Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sambit Srikumar

Abstract Classics Inspirational

4.5  

Sambit Srikumar

Abstract Classics Inspirational

ଯୁଗଧର୍ମ

ଯୁଗଧର୍ମ

1 min
233



ସ୍ମୃତିର ଆଇନାରେ ଦୁଇ ହଜାର କୋଡ଼ିଏ

ସାମାନ୍ୟରେ ଭୁଲିଯିବା ପରି ନୁହଁଇ ବର୍ଷଟିଏ

ଆପଣାର ସତ୍ତାକୁ ଆବିଷ୍କାର କରିବା ପାଇଁ

ରହିଥିବ ଇତିହାସରେ ଚିର ସ୍ମରଣୀୟ ହୋଇ। 


ବୈଶ୍ବିକ ଦୁର୍ଗତିର ଏଇ ଘଡିସନ୍ଧି ମୁହୂର୍ତ୍ତରେ  

ସଭିଏଁ ମଗନ ଆପଣାକୁ ପରଖିବାର ପର୍ବରେ

ମାନବୀୟ ମୁଲ୍ୟବୋଧର ହୋଇଲେ ଅବକ୍ଷୟ 

ପାଲଟେ ସସାଗରାଧରାର ଚିନ୍ତାର ବିଷୟ। 


ଆପଣା ଅହମିକାର ଦର୍ପରେ ହୋଇ ଦୃଷ୍ଟିହୀନ 

ମଣିଷ ଯେ ଆପଣା କବର କରଇ ଖୋଦନ

ଯୁଗେ ଯୁଗେ ରହିଛି ନ୍ଯାୟ ଧର୍ମ ଅକ୍ଷର 

ବିନାଶ ଯାଇଛନ୍ତି ଯେତେକ ପାପିଷ୍ଠ ଅସୁର।


ସ୍ବଧର୍ମ ପାଳନ ହିଁ ସଦା ସର୍ବଦା ଯୁଗଧର୍ମ

ଏଥିରେ ନିହିତ ଜଗତର ସନ୍ତୋଷ ବିଧାନ।



Rate this content
Log in