Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshayakumar Dash

Drama Inspirational

3  

Akshayakumar Dash

Drama Inspirational

ଯାତ୍ରା

ଯାତ୍ରା

1 min
232


ଜଣେ ସେଇ ମଙ୍ଗରାଜେ

ବାସିହେଲା ଭାର୍ଯ୍ୟା

ବୟସର ମଧ୍ୟାହ୍ନରେ

ଚମ୍ପାରୂପେ ମୁଗ୍ଧ ହେଲେ

ମନ୍ଦିରରେ ଫୁଲମାଳ ଦେଇ

ଘରକୁ ଆଣିଲେ।

ଯୌବନ ଜୀବନ

ଆଶ୍ରା ପାଇମହା ଦୃମ

ଲତା, ଲଢେ଼ଇ ଲଢେ଼ଇ ହୋଇ

ଉପରକୁ ଚଢ଼େ

ମଙ୍ଗରାଜେ କାନିବନ୍ଧା ଚାବିନେନ୍ଥା ହେଲେ ।

କଲେଜ ପଢୁଆ ପୁଅ

ଆଗଭର୍ଯ୍ୟ।ର ଥିଲା

ପିତାଙ୍କର ଲମ୍ପଟତା ପାରିଲାନି ସହି

ଭିତରେ କି କାନ୍ଦୁଥିଲା

କାହାକୁ ନକହି କିଛି

ଟ୍ରେନତଳେ ପ୍ରାଣ ହରାଇଲା ।

ଚମ୍ପବତୀ, ନାଟକର ନାୟିକାଗୋ

ସବୁକଳା ଜଣା

କେତେବେଳେ ମମତାର ଅଭିନୟ

ଚନ୍ଦ କପଟ ରେ ଅଭିନୟ

ସ୍ୱାମୀ ଆଗେ ପ୍ରେମବତୀ ।

ପୁତ୍ରର ମୃତୁ ର କାରଣ

ଗୁମର ଫିଟିଲା

ଚମ୍ପବତୀ ଭର୍ଚ୍ଚନାକୁ ସହିନପାରିଲା

ପ୍ରାଣ ବିସର୍ଜନ କଲା

ଚମ୍ପବତୀ ମୁଣ୍ଡ ପିଟି କୁମ୍ଭୀର କାନ୍ଦଣା ସବୁ

ଅଭିନୟ ଥିଲା

ଲୋକେ କଲେ ବାହା ବାହା ।

ମଙ୍ଗରାଜେ ଅହଂକାରୀ ଶତୃ କଂ

ମୁହଁ ବନ୍ଦ କରି

ପୁତ୍ରସୋକେ ଧଯ୍ୟ ଧରି

ଗଲାକଥା ଦେଲେବି ପାସୋରି

ବସ ଚମ୍ପବତୀ

ତୁମେ ପାଶେ ଥିଲେ

କେତେ ଛୁଆ ହେବ ।

କୁହନାଗୋ, କାନ୍ଥରବି କାନ ଅଛି

କିସେ କହିଦେବ

କାଳ ପୁଣି ଜଣେ ଅଛି

ଗଲେ କଣ୍ଟ ଯିବ

ଅଛି ସେ ଛୁଆର ମା

ସେରକ ପୁରିଲା ପୁତା

ମାଣଙ୍କ ପୁରିଲା

ଗୁମୁରି ଗୁମୁରି ମାଆ

କାନ୍ଦୁଥିଲା ଏକା ।



Rate this content
Log in

Similar oriya poem from Drama