ଅବିବାହିତା ସାବିତ୍ରୀ
ଅବିବାହିତା ସାବିତ୍ରୀ


ମୋର ଟିକିଏ ଆଧ୍ୟାତ୍ମିକ ଜ୍ଞାନ , ପୁରାଣ ଜ୍ଞାନ କମ୍ ଅଛି ।କମ୍ କଣ ନାହିଁ କହିଲେ ଚଳେ । ଯେତିକି ଅଛି ସେଇଥିରେ ଚଳେଇ ନିଏ । ଯଦି ବା ସମୂର୍ଣ୍ଣ ନାସ୍ତିକ ନୁହେଁ , ହେଲେ ସବୁବେଳେ ବି ଜପି ପାରେନି । ବଡ଼ ମାନେ କେତେ ବୁଝାନ୍ତି , କିନ୍ତୁ ମୋ ମନର ନେଟୱର୍କ ଟା ସେଇଠି ଫେଲ ହୋଇଯାଏ । କିନ୍ତୁ କିଛି ବ୍ରତ ଅଛି ଯାହା କୁ ମୁଁ ସମ୍ପୂର୍ଣ୍ଣ ନିଷ୍ଠା ର ସହ ପାଳନ କରେ । ଯେମିତି କି ଦୁର୍ଗା ବ୍ରତ , ମଙ୍ଗଳା ଙ୍କ ବାର , ଶିବରାତ୍ରି , ମାଣବସା ଗୁରୁବାର ଏବଂ ସବୁଠୁ ବଡ଼ ହେଉଛି ଆଜିର ଦିନ , ସାବିତ୍ରୀ ବ୍ରତ । ମୋର ଯେତିକି ଜାଣିଛି ଯେ ବିବାହିତା ନାରୀ ହିଁ ଏ ବ୍ରତ କରନ୍ତି । କିନ୍ତୁ ଆଜି ମୁଁ ଗୋଟିଏ କଥା କହିବି , ସେଇଥିରୁ ଜାଣିବେ କିଛି ନୂଆ କଥା । ଯଦି ବା ନୂଆ ନୁହେଁ ଏବେ ସେଇଟା ପୁରୁଣା ହୋଇ ଗଲାଣି । ଆଜି ଭଳି ଦିନ ରେ ମୋର ଗୋଟିଏ କଥା ମନେ ପଡିଗଲା ।
×××
୨୦୧୬ର କଥା । ମୋର ଇଗନୋ ରେ ବି ଏ ଡ୍ ଚାଲିଥାଏ । ଆମେ ତିନି ଜଣ ସାଙ୍ଗ ଗୋଟିଏ ମେଶ୍ ରେ ରହୁଥିଲୁ ୱାର୍କସପ ସମୟରେ । ଆମ ତିନି ଜଣଙ୍କ ଭିତରୁ ମୁଁ ଆଉ ଜଣେ ବିବାହିତ ଥାଉ ଆଉ ଜଣେ ଅବିବାହିତା ଥାଏ।ସେଇ ରୁମ ରେ ଆଉ ୩ ଜଣ ଝିଅ ବି ରହୁଥାନ୍ତି । ସେଥିରୁ ୨ ଜଣ ଥିଲେ ଆଉ ଜଣେ ଘରକୁ ଯାଇଥିଲା ।
ଭାଗ୍ୟକୁ ସେ ଦୁଇ ଜଣଙ୍କର ବୟ ଫ୍ରେଣ୍ଡ ଥାନ୍ତି । ବାପା ମା ପାଠ ପଢାଇବା ପାଇଁ ପଠେଇ ଥାନ୍ତି କିନ୍ତୁ ସେମାନେ ୨୪×୭ ଖାଲି ମୋବାଇଲ ରେ ଗପନ୍ତି । ଦେଖି କି ମୁଁ ଭାବେ ବିଚରା ସେ ବାପା ମା ଯିଏ କି ଭରସା କରି ଏ ଝିଅ ଙ୍କୁ ଛାଡିଛନ୍ତି ମେସକୁ ।
