Bhagirathi Mohanty

Abstract Fantasy Others

3  

Bhagirathi Mohanty

Abstract Fantasy Others

ଆସ ଗପ କରିବା ଶୀତ ଦିନିଆ ଖରାରେ

ଆସ ଗପ କରିବା ଶୀତ ଦିନିଆ ଖରାରେ

3 mins
118



ଶୀତ ଦିନିଆ ଖରାରେ ଆରାମରେ ଶୋଇ ଉଷୁମ ଟାଣୁ ଥିବା କୁକୁର ଟି କୁ ଡାକି ମୁଁ କହିଲି " ତୁ ରାତି ରେ ପହରା ଦେଉନି ତ; ଏତେ ଶୋଉଛୁ ଯେ ?"

      ସେ ଟିକେ ମୁଣ୍ଡ ହଲେଇ କାନ ପଟ୍ ପଟ୍ କରି ମୋତେ ଚାହିଁ ଭୋ ଭୋ ହେଲା । ମୁହଁ ର ଗଠନ ଅନୁସାରେ ପ୍ରତ୍ୟେକ ପ୍ରାଣୀ ଙ୍କ ଉଚ୍ଚାରଣ ଅଲଗା । ମୋତେ ସେ କହୁଥିବା କଥା ବୁଝି ଗଲି ।

"ବାବୁ, ପ୍ରଥମେ, ମୋ ସାମନାରୁ ହଟିଯାଇ ଖରାକୁ ବାଟ ଛାଡ ଆସିବା ପାଇଁ । "

   ମୁଁ ଘୁଞ୍ଚିଗଲି ।

ସେ ଲାଙ୍ଗୁଡ ହଲେଇ , ତା' ଦେହରେ ବସିଥିବା ମାଛି ଟିକୁ ଘଉଡାଇ ଦେଇ ଆଉ ଥରେ ଶୋଇ ବାକୁ ଚେଷ୍ଟା କଲା ସେ। ମୁଁ କରେଇ ଦେଲିନି ।

    ଡାକିଲି," ଏଇ ଉଠ୍ "।

ସେ ଆଁ କରି ଜୋର ରେ ଭୁକିଲା । ତା ଇଙ୍ଗିତ ବୁଝି ପାରିଲି ମୁଁ । 

   ମୋତେ ସେ ରାଗିଯାଇ କହୁଥିଲା ," ତୁମେ ମଣିଷ ଗୁରା ସ୍ଵାର୍ଥପର । କାହାରି ସୁଖ ଦେହରେ ଯାଏନି । ତମେ ମୋତେ ପୋଷୁଛ ଯେ ତୁମ କଥା ମାନିବି ? ଇଆଡେ ସିଆଡେ ବୁଲି ବୁଲି ଅଇଁଠା କଣ୍ଟା ଗୋଟେଇ ଖାଉଛି । ରାତି ସାରା ଶୀତରେ ଥୁରୁ ଥୁରୂ । ଦିନ ରେ ଟିକେ ଗରମ ଟାଣୁଛି । ଆଉ କାହାକୁ ଗପ କରିବା ପାଇଁ ଡାକ "। ସେ ପୂର୍ବ ବତ୍ ଆଖି ବନ୍ଦ କଲା ।

    ଟିକେ ଦୂରରେ ଖୁଦ ଖୁଣ୍ଟି ଖାଉ ଥିଲେ କେତୋଟି ପାରା । ସେମାନଙ୍କ ମଧ୍ୟରୁ ବୟସ୍କ ଲାଗୁଥିବା ପାରା ଟିକୁ ଡାକି ଅନୁନୟ ହୋଇ କହିଲି," ଆସ, ଗପ କରିବା ।"

   ସେ ଜୁଳୁଜୁଳୁ ହୋଇ ମୋତେ କହିଲା," ଏଇ ଯୋଉ ପାରା ଗୁଡ଼ିକୁ ଦେଖୁଛ , ସେମାନେ ମୋ ପରିବାର; ବନ୍ଧୁ _କୁଟୁମ୍ବ । କାଲିଠାରୁ ଉପାସ ରହିଛୁ ସମସ୍ତେ । କିଏ ଦୟାବାନ୍ ବ୍ୟକ୍ତି କେଜାଣି , ଖୁଦ ବୁଣିଛି । ଆଜିକାଲି ଲୋକମାନେ ଯେତିକି ଧନବାନ ହେଉଛନ୍ତି, ସେତିକି କୃପଣ ବି ହେଉଛନ୍ତି ।ଆମେ ସିଦ୍ଧାନ୍ତ କରିଛୁ , ପଞ୍ଜାବ , ହରିୟଣା ର ସୁବିସ୍ତ୍ରୃତ ଗହମ କ୍ଷେତ କୁ ଉଡିଯିବୁ ।ବାକି ରହିଲା ଗପ କରିବା । ଯିଏ ଖାଇ ପିଇ ସୁସ୍ଥ ରେ ଅଛି , ତାକୁ ଖୋଜ ତମ ସାଙ୍ଗରେ ଗପିବ ।" 

      ଶିଶିର ପଡି ଭାରି ହୋଇ ଯାଇଥିବା ଡେଣା ଯୋଡ଼ି କୁ ଝାଡୁ ଝାଡୁ ସେ କହିଲା "ଗୁଡବାଏ ।"

    "ରହ ରହ" ।

  ପୁଣି କ'ଣ ହେଲା?" 

