Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Pratap Chandra Mishra

Inspirational


4.0  

Pratap Chandra Mishra

Inspirational


ଅଛିଣ୍ଡା ଉତ୍ତର

ଅଛିଣ୍ଡା ଉତ୍ତର

5 mins 209 5 mins 209


ବର୍ଷା ଦିନ । ନଦୀରେ ପ୍ରବଳ ପାଣି । ନଦୀ କୂଳେ ନାଉରୀ ଅପେକ୍ଷା କରିଛି ଯାତ୍ରୀଙ୍କ ପାଇଁ । 


ଏ କୁଳରୁ ସେ କୁଳ ପାର କରି ଯାତ୍ରୀଙ୍କୁ, ଦି ପଇସା ରୋଜଗାର କରେ । ପରିବାର ଭରଣପୋଷଣ କରି ବଞ୍ଚିବା ପନ୍ଥା ଆଦରି ନେଇଛି । କିନ୍ତୁ ଯାତ୍ରୀ ବର୍ଷା ଓ ନଦୀର ଗୁରୁଗମ୍ଭୀର ରୂପ ଦେଖି ଆସୁନାହାନ୍ତି । ରୋଜଗାର ନ ହେଲେ ଖାଇବା ଯୋଗାଡ଼ କେମିତି ହେବ? ନାଉରି ନଦୀର କରାଳ ରୂପକୁ ଭ୍ରୂକ୍ଷେପ ନ କରି ଡଙ୍ଗା ଓ ନଦୀକୁ ଅପଲକ ନୟନରେ ଚାହିଁ ବସିଛି । ଘରଣୀ ମନା କରିଛି । ଆଜି ପଛେ ଉପାସ ରହିବା ତୁମେ ଘାଟକୁ ଯାଅ ନାହିଁ । କିନ୍ତୁ ନାଉରୀ କର୍ମ ଦ୍ୱାହି ଓ ପ୍ରଭୁ ଶ୍ରୀ ରାମଙ୍କୁ ସାହାରା ଭରସା କରି ଘରଣୀକୁ ବୁଝାଇ ଘାଟକୁ ଆସିଯାଇଛି । ହେଲେ ସବୁ ନିରାଶ । 


ମଧ୍ୟାହ୍ନ ବେଳକୁ ବର୍ଷା ଅଳପ କମି ଯାଇଥାଏ । କିନ୍ତୁ ସ୍ରୋତ ପ୍ରବଳ । ସାଧାରଣ ଜନତା ଦୁଃସାହସ କରନ୍ତି ନାହିଁ ନଦୀ ପାର ହେବାକୁ ପୁଣି ଡଙ୍ଗାରେ । ନିକଟ ସହରକୁ ସେହି ଗୋଟିଏ ମାର୍ଗ । ନାଉରୀ ସମସ୍ତଙ୍କ ପ୍ରିୟ । ଗାଆଁରେ ଭଦ୍ର ବ୍ୟକ୍ତି ଟିଏ ଜୀବିକା ଆଦରି ନଦୀ କୂଳେ ଝୁମ୍ପୁଡ଼ି କରି ରହିଛି । ସୁବିଧା ଅସୁବିଧାରେ ସମସ୍ଥଙ୍କ ସହାୟତା ବି କରି ସାହାଯ୍ୟ କରେ । 


