Siddhartha Tripathy

Abstract Romance Tragedy

3.5  

Siddhartha Tripathy

Abstract Romance Tragedy

ଅବୁଝାମଣା

ଅବୁଝାମଣା

6 mins
125



ଶୈଶବ ହିଁ ମନୁଷ୍ୟର ମୂଳଦୁଆ । ଯାହାର ଶୈଶବ ଯେତେ ସୁନ୍ଦର ତାହାର ଭବିଷ୍ୟତ ସେତିକି ଆନନ୍ଦମୟ। କିନ୍ତୁ ଶୈଶବରୁ ଚୋରି, ଡକାୟତି ଉପରେ ଅଭିଜ୍ଞ ଶିଶୁ ବଡ଼ ହେଲେ ପ୍ରାୟତଃ ବନିଯାଏ ନୃଶଂସ।


ତାଛଡ଼ା ଶୈଶବରୁ ଏସବୁ ଆଚରଣ ସେ କରେ ପ୍ରାୟତଃ ଯିଏ ଅନାଥ, ଅଲୋଡ଼ା, ଆଖୋଜା।


କିନ୍ତୁ

ସଂସ୍କାରୀ ପରିବାରର ଛୁଆ କଥା ନିଆରା।ଝିଅଟି ବଡ଼ ହୁଏ। ମନରେ ଅସୁମାରୀ ସ୍ବପ୍ନ। ଭଲ ଘର, ସୁନ୍ଦର ବର । ପ୍ରମାଦ ବି ଗଣୁ ଥାଏ ମନେମନେ ମୋ ସ୍ୱପ୍ନର ରାଜକୁମାର ମୋତେ ମିଳିବ ତ ? 


ବାପାମାଆ ତା ଦେଵତା। ସେମାନେ ତ ନିଶ୍ଚୟ ଭଲ ହିଁ କରିବେ। ଏ ପ୍ରେମ ବ୍ୟାପାରର କର୍ଦ୍ଦମାକ୍ତ ଗଡିଆରୁ କଇଁ ତୋଳିବାର ଚେଷ୍ଟା କରି ବହୁତ୍ ଝିଅ କର୍ଦ୍ଦମାକ୍ତ ପଙ୍କିଳ ପୁଷ୍କରିଣୀରେ ସମାଧିସ୍ଥ ହୋଇଯିବା ତାକୁ ଅଛପା ନାହିଁ।


ତେଣୁ ସେସବୁର ଧାର ଧାରେନା ଆମ କାହାଣୀର ନାୟିକା ଝିଲି। କହିବାକୁ ଗଲେ ବାପାମାଆଙ୍କ କଣ୍ଢେଇ। ଏମିତି ଦେଖୁ ଦେଖୁ ଗ୍ରାଜୁଏସନ ବି ସରିଲାଣି। ଯାହା ନହୋଇଛି ବାଳୁତ କାଳେ , ଆଉ ଆଗକୁ ତାର ସୁଯୋଗ ନଥିଲା।



ରେଭେନ୍ସାଛାତ୍ରୀ ଥିଲା ଝିଲି। ଛୋଟ ଭଉଣୀ ରୂପା, ମାଆ ଓ ବାପାଙ୍କୁ ନେଇ ତା ରକ୍ଷଣଶୀଳ ପରିବାର । ରୂପା ଝିଲିର ପରାମର୍ଶଦାତା କହିଲେ ଅତ୍ୟୁକ୍ତି ହେବନାହିଁ। ଗାଆଁକୁ ଆସିଲେ ରୂପା ସହ ହିଁ ବାହାରକୁ ଯାଏ ଝିଲି।


ରୂପା ପଚାରେ ନାନୀ ! ଗାଆଁ ସଡକରେ ଏକା ଯିବାକୁ ଭୟ କରୁଛୁ , ତେଇଶିବର୍ଷର ଝିଅ। କଟକରେ କେମିତି କରୁଛୁ ? ହସିଦେଇ ଝିଲି କୁହେ ମୁଁ ସେଠି ବାହାରକୁ ବାହାରେ ନାହିଁ ।