" ମୋତେ ଉଡା .. ; ତୋ ପିଠିରେ ."

" ଓହୋ ବୁଝି ଗଲି । ତମେ ଉଡି ବାକୁ ଚାହୁଁଛ : ମୋ ପିଠିରେ ବସି ବୁଲିଵ ! ଠିକ୍ ନା ? ଅପେକ୍ଷା କର। ଉଡ଼ିବା ଦିନ ଅତି ନିକଟରେ । ବ୍ୟସ୍ତ ହୁଅନି ତୁମ ପ୍ରାଣ ପକ୍ଷୀ ବହୁତ ଶୀଘ୍ର ଉଡି ଯିବ " ।

ସେମାନେ ଅନନ୍ତ ନୀଳ ନଭରେ ମିଶି ଯାଉଥିଲେ _ ଯେମିତି ଆତ୍ମା ମିଶିଯାଏ ପରମାତ୍ମା ରେ ।ଅପଲକ ସେମାନଙ୍କୁ ଚାହିଁ ରହିଥିଲି ମୁଁ।

     ପିମ୍ପୁଡ଼ି କାମୁଡାରେ ମନସ୍କ ହେଲା ମୁଁ ।

  ପିମ୍ପୁଡ଼ି ଟି ସିଂ ସିଂ ହୋଇ ପଚାରିଲା," କାଟିଲା ?"

   " ହାଓ ଡେଅର ୟୁ ?"

ସେ ହସିଲା ।"ତମେ ମଣିଷ ମାନେ ଯେତେବେଳେ ଆମକୁ ମାଡି ମକଚି ଚାଲି ଯାଅ, ସେତେବେଳେ ଆମକୁ କେତେ କଷ୍ଟ ହେଉଥିବ ଭାବନି ତ?

ମଣିଷ ହୋଇଛ ଯେ ହେଲେ ମଣିଷ ପଣିଆ ନାହିଁ । ଆରପାରିକୁ ଗଲେ କେତେ କଣ୍ଟା ଛାଟ ଖାଇବୁ ; ମାଲୁମ୍ ନାହିଁ । ତୋ କାରନାମା କ'ଣ ଜାଣିନି ?"

"ହଉ, ସେ କଥା ଛାଡ୍ । ଯେତେବେଳ କଥା ସେତେବେଳେ। ଆସେ ଗପ କରିବା ।"

  ସେ ସରୁ ଗାତଟା ଭିତରେ ପଶି ଯାଉ ଯାଉ କହିଲା " ଆଉ କାହାକୁ ଦେଖ "

 ପଞ୍ଜରା ଗଣି ହୋଇ ଯାଉଥିବା ଗଧଟିଏ କୁ ଦେଖି ମୁଁ କହିଲି" ତୁମ ହାଲତ ଏତେ ଖରାପ !"

 "ମୋ ଦୁରବସ୍ତା ପାଇଁ ଦାୟୀ  ମଣିଷ  । ଖୁବ୍ ମତଲବି ସେ । ବିନା ସ୍ବାର୍ଥ ରେ କାହା ପାଇଁ କିଛି କରେନି । ମୁଁ ବୁଢ଼ା ହୋଇ ଗଲିଣି: କିଛି କାମ କରି ପାରୁନି । ସେଇଥିପାଇଁ ମୋତେ ପଚାରୁନି ;ଖାଇବାକୁ ଦଉନି " 

  "ହଉ,ଆଜିକା ଖାଦ୍ୟ ମୁଁ ଦେଇ ଦେବି ,ଆସେ ଗପ କରିବା । "

    ନୋ, ସୋରି । ମୁଁ ରହି ପାରିବିନି " ଅଣ୍ଟା ହଲେଇ ହଲେଇ ସେ ଚାଲିଗଲା ।

    ଖରା ଯାଇ ମୁଣ୍ଡ ଉପରେ ହେଲାଣି।ସେ ଆପାର୍ଟମେଣ୍ଟ କୁ ଫେରି ଆସୁ ଆସୁ କିଏ ଜଣେ ପଛ ଆଡ଼ୁ ମୋତେ କିଏ ଡାକିଲା," ରୁହ ,ରୁହ "

ମୁଁ ଫେରି ପଡି ଅନେଇଲି। ସେଇ ଜଗତସିଂହପୁରିଆ ମାହାନ୍ତି ବୁଢ଼ା ।

"ମଉସା , କୁଆଡେ ଯାଇଥିଲେ ?"

    ସେ ଶୁଣି ପାରିଲେ କି ନାହିଁ ....

"ଜାଣିଛ, ମୋତେ ଏଇଟିନାଇନ । ଏହା କହି ସେ ଉପରକୁ ହାତ ବଢ଼େଇ କହିଲେ ," ରଖେ ହରି ମାରେ କିଏ , ମାରେ ହରି ରଖେ କିଏ ?" ମୁଁ ତାଙ୍କ ହାତ ଧରି ଚାଲିଲି । ୟାଙ୍କୁ ମୁଁ ଗପ କରିବା ପାଇଁ କହିଲି ନାହିଁ । ସିଏ ନିଜେ ତ ଗୋଟେ ଗପ ପେଡ଼ି !


Rate this content
Log in

Similar oriya story from Abstract