Satyabati Swain

Tragedy

4  

Satyabati Swain

Tragedy

ଅବିଶ୍ବାସୀ

ଅବିଶ୍ବାସୀ

4 mins
212


ଦୁଇ ମାସ ପରେ ବିଜ୍ଞାନ ଆସୁଛନ୍ତି। ଖୁସିରେ ମୋ ଗୋଡ଼ ତଳେ ଲାଗୁନି।ଗୋଟିଏ ଖବର ଦେବା ପାଇଁ ତାଙ୍କୁ ମୋର ଅପେକ୍ଷା।


ବିଜ୍ଞାନ ବେକରେ ହାତ ଛନ୍ଦି କହିଲି ,ତୁମ ପାଇଁ ଗୋଟିଏ ଖୁସି ଖବର ଅଛି।


ଖୁସି ଖବର ?


ହଁ । 


କୁହ ।


କହିବି ?


ନିଶ୍ଚିତ।


ତୁମେ ବାବା ଓ ମୁଁ ମାଆ ହେବାକୁ ଯାଉଛି।


ହ୍ଵାଟ୍ !!


   ଶୁଣୁ ଶୁଣୁ ସଂଗେ ସଂଗେ ଫାୟାର ହୋଇଗଲେ। ଭାବିଥିଲି ଖୁସିରେ ପାଗଳ ହୋଇଯିବେ ସେ। କିନ୍ତୁ ସେ ରାଗି ଯାଇ ଚିଲେଇକି କହିଲେ, ନୋ ନୋ ସ୍ୱାଭିମାନୀ କେମିତି ମାଆ ହେଲ ? ବିନା ପିକସନରେ ତୁମ ସହ ଦୈହିକ ସଂପର୍କ ରଖିନି ତ ପିଲା ଆସିଲା କୁଆଡୁ ? କୁହ ସ୍ୱାଭିମାନୀ ଏ ପିଲା କାହାର? ମୋ ଅନୁପସ୍ଥିତରେ କାହା ସହ ସମ୍ପର୍କ ରଖିଥିଲ? ସେ ଆଉ "ସିଦ୍ଧାର୍ଥ" ତୁମ ପଛରେ ପଡିଥିବା ପୁରୁଣା ପ୍ରେମିକ ନୁହେଁ ତ??


   ସିଦ୍ଧାର୍ଥ! ତାଙ୍କୁ କାହିଁକି ୟା ଭିତରକୁ ଟାଣୁଛ।ସିଦ୍ଧାର୍ଥ ଅନ୍ତତଃ ସନ୍ଦେହୀ ନୁହଁ ସେ ସଚା ପ୍ରେମିକଟିଏ।ହଁ ଭଲ ପାଉଥିଲା ମୋତେ।ମୁଁ କିନ୍ତୁ ତୁମକୁ ବୁଝିବା ବହୁତ ଡେରି ହୋଇଗଲା।ସେତେବେଳେ ବୁଝିଥିଲେ ସିଦ୍ଧାର୍ଥ ଆଜି ଆମ ସନ୍ଦେହ ଘେରକୁ ନୁହେଁ ମୋ ଜୀବନରେ ଥାଆନ୍ତେ।


   ସିଦ୍ଧାର୍ଥ ପ୍ରେମକୁ ପୂଜା କରେ,ବିଶ୍ୱାସ କରେ।ସେଥିପାଇଁ ତ ମୋ ସୁଖ ନେଇ ସବୁଦିନ ସେ ମୋ ରାସ୍ତାରୁ ବାଟ ଭାଙ୍ଗି ଚାଲିଗଲେ।ନଚେତ ସିଦ୍ଧାର୍ଥ ଗୋଟିଏ କୋଟି ପତି ବାପାର ଏକମାତ୍ର ସନ୍ତାନ ଚାହିଁ ଥିଲେ ଅସମ୍ଭବକୁ ସମ୍ଭବ କରିବାରେ ଗୋଟେ ମିନିଟ୍ ଲାଗି ନଥିଲା। ଜାଣିଛ ମୁଁ ଯେଉଁ ଦିନ କହିଲି, "ସିଧୁରେ! ମୋ ହୃଦୟରୁ ତୋ ପାଇଁ ସେଇ ପ୍ରେମ ସୃଷ୍ଟି ହୋଇ ପାରୁ ନାହିଁ ଯାହା ପାଇଁ ଦୁଇଟି ଦେହର ମିଳନ ହୁଏ। ଏମିତି ଏକ କାଠ ଗଣ୍ଡି ଶରୀର ନେଇ ତୁ ଖୁସି ହୋଇ ପାରିବୁ ନା ମୁଁ ଖୁସି ହୋଇ ପାରିବି।ତୁ ସେମିତି ମୋର ଗୋଟେ ଭଲ ବନ୍ଧୁ ହୋଇ ରହ।ମୋ ମନରୁ ତୋ ପାଇଁ ସ୍ନେହ ଶ୍ରଦ୍ଧା ଝରୁଛି ସିନା ସଂସାର କରିବା ପାଇଁ ଯେଉଁ ଉତ୍ସୁକତା ନାହିଁ।"


