ଆସ ଶିଖିବା ଅହିଂସା ନୀତି
ଆସ ଶିଖିବା ଅହିଂସା ନୀତି


ମାଆ ଏଣିକି ଲକ୍ଷ କଲେ ପୁଅ, ସେଇ ହଜିଯାଇଥିବା ଛୁରୀରେ ଫଳ ଖଣ୍ଡ ଗୁଡିକୁ ଛୋଟ ଛୋଟ କରି ପକ୍ଷୀମାନଙ୍କୁ ଖୁଆଇବା ଭିତରେ, ଜାତି ଜାତି ପକ୍ଷୀଙ୍କ ମଧ୍ୟରେ ଗୋଟେ ଚିକ୍କଣ କାଉ ମଧ୍ୟ ଆସୁଥିଲା. ପୁଅ କାଉକୁ ଘଉଡ଼େଇ ଦେବା ଫଳରେ କାଉଟି ଟିକେ ଦୂରରେ ମନମାରି ବସିରହି ଉଡି ଯାଉଥିଲା. ପୁଅ ମନରୁ ଘୃଣା ଭାବ ତ୍ୟାଗ କରିବାକୁ ଯାଇ ମାଆ ଗାନ୍ଧୀଙ୍କ ସେଵା, ଆଦର୍ଶ ନୀତି ସହିତ ସେ କିପରି ଦରିଦ୍ର, ଦୁଃଖୀ, ଅସହାୟ ଓ ରୋଗୀମାନଙ୍କ ସେଵା କରୁଥିଲେ, ସେକଥା କହିଥିଲେ. ତା ପରେ ଆମେ ଭାରତୀୟ ମାନେ କଳା ହୋଇଥିବାରୁ ଇଂରେଜମାନେ କିପରି ଆମରି ଦେଶରେ ରହି ଆମକୁ ଶାସନ କରି, ଆମରି ଦେଶରୁ ବସ୍ତ୍ର ଶିଳ୍ପ ପାଇଁ କଞ୍ଚାମାଲ ତାଙ୍କ ଦେଶକୁ ବୋହି ନେଇ ପୁଣି ଆମରି ଦେଶରେ ସେସବୁ ବିକ୍ରିକରି, ଆମକୁ ଶୋଷଣ କରୁଥିଲେ ସେକଥା ସବୁ କହିବା ସହ ଇଂରେଜମାନେ,କଳା ଲୋକ କହି ଆମ ଭାରତୀୟ ମାନଙ୍କୁ ଘୃଣା କରିବା ସହ ଅପମାନିତ ଓ ଅସମ୍ମାନିତ କରୁଥିଲେ, ସେକଥା ମଧ୍ୟ କହିଥିଲେ . ଗାନ୍ଧିଜୀ ଏହାର ଦୃଢ଼ ପ୍ରତିବାଦ କରି ଅହିଂସା ଆନ୍ଦୋଳନ ଚଳାଇ କଳା ଗୋରା ଭେଦଭାବ ଦୂର କରିବା ସହ ଆମ ଦେଶକୁ ସ୍ବାଧୀନତା ଆଣି ଦେଇଥିଲେ. ଭଗବାନ ସୃଷ୍ଟି ଆରମ୍ଭ କଲା ବେଳେ ସମସ୍ତଙ୍କୁ କିଛି ଭିର୍ନ୍ନ ଭିର୍ନ୍ନ ରଙ୍ଗ ଦେବା ସହ ଭିର୍ନ୍ନ ଭିର୍ନ୍ନ ପ୍ରତିଭା ମଧ୍ୟ ଦେଇଛନ୍ତି. କାଉ କଳା ହେଲେ ମଧ୍ୟ ପରିବେଶ ପରିସ୍କାର କରିଥାଏ. ସକାଳୁ ସକାଳୁ ଶଯ୍ୟାତ୍ୟାଗ କରି ମର୍ଣ୍ଣିଙ୍ଗ ୱାକ ଓ ଯୋଗ ପ୍ରାଣାୟମ ପାଇଁ ଉଠେଇ ଦେଇଥାଏ. କେବଳ ସେତିକି ନୁହେଁ ପୁଅ, କାଉ ଗୋଟେ ଭଲ ମାଆ. ନିଜ ସନ୍ତାନ ସହ କୋଇଲିର