STORYMIRROR

Sunanda Mohanty

Tragedy Action Fantasy

4  

Sunanda Mohanty

Tragedy Action Fantasy

ଆଳୁଚକଟା

ଆଳୁଚକଟା

3 mins
374



ଆଦିତ୍ୟର ଜନମ ଏଇ ସହରରେ ତ ସେ ଶିଖୁ ନଥିଲା ତା ସମ୍ବଲପୁର ମାଟିର ଭାଷା, ସଭ୍ୟତା କି ଭକ୍ତି ବୋଲି ମାଆ ପାର ସବୁବେଳେ ଚିନ୍ତିତ ଥିଲା. ସ୍ୱାମୀର ଭଲ ରୋଜଗାରରେ ପୁଅକୁ ଭଲ ଖୁଆଇ ପିଆଇ ପିନ୍ଧାଇବା କଣ ଭୁଲ ଥିଲା ପାରର!ବାପା ମଙ୍ଗୁଳି ବୁଝେଇଦିଏ ବ୍ୟସ୍ତ ହୁଅନା ପିଲା ଲୋକ ଯେମିତି ବଢିଆସିଛି ସେମିତି ଖୋଜୁଛି ତ ଆଜି ଅଲୁଚକଟା ଦେଖି ଭାତ ଖାଇବନି କହିଛି ଯଦି ଗାଁ ମୁଣ୍ଡ ମହନା ହୋଟେଲରୁ ଚିକେନ ଭାତ ଖାଇନେବ ଲୋ ପୁଅ ତୋର.କହିଁକି ଛଟପଟ ହେଉଛୁ ଓ ଛଟପଟ କରୁଛୁ ମତେ? ପାର କିନ୍ତୁ କିଛି ବୁଝୁନଥିଲା. ଦିନକୁ ଦିନ ଆଦିତ୍ୟ ବଦଳିଗଲା ପରି ଲାଗୁଥିଲା. ମାଟ୍ରିକ ଫେଲ ହେଲେ ମଧ୍ୟ ବାପା ମାଆ ତୁନି ଥିଲେ. କିନ୍ତୁ ଗାଁ ଯୁବକ ସଂଘ ଦାଇତ୍ୱ ନେଇ ପିଲାଟା ବିଗିଡି ଯାଉନି ତ ବୋଲି ମାଆ ଭାବୁଥିଲା. ବାପା କିନ୍ତୁ ପୁଅ ଖରଚ କରିଥିବା ହୋଟେଲ ପଇସା ସହ ପାନ ଦୋକାନୀ ପଇସା ଶୁଝି ଦେଲା ବେଳେ ଭାବୁଥିଲା ପୁଅ ତାର ସତରେ କୂଳରୁ ଗଲାଣି. ସିଗାରେଟ କି ଗୁଟଖା କିଣିନି ବୋଲି ଯେତେ କହିଲେ ବି ଦୋକାନୀ ମଙ୍ଗୁଳି କାନରେ ବାଜୁଥିଲା ପାରର ଆଶଙ୍କା ଜନିତ କାତର ସ୍ୱର. ପୁଅଟାକୁ କେତେ କଷ୍ଟରେ ଜନମ କରି ବଢ଼େଇଲି ହେଲେ ପୁଅ ଅବାଟକୁ ଯାଉଛି. ତାକୁ କୁହ ଏ ସନ ଆମ ସଙ୍ଗେ ନୂଆଖାଇ ପରବ ପାଳିବାକୁ ଗାଁକୁ ଚାଲୁ. ସମଲେଇ ଥାକୁରାଣୀଙ୍କ ପାଖେ ଅଧିଆ ପଡ଼ୁ. ମାଆର ନୂଆଖାଇ ପରବର ଭେଟଘାଟ ଓ ଜୁହାର ତା ମନ ପରିବର୍ତ୍ତନ କରିଦେବ.ମଙ୍ଗୁଳୁ କହେ ସେଇ ଆଳୁଚକଟାକୁ ନେଇ କାହିଁ ମହାଭାରତ ସୃଷ୍ଟି କରୁଛୁ ଲୋ. ପିଲାଲୋକ ଦିନେ କହିଲା ଆଳୁଚକଟା ଖାଇବନି ବୋଲି କଣ ସବୁଦିନ ସମାନ ଅଛି!