   ସିଦ୍ଧାର୍ଥଙ୍କ ପରି ବନ୍ଧୁଙ୍କୁ ଛାଡି ତୁମକୁ ଗ୍ରହଣ କରିଥିଲି। କିନ୍ତୁ ଏବେ ଭାବୁଛି ମୋ ନିଷ୍ପତ୍ତି ଏକଦମ ଭୁଲ୍ ଥିଲା।


ସେ ବାଜେ କଥା ଛାଡ। ପବନ କଣ ତୁମକୁ ମାତୃତ୍ୱ ଦେଲା !


   ହେ ଭଗବାନ ! ତୁମେ କଣ କହୁଛ ବୁଝି ପାରୁଛ ତ ବିଜ୍ଞାନ!! ମନେ ପକାଅ...ସେ ଦିନ ପାର୍ଟିରୁ ଫେରି ମୋ ସହ ଜୋର ଜବରଦସ୍ତ ଯେଉଁ ସମ୍ପର୍କ ରଖିଥିଲ ତାରି ଫଳ ଏ।ଆଉ ତୁମେ କହୁଛ...


   ଠିକ୍ ଅଛି ଡି ଏନ୍ ଏ ଟେଷ୍ଟ ରୁ କରିଦେବା।କେହି କିଛି ଜାଣିବେନି।ଚୁପ୍ ଚାପ୍ ଏ କାମ କରିନେବା।ମୁଁ ନିଶ୍ଚିନ୍ତ ହେବାକୁ ଚାହେଁ ଏ ପିଲା ମୋର ନା ଆଉ କାହାର।


  ଠାଏ କରି କଷି ଦେଲି ଚାପୋଡ଼ଟିଏ ବିଜ୍ଞାନ ଗାଲରେ।ଆଉ ବାହାରି ଆସିଲି ତାଙ୍କ ଘରୁ ସବୁଦିନ । ଯେଉଁ ସ୍ୱାମୀ ତା ସ୍ତ୍ରୀକୁ ଅବିଶ୍ୱାସ କରେ ଚରିତ୍ରହିଁନା କରିବାକୁ ପଛାଏ ନାହିଁ ; ପୁଣି ସେ ସ୍ବାମୀଟି ଯଦି ହୋଇଥାଏ ପ୍ରେମିକ।କି ଲଜ୍ଜା!!ଛିଃ....


   ଏପରି ସନ୍ଦେହୀ ପୁରୁଷକୁ ମୁଁ ଜୀବନ ସାଥୀ ରୂପେ କେମିତି ନିର୍ବାଚନ କଲି!! ଯଥା ରୀତି ପତିଧର୍ମ ପାଳନ କରୁଥିବା ଜଣେ ସ୍ତ୍ରୀ ସବୁ ଦୁଃଖ କଷ୍ଟକୁ ନୀଳକଣ୍ଠ ପରି ପିଇ ବଞ୍ଚିବାର ସାମର୍ଥ୍ୟ ରଖେ, କିନ୍ତୁ ତା ଚରିତ୍ରକୁ ନେଇ ସନ୍ଦେହ ପୁଣି ନିଜ ପ୍ରେମିକ ଯିଏ ପତି ହୋଇଥିବ ସହିବା ଅସହ୍ୟ।