ପ୍ରେମ ! ସବୁଠି ସମସ୍ତଙ୍କୁ ହୋଇଯିବ ସେମିତି କିଛି ମାନେନାହିଁ। ପ୍ରେମ ଆରମ୍ଭ ହେଲେ ଆରମ୍ଭ ହୁଏ ଛାତି ଭିତରେ ଯୁଦ୍ଧ ବାଜଣ। । ଝାଳ କଣ୍ଟି ହୋଇ ଆସେ ଦେହରେ। ଦେହ କ'ଣ ହୋଇଯାଏ। ପୂଲକି ଉଠେ ମନ ।


ପ୍ରେମ ! ଭବିଷ୍ୟତରେ ହେବାର ସମ୍ଭାବନା ନାହିଁ ତ ? ପ୍ରେମର ଭାବନାରେ ଉଦଗତ ଅଶ୍ରୁ ର ଆଗମନରେ ତମ ଦୁଇ ଆଖିପତା ଲୁଣି ଲୁହର ବନ୍ୟାରେ ଭାସିଗଲେ ଭୟ କରନାହିଁ ।


ଯିଏ ପ୍ରାଣ ଭରି କାନ୍ଦି ନଜାଣେ , ସେ ହସର ଆନନ୍ଦ ଉପଲବ୍ଧି କରି ପାରେନାହିଁ। ଏମିତି ଭାବି ଭାବି ଆଗକୁ ବଢୁଥିଲା ଝିଲି। ହଠାତ କାରଟିଏ ଧକ୍କାଦେଲା । ଛିଟିକି ପଡ଼ିଲା ଝିଲି।


ଗାଡ଼ି ଅଟକାଇ ଓଲ୍ହେଇଲେ ସୁବୋଧ। ବୟସ ପଞ୍ଚାଳିଶ , ସୁନ୍ଦର ଚେହେରା, ଯୁବକ ନହେଲେ ବି ଯୁବକ ସୁଲଭ ଢଙ୍ଗ। ଚେତାଶୁନ୍ୟ ଥିଲା ଝିଲି। ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସାପରେ ଚେତା ଫେରିଲା ଝିଲିର । ଲାଜେଇଯାଇ ଭୂଲ ମାଗିଲା ସେ।


ସେଇଦିନ ଝିଲିକୁ ଡାକ୍ତରଖାନାରେ ରହିବାକୁ ପଡ଼ିଲା। ସୁବୋଧବାବୁ ସମସ୍ତ ବିଷୟ ହଷ୍ଟେଲରେ ଜଣେଇଦେଇ ଆସିଲେ। କେମିତି କେଜାଣି ଜୀବନରେ ପ୍ରଥମଥର ଝିଲି ଘରେ ଏହି ଖବର ଜଣେଇବା ବିଷୟ ପଚାରିଲା କିନ୍ତୁ ସୁବୋଧ କହିଲା ଏହି ସାମାନ୍ୟ କଥା ଘରେ କାହିଁକି କହିବେ ଘରେ ବ୍ୟସ୍ତ ହେବେ। ଚୁପ୍ ରହିଲା ଝିଲି।


ଦୁଃଖସୁଖ ଭିତରେ ସ୍ତ୍ରୀ ପରିତ୍ୟକ୍ତ ସୁବୋଧ ନିଜ ଦୁଃଖ କାହାଣୀ କହିଗଲା। ତାପରେ ପଚାରିଲା, ଆଚ୍ଛା, ଝିଲି ଖରାପ ଭାବିବନି , ତମେ କେବେ ପ୍ରେମ କରିଛ ? ଲାଜେଇଯାଇ ମୁଣ୍ତ ହଲେଇ ମନା କଲା ସେ।


