Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr. Diptiranjan Behera

Tragedy

2.5  

Dr. Diptiranjan Behera

Tragedy

ଯନ୍ତ୍ରଣା

ଯନ୍ତ୍ରଣା

1 min
7.0K


ମାନ ଅଭିମାନ ରାଗ ଆଉ ଘୃଣା 

ସମୟ ସ୍ରୋତରେ ବହି

ସବୁଅଟେ ମିଛ ପ୍ରେମ ଏକା ସତ

ହୃଦୟକୁ ଦିଏ କହି ||


ପ୍ରେମକୁ ତୁମର ପ୍ରତାରଣା ଭାବି

ଛାଡି ଚାଲିଗଲା ପରେ

ନିଜକୁ ନିଜେ ମୁଁ ତୁମଠି ପାଇଛି

ପ୍ରତି ମୁହୂର୍ତ୍ତରେ ଝୁରେ ||


ଅନ୍ତର ଆତ୍ମା ମୋ ପ୍ରତିଧ୍ୱନି ସାଜି

କହୁଥାଏ ମୋତେ ନୀତି

ବେଳାଭୂମି କିବା ଭୁଲାଇ ପାରିବ

ଲହରୀ ମାଳାର ପ୍ରୀତି ||


ଜାଣେନା କେମିତି କେବେଯେ କେଉଁଠି

ତୁମକୁ ପାଇବି ଖୋଜି

ଆତ୍ମଗ୍ଲାନି ଆଉ ଯନ୍ତ୍ରଣାରେ ଜଳେ

ପତଙ୍ଗଟିଏ ମୁଁ ସାଜି ||


---------


ଦିପ୍ତିରଞ୍ଜନ ବେହେରା

(ବେଣ୍ଟପଦା, ଆଠଗଡ, କଟକ, Email: diptiranjan_behera@yahoo.com)


Rate this content
Log in

Similar oriya poem from Tragedy