ତାପରେ ଆସିଲା ସାବିତ୍ରୀର ଦିନ । ଆମେ ଦୁଇ ସ୍ତ୍ରୀ ଲୋକ ସକାଳେ ରେଡି ହୋଇ ମନ୍ଦିର ଯିବା ପାଇଁ ବାହାରିଲା ବେଳକୁ ସେ ରୁମ ra ଗୋଟିଏ ଝିଅ ପଚାରିଲା ଆଜି କଣ କି ...? ଆମେ କହିଲୁ ସାବିତ୍ରୀ ..... ଓହୋ କହି ସେ ବି କୁଆଡ଼େ ବାହାରିଗଲା । ଆମେ ମନ୍ଦିରରୁ ଆସିବା ପରେ ସେ ଝିଅ ଆସିଲା । ହାତରେ ସପିଂ ର ବେଗ୍ ।
ଆମକୁ ଦେଖେଇଲା , ତା ଭିତର ର ଦୁଇ ଟି ଡ୍ରେସ । କ'ଣ ନା ତା ବୟ ଫ୍ରେଣ୍ଡ ଆଣି ଦେଇଛି ।ସାବିତ୍ରୀ ର ଉପହାର । ଦେଖି ଆଶ୍ଚର୍ଯ୍ୟ ଲାଗିଲା କି ସେ ଝିଅ ବି ଦିନ ସାରା ଉପାସ କରିଲା । ତା' ବୟ ଫ୍ରେଣ୍ଡ ଦେଇଥିବା ନୂଆ ଡ୍ରେସ ପିନ୍ଧିଲା । ସମ୍ପୂର୍ଣ୍ଣ ନିଷ୍ଠାର ସହ ପାଳିଲା । ପାଦରେ ଅଳତା ବି ଲଗେଇଲା ।
କିଛି ଦିନ ଆଗରୁ ଯେଉଁ ରାଗ ଲାଗୁଥିଲା କି କେତେ ଫୋନ ରେ ଗପୁଛି, ସେଦିନ କିନ୍ତୁ ମୋତେ ଭାରି ଭଲ ଲାଗିଲା ସେ ଝିଅକୁ । ତାର ସେ ନିଷ୍ଠା ପଣ ମୋ ମନଟି କିଣି ନେଲା । ସେ ଯଦି ଏବେ ଠୁ ଏତେ ତ୍ୟାଗ ଭାବରେ ବ୍ରତ କରି ପାରୁଛି ତେବେ ଆଗକୁ ସ୍ତ୍ରୀ ହେଲେ ସେ କେତେ ଭକ୍ତି କରିବ ।
ପ୍ରକୃତ ରେ ସବୁ ଝିଅ ଖରାପ୍ ନୁହନ୍ତି ।କିଛି ଝିଅ ଏମିତି ବି ଥାନ୍ତି ଯେଉଁମାନେ କି ଭଲ ପାଇବା କୁ ଟାଇମ ପାସ୍ ନୁହେଁ ବରଂ ହୃଦୟ ର ସହ ମାନନ୍ତି । କିନ୍ତୁ ସେମାନେ ଟିକିଏ ପାଠ ରେ ବି ମନ ଦେବା କଥା , ଯାହା ଫଳରେ ବାପା ମା' ଙ୍କ ସ୍ବପ୍ନ ବି ପୁରଣ ହେବ ।
ମୁଁ ତ ଏମିତି ଗୋଟିଏ କଥା ଦେଖିଛି । ଅନ୍ୟ ମାନେ ବି ଏମିତି କେତେ ଘଟଣା ଦେଖିଥିବେ । କିନ୍ତୁ ସେ ଝିଅ ପରି ତ୍ୟାଗ ମାନଭାବୋ ର ଅବିବାହିତା ସାବିତ୍ରୀ ଦେଖି ନଥିବେ ବୋଧେ ।