ସୁବୋଧ କହିଲା , ଜାଣିଛ ଆଜିକାଲିର ବେକାର ପ୍ରେମ ;ଯୁଗ ବଦଳିବା ସହ ପ୍ରେମର ସଂଜ୍ଞା ବଦଳିଛି। ପ୍ରେମପତ୍ର ପରିବର୍ତ୍ତେ ମୋବାଇଲ ଇମୋଜୀର ବହୁଳ ବ୍ୟବହାର। ଆଜିକାଲି ପ୍ରେମିକ ପ୍ରେମପତ୍ର ବରଗଛ କୋରଡରେ ରଖି ପ୍ରେମିକାକୁ ଇସାରା କରିବାର ଆବଶ୍ୟକତା ନାହିଁ କାରଣ ବରଗଛ କଟି କଂକ୍ରିଟ ଜଙ୍ଗଲ, ତାଛଡା ଇଣ୍ଟରନେଟ ଯୁଗ। କାରଣ ଆମେ ଆଧୁନିକ ତେଣୁ ପ୍ରେମ ବି ଆଧୁନିକ। 


ପୁର୍ବରୁ ଗାଆଁର ଲଳନା ପାଉଁଜି ଛମ୍ ଛମ୍ କରି ଅଣ୍ଟାରେ ଗରା ରଖି ପୋଖରୀ ଆଡକୁ ଗତି କରିବା ସମୟରେ ଖଜୁରୀବୁଦା ଆଢୁଆଳରେ ପ୍ରେମିକ ଟିକେ ପ୍ରେମିକାର ମୁଖମଣ୍ଡଳ ଅବଲୋକନ ମାତ୍ରେ ଅଫୁରନ୍ତ ଆନନ୍ଦ ପାଉଥିଲା। 


ଆଜିକାଲି ପୋଖରୀ ପୋତି ସୁନ୍ଦର ପାର୍କ ନିର୍ମିତ। ସେହି ପାର୍କରେ ପ୍ରେମିକ, ପ୍ରେମିକାର ବିନାସଙ୍କୋଚରେ ଶାରିରୀକ ମିଳନ। କିଛିଦିନ ପରେ ବିଚ୍ଛେଦ। ମିଳନର ସ୍ପୃହା ନାହିଁ, ଉତ୍କଣ୍ଠା ନାହିଁ କିମ୍ୱା ବିଚ୍ଛେଦର ଦୁଃଖ ନାହିଁ କି ଅନୁଶୋଚନା ନାହିଁ। ଲୁଗା ବଦଳିଲା ପରି ବଦଳନ୍ତି ପ୍ରେମିକ/ ପ୍ରେମିକା। 

କାରଣ

ଆମେ ଆଧୁନିକ !


ଝିଲି କହିଲା ନିହାତି ସତ କଥା।


ପରଦିନ ଝିଲିକୁ ହଷ୍ଟେଲରେ ଛାଡ଼ିଦେଇ ନିଜ କର୍ମକ୍ଷେତ୍ର ଭୁବନେଶ୍ୱର ଚାଲିଗଲେ ସୁବୋଧ।

କଥାବାର୍ତ୍ତା ଚାଲିଲା କିନ୍ତୁ ଔପଚାରିକ। ଧିରେ ଧିରେ ସୁବୋଧ ଆକର୍ଷିତ ହେଲେ ଶିକ୍ଷିତା ଯୁବତୀ ଝିଲି ପ୍ରତି।


କିନ୍ତୁ ଝିଲି ସେମିତି କିଛି ନଭାବି ଗୁରୁଜନ ହିସାବରେ କଥା ହେଉଥିଲା। ସୁବୋଧ ବାବୁ ଦିନେ କହିଲେ , ଝିଲି ! ତମେ ମୋତେ      " ଆପଣ " ନଡ଼ାକି " ତମେ " ଡ଼ାକିଲେ ଖୁସି ଲାଗନ୍ତା। 