ସନ୍ତାନମାନଙ୍କୁ ବଡ଼ କରିବାରେ ସାହାଯ୍ୟ କରିଥାଏ କାଉ. ଏଥର ରିଙ୍କୁ କାଉକୁ ଘୃଣା ନକରି ତାକୁ ଆଗ ଖାଇବାକୁ ଦିଏ. ମାଆ ପୁଅ ମନରୁ କାଉର ରଙ୍ଗ ଓ ସ୍ୱର ଯୋଗୁଁ ତା ପ୍ରତି ଥିବା ଘୃଣା ଭାବ ଦୂରେଇ ସମସ୍ତଙ୍କୁ ସମାନ ଦେଖି ସମସ୍ତଙ୍କ ଭିତରେ ଥିବା ଭିର୍ନ୍ନ ଭିର୍ନ୍ନ ପ୍ରତିଭା ଚିହ୍ନି ସେମାନଙ୍କ ପ୍ରତି ସଦୟ ହେବାକୁ, ଗାନ୍ଧିଜୀଙ୍କ ଜୀବନୀ କହି, ଶିକ୍ଷା ଦେଇ ପାରିଥିଲେ.
ଏଣିକି ମେଘା ରଖିଥିବା ପାଣି ଢାଳରୁ କାଉଟି ପ୍ରତିଦିନ ପାଣି ପିଉଥିଲା ତ ପୁଅ ରିଙ୍କୁ ମଧ୍ୟ ମାଆଙ୍କ ଅନୁପସ୍ଥିତିରେ ସେ କାମଟି କରି ଦେଉଥିଲା. ଅନେକ ଚଢେଇ ଉଡି ଆସି ଗରମରୁ ରକ୍ଷା ପାଇବାକୁ, ପାଣି ପିଇ ନିଜର ତୃଷା ମେଣ୍ଟେଇବା ସହ ଜଳ ଦାନ ମହା ପୁଣ୍ୟ ବୋଲି ରିଙ୍କୁ ବୁଝିସାରିଥିଲା. ଦେବୀ ମାଆ ଦୁର୍ଗାଙ୍କ କରୁଣାରୁ ରିଙ୍କୁ କ୍ଲାସରେ ଫାଷ୍ଟ ହେବା ସହ ଖେଳରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିଥିଲା. ଦେବୀ ଦୁର୍ଗା ମାଆ ପ୍ରାୟ ଦଶ ପନ୍ଦର ଦିନ ଗାଁରେ ପୂଜା ପାଇ ରହିବା ପରେ ତାଙ୍କର ଭସାଣୀ ଉତ୍ସବ ପାଳନ କରାଯାଇଥିଲା. ହଜି ଯାଇଥିବା ଛୁରୀ ଆଣି ରିଙ୍କୁ ଫଳ କାଟି ଭୋଗ ପ୍ରସ୍ତୁତ କଲାବେଳେ ମାଆ ମନେପକାଉଥିଲେ ଠାକୁର ଘର ଛୁରୀ ନେଇ ପୁଅ ତାଙ୍କର ଭୋଗ ସେଓ ପକ୍ଷୀଙ୍କୁ ଏଯାଏଁ ଦେବା କଥା.ଠିକ ସେତିକି ବେଳେ ରିଙ୍କୁ କହୁଥିଲା ଗାନ୍ଧୀ ଯେମିତି ଯୋଉ କାମ ଆରମ୍ଭ କରୁଥିଲେ ପ୍ରଥମେ ତାହାର ସୁଫଳ ସାଧାରଣ ଗରୀବ ଲୋକଟିଏ ପାଇ ଉପକୃତ ହେଉ ବୋଲି ଚାଁହୁଥିଲେ ଆମେ ସେମିତି ପ୍ରସାଦ ବାଣ୍ଟି ଖାଇବା ପୂର୍ବରୁ ସବୁ ଗରୀବ ଭିକାରୀ ମାନଙ୍କୁ ଆଗ ଦେବା. ସମସ୍ତେ ରିଙ୍କୁ କଥାରେ ସହମତି ପ୍ରକାଶ କରିଥିଲେ ।