Barsha rani Nanda

Romance Fantasy Inspirational

4  

Barsha rani Nanda

Romance Fantasy Inspirational

ଅଭିମାନ

ଅଭିମାନ

3 mins
166


ବେଳେ ବେଳେ ଆମେ ସ୍ତ୍ରୀ ଲୋକ ନା ସ୍ବାମୀ ଙ୍କ ଉପରେ ଏତେ ଅଭିମାନ କରୁ ଯେ ଦରକାର ପଡିଲେ ରାଗ ରୁଷା,ଗାଳି ଯାଏଁ କଥା ଯାଏ ବେଳ ପଡ଼ିଲେ ରୁଷିକି ବାପ ଘରକୁ ବାହାରି ଯାଉ। କିନ୍ତୁ ସ୍ଵାମୀ ମାନେ ଯାହା ବି କୁହନ୍ତି ଆମର ଭଲ ଲାଗି ହିଁ କୁହନ୍ତି ଏଇଟା ଆମେ ଏତେ ସହଜରେ ବୁଝି ପାରୁନା। ଏମିତି ସ୍ତ୍ରୀ ବି ଅଛନ୍ତି ସ୍ବାମୀ ଯେତେଦିନ ଯାଏଁ କଥା ହେବେନି ସ୍ଵାମୀ ବିଚାରା କୁ ଖାଇବା କୁ ମଧ୍ୟ ଦେବେନି। କିନ୍ତୁ ମୁଁ ରାଗେ , ରୁଷେ , ଅଭିମାନ କରେ ଯାହା ବି କରେ କିନ୍ତୁ ମୋ ସ୍ଵାମୀଙ୍କୁ କାନ୍ଥ ବାଡ଼ କୁ ଦେଖେଇକି ଖାଇବା କୁ ଦିଏ। ମୁଁ ସେମିତି ରେ ବେଶି ରାଗେନି କିନ୍ତୁ ମହାଶୟ ଆମର ଏତେ ବ୍ୟସ୍ତ ତାଙ୍କ କାମରେ ଯେ ମତେ କେଉଁ ଆଡେ ନେବାର ପାଇଁ ସମୟ ମଧ୍ୟ ପାଆନ୍ତିନି।ଆପଣ ମାନେ ତ ଜାଣିଥିବେ ସ୍ତ୍ରୀ ଲୋକ ଘର କାମରେ ବାନ୍ଧି ହେଇ ରହିଥାନ୍ତି ତେଣୁ ଟିକିଏ ସପିଂ କଲେ କି ଦୂର ଜାଗା ହେଉ ବା ପାଖ ଜାଗାକୁ ବୁଲିବା ପାଇଁ ଗଲେ ସେମାନେ ଟିକିଏ ଖୁସି ହୁଅନ୍ତି ‌। ମୁଁ ବି ସେଇ ଧରଣର ପ୍ରାଣୀ ବୁଲା ବୁଲି କରିବାପାଇଁ ଗଲେ ମୋର ବହୁତ ଖୁସି।କିନ୍ତୁ ମୋ ସ୍ବାମୀ ବହୁତ ବ୍ୟସ୍ତ ଲୋକ ତେଣୁ ସେ ବେଶି ସମୟ ପାଆନ୍ତି ନି ମତେ କେଉଁଠି କୁ ନେବା ପାଇଁ। ସପ୍ତାହକୁ ଦିନଟିଏ ଛୁଟି ହୋଇଥିଲେ ବି କେବେ କେଉଁ କାମ ଯଦି ପଡିଯାଏ ସେଇ ଛୁଟି ଦିନ ଟା ବି ଗଲା। ବେଳେ ବେଳେ ମୁଁ ଅଭିମାନ କରେ ରାଗେ କିନ୍ତୁ ମୁଣ୍ଡ କାନ ଆଉଁସି ହୋଇ ରାଗକୁ ଭୁଲି ଯାଏ।