  ଆଦିତ୍ୟର ଏକାଜିଦ ସେ ଯାଇ ପାରିବନି ଗାଁକୁ . ଏଠି ଗାଁରେ ଅଗି ଜଳିବ. ଭୋଜିଭାତ ହେବ. ସେ ଗ୍ରାମ କମିଟିର ସେକ୍ରେଟାରୀ ଅଛି ଯେତେବେଳେ ତାର ଖୁବ ଦାଇତ୍ୱ ତ ସେ ଯାଇପାରିବନି. ତା ପରେ ସେଠି ସେ ଭାଷା କହିବା ବୁଝିବା ତା ପକ୍ଷରେ ଆଉ ସମ୍ଭବ ନୁହେଁ. ମାଆ ବାପା ଦିଟା ଗାଁ ସମଲେଇ ପାଖରେ ଜୁହାର ହୋଇ ଡାକୁଥିଲେ ପୁଅକୁ ବଦଳେଇ ଦିଅ ମାଆ. ଆଦିତ୍ୟ ନାରାୟଣକୁ ସଂସ୍କୃତି ସମ୍ପର୍ଣ୍ଣ କର ମାଆ. ଘରେ ସାଧାରଣ ଆଳୁ ଚକଟା ହେବାର ଦେଖି ଭାତ ନଖାଇ ଉଠିଯାଉଥିବା ପୁଅ ଏତେ ବଡ଼ ଗାଁର ନ୍ୟାୟ ନିଶାପ ବୁଝିବାକୁ ଯାଇ ଯଦି କାହା ସଙ୍ଗେ ହାତାହାତି ହେ

ଲା ତେବେ କଥା ସଇଲା. ମାଆଲୋ ମାଆ ମୋ ପୁଅକୁ ସାହା ହୁଅ ମାଆ. ଗାଁରୁ ଫେରିବାକୁ ମନ ନଥିଲେ ମଧ୍ୟ ଫେରିଲେ ପାର ଓ ମଙ୍ଗୁଳି. ନିଜ ଗାଁ ଛାଡିବାକୁ ଇଛା ନଥିଲେ ମଧ୍ୟ ରୋଜଗାରକୁ ନଗଲେ କିଏ ଚଳାଇବ ତାଙ୍କ ଆବଶ୍ୟକତା. ପୁଅ ତ ନା ପାଠ କି ଶାଠ ନା କାମ କାଁହିରେ ଦେଉନି ମନ. ବସିଖାଇଲେ ନଈ ବାଲି ସରେ.