ଏହି ମଧ୍ୟାହ୍ନ ବେଳକୁ ରମା ମାଉସୀ ଦଉଡ଼ି ଆସିଲା । ତାର ଗୋଟିଏ ବୋଲି ପୁଅ । ସହରରେ ସ୍ୱେଚ୍ଛାସେବୀ ଅନୁଷ୍ଠାନରେ କାର୍ଯ୍ୟରତ । ରମା ମାଉସୀ ଗାଆଁରେ ରହେ । ପୁଅ କାର୍ତ୍ତିକ ପ୍ରତି ସପ୍ତାହରେ ଆସି ମାଆ କଥା ଭଲ ମନ୍ଦ ବୁଝି ଯାଇଥାଏ । କିନ୍ତୁ ଏହି ଅଳ୍ପ ସମୟ ତଳେ ଫୋନ ଆସିଥିଲା କାର୍ତ୍ତିକ ହସ୍ପିଟାଲରେ ଭର୍ତ୍ତି ହୋଇଛି । କାରଣ ଅସ୍ପଷ୍ଟ । ତେଣୁ ମାଉସୀ ସ୍ଥାନ କାଳ ବିଚାର ନ କରି ଘାଟ ମୁହାଁ । ନାଉରୀ ବି ଖୁସି । ବିପଦକୁ ଖାତିର ନ କରି ତା ପେଶାର ସଦୁପଯୋଗ କରିବା ପ୍ରତିଶ୍ରୁତି ଦେଇ ଖରସ୍ରୋତା ନଦୀରେ ନାଆ ବୁହାଇଲା ରୋଜଗାର ମିଳିଗଲା ଭାବି । ଏବଂ ଶ୍ରୀରାମଙ୍କ କୃପାରୁ ଭଲରେ କୁଳ ସେପାରିରେ ପହଞ୍ଚି ଗଲେ । ମାଉସୀ ଏକୁଟିଆ । ସେ ନାଉରୀକୁ ସାଥିରେ ଆସିବାକୁ ନେହୁରା ହେଲା । ନାଉରୀ ବି ସହମତି ଦେଇ ଉଭୟେ ହସ୍ପିଟାଲରେ ପହଞ୍ଚି ଦେଖିଲେ, କାର୍ତ୍ତିକ ସଂଜ୍ଞାହୀନ ହୋଇ କାଠ ଗଡି ଭଳି ଖଟରେ ପଡ଼ିଛି । ବିଭିନ୍ନ ଜୀବନ ରକ୍ଷକ ଯନ୍ତ୍ରପାତି ଖଞ୍ଜା ଯାଇଛି । ନିକଟରେ କାର୍ତ୍ତିକ କାମ କରୁଥିବା ସେହି ଅନୁଷ୍ଠାନର ପ୍ରତିଷ୍ଠାତା ବି ଉପସ୍ଥିତ । ଘଟଣାର ତଦନ୍ତ କରି ମାଉସୀ ଜାଣିଲା; କାର୍ତ୍ତିକର ଏ ଅବସ୍ଥା ଗୋଷ୍ଠୀ ବିବାଦର ସମାଧାନ କରିବାକୁ ଯାଇ ହୋଇଛି । କାର୍ତ୍ତିକ ଉଚ୍ଚ ଚିନ୍ତାଧାରାର ଅମାୟିକ ବ୍ୟକ୍ତି ଅଟେ । ସେ ସମାଜରେ ସକଳ ମଙ୍ଗଳ କାମନା କରି ସମାଜ ଉନ୍ନତି ଦିଗରେ ପ୍ରୟାସ ଜାରି ରଖି ନିଃସ୍ୱାର୍ଥ ଭାବେ ସ୍ୱେଚ୍ଛାସେବୀ ଅନୁଷ୍ଠାନରେ କାମ କରୁଥିଲା । ଗଣ୍ଡଗୋଳର ସୂତ୍ର ଅଙ୍ଗଦାନକୁ ନେଇ । ଘଟିଥିଲା । ସବର୍ଣ୍ଣ ଓ ଅସବର୍ଣ୍ଣଙ୍କ ମଧ୍ୟରେ । ଅସବର୍ଣ୍ଣ ସମ୍ପ୍ରଦାୟର ଥିଲା କାର୍ତ୍ତିକ । ସେ ରହିଥିଲା ସବର୍ଣ୍ଣ ଇଲାକାରେ । ଜଣାଶୁଣା ଥିବା ବିଶିଷ୍ଟ ବ୍ୟବସାୟୀ ଉମା ଶଙ୍କର ୪୫ ବର୍ଷ ବୟସ; କିଡନୀ ରୋଗରେ ଆକ୍ରାନ୍ତ । କାର୍ତ୍ତିକ ସେହି ବ୍ୟକ୍ତିଙ୍କୁ କିଡନୀ ଦାନ ଦେଇ ଜୀବନ ବଞ୍ଚାଇବାକୁ ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ଅସବର୍ଣ୍ଣ ଗୋଷ୍ଠୀର ଅସନ୍ତୁଷ୍ଟ ବ୍ୟବସାୟୀ ମାନେ ଉମାଶଙ୍କର, ସବର୍ଣ୍ଣ ସମ୍ପ୍ରଦାୟ ହୋଇଥିବା ଯୋଗୁଁ, ଅସବର୍ଣ୍ଣ ଗୋଷ୍ଠୀର ବିରୋଧୀ ବ୍ୟବସାୟୀ ମାନେ, କାର୍ତ୍ତିକର ଏତାଦୃଶ ମନୋଭାବରେ ସନ୍ତୁଷ୍ଟ ନଥିଲେ । ବାରଣ କରୁଥିଲେ ସହାୟତା କରିବାକୁ ଉମାଶଙ୍କରଙ୍କୁ । କିନ୍ତୁ କାର୍ତ୍ତିକ କଥା ଦେଇ ଫେରସ୍ତ କରିପାରିବ ନାହିଁ ବୋଲି ଶୁଣାଇଥିଲା । ଏକଥା ସବର୍ଣ୍ଣଙ୍କ କାନରେ ଆଉ ଅଛପା ନ ଥିଲା । ତେଣୁ ପ୍ରତିବାଦ କରୁଥିବା ଅସବର୍ଣ୍ଣ ଗୋଷ୍ଠୀର ବ୍ୟକ୍ତିଙ୍କୁ ସବର୍ଣ୍ଣ ଗୋଷ୍ଠୀର ମୁଷ୍ଟିମେୟ ମାନେ ପଚାରି ବାକୁ ଯାଇ ଵାକ୍ ବିତଣ୍ଡା କରି ଦେଇଥିଲେ । ଏହି କଥୋକପଥନ ପରି ଶେଷରେ ଉଗ୍ର ରୂପ ଧାରଣ କରି ସଂଘର୍ଷ ମୟ ପରିସ୍ଥିତି ଉପୁଜିଥିଲା । କାର୍ତ୍ତିକ ଏ କଥା ଶୁଣି ସେହି ସଂଘର୍ଷ ଭିତରେ ଲମ୍ଫ ପ୍ରଦାନ କରି ଉଭୟଙ୍କୁ ବୁଝା ସୁଝା କରିବା ପାଇଁ ଚେଷ୍ଟା କରିବା ବେଳେ ହଠାତ୍ କିଏ ଜଣେ ପଛପଟୁ ଶକ୍ତ ବସ୍ତୁରେ ମଥାକୁ ପ୍ରହାର କଲା । କାର୍ତ୍ତିକ ସେଇଠି ଟଳି ପଡ଼ିଥିଲା । ଦଙ୍ଗା ଖବର ପୋଲିସ ଜାଣି ପହଞ୍ଚି ଲା ବେଳକୁ କାର୍ତ୍ତିକ ରକ୍ତ ଜୁଡୁ ବୁଡୁ ହୋଇ ପଡ଼ିଥିଲା ବେଳେ ଦଙ୍ଗାକାରୀ ଛତ୍ରଭଙ୍ଗ ଦେଇଥିଲେ । ପୋଲିସ କାର୍ତ୍ତିକକୁ ହସ୍ପିଟାଲ୍ ପହଞ୍ଚାଇ ତା ମାଆକୁ ଖବର ଦେଇଥିଲେ ।

