Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Durjyodhan Barik

Classics Others

3  

Durjyodhan Barik

Classics Others

ଯୋଡାଏ ଆଖି

ଯୋଡାଏ ଆଖି

1 min
198



ଯୋଡ଼ାଏ ଆଖି ତୋ ସୂରୁଯ ଚନ୍ଦର

ଆଲୋକିତ କରୁ ସାରା ଦୁନିଆ,

ତୋହରି ଇଙ୍ଗିତେ ଏ ସଂସାର ଚଳେ

ମାୟାରେ କରୁ ତୁ ସଭିଙ୍କୁ ବାୟା ।

ହାତ ନ ଥାଇବି ମହାଦାନୀ ତୁହି

ମହାବାହୁ ବୋଲି ପଡଇ ଡକା,

ବିନା ପୟରରେ ଏ ବ୍ରହ୍ମାଣ୍ଡ ଭ୍ରମୁ

କୋଶ ଦୂରୁ କରୁ ଭକତ ରକ୍ଷା ।

ଧରମ ନିକିତି ରଖିଅଛୁ ପାଶେ

ହିସାବ କରୁ ତୁ ପାପ ଓ ପୁଣ୍ୟ,

ଦୋଷୀ ପାଇଥାଏ କରମର ଦଣ୍ଡ

ନିର୍ଦୋଷ ଜୀବନ ହୁଅଇ ଧନ୍ୟ ।

ଭାବ ଭକତିରେ ହେଉ ତୁ ବିହ୍ଵଳ

ଭକତ ପାଶେ ତୋ ଜୀବନ ବନ୍ଧା,

ତୋର ଦୟାବଳେ ପୂର୍ଣ୍ଣ ହୁଏ କର୍ମ

ଦୂରିଭୁତ ହୁଏ ସବୁରି ବାଧା ।

ପତିତପାବନ ବାନା ଉଡୁଅଛି

ଭକତ ଗହଳ ଲାଗଇ ନିତି,

ଏତିକି ସୁଦୟା କରୁଥିବୁ ଜଗା

ଶ୍ରୀଚରଣେ ସଦା ରହୁ ମୋ ମତି ।



Rate this content
Log in