Gargi Mishra

Classics Fantasy Inspirational

4  

Gargi Mishra

Classics Fantasy Inspirational

ଅଭିଳାଷା

ଅଭିଳାଷା

6 mins
245



ଆଗକୁ ପାଦେବି ଯାଇ ପାରିଲିନି l କାହିଁ କେଜାଣି ଆଧୁନିକତା ସାଙ୍ଗରେ ପାଦରେ ପାଦ ମିଳାଇ ଚାଲି ପାରିଲିନି ମୁଁ l ମୋତେ ଦେଖାଯାଉଥିଲା ଖାଲି ତା'ର ସେ ବାପଠୁଁ ଛଡ଼େଇ ଆଣିଥିବା ଦୁଇ ସରଳ କଥାକୁହାଆଖି ଆଉ ତାକୁ ଛାଡି କୁଆଡେହେଲେ ନ ଯିବାପାଇଁ ଅନୁରୋଧ କରୁଥିବା କରୁଣ ଚାହାଣି l


ମୋ ଝିଅ ଇଶିକା l ଗେହ୍ଲେଇ ଗେହ୍ଲେଇ କେତେ କଥା ତାର.. କୁନି ବିଲେଇ ପରି ମୋ ପାଖେ ପାଖେ ଗୁଡୁରୁ ଗୁଡ଼ୁରୁ ହଉଥିବ କେତେବେଳେ ବଡ଼ ହୋଇଗଲା କେଜାଣି?


କେବେକେବେ ମୋ ଦେହର ଉଷୁମଆଦର ଟିକକ ଟାଣିବାପାଇଁ ଘଷିଲେସି ହଉଥିବ ତ କେବେକେବେ ତା ବ୍ଲଣ୍ଡ ହେଆର ଉପରେ ମୋ ଲମ୍ବାବେଣୀକୁ ଲୁଚେଇ ସେଥିରେ କୁନି କୁନି ଫୁଲସବୁକୁ ଲଗାଇ ଆଇନା ଆଗରେ ଦେଖୁଥିବ l ଜେଜେମା' ଙ୍କୁ କେବେ ଖତେଇ ହେଉ ହେଉ ଚିଡେଇ ଦେଉଥିବ ତ କେବେ ତାଙ୍କ ଗୋଡ଼ ଘଷିଦେଇ ଛେନା ପରି କଅଁଳିଆ ଗାଲ ଦୁଇଟାକୁ ଗେଲ କରିଦେଉଥିବ l ଉଚ୍ଚତାରେ ମୋ ଠୁଁ ଟିକେ ବଢ଼ିଯାଇଛି ଖାଲି ଯାହା ବୁଦ୍ଧି ଏବେବି ଚାରିବର୍ଷିଆ ଛୁଆର l


ଆଜିବି ପୁରୁଣା ସ୍ମୃତିସବୁ ସତେଜ ହୋଇଉଠେ ଆଲବମ ଦେଖିଲେ l ସ୍କୁଲରେ ପ୍ରଥମରୁ ଦଶମଯାଏ ମୋର ସହପାଠୀ ଥିଲେ ଅନିରୁଦ୍ଧ l ଅଧ୍ୟୟନ ମାର୍ଗରେ ଉଭୟ କିଛିଦିନ ଅଲଗା ରହିଥିଲୁ ସିନା ହେଲେ ଅନ୍ୟତ୍ର ମନ କୁଆଡେ ଆସିଯିବା ସମ୍ଭବପର ହେଲାନି l ସମ୍ପର୍କରେ ବିଶ୍ୱାସଥିଲେ ନିଦାକାଠପରି ସୁଦୃଢ, ନଚେତ ପୋଲାକାଠ ପରି କ୍ଷଣଭଙ୍ଗୁର l କେବେବି ସାମାନ୍ୟ ଆଘାତପାଇ ଭାଙ୍ଗିଯାଇ ପାରେ l ଏମିତି କେତେ ଭଙ୍ଗାଗଢ଼ା ଭିତରେ ଆମ ସମ୍ପର୍କ କିନ୍ତୁ ସୁଦୃଢ ହୋଇଚାଲିଥିଲା l ମନଲାଖି ଗୁଣସବୁ ଏକାଠି ଗୋଟିଏ ମଣିଷ ଭିତରେ ମିଳିଗଲେ ସ୍ଥାୟୀ ଭାବେ ଆତ୍ମା ଘରକରିନିଏ l

