Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prafulla Das

Classics

3  

Prafulla Das

Classics

ଯୁଗ ଅଯୁଗ

ଯୁଗ ଅଯୁଗ

1 min
599



ଵାପା ଜଣେ ତ୍ରେତୟା ଯୁଗର ମଣିଷ

କର୍ମରେ କାମନାରେ

ଚିନ୍ତାରେ  ଚେତନାରେ

ଭାବରେ ଭକ୍ତିରେ

ସହନଶୀଳତାରେ ଶାଳୀନତାରେ

ଵଚନରେ ବ୍ୟବହାରରେ

ସେ ମୋ ପାଇଁ ମର୍ଯ୍ୟାଦା ପୁରୁଷ

ସେ ଜିଁ ଥାନ୍ତି ଜୀବନଟା ,

ନିଜ ପରି ଏକାନ୍ତ ନିଜସ୍ଵ

ଖଣ୍ଡା ଧାର ପରି ମାଛି ନବଖଣ୍ଡ

ସରଳ ରେଖାଟିଏ  , କାଉଁରୀ କାଠି  ପରି

ଭାଙ୍ଗି ହୋଇ ଯାଉ ପଛେ ହୋଇ ଖଣ୍ଡ ଖଣ୍ଡ

ଉର୍ଦ୍ଧ୍ବଗାମୀ  ମାଟିରୁ  ଆକାଶ

ଅତୁଟ ଅଟଳ ମହାମେରୁ  ପରି

ତାଙ୍କର ଵିଶ୍ଵାସ ...

  

ଜ୍ୟୋତିଷ କହିଛନ୍ତି ଦିନ କେତୁଟାରେ

ରାମଚନ୍ଦ୍ର ହେବ ରାଜ ଅଭିଷେକ

 ମହଣ ମହଣ ଦୁଃଖ

ସରୁ ନଥିବା କଷଣ

ଦେହରୁ ବୁନ୍ଦା ବୁନ୍ଦା ଝାଳ

ସତ୍ୟ ରକ୍ଷା କରିବ ପୁଅ

ସୁଝି ଦେବ ମହାଜନ ଋଣ

ଗାଁ ଠାକୁରାଣୀ ପାଶେ ଵଉ ରଖେ ମାନସିକ

 

ସେତେବେଳେ ମୋର ଦ୍ୱାପର ଯୁଗର ଵୟସ

କଖାରୁ ଫୁଲ ଲାଉ ଫୁଲ

ମୋ ପାଇଁ ମହ ମହ ମଲ୍ଲି ଫୁଲ ଵାସ

ଲଳିତା ବିଶାଖା ଜଣେ ଜଣେ

ମୋ ପାଇଁ ରାଧିକାର ବେଶ

ଆମ ଗାଁ ନଈ ତୁଠ

ଯମୁନାର ଘାଟ

ଧିରେ ଧିରେ ବଡ଼ଇ ଵୟସ

 ତେଣେ କରୁକ୍ଷେତ୍ରେ ଲାଗିଲାଣି ଯୁଦ୍ଧ

 ଘମାଘୋଟ

 ବିନା ଅସ୍ତ୍ରେ କିପରି  ଜିତିବି

 ନ ଜାଣି  କପଟ ??

 କେମିତି  ବୁଝିଵେ ବାପା

 ସତ୍ୟ ପଥେ ଧର୍ମ ପଥେ ନେଇଯାଅ ମୋତେ

 ନିତ୍ୟ ପ୍ରଭାତେ

 ଯେଉଁ ରାମ କରୁଥିଲା ଯୋଡ଼ି କରି ହସ୍ତେ


  ସ୍ୱପ୍ନ ଦୁଇ ସମାନ୍ତରାଳ ରେଖା

  ଏକ ରେଖା ଗତି କରେ

 କୃଷ୍ଣ ଗର୍ତ୍ତ ଦିଗେ

 ଆନ ରେଖା ଗତି କଲା ମହାଶୂନ୍ୟ ମୁକ୍ତି ପଥେ

ଏ  କେଉଁ  ଯୁଗ ????

ଓଲଟା ଯାର ଗତି  

ଅଯୁଗ 

ଯାହା ମୋ ଦେହେ ଧିରେ ଧିରେ

କରୁଛି ପ୍ରଵେଶ ମୁଁ କ୍ଳାନ୍ତ

ଗ୍ରାସୁ ଅଛି ଵିଷ  ଖାଲି  ଵିଷ ।



Rate this content
Log in