ଯେବେଠୁ ପଡ଼ିଛି ତୋ'ରି ପ୍ରେମରେ
ଯେବେଠୁ ପଡ଼ିଛି ତୋ'ରି ପ୍ରେମରେ


କେବେ ସଞ୍ଜ ହୁଏ
କେବେ ସୂର୍ଯ୍ୟ ଉଁଏ...
କେବେ ମେଘ ଢାଂକେ
କେବେ ଇନ୍ଦ୍ରଧନୁ ଆଂକେ
କେତେବେଳେ ଜହ୍ନ ଜାଳେ ବତୀ,
ଯେବେଠୁ ପଡିଛି ତୋ'ରି ପ୍ରେମରେ
ଜଣାପଡିନାହିଁ ଦିନରାତି.. (1)
ରୂପ ତୋ'ର ଅପରୂପ
କରିଛି ଘର ମୋ ଆଖିରେ,
କଥା ତୋ'ର ମିଠାଗପ
ଖେଳାଏ ହସ ମୋ ଓଠରେ,,
ସ୍ପର୍ଶ ତୋ'ର ମଧୁ ଝର
ଭିଜାଏ ଦେହ ମନ ପ୍ରାଣ,
ପ୍ରେମ ତୋ'ର ସ୍ୱର୍ଗପୁର
ଲୋଡା ନାହିଁ ମୋ'ର ନିର୍ବାଣ,,
କେବେ ଭୋକ ହୁଏ
କେବେ ଶୋଷ ହୁଏ
କେବେ ନିଦ ହୁଏ
କେବେ ନିଦ ଭାଙ୍ଗେ
କେତେବେଳେ ମନେ ସ୍ବପ୍ନ ପ୍ରୀତି,
ଯେବେଠୁ ପଡିଛି ତୋ'ରି ପ୍ରେମରେ
ଜଣାପଡ଼ିନାହିଁ ଶୀତ ତାତି... (2)
ହୃଦୟରେ ପୂଜୁଅଛି
ଆଙ୍କିଛି ମୁଁ ତୋ' ପ୍ରତିଛବି,
ତତେ ଆଉ ତୋ' ପ୍ରେମ ପାଇ
ସାଜିଛି ମୁଁ ତୋ' ପ୍ରୀତିକବି,
ମାେ ଜୀବନ ଆକାଶେ ତୁ
ନିଶିରେ ଚାନ୍ଦ ଦିବସେ ରବି,
ତୋ' ପ୍ରେମ ନିଶ୍ବାସ ମୋ'ର
ତୁ ମୋ'ର ଜୀବନ,ପୃଥିବୀ,,
କିଏ ଡାକୁଥାଏ
କାହା କଥା ଶୁଭେ
କିଏ ପାଖେ ଥାଏ
କାହା ମୁହଁ ଦିଶେ
କୋଳାହଳରେ ବି ମିଳେ ଶାନ୍ତି....
ଯେବେଠୁ ପଡିଛି ତୋ'ରି ପ୍ରେମରେ
ଜଣାପଡ଼ିନାହିଁ ଶତ୍ରୁ,ସାଥୀ .. (3) |