ଜାଣି ଜାଣି ତ ଆସିଛି ଏମିତି ବ୍ୟସ୍ତ ମଣିଷ ପାଖକୁ ମୁଁ ଯଦି ଏତେ ରାଗିବି କାମ ବ୍ୟସ୍ତତା ରେ ରହୁଥିବା ମଣିଷଟି ର ମୁଣ୍ଡ ବ୍ୟଥା ହେବ ତାଙ୍କୁ ବି ଖରାପ ଲାଗିବ ଭାବି ଦୟା ଲାଗେ ବୋଲି ଚୁପ୍ ହେଇଯାଏ।ଥରେ ମୁଁ ବହୁତ ମନଦୁଃଖ କରିଥାଏ ମୋ କଲେଜ୍ ସାଙ୍ଗ ଜଣେ ତା ସ୍ବାମୀ ସାଙ୍ଗରେ ମନାଲି ଯାଇଥାଏ। ଯିବା ଦିନଠାରୁ ଆସିବା ଦିନ ଯାଏଁ ପ୍ରତ୍ୟେକ ଦିନ ତା ଷ୍ଟାଟସ୍ ଦେଉଥାଏ ତାର ସେଇ ଫଟୋ ସବୁ ଦେଖି ମୁଁ ସତରେ ବହୁତ ରାଗି ଯାଇଥିଲି। ବହୁତ ଅଭିମାନ କରିଥିଲି ମୋ ସ୍ବାମୀ ଙ୍କ ଉପରେ । ସବୁବେଳେ ତାଙ୍କ ଉପରେ ରାଗିଲି । ତମର କାମ ଛଡ଼ା ଆଉ କିଛି ବି ନାହିଁ, ଅଫିସ୍ ରେ ରହିଯାଅ ଘରକୁ ଫେରନି , ମୋ ଘରକୁ ସୁଦ୍ଧା ମତେ ଯିବାକୁ ଦେଉନ କହିକି ରାଗି ଥିଲି, ଏମିତି କି ଖାଇ ନଥିଲି ମଧ୍ୟ। ସବୁବେଳେ ଯେମିତି ହୁଏ ଆଜି ରାଗି ଥିଲେ କାଲି ଭୁଲିବାକୁ ପଡେ ଏଥର ବି ସେମିତି ହେଲା କିନ୍ତୁ ଏଥର ଆମ ମହାଶୟ ଜଗନ୍ନାଥ ଲକ୍ଷ୍ମୀ ଙ୍କ ମାନ ଭଞ୍ଜନ କଲା ପରି ମୋ ପାଇଁ ରସ ମଲେଇ ଆଣିକି ଆସିଥିଲେ ମୋର ମିଠା ବହୁତ ପସନ୍ଦ ମିଠାକୁ ଖାଇ ରାଗ ସବୁ ଭୁଲିଗଲି।ବୁଲି ଯିବା ପାଇଁ ଏତେ ତରବର କାହିଁକି ହେଉଚୁ।ଯିବା ହେଲା ମୋର କାମ ଟିକିଏ ଫୁର୍ ସତ୍ ହେଉ ନିଶ୍ଚୟ ଯିବା।ତୁ ଜାଣିଚୁ ନା ତୋର ଦେହ ଖରାପ ହୁଏ ଧୂଳି, ବାଲି, ଧୂଆଁ, ବିରକ୍ତି କର ଶଦ୍ଦ ଏସବୁ ତୋ ପାଇଁ ଭଲ ନୁହେଁ । ତତେ ଦେଖିଲେ ଲାଗେ ଛୋଟ ଛୁଆ ଅଛୁ ତୁ ଏବେ ବି। ବାହାରେ ବୁଲିକି ବାହାର ଖାଇବା ଖାଇକି ତୋ ଦେହ କେତେ ଖରାପ ଥିଲା ମନେ ଅଛି ନା। ଗୋଟିଏ ଆଡେ ତୋର ଖୁସି ପାଇଁ ଦୂର ଜାଗାକୁ ବୁଲେଇ ନେବା ପାଇଁ ଇଚ୍ଛା ହେଉଛି ଅନ୍ୟ ପଟେ ତୋର ଦେହ କୁ ଜଗିବା ପାଇଁ ବାଧ୍ୟ ହେଉଛି। କ'ଣ କରିବି କହ ତୁ ଯେତେ ରାଗୁଛୁ ରାଗ କିନ୍ତୁ ଦୂର ଜାଗା