Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

କବିତା ସୃଜନୀ ସ୍ୱରଚିତ ଲେଖା

Children Stories

3  

କବିତା ସୃଜନୀ ସ୍ୱରଚିତ ଲେଖା

Children Stories

ଯୁବ ଗୋଷ୍ଠୀ

ଯୁବ ଗୋଷ୍ଠୀ

1 min
215



ଉଠରେ ଉଠରେ       ଯୁବଶକ୍ତିଗଣ

        ଶୋଇବ କି କେତେଦିନ

ସବୁ ଅତ୍ୟାଚାର        ଅତ୍ୟାଚାରୀ ହାତେ

         ନିରୀହ ହୁଏ ପାଷାଣ  |

ଭାରତ ମାତାର        ଯୋଗ୍ୟ ଯୁବଶକ୍ତି

         ତୁମ୍ଭ ଶକ୍ତି ଅଟେ ଦୃଢ

ନାହଁ ଅବଗତ          କାହିଁକି କେଜାଣି

          ଭାବୁଛ ନିଜକୁ ମୂଢ଼ |

ପୋଡିଦିଅ ସବୁ         କଳୁଷ କାଳିମା

         ଭାବି ତୁହି ବଳଶାଳୀ

ଦୂର କର ଧନୀ         ଦରିଦ୍ର ପସରା

        ନିଜେ କର ଏକ ମେଳି |

ଗଢିଦିଅ ତୁହି          ସୁନାର ଭାରତ

        ସୁସ୍ୱରେ ସଭିଙ୍କୁ ଡାକି

ହୁଅ ମହାଶକ୍ତି         ହୁଅ ଦଣ୍ଡଧାରୀ 

        ଧରିବାକୁ ଧର୍ମ ଟେକି |

ବଳିଦିଅ ସ୍ନେହ          ସବୁରି ଉପରେ

       ଭାଇ ବନ୍ଧୁ ବୋଲି ଭାବି

ରଖିଦିଅ ନାମ ଏ        ଚିର ସଂସାରେ

     ଖୋଲିଦେଇ ପ୍ରେମ ଚାବି ||


    


Rate this content
Log in