Sunanda Mohanty

Children

3  

Sunanda Mohanty

Children

ଆଲୁଇନ

ଆଲୁଇନ

2 mins
200


 ସବୁଦିନ ଗୁଡ଼ ନାଇଟ ନକହିଲେ ନାତୁଣୀ ଶୁଏନି l ଏବେ ଦୁଇଦିନ ହେଲାଣି ଆଈ ଅଜା ଅପେକ୍ଷା କରି ରହୁଥିଲେ ମଧ୍ୟ ସେ ଆସୁନି l କାରଣ ହୁଏତ ଗରମକୁ ବାହାରିଥିବା ମୁଣ୍ଡ ସାରା ଘାଆ ଯୋଗୁଁ ପିଲାଟା କଷ୍ଟ ପାଉଛି l ତାହା ମଧ୍ୟ ସତ ଥିଲା କେତେକାଂଶରେ କିନ୍ତୁ ଆଉ ଗୋଟିଏ କାରଣ ମଧ୍ୟ ରହିଥିଲା l ଲାଇଟ ବନ୍ଦ ପରେ ଝିଅ ରୁମରୁ ଅଜା ଆଈଙ୍କ ରୁମ୍ ପର୍ଯ୍ୟନ୍ତ ଆସିବାକୁ ଡରୁଥିଲା l ନାତୁଣୀ ମାଆକୁ କହୁଥିଲା ଆଲୁଇନ ଅଛି, ମତେ ନେଇକି ଯାଆ l ଝିଅ ଦିନ ସାରାର କାର୍ଯ୍ୟ ବ୍ୟସ୍ତତା ଭିତରେ ଟିକି ନାତୁଣୀକୁ ଶୁଆଇଦେଇ ନିଜେ ଶୋଇପଡିବା ମତଲବରେ ଆଉ ଆଣୁନଥିଲା ପିଲାଟାକୁ ଏପଟ ଅଜା ଆଈଙ୍କ ବେଡ଼ ପର୍ଯ୍ୟନ୍ତ l ସକାଳୁ ଅଭିମାନ ଭରା କଣ୍ଠରେ ନାତୁଣୀ କହୁଥିଲା ମତେ ମାମା ଆଣିଲାନି, ମୁଁ ଗୁଡ଼ ନାଇଟ କହିଥାଆନ୍ତି l କେତେ ଦିନ ରହିବ ପିଲାଟା ଯେ ତାକୁ ଡରେଇ ଏପଟକୁ ଆଣିଲୁନି ଟିକେର ଉତ୍ତରରେ ଝିଅ କହୁଥିଲା ତୁମେ ଜାଣିନ, ଯୋଉ ଦୁଷ୍ଟ ହେଲାଣି, କାହାକୁ ଡରୁନି ତ ଆଲୁଇନ କହି ଡ଼ରୁଛି ଟିକେ ତ ଖାଇଦେଉଛି, ଶୋଇପଡୁଛି ସେହି ନାମ ନେଇ l ପିଲାଟାକୁ ଡରାଇବା ଜମା ଉଚିତ ହେଉନି ଝିଅ l ତାକୁ ଆଉ ସେମିତି କହନା କି ଶୁଣାନା l

