Priyadarshini Mishra

Drama

4  

Priyadarshini Mishra

Drama

ଅଦୃଶ୍ୟ ଦେବତା

ଅଦୃଶ୍ୟ ଦେବତା

2 mins
392


ମୁଁ ନମିତା।ଶ୍ରୀମତୀ ନମିତା ଦାସ।ଗରିବ ଘରର ଝିଅ ନମି ଯେ କେମିତି ଏତେ ବଡ଼ ଘରର ବୋହୁ ହେଲା ଏତେ ବଡ଼ ଘରକୁ ସମ୍ଭାଳି ପାରିଲା ସେ କଥା ଭାବିଲା ବେଳକୁ ମୋତେ ଆଜି ହସ ମାଡ଼େ।ମୁଁ ସେମିତି ସୁନ୍ଦରୀ ନୁହଁ।ଘରର ଆର୍ଥିକ ଅବସ୍ଥା ମଧ୍ୟ ସ୍ଵଚ୍ଛଳ ନଥିଲା।ମୋର ରଙ୍ଗ କଳା, ଗଢଣ ଠିକଠାକ କିନ୍ତୁ ମୋତେ ରୂପବତୀ କୁହାଯାଇପାରିବନି।ହଁ ଏତିକି କହିପାରେ,ମୁଁ ଭଲ ପଢ଼ୁଥିଲି।ତେବେ ସେତିକି ଯଥେଷ୍ଟ ନଥିଲା।ବାପା ମାଆ ସବୁବେଳେ ମୋ ଭବିଷ୍ୟତକୁ ନେଇ ଚିନ୍ତିତ ରହୁଥିଲେ।ଯେତେହେଲେ ଝିଅ,ଝିଅକୁ ବିବାହ ଦେବା ଚିନ୍ତା ସେମାନଙ୍କର ରହିବ।ସେଥିରେ ଧନର ଅଭାବ।ଝିଅର ରୂପର ଅଭାବ ।ତେଣୁ ବାପା ମାଆ ଅଵଶ୍ୟକତା ଠାରୁ ଅଧିକ ଚିନ୍ତା କରୁଥିଲେ।ମୁଁ କିନ୍ତୁ ସେସବୁ କଥାକୁ ଧ୍ୟାନ ଦିଏନାହିଁ।

