିଶୁ କନ୍ୟାକୁ ଅଫିମ ଦେଇ ଶୋଇଯିବାକୁ ବଡ଼ ଯାଆଙ୍କ ଉଦ୍ୟମ କିଛି ଦିନ କାମ କଲେ ମଧ୍ୟ ଆଜି କାମ କରୁନି. ଛୁଆଟିର ନିଦ ଆଉ ମନକୁ ଭାଙ୍ଗୁନି କେବଳ ଅଳ୍ପ ଅଳ୍ପ ନିଶ୍ୱାସ ନେଉଛି ବୋଲି ଯାହା ପ୍ରମାଣ ଯେ ବଞ୍ଚିଛି ମାତ୍ର ଶିଶୁକନ୍ୟା. ମାଆ ଝିଅକୁ ନେଇ ଦଉଡି ଆସିଛି ହସ୍ପିଟାଲ. ଝିଅ ତାର ପୁଣି ଉଠିବ, ହସିବ, ମାଆ ମୁଁହଁକୁ ଚାହିଁ ସ୍ତନ୍ୟ ପାନ କରି ମାଆକୁ ଧନ୍ୟ କରିବ. ହେଲେ ନାକର ଦୁଇପୁଡାରେ ନଳୀ. ଗୋଟେ ପଟେ ସାଲାଇନ ଓ ଗୋଟେ ପଟେ ଅକ୍ସିଜେନ ଲାଗିଛି. ହେଙ୍କା ଉଠି କେବଳ ସୂଚାଇ ଦେଉଥିଲା ଝିଅ ଭଲ ହୋଇଯିବ କିନ୍ତୁ ଆଉ ହେଙ୍କା ଉଠୁନି. ଡକ୍ଟର ଆସି କହିଲେ ସରି. ମାନି ଏତେ କାନ୍ଦିଥିଲେ ନିଜ ଝିଅକୁ ଛାତିରେ ଜାକି ସେହି ସନ୍ତାନହରା ମାଆ ହୁଏତ ସେତିକି କାନ୍ଦିନଥିବ. ପୁଅ କଣ ଝିଅ କଣ. ସଭିଏଁ ସନ୍ତାନ. ସନ୍ତାନ ପାଇଁ ମନୋଭାବ ଆଉ କେଵେ ବଦଳୁ ଵା ନବଦଳୁ କିନ୍ତୁ ମାନି ଝିଅ ଚାନ୍ଦିନୀକୁ ତାଙ୍କର ପୁଅଠୁ କମ ବୋଲି ଭାବିନାହାଁନ୍ତି କେବେହେଲେ ସେଇଦିନୁ.
ଆଜି ଚାନ୍ଦିନୀ ମାତୃକଷ୍ଟ ପାଉଛି. କିଏ ପୁଅଟିଏ ପାଇଁ ଜାଚଜ୍ଞା କଲାବେଳେ କିଏ ମାନସିକ କରୁଛି. ଆଈ ସୁମି କିନ୍ତୁ ନାତୁଣୀ ହେବା ଖୁସିରେ ବେନୁପଡା ଗାଦିପୀଠରେ ଚୁଟି ପକେଇବାକୁ ଜାଚଜ୍ଞା ରଖୁଥିଲେ ନାତୁଣୀ ପାଇଁ.ଖାଲି ନାତୁଣୀ ପାଇଁ କାହିଁକି ଝିଅ ତାଙ୍କର ଆୟୁଷ, ଆଶିଷ, ନିରୋଗ ରହିବା ଜାଚଜ୍ଞା ମଧ୍ୟ ରହିଥିଲା ମନରେ ମାନିଙ୍କର.