  ପଡୋଶୀ ଯିଏ ଯେମିତି ଘରକୁ ଆସୁଥିଲେ ପିଲାଟାକୁ ଧରି ଗେଲ କରୁଥିଲେ ବହେ କିନ୍ତୁ ଦୂର ହଣ୍ଟେଡ ହାଉସଟି ଆଡ଼େ ଆଙ୍ଗୁଳି ନିର୍ଦ୍ଦେଶ କରି ଓ ଦେଖେଇ କହୁଥିଲେ ଆଲୁଇନ ମାନେ ଅଛନ୍ତି ନେଇଯିବେ, ଖାଇଦେ, ଦୁଷ୍ଟ ହେବୁନି ଇତ୍ୟାଦି l ଅଜାଙ୍କୁ ଭଲ ଲାଗୁନଥିଲା ତାକୁ ଡରେଇ ତା ନିଜ କାମ କରେଇବା ତ ଅନେକ ଥର ଅଜା ସେଇ ଦୂର ହଣ୍ଟେଡ ହାଉସ ପାଖକୁ ନେଲେଣି ନାତୁଣୀଙ୍କୁ ଅନେକ ଥର l କହନ୍ତି କାଇଁ କୋଉଠି ଆଲୁଇନ?? କିଛି ନାହିଁ, ମିଛ, ହେଲେ ନିଜେ ଡରିଯାଆନ୍ତି ଯେବେ ବାଦୁଡ଼ି ଗୁଡା ଫଡଫଡ ହୋଇ ବାହାରି ଆସନ୍ତି ଘର ଭିତରୁ l କୋଉଠୁ ସାପଟାଏ ବାହାରି ପଡେ ତ କୋଉଠୁ ନେଉଳଟିଏ ପୁଣି କେତେବେଳେ ଗୋଧି ଦିଟା l କାନ୍ଧରେ ପକାଇ ନାତୁଣୀକୁ ଫେରିଆସନ୍ତି ଅଜା l ଭିତରେ ଅଜଣା ଡର ଭୟ ଥିଲେ ବି ଉପରକୁ କୁହନ୍ତି କାଇଁ କିଛି ନାହିଁ l ଛୁଆଟା କାନ୍ଧରେ ପଡି ଅଜାଙ୍କ ଛାତି ରୁମଗୁଡାକୁ ଘାସ କହି ମୁଠା ମୁଠା କରୁଥାଏ ତ ଅଜାଙ୍କ ପାଟିରୁ ଉଃ ଆଃ ଶୁଣି ନାତୁଣୀ କହେ ଡରଲାଗୁଛି l ଘରେ ପହଁଚିଲା ପରେ ଅଜାଙ୍କ କୋଳରୁ ନାତୁଣୀକୁ ନେଇ ଝାଡ଼ିଦିଅନ୍ତି ଆଈ ପରସ୍ତେ ଠାକୁରଙ୍କ ଛଡା ଫୁଲ ମାଳରେ ତ କେବେ କୋଉ ଦେବା ଦେବୀଙ୍କ ନାମ ନେଇ l

  ଆଜି ତାର ଜନ୍ମ ଦିନ l ତା ପାଇଁ କେତେ ସାଜ ସଜ୍ଜା କରିବାକୁ ବେଲୁନ, ସାମିଆନା, ମହମବତୀ ସବୁ ଆସିଥିଲା l କେକ ମଧ୍ୟ ବରାଦ ଦିଆ ଯାଇଥିଲା l ସକାଳୁ ସକାଳୁ ଆଈ ଅଜା ଶିବଙ୍କ ପାଖରେ ଜଳଶାୟୀ କରି ତାକୁ ଆୟୁଷ ଆଶିଷ ନିରୋଗ ରହିବା କାମନା କରି ଫେରୁଥିବା ବେଳେ ଦେଖିଥିଲେ ହଣ୍ଟେଡ ହାଉସ ପାଖରେ ଗାଡି ଟ୍ରକ ସବୁ ଲାଗି ଜେସିପି ଦ୍ୱାରା ସଫାସଫି ଚାଲିଛି l କେତେ ଵର୍ଷ ତଳେ ଆଈ ଅଜା କେହି ଦୁଇଜଣ କେବେ ରହୁଥିବା ସେହି ଘରଟି ଉତ୍ତରାଧିକାରୀ ବିହୀନ ହୋଇ ପରିତ୍ୟକ୍ତ ଅବସ୍ଥାରେ ଯୁଗ ଯୁଗ ପଡିରହିବା ପରେ,ବିଗତ ଏତେ ଵର୍ଷ ପରେ କେହି ଅଣନାତି କେଶ୍ କରି ସମ୍ପତ୍ତିର ମାଲିକାନା ଉତ୍ତରାଧିକାରୀ ସୂତ୍ରରେ ଘରଟିକୁ ପୁନ୍ନରୁଦ୍ଧାର କରିବାର ପଦକ୍ଷେପ ଆଖ ପାଖ ସମସ୍ତଙ୍କୁ ଖୁସି ଦେଇଛି l ଭୟ ଛାଡ଼ିଛି l ଖୁସିରେ ଝିଅ ନାତୁଣୀ ସହ ଅଜା ଦିବାକାର କହୁଥିଲେ ଆଜି ମୋ ନାତୁଣୀ ଜନ୍ମଦିନରେ ସବୁ ଆଲୁଇନମାନେ ଛାଡ଼ି ପଳେଇଛନ୍ତି ହଣ୍ଟେଡ଼ ହାଉସରୁ l ଝିଅ ନାତୁଣୀ ହାତରେ ପ୍ଳାଷ୍ଟିକ ଛୁରୀ ଦେଇ କେକ କାଟିବାକୁ ଇଙ୍ଗିତ ଦେଉଥିଲା l ସମସ୍ତେ କହୁଥିଲେ ହାପି ବାର୍ଥ ଡେ ଟୁ ଡୁଗୁ l



Rate this content
Log in

Similar oriya story from Children