   ଆଜକୁ ଏଗାର ବର୍ଷ ହେବ ଆମେ ମାଆ ପୁଅ ଦୁହେଁ ବିଜ୍ଞାନଙ୍କୁ ଦେଖିନୁ କି ତାଙ୍କ ବିଷୟରେ କିଛି ଜାଣିନୁ।


ଆଜି ହଠାତ୍ ଷ୍ଟେସନରେ ଦେଖା ହୋଇଗଲା ତାଙ୍କ ସହ।

 ପାଖରେ ଜଣେ ସ୍ତ୍ରୀଲୋକ ଓ ଛୋଟ ଝିଅଟିଏ ବସିଛନ୍ତି । ବୋଧେ ଟ୍ରେନକୁ ଅପେକ୍ଷା କରିଛନ୍ତି କୁଆଡେ ଯିବେ ବୋଲି। ଆଖିରୁ ଗଳି ପଡିଲା କେଇଁ ବୁନ୍ଦା ଅଶ୍ରୁ।ଏଇ ମୋର ସନ୍ଦେହୀ ପ୍ରେମିକ ଓ ସ୍ୱାମୀ। ଦୀର୍ଘଶ୍ଵାସଟିଏ ଥରାଇ ଦେଲା ହୃଦୟ।ସ୍ୱାଭିମାନୀ ଯଦିଓ ସ୍ୱାଭିମାନର ସହ ବଞ୍ଚୁଛି କିନ୍ତୁ ଗୋଟେ ନିର୍ଜୀବ କଣ୍ଢେଇ ପରି। ପ୍ରେମ ବିନା ଜୀବନ କଣ ଜୀଇଁ ହୁଏ!!ଯିଏ ଜୀଏଁ କେବଳ "ଜୀଅନ୍ତା ଶବ" ହୋଇ ସିନା। ବିଜ୍ଞାନ ମୋତେ ଛାଡି ନୂଆ ଜୀବନ ଗଢି ସୁଖ ସଂସାର କରି ପାରିଲେ,ଅଥଚ ମୁଁ କାହିଁକି ପାରିଲା ନାହିଁ! ହୁଏତ ସମ୍ପୂର୍ଣ୍ଣ କାୟ ମନୋବକ୍ୟରେ ମନଟା ଥରେ କାହାକୁ ଦେଲା ପରେ ବୋଧେ ଗୋଟେ ନାରୀ ପାଖେ ଆଉ କିଛି ବଳି ନଥାଏ ଯାହାକୁ ଦେଇ ଅନ୍ୟ ସହ ଆଉ ଗୋଟେ ସଂସାର ପାତିବା ପାଇଁ।


   ଆମେ ଠିକ୍ ତାଙ୍କ ବିପରୀତ ଦିଗରେ ବସିଥିଲୁ ଆମ ଟ୍ରେନକୁ ଅପେକ୍ଷା କରି। ବିଜ୍ଞାନଙ୍କ ଆଖି ଆମ ଉପରେ ପଡିବା ପୂର୍ବରୁ ଗହଳିରେ ହଜି ଯିବାକୁ ଚେଷ୍ଟା କଲି।ଟଏଲେଟ ଆଡ଼କୁ ଚାଲିଗଲି 


ବିଶ୍ବା ଟଏଲେଟ ଯିବୁ ?


ନା ମାମା ।


  ଠିକ୍ ଅଛି ଆମ ଲଗେଜ୍ ପାଖରେ ଏଇ ବେଞ୍ଚରେ ବସିଥା ମୁଁ ଟଏଲେଟରୁ ଆସେ।


ଓକେ ମାମା।


  ଟଏଲେଟ ପାଖକୁ ଯିବା ବାଟରେ ପଛରୁ କେହି ମୋ ହାତ ଧରି ଟାଣିଲା ପରି ଲାଗିଲା।


ପଛକୁ ଚାହିଁ ଦେଖେ ତ ବିଜ୍ଞାନ !


ଇଏ କି ଅଭଦ୍ରାମି ? କିଏ ଆପଣ ?


ମୋତେ ଚୁହ୍ନି ପାରୁନ ସ୍ୱାଭିମାନୀ !


