ଯାଉ ବାହୁଡ଼ି
ଯାଉ ବାହୁଡ଼ି
ଯାଉ ବାହୁଡ଼ି
ଲଲାଟେନ୍ଦୁ କବି ୨୦୧୭୦୧୧୭-୦୪୪୨
ଲାଗନା ତାସାଥେ ମାଆଗୋ ସେ ତ ଯାଇଛି ଥକି;
ଟିକିଟିକି ଆଖି ଏଡ଼ିକି ବେଗି ଫିଟେଇବ କି ?? -୧
ଖୋଜିଖୋଜି ସିଏ ଶୋଇଲା ତା'ର ଖେଳନା ଯେତେ;
ପୁଅ ଝିଅ ନାତି ନାତୁଣି ଆଣି ଦେଲ କି ହାତେ ?? -୨
ପରୀ କନ୍ୟା, ପାରିଜାତର ଗଛ, ସରଗ ଶଶୀ,
ଦେଲକି ତା' ମନପବନ ଘୋଡ଼ା, ଖେଳନ୍ତା ବସି || -୩
ଦେଲକି ଡେକିଚି କେଟେଲି, କରି ପିଆନ୍ତା ଚାହା;
ରଜା ପୁଅଝିଅ ଦେଲକି ପାଶେ, କରନ୍ତା ବାହା || -୪
ହସହସ ଦିଶେ ତା' ମୁହଁ, ମାତା ଲାଗନା ଆଉ;
ଆର ଗାଆଁଝିଅ ସିଏଗୋ ଶୋଇଥିବ ତ ଥାଉ || -୫
ନଈ ଆରପାରି ବନସ୍ତେ ତା'ର ପୁରୁଣାଘର;
ଏଠି ଆସିଥିଲା ଦେଖି ତା' ସାଙ୍ଗସାଥୀ ସୋଦର || -୬
ନିଦରୁ ଉଠି ସେ ଯିବଗୋ ଚାଲି ନଈ ସେପାରି;
କୁଙ୍କୁମ ଅଳତା ପିନ୍ଧେଇ ଦିଅ ଯିବ ସେ ଫେରି || -୭
ଦୁଇଦୁଇ ପଟ ତା'ହାତେ ଦିଅ ପିନ୍ଧେଇ ଚୁଡ଼ି;
ମଥାପାଖେ ଥୋଇ ଦିଅଗୋ ତା'ର ଛୋଟିଆ ଶାଢ଼ୀ || -୮
ବିଛଣା ଉପରେ ତା' ବହିଖାତା ଦିଅ ମା ରଖି;
ଗୀତାରୁ ଅଧ୍ୟାୟେ ତାହାକୁ ପଢ଼ି ଶୁଣାଇବ କି ?? -୯
ଫେରିଯାଅ ମାଆ ଘରକୁ ତୁମ, ସେ ଜାଗା ଛାଡ଼ି;
କେତେ ଦିନ ଥିବ ଛାଡ଼ି ସେ ଘର, ଯାଉ ବାହୁଡ଼ି || -୧୦