ରମା ମାଉସୀଙ୍କ ମୁଖରେ ବଚନ ନଥିଲା । ଡବ ଡବ ହୋଇ ନାଉରୀକୁ ଚାହିଁ ରହିଥିଲେ । ଡାକ୍ତର କହିଥିଲେ ରାତି ଦୁଇଟା ଭିତରେ ଯଦି ହୋସ୍ ନ ଆସେ, ତେବେ କାର୍ତ୍ତିକର ବ୍ରେନ୍ ଡେଡ୍ ହୋଇଯିବ ସବୁଦିନ ପାଇଁ ସେ କୋମାକୁ ଚାଲିଯିବ । ତେଣୁ ମୃତ ଘୋଷଣା ପୂର୍ବରୁ ଯଦି ଅଙ୍ଗଦାନ କରିବା ଥିବ ଜଣାଇଲେ ସେହି ପ୍ରକ୍ରିୟା କରାଯିବ । 

ସ୍ଵଚ୍ଛାସେବୀ ଅନୁଷ୍ଠାନର ପ୍ରତିଷ୍ଠାତା, ରମା ମାଉସୀଙ୍କୁ ସ୍ପଷ୍ଟ ଭାବେ ଏ ସୂଚନା ଦେଇ ଧୈର୍ଯ୍ୟ ଧରି ବା ପାଇଁ ଅନୁରୋଧ କରୁ ଥିଲେ । ନିର୍ଦ୍ଧାରଣ ସମୟରେ କାର୍ତ୍ତିକର ସଂଜ୍ଞା ଆଉ ଫେରିଲା ନାହିଁ । ଡାକ୍ତର ପୁଣି ଅଙ୍ଗଦାନ କଥା ଦୋହରାଇ ଥିଲେ । ରମା ମାଉସୀ ବିଚଳିତ ଥାଇ ମଧ୍ୟ ବିବେକ ଅନୁସାରେ ମତ ଦେଲେ;ଯେଉଁ ଅଙ୍ଗ ଦରକାର କାର୍ତ୍ତିକର ସେ ସବୁ ନେଇ ଉପଯୁକ୍ତ ରୋଗୀଙ୍କୁ ସୁସ୍ଥ କରାଯାଉ । ଡାକ୍ତର ତତକ୍ଷଣାତ୍ ଆବଶ୍ୟକ ଅଙ୍ଗ ବାହାର କରି ଯଥା ସ୍ଥାନକୁ ଠିକ୍ ସମୟରେ ପହଞ୍ଚାଇ, ରୋଗୀଙ୍କ ଉପଶମ ଉପଯୋଗୀ କରାଇ ପାରିଥିଲେ । ସକାଳକୁ ହସ୍ପିଟାଲର ନିୟମ ଅନୁସାରେ କାର୍ତ୍ତିକକୁ ମୃତ ଘୋଷଣା କରାଯାଇ ଥିଲା । 

ରମା ମାଉସୀ ଓ ନାଉରୀ କାର୍ତ୍ତିକର ଶବକୁ ସ୍ଵେଚ୍ଛାସେବୀ ଅନୁଷ୍ଠାନର ପ୍ରତିଷ୍ଠାତାଙ୍କ ସହ ଏ ପାରିରେ ବିଶ୍ରାମ ନେଉଥିବା ଡଙ୍ଗାକୁ ସକ୍ରିୟ କରାଇ, ସମ୍ମାନର ସହ ସେହି ଦଙ୍ଗାରେ ନେଇ ପୈତୃକ ଗାଆଁକୁ ଗଲେ । ଦାହ ସଂସ୍କାର କରି ଥିଲେ । କାର୍ତ୍ତିକର ଭିଣୋଇ ପହଞ୍ଚି ରମା ମାଉସୀଙ୍କୁ ସମ୍ଭାଳିବା ସହ ସଂସ୍କାର କାର୍ଯ୍ୟ ସମ୍ପାଦନ କରିଥିଲେ । 


