ଯୁଦ୍ଧୋନ୍ମାଦ
ଯୁଦ୍ଧୋନ୍ମାଦ
ଯୁଦ୍ଧ କି ସକଳ ସମସ୍ୟାର
ଏକମାତ୍ର ଚିରସ୍ଥାୟୀ ସମାଧାନ?
ଯୁଦ୍ଧ ବିହୁନେ ନାହିଁ କି ଆତ୍ମରକ୍ଷା ଓ
ଶାନ୍ତିର ଭିନ୍ନ ସାଧନ?
ଯୁଦ୍ଧ ବିନା ନାହିଁ କି ପୁରୁଷାର୍ଥ
ଚତୁଷ୍ଟୟ ପ୍ରାପ୍ତିର ମାଧ୍ୟମ?
ଯୁଦ୍ଧ କି ଜୀବନ ଜୀଇଁବାର
ଶ୍ରେଷ୍ଠ ସର୍ବୋକୃଷ୍ଟ ଉପାଦାନ?
ଯୁଦ୍ଧ ତ ବିନାଶର ମହାମାର୍ଗ
ମାନବ ରକ୍ତରେ ହୋଇଛି ରଞ୍ଜିତ
ଚିରକାଳ ତା'ର ପାଶେ
ଯୁଦ୍ଧୋନ୍ମାଦ ଜହ୍ଲାଦକୁ କରେ ଆକର୍ଷିତ
ଅଜସ୍ର ଅର୍ଥ ଶ୍ରାଦ୍ଧେ କରିବାକୁ
ଅଗଣିତ ମୃତାହତ କ୍ଷତାକ୍ତ ରକ୍ତାକ୍ତ
ଏଇ ମଣିଷ ଜାତି ଅହମିକାର
ପ୍ରାବଲ୍ୟରେ ସଦା ଶତତ ଚେଷ୍ଟିତ।
ଯୁଦ୍ଧେ ଭିଟାଭୂମି ଭୂଲୁଣ୍ଠିତ
ପରଦେଶେ ସାଜି ଶରଣାର୍ଥୀ ଭୂମିପୁତ୍ର
କରଇ ମଥାନତ ଜୀଇଁବାର
ଆଶା ଟିକକ ଯେବେ ହୁଏ ଧୂଳିସାତ
p>
ଅର୍ଜିତ ଧନସମ୍ପଦ ସ୍ଥାବର ଅସ୍ଥାବର
ସମ୍ପତ୍ତି ସବୁକିଛି ହୁଅଇ ତୁଛ
ତଥାପି ଯୁଦ୍ଧ ଲଢ଼ିବା ପ୍ରବୃତ୍ତିରୁ
କେହି ବି କେବେ ବି ନହୁଏ ବିରତ।
ମାତା ହରାଏ ଆପଣାର ସନ୍ତାନ
ପତ୍ନୀ ହରାଏ ସୁହାଗସିନ୍ଦୁର
କେତେ ଯେ ଶିଶୁ ଅକାଳେ
ହୋଇଯାଆନ୍ତି ଅନାଥ ବେଘର
ଏଇ ଯୁଦ୍ଧ କାଳେ ଲଢୁଥାଏ
ଅଜ୍ଞାତ ଯୁବଗୋଷ୍ଠୀ ଦୁଇ ପକ୍ଷରେ
ପ୍ରବୁଦ୍ଧ ପରିପକ୍ବ ଜ୍ଞାତ ପ୍ରୌଢ଼
ଶାସନତନ୍ତ୍ରର ପ୍ରରୋଚନାରେ।
କାହିଁ ପାଇଁ ଆଜି ଏଇ ଧରାଧାମେ
ଯୁଦ୍ଧୋନ୍ମାଦର ତାଣ୍ଡବ?
କାହାର ସ୍ବାର୍ଥରେ କି ଅବା ସୁଖ
ଏଇ ମଣିଷ ଯୁଦ୍ଧରୁ ଲଭିବ?
ବଂଶ ନାଶିବାକୁ ଆତୁର ମଣିଷକୁ
ସହାୟ ହେବ କି ଦଇବ?
ନାରଖାର ଧରିତ୍ରୀ ବକ୍ଷରେ ଆଉ କି
ଶାନ୍ତିର ବୀଜ ଅଙ୍କୁରିବ?