ମୁଁ ଏକ ମହିଳା ମହାବିଦ୍ୟାଳୟରେ ପଢ଼ୁଥିବା ବେଳେ ସେ ଉଚ୍ଚଶିକ୍ଷା ପାଇଁ ପଢିଲେ ରାଜ୍ୟବାହାର ଏକ ସୁନାମଧେୟ ମହାବିଦ୍ୟାଳୟରେ l ଭଲ ହେଲା ଏଇ ବାହାନାରେ ଦୁହେଁ ବିନା ଅନ୍ୟମନସ୍କତାରେ ନିଜ ଅଧ୍ୟୟନରେ ମଜ୍ଜି ରହିଥିଲୁ l କିଛି ଦୂରତା ସଳିତାକୁ ତେଲ ପରି l ସମ୍ପର୍କର ଶିଖା ବଞ୍ଚିରହିବାକୁ ଇନ୍ଧନ ଯୋଗାଏ l 


କ୍ରମେ ସେ ଏକ ପ୍ରେମିଅର ଇନ୍ଷ୍ଟିଚ୍ୟୁଟରୁ ଏମ.ଟେକ . କରି ଓ ମୁଁ ଡାକ୍ତରୀ ପଢି ନିଜ ନିଜ ଲାଇଫରେ ସେଟଲ ହୋଇଗଲୁ l ହେଲେ ସମୟ ଆମକୁ ଅଲଗା କରି ରଖିପାରିଲାନି l ଅନେକ ପାରିବାରିକ ଦ୍ଵନ୍ଦ ଓ ବୁଝାମଣାପରେ ଶେଷରେ ହୁଏ ଆମ ବିବାହ l ଏବେ ବାହା ହୋଇ କୋଡିଏ ବର୍ଷ l


ଝିଅ ଆମର ମେଟ୍ରିକପାସ କରିଛି l 


ମାତ୍ର ପାଞ୍ଚମାର୍କ ପାଇଁ ସେକେଣ୍ଡ କ୍ଲାସରେ ପାସକଲା ମୋ ଝିଅ ଇଶିକା ଏବର୍ଷ l ଅରବିନ୍ଦ ଚିନ୍ତିତ ହୋଇପଡିଲେ l ତାଙ୍କ କହିବା ଅନୁଯାଇ ତାକୁ ରେସିଡେନସିଆଲ ସ୍କୁଲରେ ଦ୍ୱାଦଶ ଶ୍ରେଣୀରେ ପଢାଇବାପାଇଁ l ସେଠାରେ କୁଆଡେ ଅଧିକ ପଇସା ଦେଲେ ପିଲାମାନଙ୍କୁ ମନମୁତାବକ ରାଙ୍କ ମିଳିଯିବ l ସ୍ୱତନ୍ତ୍ରଭାବେ ପିଲାକୁ ଧ୍ୟାନ ଦେବେବୋଲି ଗ୍ୟାରେଣ୍ଟି ଦେଇଛନ୍ତି l କିନ୍ତୁ ମୁଁ ଜାଣେ ଏପରି ସ୍କୁଲରେ ପିଲାଙ୍କୁ ସକାଳ ଆଠରୁ ରାତି ଆଠଯାଏ କେତେବେଳେ ପିଲାଙ୍କୁ ଫୁରସତ ନଥାଏ l ମୁଠେ ପଇସାର ପ୍ରତିବଦଳରେ ବାପା ମା' ଙ୍କୁ ଉଜ୍ଜଳ ଭବିଷ୍ୟତର ପ୍ରତିଶୃତି ଦେଇ ପିଲାଙ୍କ ସମସ୍ତ ସମୟକୁ ଆୟତ୍ତରେରଖି ନିଆଯାଏ ଯେପରି ସେମାନେ ଫାକ୍ଟ୍ରିର ରୋବୋର୍ଟ l