ଝିଲି କହିଲା, ଆପଣ ବୟସରେ ବଡ଼, ଚାକିରୀଆ ବି । ତେଣୁ ସମ୍ମାନ ଦେବା ମୋ କର୍ତ୍ତବ୍ୟ। ଚୁପ୍ ହୋଇଗଲେ ସୁବୋଧ। ତାଙ୍କରି ମନରେ ଝିଅଟି ପ୍ରତି ପ୍ରେମଭାବ କାହିଁକି ଜାଗ୍ରତ ହେଉଛି। କେମିତି ପ୍ରକାଶ କରିବେ।


ତା ଭିତରେ ତିନିଚାରିଥର ସୁବୋଧ ସାକ୍ଷାତ କରି ସାରିଥିଲେ ଝିଲିକୁ କିଛି ସାମାନ୍ୟ ଉପହାରସହ । ବହୁତ କଷ୍ଟରେ ଗ୍ରହଣ କରୁଥିଲା ଝିଲି କିନ୍ତୁ ଛୋଟ ଭଉଣୀ ରୂପାକୁ ସବୁ କହୁଥାଏ।


ସୁବୋଧବାବୁ ଓ ଝିଲିର ମିଳାମିଶା ଓ ଗଳ୍ପ ବଢ଼ିଲା। ଧିରେ ଧିରେ ଝିଲି ରୂପାକୁ ସୁବୋଧବାବୁଙ୍କ ସହ ମିଳାମିଶା କଥା କହିବା କମେଇ ଦେଲା। ଧିରେ ଧିରେ ଝିଲି ହୃଦୟରେ ବି ପ୍ରେମର ବୀଜ ବପନ ହେବାରେ ଲାଗିଥିଲା।


ସେଇ କିଛି କଥା ସହ ଝିଲିର " ତମେ" ସମ୍ବୋଧନରେ ମୋ ଅସନା କୋଠରୀର କୋଣ ଅନୁକୋଣ ଅନେକ ଫୁଲର ବାସ୍ନାରେ ମହକି ଉଠୁଥିଲା । ଜୀବନଟା ଥିଲା ସେପର୍ଯ୍ୟନ୍ତ ମୋ ପାଖରେ ଏକ ରୂପକ ପରି, କିନ୍ତୁ ତମର " ତମେ" ସମ୍ବୋଧନରେ ତାହା ପ୍ରତୀକରେ ପରିଣତ ହୋଇଗଲା।


ତମ ନିଭୃତ ମନ , ରକ୍ଷଣଶୀଳ ହୃଦୟର ପ୍ରଜାପତି ଲଘୁପକ୍ଷ ତୋଳି ହଠାତ କେମିତି ମୋ ମନର ଅରଣ୍ୟକୁ ଉଡି ଆସିଲା ? ମୋତେ ଲାଗିଲା ହଠାତ ମୁଁ ପୁରୁଷରୁ ପ୍ରେମିକ ହୋଇଯାଇଥିଲି ।


ସୁବୋଧ କହୁଥିଲେ, ଜାଣିଛ ଝିଲି ! ସବୁ ସୁଖର ସ୍ମୃତି ମୋ ପାଇଁ ଫୁଟା ନୌକା ଭଳି; ଯାହା ମଝି ନଈରେ ପାଣି ପଶି ବୁଡ଼ିଯାଏ। ଝିଲି କହିଲା, ଆଚ୍ଛା , ସୁବୋଧ ! ତମକୁ ମୋସହ କେବେଠୁ ପ୍ରେମ ହେଲା ? 


