ଅଧୁରା ସ୍ବପ୍ନ
ଅଧୁରା ସ୍ବପ୍ନ
କେତେ କାହାର ରହିଯାଇଛି ସ୍ବପ୍ନ ଅଧୁରା ହୋଇ, ଏମିତିକି ଗାନ୍ଧୀ ଗୋପବନ୍ଧୁଙ୍କ ପରି ମନିଷୀମାନଙ୍କର ଏମିତିକି ଅଵୁଦୁଲ କାଲାମ ମହାଶୟ ଙ୍କର, ନୀତି, ଆଦର୍ଶ, ବିଜ୍ଞାନ ର ଅଗ୍ରଗତି ପାଇଁ ଥିଲା ସେମାନଙ୍କର କେତେ ସ୍ବପ୍ନ, ସେମିତି ପରିବାର ର ପିତା ଓ ଦେଶର ନେତା ମାନେ ବି ଦେଖନ୍ତି କେତେ ସ୍ବପ୍ନ, ପିତାଙ୍କର ପରିବାର ଉର୍ନ୍ନତି ସହିତ ନେତାଙ୍କର ଦେଶ ଜାତି ଓ ସଂସ୍କୃତି ର ସୁରକ୍ଷା ର ସ୍ବପ୍ନ, କିଛି ପୂରଣ ହୁଏ କିଛି ରହିଯାଏ ଅପୂରଣୀୟ ବା ଅଧୁରା l
ମୋର ଅନେକ ସ୍ବପ୍ନ ଭିତରୁ କିଛି କହିହେବ କିଛି ଲେଖିହେବନି ସତ ହେଲେ ଇଚ୍ଛା ହୁଏ ବୁଲା ପଶୁ ମାନଙ୍କ ଥଇଥାନ ପାଇଁ କିଛି କରନ୍ତି, ବେଳେବେଳେ ଇଚ୍ଛା ହୁଏ ଗରୀବ ଦୁଃଖି, ପାଗଳ ନ ରହିବା ପାଇଁ କିଛି କରନ୍ତି, ହେଲେ କିଛି କରିପାରିନି ଏଯାଏଁ, ସାହିତ୍ୟ କ୍ଷେତ୍ରରେ ସମୃଦ୍ଧି କରିବା ପାଇଁ ଭାବୁ ଭାବୁ କାଳିଜାଇ କବିତା ଟିକୁ ପାରମ୍ପାରିକ ଢଙ୍ଗ ରେ ଗାଇ ଭିଡ଼ିଓ ଟିଏ ବନାଇ ଶୁଣିଲା ବେଳକୁ ମୋ କଣ୍ଠସ୍ୱର ଅତ୍ୟନ୍ତ ପିଲାଳିଆ ଶୁଭୁଥିଲା ତ ମନ ଖରାପରେ କାଟିଦେଇ ଭିଡ଼ିଓ ଟିକୁ, ମନସ୍ତାପରେ ବସିଛି, ମନରେ ଭଲ ସ୍ବପ୍ନ ଟିଏ ଜାଗୃତି ରେ ଉଠିବସିଲି, ବଗିଚା ଟିଏ କରିବା ଯୋଜନାରେ ଲାଗିପଡ଼ିଲି l
କି ଫୁଲ କି ଫଳ କି ପନିପରିବା ସବୁ ପ୍ରକାର ଗଛରେ ସବୁଜିମା ଭରି ଯାଇଥିବା ବଗିଚାଟି ବଡ଼ ସରସ ସୁନ୍ଦର ଦିଶୁଥିଲା ବେଳେ ସେଦିନ ବାଡ଼ ଭାଙ୍ଗି ଷଣ୍ଢ ଗାଇ ପଶି ସବୁ ଧ୍ବଂସ କରିଥିଲେ, ମାରିପଡିଥିବା ଲଟା ଉପରେ କୁକୁର ଶୋଇଥିଲେ, ଛେଳି ମେଣ୍ଢା ବି ଖାଉଥିଲେ ଅନ୍ୟାୟସରେ, ଆଉ ପକ୍ଷୀ ମାନଙ୍କ ସହ କୁକୁଡ଼ା ବି କୁଆଡୁ ଉଡିଆସି ଗୀତ ଗାଉଥିଲା ଉଚ୍ଚ ସ୍ୱରରେ, ମତେ ମୋ ନିଜ କଣ୍ଠସ୍ୱର କାଳିଜାଇ କବିତାର ଭିଡ଼ିଓ ଭଳି ଶୁଭୁଥିଲା ତ ମନେ ହେଳା ମୋ ଅଧୁରା ସ୍ବପ୍ନ କୁ ପୁରା କରିବା ପୁର୍ବରୁ ମତେ ପ୍ରଥମେ ନେତା ହେବାକୁ ପଡିବ, ବୁଲାଜନ୍ତୁମାନଙ୍କ ଥଇଥାନ କଲାପରେ ଯାଇ ଯାହା, ହେଲେ କିଏ ଜଣେ ପାଗଳ ଗୋଟେ ବୋଧେ ମୋ କାନ ପାଖରେ କହୁଥିଲା, "ମତେ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡା କାଠ "ହେଲେ କଥାଟା କାହା ଲାଗି ପ୍ରଯୁଜ୍ୟ ଭାବିବାକୁ ଉଠି ବସି ଲେଖିବାକୁ ଲାଗିଲି l