ବିଦ୍ୟା ନାଁରେ ବୋଝଟିଏ ଲଦି ଦିଆଯାଏ ଯୋଗ୍ୟତାକୁ ଖାତିର ନକରି l ଚିନ୍ତାଧାରାରେ ସ୍ୱାଧୀନତା ଓ ଜିଁ ବାରେ ରୋମାଞ୍ଚ ଉଭୟକୁ ଦଳିଚକଟି ଦିଆଯାଏ l ଯଦି ପିଲାର ବୁଝିବା ଦକ୍ଷତା କମ ତେଵେତ ଖାଇବା ଶୋଇବା ସମୟରୁ ବି କିଛି ଫେଡ଼ି ଦିଆଯାଏ l ସ୍କୁଲ ନାଁରେ ନର୍କ କହିବା ଉଚିତହେବ ବରଂ l 

ପ୍ରଥମଥର ମୁଁ ଅନିରୁଦ୍ଧଙ୍କ ବିରୋଧକଲି ଆମ ଇଶିକାପାଇଁ l କ୍ଲିନିକ ଛାଡି ଠିକକଲି ଘରେରହି ନିଜ ତତ୍ତ୍ଵlବଧାନରେ ପଢାଇ ତାକୁ ଯେମିତି ହେଲେ ଗୋଟେ ଭଲ ଭବିଷ୍ୟତ ଗଢିବାରେ ସାହାଯ୍ୟକରିବି l ଯେତେହେଲେ ତା' ବାପାଙ୍କ ସମୟ କଥା ଅଲଗାଥିଲା l ଆଜିକାଲି ଯୁଗ ଭାରିଖରାପ ବୋଲି ବୁଝେଇଲି l କାଲି କୁଆଡେ ଏଇ ୟୂ. ପି. ରେ ଗୋଟେ ଦଶମ ଶ୍ରେଣୀ ଛାତ୍ରୀକୁ ପ୍ରିନ୍ସିପାଲ, ଅନ୍ୟ ସ୍କୁଲଷ୍ଟାଫ ମାନେ ମିଶି ତାର ଅସ୍ମିତାକୁ ଲୁଣ୍ଠନକରି ତାକୁ ଛାତଉପରୁ ପେଲି ପ୍ରାଣରୁ ମାରି ଦେଇଥବାର ଖବରଆସିଛି l ଏମିତି ଅମଣିଷ ମାନେ ଖୋଲା ମେଲା ଦିନ ଦି'ପହରେ ବ୍ୟଭିଚାର ଉପରେ ବ୍ୟଭିଚାର କରିଚାଲିଛନ୍ତି l ମୁଁ କଉ ଭରସାରେ ମୋ ଆଖିର ପିତୁଳାକୁ ଛାଡିଦେବି ରେସିଡେନ୍ସିଆଲ ସ୍କୁଲକୁ?

ଅନିରୁଦ୍ଧ ଶେଷରେ ମୋ କଥାରେ ଏକମତ ହେଲେ l ତାକୁ ଘର ପାଖାପାଖି କଲେଜରେ ନାଁ ଲେଖାଇ ଦେଲେ l 

ମୋ ଶାଶୁ କିନ୍ତୁ ଭାରି ମୁହଁମୋଡିଲେ l ଝିଅଛୁଆ ପାଇଁ କ୍ଲିନିକ ଛାଡି ଘରେ ବସିବା କଥା ତାଙ୍କୁ ଆଦୌ ସୁହାଇଲାନି l