ହସି ହସି ସୁବୋଧ କହିଲେ, ସେଦିନ ରେଭେନ୍ସା ସାମ୍ନାରେ ମୁଁ ତମ ମୁଣ୍ଡଟିକୁ ମୋ ଛାତିର ଚାପିଦେଲି। ତମେ ନିଜକୁ ମୁକ୍ତ କରିବା ସମୟରେ ମୋ ହୱାଇନ ପକେଟ୍ ର ପେନ୍ କ୍ଲିପରେ ତମ ମୁଣ୍ଡର କେଶ ପଶି ଲଟକି ଯାଇଥିଲା ଓ ତମେ ଖିଲି ଖିଲି ହସୁଥିଲ।


ଧିରେ ଧିରେ ପ୍ରେମ ବଢ଼ିଥିଲା ସୁବୋଧ ଓ ଝିଲିର । ଝିଲି ପଚାରୁଥିଲା , ସୁବୋଧ ! ସେଦିନ ଜୋବ୍ରା ନଦୀ ପଠାରେ ତମେ ବହୁତ ଉଦାସରେ ପଚାରୁଥିଲ , ବୟସର ତାରତମ୍ୟରେ ଆମ ଭବିଷ୍ୟତ ? ଏହି ସମାଜ ? ତମ ପରିବାର ? 


ତମ ପ୍ରଶ୍ନରେ କାଣିଚାଏ ମିଛ ନାହିଁ । ତମେ ତ ଜ୍ଞାନୀ, ଅଭିଜ୍ଞ। ମୁଁ ମଧ୍ୟବିତ୍ତ ପରିବାରର କନ୍ୟା। ପ୍ରେମର ବାଦୁଡି କେବେ ଆମ ଆଖ ପାଖରେ ବି ଲଟକେଇବା ସ୍ବପ୍ନ ପରିବାରରେ କେହି ଦେଖିନାହିଁ। କିନ୍ତୁ ମୁଁ ତମ ପ୍ରେମ ଲଙ୍କାରେ ବନ୍ଦୀନି ସୀତା।


ସୁବୋଧ ! ତମେ ବାରମ୍ବାର କୁହ , ନାରୀ ଜଣକୁ ପ୍ରେମକରି ଅନ୍ୟକୁ ବାହାହେଲେ ତମକୁ ପୃଥିବୀ ଅସହାୟା ବିଧବା ପରି ଲାଗେ। ମୁଁ ପ୍ରତିଜ୍ଞା କରୁଛି, ମୁଁ ଚାକିରୀ କରିବି, ସମାଜ ସହ ଲଢିଯିବି , ତମେ ସହଯୋଗ କରିବ ତ !


ସୁବୋଧ କହିଲେ ନିଶ୍ଚୟ। ତାଛଡ଼ା ଯୁଗ ଯୁଗରୁ ପ୍ରେମ ପାଠରେ ଲିପିବଦ୍ଧ ଅଛି, ପ୍ରେମ ପାଇଁ ବୟସ ବାଧକ ନୁହେଁ। କିନ୍ତୁ !ଝିଲି ପଚାରିଲା, କିନ୍ତୁ ପୁଣି କ'ଣ ଯେ ?


ସୁବୋଧ କହିଉଠିଲେ , ତମେ ପାଠ ପଢୁଥିବା ଦୁନିଆ ବିଷୟରେ ଅନଭିଜ୍ଞ ଝିଅ , ମୁଁ ଘାତପ୍ରତିଘାତର ସାମ୍ନା କରି ଆଗକୁ ବଢ଼ିଥିବା ପୁରୁଷ । ତମେ ସନ୍ଦେହର ଘନବାଦଲ ଓ ମୁଁ ଖୋଲା ପୁସ୍ତକ।


ମୋ ବ୍ୟସ୍ତବହୁଳ ଜୀବନରେ କଳାବାଦଲ ସର୍ବଦା ବିଦ୍ୟମାନ। ତମସହ ବାର୍ତ୍ତାଳାପର ମାତ୍ରା ଆଗକୁ କମିଗଲେ ତମକୁ ଲାଗିବ ଆମ ଭଲ ପାଇବା କମିଯାଇଛି। ଏମିତି ବହୁତ କିଛି *ଅବୁଝାମଣା* ଆମ ସଂପର୍କର ବୃକ୍ଷକୁ କାଟି କାଟି ଖାଇଯିବ। ତମେ ଫେରିଯିବ ତମ ସମାଜକୁ, ତମ ପରିବାରକୁ।ଆଉ ମୋ ପରି ପୁରୁଷଗୁଡ଼ାକ ବାଝିନେବେ ନିରାଶାର ମାରୁବାଲି , ଅଥବା ମାନସିକ ବିକାରଗ୍ରସ୍ତ ଅଥବା ଆତ୍ମହତ୍ୟା।