    ପ୍ଲିଜ଼ କ୍ଷମା କରିଦିଅ ମୋତେ।କୁଆଡେ ହଜିଗଲ ତୁମେ। ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳି ହୁଏନି ? ତା ବୋଲି ଏପରି ନିଖୋଜ କେହି ହୁଏ !


   କଳି ! ତୁମେ ମୋ ସହ ଯେଉଁ ବ୍ୟବହାର କରିଥିଲ ତାକୁ କଳି କହୁଛ ? ନିଜ ଭୃଣକୁ ଅସ୍ବୀକାର କରିବା, ପ୍ରେମିକା ପତ୍ନୀକୁ ଚାରିତ୍ରହୀନା କହିବାକୁ ତୁମେ କଳି କହୁଛ ?


   ତୁମେ ଜଣେ ନାରୀକୁ ଜାଣିନ ।ତା ମାତୃତ୍ୱ କିମ୍ବା ତା ସନ୍ତାନ ଉପରେ କୌଣସି ସନ୍ଦେହ ସେ ବରଦାସ୍ତ କରି ପରେ ନାହିଁ। ସନ୍ତାନ ପାଇଁ ସେ କାଳୀ ହୋଇପାରେ।


   ପ୍ଲିଜ଼ କୁହ ଆମର ପୁଅ ନା ଝିଅ ହୋଇଛି ? ଏଗାର ବର୍ଷ ହେବଣି ତାକୁ। ମୁଁ ଟିକିଏ ଦେଖିବି, ପ୍ଲିଜ଼।


ପୁଅ ! ଝିଅ ! କଣ କହୁଛନ୍ତି ମିଷ୍ଟର।ଆର୍ ୟୁ ମ୍ୟାଡ୍ ।


ଥିଲି । ଏବେ ସମ୍ପୂର୍ଣ୍ଣ ସୁସ୍ଥ।


ପ୍ଲିଜ଼ ଛାଡ଼ନ୍ତୁ ମୋତେ। ମୁଁ ଆପଣଙ୍କୁ ଜାଣେନି।


ସ୍ୱାଭିମାନୀ ପ୍ଲିଜ଼।


ହାତ ଛିଞ୍ଚାଡି ଦେଇ ଟଏଲେଟ ଚାଲିଗଲି ।

 

   ହେ କାହିଁକି ମୋ ମାମାକୁ ରଗାଉଛ? ଜାଣିଛ ତାର ହାଇ ପ୍ରେସର । ଟେନ୍ସ ଦେଲେ ଯେ କୌଣସି ମୁହୂର୍ତ୍ତରେ ବି ତାର କିଛି ହୋଇ ପାରେ। ?


   ବିଜ୍ଞାନ ଆଗରେ ସତେ କି କିଶୋର ବିଜ୍ଞାନ ଠିଆ ହୋଇଥିଲା । ତୁମେ ସ୍ୱାଭିମାନୀ ର ପୁଅ ?


ଓ ଆପଣ ତାହାଲେ ମିଷ୍ଟର୍ ବିଜ୍ଞାନ ମିଶ୍ର।


 ତୁମେ ମୋତେ ଜାଣିଛ !


  ହଁ ନିଜ ସନ୍ତାନକୁ ଅସ୍ବୀକାର କରୁଥିବା ଜଣେ କୃତଘ୍ନ ଅବିଶ୍ୱାସୀ ପୁରୁଷ ତୁମେ।


କିନ୍ତୁ ....


   ଆଶ୍ଚର୍ଯ୍ୟ ହୁଅନ୍ତୁନି ମାମା ମୋତେ କିଛି ଲୁଚାଇନି। ସବୁ ଜାଣେ । ମୁଁ କେବେ ବାପା ଅଧିକାର ସାବ୍ୟସ୍ତ କରିବା ପାଇଁ ଆପଣଙ୍କ ଦ୍ୱାରସ୍ତ ହେବିନି। ଯାଅନ୍ତୁ ଏଠୁ ଏବଂ ଆମ ଜୀଵନରୁ ପ୍ଲିଜ଼।



Rate this content
Log in

Similar oriya story from Tragedy