ଶୁଣେଇ ଶୁଣେଇ କହିଲେ, 

- କୁଆଡୁ କୁଆଡୁ ପ୍ରସ୍ତାବ ନ ଆସିଥିଲା ? ମୁଁ ଚାହିଁଥିଲେ ମୋ ଯୋଗ୍ୟ, ସୁନ୍ଦର, ସୁଠାମ ପୁଅକୁ ଯୁଆଡେ ଇଚ୍ଛା ସିଆଡେ ବାହା କରିଥାନ୍ତି l 

ମୋ ବନ୍ଧୁ ବାନ୍ଧବରେ ସମସ୍ତେ ମନା କରୁଥିଲେ ଆମ ଜାତିରେ ମିଳିଳେନି ଯେ ସୁଯୋଗ୍ୟ ପୁଅକୁ ଏମିତି ଛୋଟକାଟିଆ ଘରେ ଦେଇଦେଉଛ? ଗଣି ଗଣିକି ଦଶଲକ୍ଷ ଟଙ୍କା ନଗଦ ସାଙ୍ଗକୁ ହଣ୍ଡାସିଟି ଯାଚୁଥିଲେ ପାଢ଼ୀବାବୁ ମୋ ଅନି ପାଇଁକି l ତାଙ୍କ ଝିଅ ସୁଲଗ୍ନାର ନିଖୁଣ ଚେହେରାକୁ ଲକ୍ଷ୍ମୀବନ୍ତିଆ ଗୁଣ l ପାଦ ପଡ଼ୁ ପଡ଼ୁ ତା ଶ୍ୱଶୁରଘର ଲକ୍ଷ୍ମୀଉଆସ ପାଲଟି ଗଲାଣି l ମନଲାଖି ବୋହୁଟିଏ ହାତଛଡା କଲି ଯାହା l ପାଢ଼ୀଘରେ ନାତିଟିଏ ଖେଳିଲା ବେଳକୁ ମୋ ଘରେ ନାତୁଣୀ l ପାଢ଼ୀଘର ବଂଶରକ୍ଷା ହେଇଗଲା ଯାହାକୁହ l 


ମା'ଟିଏ ଯେତେବେଳେ ବାହାକଲି ଶେଷରେ ପୁଅର ପସନ୍ଦ ବୁଝି l ଚେହେରା ଆଉ ଗଢ଼ଣବି କିଛି ଖାସନାହିଁ l ସାଧାରଣ ଘର l ଉପରେ ଜାତକ ଆଉ ଦବନବା କଥା ତ ପୁରୁଣା ହେଲାଣି l ପୁଅ ପସନ୍ଦ କରିଛି ଯେତେବେଳେ ଆଉ ସେସବୁ ପ୍ରଶ୍ନଉଠୁଛି କେଉଁଠୁଁ ?  

ହେଲେ ସମସ୍ତଙ୍କ ମୁହଁ ବନ୍ଦକରି କହିଲି,


- ଆଡ଼ଭାନ୍ସ ବୋହୁ l ବାପ ପାଠ ପଢ଼େଇ ଡାକ୍ତରାଣୀ କରିଛି l ଦେଖିବ, କାଲିକି ଦେହପା ' ଖରାପ ହେଲେ ତୁମକୁସବୁ ସମ୍ଭାଳିବ ମୋ ବୋହୁ l ଆଉ ବଡ଼ଲୋକିଘର ଝିଅମାନେ ମୁହଁ ମୋଡି଼ବେ ରୋଗୀଣା ଶାଶୁ ଶ୍ୱଶୁରଙ୍କୁ l

ଦେଖିଲା ବେଳକୁ ଏ ଝିଅଛୁଆ ସମ୍ଭାଳିବା ପାଇଁ କ୍ଲିନିକ ବନ୍ଦ? 

