ଆନନ୍ଦ
ଆନନ୍ଦ
ବଂଧୁ ଗଣ, ଗୃହସ୍ଥ ବ୍ୟକ୍ତିର ଗୁରୁ ଦାୟିତ୍ଵ ବଢ଼ି ଚାଲିଛି। ଭାରତୀୟ ସାଧୁସନ୍ଥ ମାନେ ଗୃହସ୍ଥ ଆଶ୍ରମକୁ ଶ୍ରେଷ୍ଠ ଆଶ୍ରମ ରୂପେ ବିଚାର କରିଛନ୍ତି। ଗୃହର ମୂଖ୍ୟ ବ୍ୟକ୍ତି ଅନେକ ସମସ୍ୟା ଭିତରକୁ ପଶିଆସେ। ସେଇ ସମସ୍ୟା ବହୁଳ ଜୀବନ ବ୍ୟତୀତ ଭିତରେ ତାର ମାନସିକ ଭାରସାମ୍ୟ ହରେଇ ନିଜର କ୍ଷତି କରିଥାଏ। ମଧୁମେହ, ରକ୍ତ ଚାପ, ହୃତ୍ ଘାତ, ଯକୃତ ଜନିତ ରୋଗର ଶୀକାର ହେବାକୁ ପଡେ। ଦେହରେ ରୋଗ ରହିଲେ ବହୁ ଅର୍ଥ ଚିକିତ୍ସାରେ ବ୍ୟୟ ହୁଏ। ଫଳରେ ପରିବାର ପାଇଁ ନିଜ ରୋଗର ଉପଯୁକ୍ତ ଚିକିତ୍ସାରେ ଅବହେଳା କରି ଜଟିଳ ଅବସ୍ଥାରେ ପଡେ। ଏପରିକି ଅକାଳରେ ମୃତୁ ମୁଖରେ ପଡେ।
ବନ୍ଧୁଗଣ, ତେଲ ଲୁଣର ସଂସାର ଭିତରେ ପିଲାମାନଙ୍କ ଶିକ୍ଷା, ଝିଅ ପୁଅଙ୍କ ବିଭାଘର, ବାସ ଗୃହ,ଓ ବଂଧୁ ବାନ୍ଧବ, ଏମାନଙ୍କ ପାଇଁ ଗୃହ କର୍ତ୍ତା ସଜାଗ ରହେ। ଏଥିପାଇଁ ବହୁ ଅର୍ଥର ଆବଶ୍ୟକତା ଅଛି। ଏହି ଅର୍ଥ ସଂଗ୍ରହ କରିବାକୁ ଯାଇଁ, ଚାକିରୀ, ବ୍ୟବସାୟ, କୃଷି, କିମ୍ବା ଆବଶ୍ୟକ ପଡ଼ିଲେ ବ୍ୟାଙ୍କ୍ ଲୋନ ଆଣିବାକୁ ବାଧ୍ୟ ହୁଏ।
ବଂଧୁ ଗଣ, ଏବେ ମନୁଷ୍ୟର ଆବଶ୍ୟକତା ବଢ଼ି ବାରେ ଲାଗିଛି। ପ୍ରାୟେକ ବ୍ୟକ୍ତି ନିଜକୁ ଅନ୍ୟମାନଙ୍କ ଶହ ତୁଳନା କରିବାକୁ ଯାଇ କୃତିମ୍ ବସ୍ତୁ ବାଦ ଭିତରକୁ ପଶିଯାଏ। ପଡୋଶୀ ଘରର ଆସବାସ, ଚାଲିଚଳନ, ଆଦି ଦେଖି ନିଜର ମନରେ ହୀନ ମଣ୍ୟତା ବସା ବାନ୍ଧେ। ଦାମିକା ମୋବାଇଲ, ମୋଟର ଯାନ, ଆଦି ଆବଶ୍ୟକ ପଡ଼େ। ନିଜର ପିଲାମାନେ ତାଙ୍କ ସାଙ୍ଗର