କିନ୍ତୁ, ଗାଆଁରେ ପହଁଚିବା ପୂର୍ବରୁ ପୁରା ଦେଶରେ କାର୍ତ୍ତିକର ଅବଦାନ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇସାରିଥିଲା । ଟେଲିଭିଜନ ଓ ମିଡ଼ିଆ ବାଲା ;କାର୍ତ୍ତିକର ଅବଦାନକୁ ସାରା ଦୁନିଆରେ ପହଞ୍ଚାଇ ଦେଇଥିଲେ । ତାର ମହତ୍ ଦାନ ଯୋଗୁଁ, ଦେଶରେ ପାଞ୍ଚ ଜଣ ନୂଆଁ ଜୀବନ ଦାନ ପାଇଥିଲେ । ଉମାଶଙ୍କର ବାବୁଙ୍କ ସମେତ । 


କାର୍ତ୍ତିକର ବିୟୋଗରେ ରମା ମାଉସୀ ନିଜ କୋହକୁ ଲଗାମ ଦେଇ ପାରୁନଥିଲେ । ହେଲେ ଟେଲିଭିଜନରେ ବିଭିନ୍ନ ଚାନେଲରେ କାର୍ତ୍ତିକର ମହନୀୟତା ଭୂରି ଭୂରି ପ୍ରଶଂସା ଭିତରେ କାର୍ତ୍ତିକର ଚକ୍ଷୁକୁ, କାର୍ତ୍ତିକର ପ୍ରତିଟି ସ୍ପନ୍ଦନକୁ ଆଉ ଆଘାତ ଦେଇ ପ୍ରାଣ ନାଶିଥିବା ସବର୍ଣ୍ଣ ଓ ଅସବର୍ଣ୍ଣ ଗୋଷ୍ଟୀର ହାଡ଼ ମାଂସ ଧାରୀ ଅଗଣିତ ମଣିଷଙ୍କ ଭିତରେ ଦେଖି ଆତ୍ମ ସନ୍ତୋଷ ପାଉଥିଲେ । 

ସେ ଚିନ୍ତା କରୁଥିଲେ,ଏମିତି କାର୍ତ୍ତିକ ହେଉ ବା ମୁଁ , ଜୀବନ ଧାରଣ କରିବା ହୁଏ ତ କିଛି ନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ । ସେହି ଗୋଟିଏ ପରିବାରରେ ସୀମିତ ହୋଇ ରହି ଥାନ୍ତା । କିନ୍ତୁ କାର୍ତ୍ତିକର ମହାପ୍ରୟାଣ ଅନେକ ଲୋକଙ୍କୁ ଜୀବଦାନ ଦେଇ ଅନନ୍ତ କାଳ ପାଇଁ ଧରା ବକ୍ଷରେ କୁଳ ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖି ଅମର ହୋଇଗଲା । ଏବଂ ମାନବୀୟ ଗୋଷ୍ଠୀକୁ ହିଂସାର କୁପରିଣାମ ଶିକ୍ଷାବିହୀନ ସମାଜକୁ ନୂତନ ଉଦ୍ଦୀପନା ସହ ସମୁଚିତ ଶିକ୍ଷା ଦେଇ ସବୁରି ହୃଦୟରେ ରାଜ କରିଗଲା କାର୍ତ୍ତିକ । 


ଏମିତି ଆନମନା, ରମା ମାଉସୀଙ୍କୁ ହଠାତ୍ ସହରୀ ପୋଲିସର ଫୋନ୍ ବିଚଳିତ କରି ଜଣାଇଥିଲେ,ଅପରାଧୀ ଧରା ପଡ଼ିଛି..... । 


ରମା ମାଉସୀ ନିରୁତ୍ତର ଥିଲା ବେଳେ ଜ୍ୱାଇଁ ପୁଅ ମୋବାଇଲ ଧରି, ମାଆ ମାଆ ...., ନିଅ ମୁଖ୍ୟମନ୍ତ୍ରୀ ଫୋନ୍ କରିଛନ୍ତି କଥା ହୁଅ କହି ଫୋନ୍ ଧରାଉ ଥିଲେ । 