ବାପ ମା' ଉଭୟ ପାଠୁଆ ସାଠୁଆକୁ କେଜାଣି କଉଠୁ କପାଳକୁ ଏ ହୁଣ୍ଡୀ ଝିଅଟିଏ ଥିଲା... କିଛି ବୁଝୁନି କରୁନି l ଓଲିଟେ l 

-ସେ ସବୁ ବୁଝୁଛି ମା ' l ଆପଣ ଡ଼ିସଲେକ୍ସିଆ ବେମାରୀ ବିଷୟରେ ଜାଣିନାହାନ୍ତି l ଲେଖିବାରେ ସେ ଟିକେ ପଛୁଆ l ତା'ମାନେ ନୁହେଁ ସେ କୌଣସି କ୍ଷେତ୍ରରେ ଅନ୍ୟ ପିଲାଙ୍କଠୁଁ କମ l ବରଂ ସେ ନିଜ ଦୁର୍ବଳତା ସୁଦ୍ଧା ପାସ କରିଛି ବହୁତ ବଡ଼କଥା l ମୋ ଝିଅ ଭଲ ଡାନ୍ସକରେ ଏକଥା ଆପଣବି ଜାଣନ୍ତି l କ୍ଲାସକାଲ, ହିପ ହପ ଆଉ ସାଲସା - ସବୁଥିରେ ପାରଙ୍ଗମ l ବଡ଼ହୋଇ ସେ ନିଜର ଇନ୍ଷ୍ଟିଚ୍ୟୁଟ ଖୋଲି ଡାନ୍ସ ଶିଖାଇବ l ନିଜ ଇଚ୍ଛାଶକ୍ତି ଏବଂ ଅଧ୍ୟବସାୟ ଉଭୟଙ୍କୁ ଅଭ୍ୟାସ ବଳରେ ପରିସ୍ଫୁଟିତ କରିବ l

 ମୁଁ ଶାଶୁଙ୍କୁ ବୁଝେଇ କହିଲି l

ହେଲେ ଶାଶୁ ବିରୋଧକରି କହିଲେ, 

- ପଇସା କଉଠୁ ଆସିବ? ନାଚି ନାଚି କିଏ ଘରବାହାର ଖର୍ଚ୍ଚ ମେଣ୍ଟାଇଲାଣି? 

ମୁଁ ତାଙ୍କ କଥାରେ ହସିଦେଲି l କହିଲି, 

-ବୁଦ୍ଧିଥିଲେ ପଇସା ପଛରେ ଗୋଡ଼ାଇବା ଦରକାର ହୁଏନି ମା' l ପଇସା ଆପେ ଆପେ ପଛରେ ଗୋଡ଼ାଏ l ମନଦେଇ ଯାହାବି କଲେ

ଜଣେ ସଫଳ ହେବ ହିଁ ହେବ l ଖେଳକୁଦ, ଗୀତ, ନାଚ, ଚିତ୍ରଅଙ୍କା, ରୋଷେଇ ହେଉ କି ବିଦ୍ୟା ଅଧ୍ୟୟନ - କେବଳ ନିଜ ରୁଚି ମୁତାବକ କୌଣସି ଏକ ଦିଗବାଛି ମନ କେନ୍ଦ୍ରିତ କଲେ ସଫଳତାର ଶୀର୍ଷରେ ପହଂଚିବା ଆବଶ୍ୟମ୍ଭାବୀ l ବାସ, ଲକ୍ଷ୍ୟଚ୍ୟୁତ ନହେଲେ ହେଲା l

ବି. ପି. ମାପିଲି l ଶହେ ସତୁରୀ ସହେ ବାଏ ଶହେ ପଚାଶ l କହିଲି,

- ମା,ନିଅନ୍ତୁ ମେଡ଼ିସିନ ଖାଇ ଗଡିପଡିଲେ ଆପଣ ! ରକ୍ତଚାପ ଅଧିକା ଅଛି l ବେଶୀ ଭବନ୍ତୁନି l

ଗୋଡ଼ ହାତ ଚିପୁ ଚିପୁ ଇଶିକା କହିଲା,

କାଲିଠୁଁ ଅନୁଲୋମ ଵିଲୋମ ନିୟମିତ କରିବାକୁ ପଡିବ ମା l ମୋ ସହ ଚାଲିବାକୁ ଯିବ l ମୁଣ୍ଡତଳେ ତକିଆ ଦେଇ ଶୁଆଇ ଦେଲା l ବେଶୀ ଟେନସନ ନିଅନ୍ତୁନି ଜେଜେମା' l 

