Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabodha Mudra

Comedy

3  

Prabodha Mudra

Comedy

ଵ୍ଯଙ୍ଗ କବିତା-କୋରନା

ଵ୍ଯଙ୍ଗ କବିତା-କୋରନା

2 mins
142



ମଡର୍ଣ୍ଣ ଯୁଗର ସଡନ ରୋଗ ମୁଁ, ନାମଟି ମୋର କୋଭିଡି ।

ଵଞ୍ଚିଵା ଲୋକକୁ ଅତି ସହଜରେ, ଯମପୁର ନିଏ ଭିଡି ।

ନାମଟି ମୋର କୋଭିଡି, ନାମଟି ------------(ଘୋଷା ପଦ)

ସାରା ପୃଥିବୀରେ ମୋ ନାମରେ ପରା,ଚହଳ ଯାଇଛି ପଡି ।

ଦୁନିଆରେ ମୋର ନାହିଁ କେ ନିଜର, ସମସ୍ତଙ୍କୁ ଦିଏ ମାରି । 

ନାମଟି ମୋର କୋଭିଡି, ନାମଟି -------------(ଘୋଷା ପଦ)

ଯାହାକୁ ଧରେ ମୁଁ ଆଣ୍ଟରେ ଜାଵୁଡି,ତାହାକୁ ନ ଦିଏ ଛାଡି ।

ମୋର ନାମ ଶୁଣି ପିଲାଠୁ ଵୁଢାଏ,ଵିକଳେ ଛାଡ଼ନ୍ତି ରଡି ।

ନାମଟି ମୋର କୋଭିଡି, ନାମଟି --------------(ଘୋଷା ପଦ)

ଦେଶଵିଦେଶରେ ସଵୁଠି ମୋ ଚର୍ଚ୍ଚା,ମୋ ଵାନା ଯାଉଛି ଉଡି ।

ନାମ ମୋର ଶୁଣି ଦୋକାନ-ଵଜାର ,ଭୟେ ଯାଏ ତାଲାପଡି ।

ନାମଟି ମୋର କୋଭିଡି, ନାମଟି । ------------(ଘୋଷା ପଦ)

ମୋତେ ତଡିଵାକୁ ଟୀକା କି ଔଷଧ,କିଛି ନାହିଁ ତ ଵାହାରି ।

ମୋ ପାଇଁ ଵହୁତ ଚିନ୍ତା କରି ଲୋକ, ଅକାଳେ ପଡିଲେ ଝଡି ।

ନାମଟି ମୋର କୋଭିଡି, ନାମଟି ---------------(ଘୋଷା ପଦ)

ଭୟକରି ମୋତେ ମୁଖେ ତୁଣ୍ଡିଵାନ୍ଧି,ସାନିଟାଇଜ ହାତେଵୋଳି।

ସୋସିଆଲ୍ ଡିଷ୍ଟାନ୍ସ କରି ମେଣ୍ଟେନାନ୍ସ,ଗୃହରେ ରହନ୍ତି ଡରି ।

ନାମଟି ମୋର କୋଭିଡି, ନାମଟି -----------(ଘୋଷା ପଦ)

ଲକ୍ ଡାଉନ୍ ଆଉ ସଟ୍ ଡାଉନ୍ ରେ ପୋଲିସ କରନ୍ତି ରଡି ।

କୋଭିଡି ଡିଉଟି କରିଣ ତାଙ୍କର,ହୋସ ତ ଗଲାଉଡି ।

ନାମଟି ମୋର କୋଭିଡି, ନାମଟି ------------(ଘୋଷା ପଦ)

କୋଭିଡିର ତଥ୍ୟ ସଂଗ୍ରହ ନାଆଁରେ, ଅଫିସର ଅଣ୍ଟାଭିଡି ।

ନିଜ ଡାଇରିରେ ଲେଖିଲେ ରିପୋର୍ଟ, ଦାମିକିଆ ଗାଡିଚଢି ।

ନାମଟି ମୋର କୋଭିଡି, ନାମଟି -----------(ଘୋଷା ପଦ)

ନେତା-ମନ୍ତ୍ରୀ ଆଉ ଡାକ୍ତରମାନଙ୍କ,ହେଲା ପୁଷମାସ ପାଳି ।

ଦେଶର ପାଣ୍ଠିକୁ ଵଡ କାଇଦାରେ,ଦେଇଗଲେ ସଵୁ ଗିଳି ।

ନାମଟି ମୋର କୋଭିଡି, ନାମଟି -------------(ଘୋଷା ପଦ)