ମିଡ଼ିଆବାଲା ଘର ସାମ୍ନାରେ ଖବରକୁ ଲମ୍ବା କରିବାକୁ ଯାତ୍ରା ଭଳି ସେହି ଗାଆଁକୁ ଛୁଟୁ ଥିଲେ । ରମା ମାଉସୀ ମିଡ଼ିଆବାଲାଙ୍କୁ ସେମାନଙ୍କର ପ୍ରଶ୍ନ ଉତ୍ତର ଦେଉ ଦେଉ ମୁଖ୍ୟ ମନ୍ତ୍ରୀଙ୍କ ସହାୟତାର ବାର୍ତ୍ତା କହୁଥିଲେ । ମୁଖ୍ୟମନ୍ତ୍ରୀ କାର୍ତ୍ତିକର ଅବଦାନ ସ୍ୱରୂପ ସେହି ଗାଆଁର ଗମନାଗମନ ପାଇଁ ସେତୁ ନିର୍ମାଣ ପ୍ରତିଶ୍ରୁତି ଦେବାସହ କାର୍ତ୍ତିକର ସ୍ମୃତି ସ୍ୱରୂପ ତାର ପ୍ରତିମୂର୍ତ୍ତି ସେହି ଗାଆଁ ଛକରେ ଅବସ୍ଥାପିତ କରାଯିବ ବୋଲି କହି ଥିଲେ । ଏବଂ ରମା ମାଉସୀଙ୍କ ରକ୍ଷଣା ବେକ୍ଷଣ ଦାୟିତ୍ୱ ନିଜେ ସରକାର ବହନ କରିବେ ବୋଲି ଦୃଢ ମତ ପାଇଥିଲେ । 


 କାର୍ତ୍ତିକ ଯୋଗୁଁ ବିଭିନ୍ନ ଲୋକ ବିଭିନ୍ନ ସମୟରେ ଏହି ଗାଆଁକୁ ଯିବା ଆସିବା କଲେ । ନାଉରୀକୁ ଆଉ ରୋଜଗାର ଚିନ୍ତା କଷଣ ଦେଲା ନାହିଁ । 


କିନ୍ତୁ ସେଦିନର କଳା ମେଘ ସାଙ୍ଗକୁ ନଦୀର କରାଳ ରୂପ, ରମା ମାଉସୀଙ୍କ ଅକଥନୀୟ ମମତା, ହୃଦୟ ବିହୀନ ସବର୍ଣ୍ଣ ଅସବର୍ଣ୍ଣ ବିବାଦ, ପୁଣି କାର୍ତ୍ତିକର ସଂପୃକ୍ତି ଇତ୍ୟାଦି, ଭଗବାନଙ୍କ ଲୀଳା ସୃଷ୍ଟିରେ ବଳବାନ ବୋଲି ଭାବୁ ଥାଏ । ଗୋଷ୍ଠୀ ବିବାଦକୁ ନିନ୍ଦା କରିଥାଏ ନାଉରୀ । ମଣିଷ ଅମଣିଷ କିଭଳି ପାଲଟେ ? ନିଃସ୍ୱାର୍ଥ ମଣିଷକୁ କାହିଁକି ଚିହ୍ନି ପାରେନା? ସବୁ ମଣିଷ ଜୀବନ ଏକ;ତେବେ ଶିକ୍ଷିତ ହୋଇ ଏଭଳି କାଣ୍ଡ କାହିଁକି?

ଘାଟରେ ଯେବେ ନିରୋଳାରେ ଯାତ୍ରୀ ନ ଥିବେ ଏସବୁ ଭାବି ନିଶ୍ଚଳ ନୌକା ଉପରେ ଘୁମେ଼ଇ ସେ ବି ଘୁମେ଼ଇ ଅନାବନା ପ୍ରଶ୍ନର ଉତ୍ତର ଖୋଜୁଥାଏ । 



Rate this content
Log in

More oriya story from Pratap Chandra Mishra

Similar oriya story from Inspirational