ମା' ଆରାମ ପାଇ ଶୋଇ ପଡିଥାନ୍ତି l ପରଦିନ ସକାଳୁ ଇଶିକାକୁ କିଏ ଫୋନକରି କହେ ନ୍ୟୁଜ ଦେଖିବାକୁ l ରିତେଶ ବୋଲି ଇଶିକାର କ୍ଲାସପିଲା କିଏ ସୁଇସାଇଡ କରିଦେଇଛି l

ମା' କହୁଥାନ୍ତି

-ହେ ଭଗବାନ, ଇଏ ତ ସୁଲଗ୍ନାର ପୁଅ l ୟାକୁ ମୁଁ ତା' ବ୍ରତଘରେ ଦେଖିଥିଲି ପରା l ସେ ଆତ୍ମହତ୍ୟା କରିଦେଇଛି?

ଇଶିକା କହୁଥିଲା, 

- ଜେଜେମା, ଜାଣ,ଏତେଗୁଡ଼େ ମାର୍କ ରଖି ବି ତା ବାପା ମା ' ସନ୍ତୁଷ୍ଟ ନଥିଲେ l ସେ ବହୁତ ପ୍ରେସରରେ ଥିଲା l ସୋସାଇଟିରେ ତା ମା' କୁଆଡେ ଆଗରୁ ଚ୍ୟାଲେଞ୍ଜ ନେଇ କହିଥିଲେ ଆମ ସ୍କୁଲରେ ଟପର ତ ତାଙ୍କ ପୁଅ ହିଁ ହେଇ ଦେଖେଇବ l ହେଲେ ସ୍ନିଗ୍ଧା ଟପ କଲା l


ଅଭିଳାଶା ମାନଙ୍କୁ ନିୟନ୍ତ୍ରଣରେ ନ ରଖିଲେ କେଜାଣି ବିପଦ ସଂକେତ ଟପି କେତେବେଳେ ଦୁର୍ଭାଗ୍ୟକୁ ଡାକିଆଣନ୍ତି, ଜଣା ପଡ଼େନି l ବାସ୍ତବ ତାକୁ ଅସ୍ବୀକାର କରି ତା'ଠୁଁ ଦୁରେଇ ଆମେ ନିଜ ଜିଦି ଜାହିର କରିବା ନିଶାରେ ପିଲାଙ୍କ ଜୀବନରେ ଅଯଥାରେ ହସ୍ତକ୍ଷେପ କରୁ ....କେବଳ ଗୋଟିଏ ଅହଂକାର ନେଇ କଣନା ତାଙ୍କୁ ଆମେ ଜନ୍ମ ଦେଇଛୁ l ହେଲେ ସେ ଜୀବନଟି ସ୍ୱତନ୍ତ୍ର l ଆମ ଆଉ ତା' ଭିତରେ ତାରତମ୍ୟ ଅଛି l ସେ ଆମେ ନୁହେଁ ବୋଲି ଅନ୍ୟ ଏକ ଜୀବନ ସତ୍ତା ହୋଇ ସ୍ୱତନ୍ତ୍ର ରୂପେ ବଢ଼େ l ସେ ଆମ ଆଜ୍ଞାର ଅଧୀନ କାହଁକି ହେବ? ମା ବାପ ହିସାବରେ ତାକୁ ଠିକସେ ବୁଝିବାକୁ ପଡିବ l ତାର ଦରକାର ଆଦରକାର, ଇଚ୍ଛା, ଅନିଚ୍ଛା ସବୁକୁ ଶୁଣି, ସମ୍ମାନ ଦେବାକୁ ପଡିବ l ସୁରକ୍ଷିତ ରଖିବାକୁ ପଡିବ l ଜୀବନ ନାଟିକାର ଶେଷ ପର୍ବରେ କେଜାଣି କେତେ ମାନ, ଅଭିମାନ, ଅନୁତାପ, ଅଭିଯୋଗ ଆଦିର ଫେଣ୍ଟା ଫେଣ୍ଟି ଶବ୍ଦମାନେ ସମାଧାନ ନପାଇ ନିଶବ୍ଦ ନ ହେଇ ଯାଆନ୍ତୁ l 