ପ୍ରଵାସୀଙ୍କୁ ରଖି କ୍ବାରେଣ୍ଟାଇନରେ,ଦିଅନ୍ତି ଘରକୁ ଛାଡି ।

ହୋମ କ୍ବାରେଣ୍ଟାଇନରେ ରହି ବାକିଦିନ,ହେଉଥାନ୍ତି ଭିଡିମୋଡି ।

ନାମଟି ମୋର କୋଭିଡି, ନାମଟି -----------(ଘୋଷା ପଦ)

କୋଭିଡି ପରୀକ୍ଷା କରିବା ପାଇଁ କି,ଲୋକଙ୍କୁ ଆଣନ୍ତି ଭିଡି ।

ଆଣ୍ଟିଜେନ୍ ଟେଷ୍ଟ କରିଣ ଡାକ୍ତର, ଦେଖାନ୍ତି ଵହୁତ ଛଡି ।

ନାମଟି ମୋର କୋଭିଡି, ନାମଟି -------------(ଘୋଷା ପଦ)ଧ

ରୋଗର ଲକ୍ଷଣ ଯଦି ଥାଏ ଦେହେ,ଆଦୌ ଚିକିତ୍ସା ନକରି ।

ଔଷଧ ପତ୍ର ନଦେଇ ଡାକ୍ତର, କରୁଥାନ୍ତି ଵେଖାତିରୀ ।

କନାମଟି ମୋର କୋଭିଡି, ନାମଟି--------(ଘୋଷା ପଦ)

ରୋଗୀର ସଂକଟାପନ୍ନ ଅଵସ୍ଥାରେ,ଆମ୍ଵୁଲାନ୍ସେ କରି ଭରି ।

ହସପିଟାଲରେ ଅଳ୍ପଦିନ ରଖି, ସେଠାରୁ ଦିଅନ୍ତି ତଡି ।

ନାମଟି ମୋର କୋଭିଡି, ନାମଟି----(ଘୋଷା ପଦ)

ରୋଗୀର ମୃତ୍ୟୁ ହେଲେ ଚିକିତ୍ସାଳୟେ,ନଯାଆନ୍ତି ପାଖ ମାଡି।

ଘରଲୋକଙ୍କୁ ଯେ ଶଵ ନଦିଅନ୍ତି,ପଡିଥାଏ ଡେଡବଡି ।

ନାମଟି ମୋର କୋଭିଡି, ନାମଟି----(ଘୋଷା ପଦ)

ଘୃଣା ପୁଣି ନିନ୍ଦା ଓ ଅବହେଳାର,ଅନ୍ୟ ନାମଟି କୋଭିଡି ।

ସମୟ ଆସିଲେ ଏହି ଦୁନିଆରୁ ,ମୋ ମୂଳ ଦେବେ ଉପାଡି ।

ନାମଟି ମୋର କୋଭିଡି, ନାମଟି----(ଘୋଷା ପଦ)

ମୋ ଭୟରେ ଯେତେ ନ ମରନ୍ତି ଲୋକ, ଚିନ୍ତାରେ ଯାଆନ୍ତି ମରି।

ଅତି ଭୟଙ୍କର ସମାଜ ଵାସନ୍ଦ,କେହି ତ ନୁହେଁ କାହାରି ।

ନାମଟି ମୋର କୋଭିଡି, ନାମଟି----(ଘୋଷା ପଦ)

କୋଭିଡି ଠାରୁ ଯେ ଵଡ ମାରାତ୍ମକ, ନେତା-ଅଫିସର-ମନ୍ତ୍ରୀ ।

କରନ୍ତି ଡାକ୍ତର ଅତିଶୟ ଘୃଣା,ରୋଗୀ ଆପେ ଯାଏ ମରି ।

ନାମଟି ମୋର କୋଭିଡି, ନାମଟି----(ଘୋଷା ପଦ)

ସଵୁ ଵିପତ୍ତିଠୁ ଵଡ ମହାମାରୀ, ଅଟନ୍ତି ଅମଲାତନ୍ତ୍ରୀ ।

ଦେଶର ସେମାନେ ଭୟଙ୍କର ଶତ୍ରୁ,ସାଲ୍ଯୁଟ୍ ମାରେ କୋଭିଡି ।

ନାମଟି ମୋର କୋଭିଡି, ନାମଟି----(ଘୋଷା ପଦ)

          


Rate this content
Log in

Similar oriya poem from Comedy