STORYMIRROR

Jagannath Das

Inspirational

3  

Jagannath Das

Inspirational

ଯୁଗକୁ ଯୁଗ ଏହି ମତେ

ଯୁଗକୁ ଯୁଗ ଏହି ମତେ

1 min
157



ଯୁଗ କୁ ଯୁଗ ଏହି ମତେ

ପରମାନନ୍ଦ ଏ ଜଗତେ

ଜଗତ ପତି ଯିଏ,

ଭୁବନ ମଣି ସିଏ ।


ମନେ ଭାବନା ଆସେ କେତେ

ବିଶ୍ୱ ଜନେ ଏଈ ଜଗତେ

ତୁମ ପରଶ ପାଇ

ଚାନ୍ଦିନୀ ଛୁଇଁ ଯାଏ ।


କୋଟିଏ ତାରା ଏ ଆକାଶେ

ନୀରବେ ଦେଖ ଶଶୀ ବସେ

ଘେନ ରେ ଦୀନ!ଘେନ

ବିଭୁର ବିଭୁତି ଏ ।


ଆନନ୍ଦ ବଦଳେ ମରତେ

ପରମାନନ୍ଦ ନୁହେଁ ସତେ

କଥା ରେ ନଥା ଦେଇ

ପଣ୍ଡିତେ ବୁଲନ୍ତି ଏ ।


ବଦଳି ଗଲେ ତୁମେ ବାରେ

ରହିବ କି ଏଇ ସଂସାର?

ତମେ ବଦଳ ବୋଲି

ଏ ସଂସାରେ ଚାହେଁ କିଏ ?


ଯୁଗ ବଦଳୁ ଅଛି ସତ

ପରମାନନ୍ଦ ବଦଳନ୍ତିନି

ଯୁଗ ତାଳ ଅନୁଯାଇ

ଆନନ୍ଦ ବଦଳିଯାଏ ।


ପରମାନନ୍ଦ ଙ୍କ ସନ୍ତାନ

ଆମ୍ଭର ସ୍ୱରୂପ ଆନନ୍ଦ

ନମୁଛୁ ଘନ ଘନ

ଜନ,ଢଗ ସମ୍ପୂର୍ଣ୍ଣ ଏ ।



Rate this content
Log in

Similar oriya poem from Inspirational