ଶାଶୁ ନିଜ ଆଖିରୁ ଅଝଟିଆ ଲୁହସବୁ ପୋଛୁ ପୋଛୁ "ମୋ ଧନ" କହି ଇଶିକାକୁ କୋଳକୁ ଟାଣି ନେଇ ଗାଲରେ ଚୁମା ଦେଇଦିଅନ୍ତି l କହନ୍ତି, 

- ତୁ କୁଆଡେ ଯିବୁନି ମା' l ମୋପାଖେ ରହିବୁ l ପଢିଲେ ପଢ଼ ନ ପଢିଲେ ନାହିଁ l ଶୃଙ୍ଖଳାର ପରିଧି ଭିତରେ ରହି ସ୍ୱାଧୀନଭାବେ ଯାହା ଇଚ୍ଛା ତାହାକର l ଆମ ପିଲାମାନେ ଦୁଃଖ କଷ୍ଟରେ ତିଳ ତିଳ ଜଳି ରୁହନାହିଁ l ବରଂ ବଞ୍ଚିକି ଥା' l ଉଚ୍ଚ ଆକାଶରେ ଉଡିବାପାଇଁ ତୁମେ ଜନ୍ମ l ବିଦ୍ୟାକେବେ ବଞ୍ଚିବାର ସାଧନ ହୋଇ ପାରେନି l ଜ୍ଞାନ ଅବଶ୍ୟ ହୋଇପାରେ l ବିଦ୍ୟା ଅନେକ ଭିତରୁ କେବଳ ଗୋଟିଏ ମାର୍ଗ ଦେଖାଏ l ପ୍ରକୃତ ଜ୍ଞାନ ଜୀବନକୁ ପରିପୂର୍ଣ କରେ l ନିଜ ଲବ୍ଧିତ ଜ୍ଞାନ ବଳରେ କାଲି କାହାର ଗୃହଲକ୍ଷ୍ମୀ ହୋଇ ତୁ ଏ ସଂସାରକୁ ପରିପୂର୍ଣକର l ସ୍ନିଗ୍ଧ ଜ୍ୟୋତ୍ସ୍ନାଲୋକ ପରି ମାନବୀୟଗୁଣର ଶୀତଳତା, ପବିତ୍ରତା, ଶାନ୍ତକମିନୀୟତା ଏବଂ ସହନଶୀଳତା ଆଦି ଗୁଣରେ କୁଟୁମ୍ବ ଜନଙ୍କୁ ବାନ୍ଧିରଖିଥା l ତୋ ପାଇଁ ଘରପ୍ରାଙ୍ଗଣ ସବୁବେଳେ ଏମିତି ପୁରିଉଠୁ l

ଶାଶୁଙ୍କୁ ମୁଁ ଓ ଇଶିକା ଉଭୟ ଶାଶୁଙ୍କୁ ନିବିଡ଼ ଭାବେ କୁଣ୍ଢାଇ ଧରିଥିଲୁ l ଶାଶୁ କହୁଥିଲେ ମୋ ବୋହୁ ମୋର ପରସନାଲ ଡାକ୍ତର ଆଉ ମୋ ସୁନା ନାତୁଣୀ ମୋ ଡାନ୍ସମାଷ୍ଟର l


Rate this content
Log in

Similar oriya story from Classics