  ବାଟରେ ଦେଖାହେଲା ହୋଟେଲର ମହନା. କହିଲା ଏଥର ଭୋଜି ଦେବୁରେ ମଙ୍ଗୁଳି. କିଛି ବୁଝିନପାରି ମଙ୍ଗୁଳି ଆଗେଇ ଗଲା ଘରଆଡ଼େ. ଡବଡବ ଆଖିରେ ସ୍ୱାମୀକୁ ଚାହିଁଥାଏ ପାର. ମହନା କାହିଁକି ଏପରି କହିଲା ବୁଝିହେଉନଥାଏ. ବୁଝିବା କହି ମଙ୍ଗୁଳି ବାହାରିଗଲା ତେଜରାତି ଓ ପରିବା ଦିଟା ଆଣିବାକୁ ଓ ଫେରିଲା ଖୁବ ଖୁସିରେ କହିଲା ମାଆ ସମଲେଇ ଆମ ଡାକ ଶୁଣିଛନ୍ତି ଲୋ ପାର. ପୁଅର ଆମର ନୌକରୀ ଲାଗିଯାଇଛି. କିଛି ବୁଝିନପାରି ପାର ଚାହିଁଥିଲା ଜଳ ଜଳ କରି ତ ମଙ୍ଗୁଳି ବର୍ଣ୍ଣନା କରିଥିଲା ଘଟଣାଟି. ଅଗିଜଳା ପର୍ବ ଠିକ ଠାକ ଚାଲିଥିଲା ବେଳେ, ଗାଁର ଆରପଟେ ରହୁଥିବା କିନ୍ନରମାନେ ଗଣ୍ଡଗୋଳ କରି ସେ ସ୍ଥାନ ତାଙ୍କର ବୋଲି ଦାବୀ କରି ଏକଲକ୍ଷ ଟଙ୍କା ଦାବୀ କାରିଥିଲେ. ସମସ୍ତେ ଭାବୁଥିଲେ ବଚଶା ବଢିଲାଣି ମାନେ ଆଦିତ୍ୟର ଅସଲ ରୂପ ଦେଖିବେ ସେମାନେ ହେଲେ ଆଦିତ୍ୟ ନାରାୟଣର ରୁଦ୍ର ରୂପ ପରିବର୍ତ୍ତେ ଯୋଡହସ୍ତ ମୁଦ୍ରାରେ କିନ୍ନରଙ୍କୁ ବୁଝେଇବା ଓ ସେମାନଙ୍କୁ ଭୋଜିକୁ ଆମନ୍ତ୍ରିତ କରିବା ତଥା ବିନୟ ମଧୁର ବଚନ ଦ୍ୱାରା କଥାର ସମାଧାନ କରି ସମସ୍ତେ ଏକତ୍ରିତ ହୋଇ ଅଗି ଜାଳି ଭୋଜିଭାତ ପଙ୍ଗତ ପକେଇ ଖାଇଵା କଥାଟା ଲେଫଟନାଣ୍ଟ ଅନୀଲବାବୁଙ୍କ ଦୃଷ୍ଟି ଗୋଚର ହେଲା ପରେ ସେ ଆମ ପୁଅ ଆଦିତ୍ୟ ନାରାୟଣକୁ ସିକୁରିଟି ଗାର୍ଡ ଚାକିରୀ ଦେଇଛନ୍ତି ଲୋ ପାର. ଲୁହ ଭିଜା ଆଖିରେ ପାର ମାଆ ଜୟ ସମଲେଇ ଓ ଜୟ ସତ୍ୟ ନାରାୟଣ ଜୟ କହି ସ୍ୱାମୀଙ୍କୁ ଅନୁରୋଧ କରିଥିଲା ଅଗ୍ନି ପୂର୍ଣ୍ଣିମାରେ ଏଣିକି ଶିବଙ୍କ ଶୀରରେ ଜଳାଶାୟୀ କରିବାକୁ ତ ମଙ୍ଗୁଳି କହିଥିଲା ଆଜି ଯାଏଁ ତୋର କୋଉ କଥା ମନା କରିଛି ଯେ ଆଜି ଏ କଥାଟାକୁ ହୁଡ଼ିବି? ପାର ଖୁସି ହୋଇ ଆଳୁ ବଦଳରେ ପୁଅ ପାଇଁ ଚିକେନ ବରାଦ କଲା ବେଳେ ପୁଅ ଆଦିତ୍ୟ ପହଁଞ୍ଚି କହୁଥିଲା ନାହିଁ ବୋଉ ମୁଁ ବ୍ରତ ରଖିଛି ତ ସେଇ ଆଳୁଚକଟା ହିଁ ଭଲ ହେବ. ପାର ଆଖିରୁ ଟପ ଟପ ଅମାନିଆଁ ଲୁହ ଧାର ଗାଡ଼ିପଡୁଥିଲା.


Rate this content
Log in

Similar oriya story from Tragedy