Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Puspanjali Panda

Comedy

5.0  

Puspanjali Panda

Comedy

ୟୁଟୁବ୍ ୟୁଜର୍ସ

ୟୁଟୁବ୍ ୟୁଜର୍ସ

1 min
172


ବାଟରେ ଘାଟରେ ଯୋଉଠି ଦେଖିଲେ

କୁହେ ଦୁଇ ହାତ ଯୋଡ଼ି ।

ଆନ୍ ଡ୍ଏଡ୍ ସେଟ୍ ଧରିଛକି ଆଞା

ପାରିବେ ଟିକିଏ ଛାଡ଼ି ।

ମିଛ କହୁନାହିଁ ମାତ୍ର ଦିମିନିଟ୍

ସମୟ ଟିକିଏ ନେବି ।

ୟୂ ଟୁବ୍ ଟିକେ ଖୋଲିକି ଆମର

ଚାନେଲ୍ କୁ ସବ୍ସ୍ରାଇବ୍ କରିବି ।

ୱର୍ଣ୍ଣି ଦେଇଛି ,ୟୁଜର୍ସ ବଢାଅ

ନହେଲେ ଚାନେଲ୍ ଠପ୍ ।

ଇଣ୍ଟରନେଟରେ ବେପାର କରୁଛି

ୟୁଟୁବ୍ ମୋହର ବାପ।

ଏଜେଣ୍ଟ ଙ୍କ ପରି ଟାର୍ଗେଟପୂରଣ 

ନହେଲେ ଦରମା ନାହିଁ।

ଆପଣଙ୍କ ପରି ବଦାନ୍ୟ ସତରେ

କାହାକୁ ତ ଦେଖିନାହିଁ ।

ଡ଼ଉଲଡାଉଲ ଚେହେରାକୁ ଦେଖି 

ମୋବାଇଲ ତାକୁ ଦେଲି ।

ଦାତାପଣେ ବଡ ଦାନୀକର୍ଣ୍ଣ ସାଜି

ବାହାବା ପୁଳାଏ ନେଲି।

ସାହାଯ୍ୟ କରିବା ଧର୍ମ ଜାଣିଥିଲି

ବୁଝିନି ୟୁଟୁବ୍ କିଛି।

କାମ ସାରି ଯେବେ ଚାଲିଗଲା ସିଏ

ତା କଥା ବସି ଭାବୁଛି।


Rate this content
Log in