Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Nayak

Abstract Comedy Others

3  

Santosh Kumar Nayak

Abstract Comedy Others

ଯୌତୁକ ତାଲିକା

ଯୌତୁକ ତାଲିକା

1 min
293



ଘରଣୀ କହନ୍ତି ଯଊତୁକେ କାଳେ

ଆଣିଛନ୍ତି ହାତୀଛତି,

ଝଗଡ଼ା ଲାଗିଲେ ଅତି ସରାଗରେ

ବଖାଣନ୍ତି ଗୋଟେ ଗୋଟି ।


କାଠ ପଲଙ୍କର ନବେ ପ୍ରତିଶତ

ତାଙ୍କ ଅକ୍ତିଆରେ ଥାଏ,

ମୁହିଁ ବିଚରା ଯେ ଦଶ ପ୍ରତିଶତେ

ଛଟପଟ ଖାଲି ହୁଏ । 


କାନ୍ଥ ଲଗା ଟିଭି ଦେଖିବାକୁ ମୋର

ସମୟ ଅଛି ବା କାହିଁ?

ଘରଣୀ ଆମର ଗୋଟେ ବି ସିରେଲ୍

ଜମାରୁ ଛାଡନ୍ତି ନାହିଁ ।


ଆଲମିରା କଥା ନ କହିବା ଭଲ

ଶାଢ଼ୀ ଦୋକାନ ଟେ ସେଇ,

ଖୁସି ମୁଁ ହୁଅନ୍ତି ଫାଙ୍କା ଥିଲେ ଜାଗା

ଚଡି ଟେ ରଖିବା ପାଇଁ ।


ଫିରିଜ୍ ତାଙ୍କର ଅତି ଆପଣାର

ସାଇତି ରଖନ୍ତି ବାସି,

ତିନିଦିନ ତଳ ଚିକେନ ଝୋଳକୁ

ପରଷି ଦିଅନ୍ତି ହସି ।


କୁଲର ପବନ ଖାଇ ଖାଇ ମୋର

ଫୁଲି ଗଲାଣି ଯେ ଦିହ,

ଡ୍ରେସିଂ ଟେବୁଲ୍ ଆଇନା ଦେଖିଲେ

ଶୁଖିଯାଏ ମୋର ମୁହଁ ।


ଭାରି ଗରବରେ କହନ୍ତି ଘରଣୀ

ଗାଡି ଆଣିଛନ୍ତି ବୋଲି,

ବୁଲେଇ ବୁଲେଇ ଥକି ମୁଁ ଗଲିଣି

ପକେଟ୍ ହେଲାଣି ଖାଲି ।


ପାଞ୍ଚ ତୁଳା ସୁନା ବେକରେ ଝୁଲୁଛି

ପୁଣି ତାଙ୍କୁ ଦରକାର,

ଖୁସି ମନେ ଥିଲେ ସରାଗେ କହନ୍ତି

କିଣିଦିଅ ରାଣୀ ହାର ।


ଛାଡ ଛାଡ ଭାଇ କି ଆଉ କହିବି

ଏ ନୁହେଁ କାହାଣୀ ମୋର,

ସମଦଶା ସାରା ଭାରତ ଭୂଇଁରେ

ପ୍ରତି ବିବାହିତଙ୍କର ।।



Rate this content
Log in

Similar oriya poem from Abstract