ବୁଲି ଯିବା ପାଇଁ ଜମା କହିବୁନି। ତମ ଘରକୁ ଯିବୁ ତ ନେବି ହେଲା ମୁଁ ଛୁଟି ନେଇଯିବି ଟିକିଏ କାମ ସରି ଯାଉ। ମୁଁ ତ ଖୁସି ରେ କାନ୍ଦିଥିଲି କାହିଁକିନା ମୁଁ ସିନା ଅଯଥା ରେ ତାଙ୍କ ଉପରେ ବିରକ୍ତ ହେଉଛି ସିଏ କିନ୍ତୁ ମୋ ପ୍ରତି କେତେ ଯତ୍ନବାନ ସତରେ। ମୋ ନିଜ କଥା ମୁଁ ଚିନ୍ତା ହିଁ କରୁନି କିନ୍ତୁ ଏତେ ବ୍ୟସ୍ତତା ଭିତରେ ମଧ୍ୟ ସିଏ ଅଫିସ୍ ରେ ଥାଇ ମୋ କଥା ବୁଝି ନିଅନ୍ତି। କିନ୍ତୁ ମୁଁ ବି ଭଲ ପାଇବା ରେ କମ୍ କରିନି ମ ତାଙ୍କ ପାଇଁ ତ ମୁଁ ଆମ ଘରକୁ ଯାଇ ପାରୁନି । ଅଫିସ୍ ରୁ ସେ କେତେ ହାଲିଆ ହୋଇ ଫେରି ଥାଆନ୍ତି ମୋର ଅନୁପସ୍ଥିତି ରେ ସେ ନିଜର ଦାୟିତ୍ଵ ନେବା ପାଇଁ ମଧ୍ୟ ଭୁଲି ଯିବେ ।ଏକା ଏକା ନିଜ କାମ ନିଜେ କରି ଅଫିସ୍ କୁ ଯିବା ସମ୍ଭବ ନୁହେଁ । ଥରେ ମୁଁ ଯାଇଥିଲି ଆମ ଘରକୁ ଆସିଲା ବେଳକୁ ସ୍ବାମୀ ମୋର ସଜଡା ଘରକୁ ଅଳିଆ କରି ରଖି ଦେଇଛନ୍ତି।ତାକୁ ପୁଣି ମୁଁ କାନ୍ଦି କୁନ୍ଥେଇ ସଜାଡିଛି ପୂରା ଦଶଦିନ ଖଣ୍ଡେ ଲାଗିଲା ମତେ।ତା ଠୁଁ ଭଲ ଯିବୁ ଯଦି ଦିଜଣ ଯିବୁ ନହେଲେ ନାହିଁ।ତା ପରଠୁ ମୁଁ ଏକୁଟିଆ ଯାଉନି। ବେଳେ ବେଳେ ଅଭିମାନ କରେ। ମୁଁ ମୋ ବଗିଚାକୁ ପାର୍କ ବୋଲି ଭାବେ, ରୋଷେଇ ଘରକୁ ରେଷ୍ଟୁରାଣ୍ଟ ଓ ମୋ ଛାତ ଉପରକୁ ଗଲେ ଭାବେ ମୁଁ ଅଛି ମୋ ଛୋଟ ସୁନ୍ଦର ଦୁନିଆରେ, ମୁଁ ମୋ ଛୋଟ ଦୁନିଆରେ ନିରାପଦରେ ରୁହେ । ବାହାର କୁ ଯାଇ ଠେଲାପେଲାରେ ବୁଲିବା ଅପେକ୍ଷା ମୋ ଛୋଟ ବଗିଚାରେ ବସି ଆତ୍ମ ତୃପ୍ତି ଲାଭ କରେ ମୁଁ।

ମଣିଷ ମାତ୍ରକେ ଅଭିମାନ,ରାଗିବା ଏମିତି ଗୁଣ ଥାଏ। କିନ୍ତୁ ମୋର ଇଚ୍ଛା ହେଲେ ମୁଁ ଟିକିଏ ବୁଲି ଆସେ ପାଖ ଆଖ ଜାଗାକୁ ଯାଇ ।



Rate this content
Log in

Similar oriya story from Romance