ଝିଲି କହିଲା , ମୁଁ ପ୍ରେମ ଜାଣିନଥିଲି , ତମଠାରୁ ବହୁତ କିଛି ଜାଣିପାରିଲି , ଅନ୍ତତଃ କୌଣସି ପରିସ୍ଥିତିର ତାଡ଼ନାରେ ବି ଏ ଝିଲି ଓ ସୁବୋଧ୍ୟ ଭିତରେ ଅବୁଝାମଣାର ସ୍ଥାନ ନାହିଁ। ହସିଦେଇ ସୁବୋଧ କହିଲେ , ଝିଲି ! ସବୁ ସମୟର ଖେଳ। ଆଜି ଆମ ସାକ୍ଷାତ ହେଉଛି, କଥା ହେଉଛେ , ନୂଆଁ ନୂଆଁ ଶାବକ ଦେହରେ ପ୍ରେମର ପକ୍ଷ ଲାଗିଛି , ତେଣୁ ସବୁ ସୁନ୍ଦର ଲାଗୁଛି ।


ଝିଲି କୁହେ , ଶୋଇପଡ଼ ସୁବୋଧ । ଏମିତି ଅଶୁଭ କଥା କୁହ ନାହିଁ। ତମବିନା ମୁଁ ଅନ୍ୟ କିଛି ଚିନ୍ତା କରିପାରେନି କି କରିବାକୁ ଚାହେଁନାହିଁ।


ବିତିଗଲା କିଛି ମାସ।


ପଢାସାରି କିଛିଦିନ ପାଇଁ ଗାଆଁକୁ ଚାଲିଗଲା ଝିଲି। ଦୂରତା ବଢିଲା, କଥାବାର୍ତ୍ତା କମିଲା। ତା ଭିତରେ ସୁବୋଧ ଅସୁସ୍ଥ ହେବା ସହ ଚାକିରୀ ଜଞ୍ଜାଳରେ ବ୍ୟସ୍ତ ରହି ଭୂଲିଗଲା ଝିଲିର ଜନ୍ମଦିନକୁ ଶୁଭେଚ୍ଛା କଥା। ତା ପରଦିନ ମାନ, ଅଭିମାନ। କଥାବାର୍ତ୍ତା ଜାଣିଶୁଣି କମେଇ ଦେଲା। ଆରମ୍ଭ ହେଲା




ଏମିତି ଛୋଟ ଛୋଟ ଘଟଣା ସାଙ୍ଗକୁ ପରିବାର ପରିଜନ ପକ୍ଷରୁ ଆଗତ ବିବାହ ପ୍ରସ୍ତାବ ବ୍ୟତିବ୍ୟସ୍ତ କରୁଥିଲା ଝିଲିକୁ । ଦୁରତ୍ଵ ଅବୁଝାମଣା ବଢ଼ିବାରେ ଲାଗିଥିଲା। ପ୍ରତିହତ କରିବାର ରାସ୍ତା ନଥିଲା।


ଝିଲି ମନେମନେ ସ୍ଥିର କରି ସାରିଥିଲା, ବୟସ ତାରତମ୍ୟରେ ଏହି ପ୍ରେମିକ ହୁଏତ ତାକୁ ଭୁଲିଗଲେ, ଅଥବା ଅନ୍ୟ ପ୍ରେମିକା ଯୋଗାଡ କରିସାରିଲେ। ସେ ବି ନିଜ ରାସ୍ତା ଦେଖିବ। ତା ପ୍ରେମ ଭୂଲ ଥିଲା। ଦୁଇ ବର୍ଷର ପ୍ରେମ ଠିକ୍ ନା ତେଇଶବର୍ଷ ପାଳିପୋଷି ବଡ଼ କରିଥିବା ପରିବାର !