   ଥରେ କଲେଜରୁ ଫେରି ଦେଖିଲି ମୁଁ ବିଦ୍ୟାଳୟରେ ପଢ଼ୁଥିବାବେଳେ ଆମକୁ ଗଣିତ ପଢ଼ାଉଥିବା ରଘୁ ସାର ଆମ ଘରେ ବାପାଙ୍କ ସଙ୍ଗେ ବସି କଥା ହେଉଛନ୍ତି। ମୁଁ ତାଙ୍କୁ ନମସ୍କାର କଲି।ସେ ଚିରାଚରିତ ଢଙ୍ଗରେ ମୋ ପାଠପଢ଼ା କଥା ପଚାରିଲେ।ମୁଁ ସାରଙ୍କ ସହିତ କିଛି ସମୟ କଥା ହୋଇ ଭିତରକୁ ଚାଲିଗଲି।ସାର ଗଲାପରେ ବାପା କହିଲେ ସାର ତାଙ୍କ ପୁଅ ସହ ମୋର ବିବାହ ପ୍ରସ୍ତାବ ନେଇ ଆସିଥିଲେ।ମୁଁ ଶୁଣିଥିଲି ସାରଙ୍କ ପୁଅ କିଛି କାମଧନ୍ଦା କରେ ନାହିଁ।ବେକାର।ଗାଁରେ ନେତାଗିରି କରେ। ମୋଟ ଉପରେ ସେ ଜଣେ କୁଜିନେତା।ତେଣୁ ବିବାହ ପ୍ରସ୍ତାବ କଥା ଶୁଣି ମୋ ମନ ଦୁଃଖ ହେଲା।ହେଲେ ମୁଁ କାହାକୁ କିଛି କହିଲି ନାହିଁ।ଘରର ଗୁରୁ ଗୁରୁଜନଙ୍କ ଆଶୀର୍ବାଦରେ ସାରଙ୍କ ପୁଅଙ୍କ ସହ ମୋର ବିବାହ ଶେଷ ହେଲା।ମୁଁ ଶାଶୁଘରେ ବୋହୁ ହେଲି।ସ୍ବାମୀଙ୍କ ବିଷୟରେ ବିବାହ ପୂର୍ବରୁ ଯେଉଁ କଥାସବୁ ଶୁଣିଥିଲି ସେ କଥା ଚିନ୍ତାକରି ମନରେ ଭୟ ସଞ୍ଚାର ହେଉଥିଲା।କିନ୍ତୁ ଶ୍ୱଶୁର ଙ୍କୁ ଚାହିଁଦେଲେ ଡର ଭୟ ସବୁ ଦୂର ହୋଇଯାଉଥିଲା।ସ୍ୱାମୀଙ୍କୁ ଯେତେବେଳେ ନିକଟରୁ ଜାଣିଲି ମୁଁ ତାଙ୍କ ବିଷୟରେ କେତେ ଭୁଲ ଚିନ୍ତା କରୁଥିଲି ବୁଝିପାରିଲି।ସେ ଜଣେ ପରୋପକାରୀ ମଣିଷ ବୋଲି ମୁଁ ବୁଝିପାରିଲି।ତେଣୁ ତାଙ୍କ ସମାଜସେବାରେ ମୁଁ ତାଙ୍କୁ ପୂର୍ଣ୍ଣ ସହଯୋଗ କଲି।ଅଚଳାଚଳ ପୈତୃକ ସମ୍ପତ୍ତି ଥିବାରୁଘ୍ର କେମିତି ଚଳିବ ସେ ଚିନ୍ତା ନଥିଲା।ଭଲମନ୍ଦ ବୁଝିବା ପାଇଁ ଶ୍ୱଶୁର ଥିଲେ।ତେଣୁ ବାପାମାଆ ଓ ଶ୍ୱଶୁରଙ୍କ ମୋର ବିବାହ ନିଷ୍ପତ୍ତି ରେ ମୋ ମନରେ ଯେଉଁ ଦୁଃଖ ଜାତ ହୋଇଥିଲା ତାହା ଧୀରେ ଧୀରେ ଅପସରିଗଲା।ମୋ ଜୀବନରେ ଦୁଃଖ କିଛି ରହିଲାନି।ଏସବୁ ସମ୍ଭବ ହୋଇପାରିଲା ବାପାମାଆ ଶ୍ୱଶୁର ରୂପରେ ମୋ ପାଖେ ପାଖେ ରହିଥିବା ଅଦୃଶ୍ୟ ଦେବତାମାନଙ୍କ ପାଇଁ।ସେମାନଙ୍କ ଆଶୀର୍ବାଦ ରୁ ମୋ ସ୍ୱାମୀଙ୍କର ସୁନାମ ବଢିବାକୁ ଲାଗିଲା।

    ମୋ ସ୍ୱାମୀ ଆଜି ଆମ ଅଞ୍ଚଳର ଜଣେ ନାମଜାଦା ନେତା।ତାଙ୍କୁ ନପଚାରି ଆମ ଅଞ୍ଚଳରେ କୌଣସି କାମ ହୁଏନାହିଁ।ଏପରିକି ଆମ ଅଞ୍ଚଳର ଲୋକଙ୍କ ଶୁଭାଶୁଭ କାମ ପାଇଁ ମଧ୍ୟ ତାଙ୍କ ଅନୁମତି ଲୋଡ଼ା।ମୋଟ ଉପରେ ବିବାହ ପୂର୍ବରୁ ମୁଁ ଯାହାଙ୍କୁ କୁଜିନେତା ଭାବୁଥିଲି ଆଜି ସେ ଆମ ଅଞ୍ଚଳର ଜଣେ ସୁନାମଧନ୍ୟ ବ୍ୟକ୍ତିତ୍ୱ।ଲୋକଙ୍କ ହୃଦୟ ରେ ରାଜୁତି କରୁଥିବା ମଣିଷ ।ଏହା ମଧ୍ୟ ସେହି ଅଦୃଶ୍ୟ ଦେବତାଙ୍କ ଆଶୀର୍ବାଦ।ମୋ ପାଖେ ପାଖେ ରହିଥିବା ସେହି ଅଦୃଶ୍ୟ ଦେବତା ମୋ ପାଇଁ ଚିରପୂଜ୍ୟ।ସେମାନଙ୍କ ନିଷ୍ପତ୍ତି ଉପରେ ସନ୍ଦେହ କରି ମୁଁ ଯେଉଁ ଭୁଲ କରିଥିଲି ତ'ର ପୁନରାବୃତ୍ତି ମୁଁ କରିବିନି।ମୁଁ ଚାହେଁ କେହି ସେପରି ନ କରନ୍ତୁ।


Rate this content
Log in

Similar oriya story from Drama