ଚଳନି ଦେଖି ମଧ୍ୟ ପ୍ରଭାବିତ ହୁଅନ୍ତି। ପତ୍ନୀ ମଧ୍ୟ ଦାମିକା ଅଳଂକାର ଦାବୀ କରେ। ଏହି ସବୁର ଆବଶ୍ୟକତା ଦୃଷ୍ଟିକୁ ଆଣି ଗୃହକର୍ତ୍ତା ଉପରେ ଚାପ ପଡେ। ଫଳରେ ଅଧିକ ଚିନ୍ତା ଓ ପରିଶ୍ରମ ପଡେ। ମାନସିକ ଅଶାନ୍ତି ଭୋଗିବାକୁ ପଡେ। ଏଥିପାଇଁ ଗୃହ କର୍ତା ଜଣେ ଅଯୋଗ୍ୟ ବ୍ୟକ୍ତି ରୂପେ ପରିବାରରେ ଘୃଣିତ୍ ହୁଏ।
ବଂଧୁ ଗଣ, ପରିବାରର ସମସ୍ତ ସଦସ୍ୟ ପତ୍ନୀ, ପୁତ୍ର, ଝିଅ,ଓ ଅନ୍ୟ ମାନେ ସମସ୍ତେ ନିଜର ଯେତିକି ଆସବାସ ପତ୍ର ଅଚ୍ଛି ସେତିକିରେ ସନ୍ତୁଷ୍ଟ ହୋଇ ଚାଲିବାର ମାନସିକତା ଆବଶ୍ୟକ। ଏଥି ପାଇଁ ସରଳ ସୂତ୍ର ପ୍ରକୃତିଠାରୁ ପାଇ ପାରିବା। ସୂଯ୍ୟଙ୍କ ଦିବା ଲୋକ, ପବନ, ଜଳ, ମୃତ୍ତିକାରୁ ଗଛ ମୁକ୍ତ ଆକାଶ ପକ୍ଷୀର ସମ୍ବଳ। ଏହାକୁ ନେଇ ସେ ଆନନ୍ଦରେ ଥାଏ।
ଭରଷା ରଖି ଚାଲିବାର କଳା ମନୁଷ୍ୟ ପାଖରେ ଅଛି। କିନ୍ତୁ ସେ ତାକୁ ପ୍ରୟୋଗ ଶିକ୍ଷା ଭୂଳିଯାଉଛି। ଭରଷା କହିଲେ, ଆମେ ଜାଣୁ ଯେ ସୃଷ୍ଟି କର୍ତ୍ତା ସମସ୍ତଙ୍କ ପିତା। ଆମେ ତାଙ୍କ ପାଇଁ ଏହି ରଙ୍ଗ ମଞ୍ଚରେ ଜଣେ ଜଣେ ଅଭିନେତା। କିଏ ରାଜା ତ କିଏ ଭିକାରୀ। ଆମେ ଆମର କଳାରେ ଅଭିନୟ କରିଜିବା। ସବୁ ସହି ଖୁସି ଦେବା ଓ ଖୁସିରେ ରହିବାକୁ ଈଶ୍ୱର ଙ୍କ ଇଚ୍ଛା। ତେଣୁ ବେଦର ବାଣୀ, ପରମ୍ ବ୍ରହ୍ମ ଙ୍କ ସ୍ୱରୂପ ଆନନ୍ଦ।ଅଭାବ କେବଳ ମନସ୍ତରରେ, ବିବେକ ରେ ଆଲେଖ ମହିମାଙ୍କସହ ଭାବ ରଖି ଚାଲିବା ପ୍ରକୃତ ଜୀବନର ସ୍ଵ।ଦୁ ମିଳେ। ନଚେତ୍ ବୋକା ଲୋକଟିପରି ପଥ ହରା ହୋଇ ମରୀଚିକା ଆଡ଼କୁ ଧାଇଁବା ଶ୍ରେୟ ହେବ।