ଅବୁଝାମଣା, ଦ୍ଵନ୍ଦ, ସନ୍ଦେହର ଜାଲରେ ଫସି ଯାଇଥିଲା ସାରଙ୍ଗ ପକ୍ଷୀଟି । ରାସ୍ତା ଦେଖେଇବାକୁ ପାଖରେ ନଥିଲା ପ୍ରେମିକ। ସରିଗଲା ପ୍ରେମ। ଅନ୍ୟତ୍ର ବାହା ହେଇଗଲା ଝିଲି।


ଛାତିଟାକୁ ଚାପି ଧରିଥିଲେ ସୁବୋଧ। ପାଟି କରୁଥିଲେ , ଏ କକ୍ଷର କାରାବାସେ ବନ୍ଦୀ ମୁଁ ନିଃସଙ୍ଗ ବିହଙ୍ଗ- ତୁମର ସାରଣୀ ଖୋଜେ ଏହି ସଞ୍ଜେ । ପ୍ରଥମ ମଳୟ ଲଗୁଥିଲା ଦିନେ ଏହି ବାତାୟନ ଡେଇଁ, ଜାଗୁଥିଲା ଦେହରେ କମ୍ପନ, ସେଦିନର ସ୍ମୃତି ! ସବୁ ଆଜି ବିଗତ। ତମେ ଆଜି ବହୁଦୂରେ , ଆମ ମଧ୍ୟେ ଅନେକ ଦୂରତ୍ବ- ତୁମରି ସୁବୋଧ ଡାକେ ବିଳପଇ ଆଜି ମୋ ପ୍ରେମିକତ୍ୱ।


ଛଅ ଫୁଟିଆ ମଣିଷଟା ସତଫୁଟିଆ ବିଛଣାର ବେଡସିଟ ଇତଃସ୍ତତଃ କରି ଛାତିର ଯନ୍ତ୍ରଣାରେ ଛଟପଟ ହେଉଥିଲା। ମୁଁ ପହଞ୍ଚି ଡାକ୍ତରଖାନା ନେଲି। ସୁବୋଧ ସୁସ୍ଥ ହେଲେ। କହୁଥିଲେ ବୁଝିଲ ସିଦ୍ଧାର୍ଥ ! ଅବୁଝାମଣା ଜାଳିଦିଏ ସମ୍ପର୍କ। ହୁଏତ ଝିଲି ଅବୁଝାମଣାର ବିଷପାନ କରି ମୋ ପ୍ରତି ବିମୁଖ ହୋଇ ସଂସାର କରିନେବ। ଆଉ ରହିଲା ମୋ କଥା। ମୁଁ ଦୁନିଆ ଦେଖିଛି। ଝିଲିର ଦୁଇ ବର୍ଷର ପ୍ରେମକୁ ମନେପକେଇ ବାକି ଜୀବନ ବିତେଇବାରେ ବିଶେଷ କଷ୍ଟ ହେବ ନାହିଁ। ଚାଲ ଗୁପଚୁପ ଖାଇବା।

ସୁବୋଧ ଓ ମୁଁ ବଢ଼ୁଥିଲୁ ଆଗକୁ।


ହସି ହସି ମୁଁ ଟିକେ ଦୁରରେ ଯୁବତୀକୁ ଦେଖି କହିଲି, ସୁବୋଧବାବୁ ତେଇଶି !

ସୁବୋଧବାବୁ କହିଲେ ନା ବାବା ନା ,


*ଅବୁଝାମଣା !*

ହସୁଥିଲୁ ଦୁହେଁ , ଝିଅଟି ଧିରେ କହୁଥିଲା , ଅଭଦ୍ର !






Rate this content
Log in

Similar oriya story from Abstract