Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Classics

4  

DILIP KUMAR SAHOO

Classics

ଯାତ୍ରା ଏକ ନାମ ଅନେକ

ଯାତ୍ରା ଏକ ନାମ ଅନେକ

2 mins
390


କାଳିଆ ଦିଅଁର ରଥ ଯାତରା ଲୋ

ଯାତରା ଜଗତେ କ୍ଷାତ

ଗୁଣ୍ଡିଚା ଘରକୁ ଚତୁର୍ଦ୍ଧା ମୂରତୀ 

ଯାଇଥାନ୍ତି ଚଢି ରଥ ।


ସଜ ହୋଇଥାନ୍ତି ଦେବଦଳନ ଲୋ

ତାଳଧ୍ଵଜ ନନ୍ଦିଘୋଷ

ଗହଳୀ ଲଗାଇ ଆସନ୍ତି ଠାକୁରେ

ଉଛୁଳଇ ଦଶଦିଶ।

ଜୟ ଜଗନ୍ନାଥ ଜୟ ଜଗନ୍ନାଥ ।


ନବ ଯଉବନ ଦରଶନ ଦେଇ

ବାହାରନ୍ତି ପ୍ରଭୁ ବୁଲି

ସାତ ପାହାଚରେ ଟାହିଆ ଲାଗଇ

ଆସନ୍ତି ସେ ଝୁଲି ଝୁଲି।

ବାଇଶି ପାହାଚେ ଧାଡି ପହଣ୍ଡି ରେ

ଆସନ୍ତି ଚତୁର୍ଦ୍ଧା ମୂର୍ତ୍ତୀ

ବାଜେ ଘଣ୍ଟ ଘଣ୍ଟା ବାଜେ ଭେରି ତୁରୀ

ପୁଷ୍ପ ହେଉଥାଏ ବୃଷ୍ଟି 

ଜୟ ଜଗନ୍ନାଥ ଜୟ ଜଗନ୍ନାଥ ।


ଆଗରେ ଆସନ୍ତି ଚକ୍ର ସୁଦର୍ଶନ

ଦେବୀ ରଥେ ବିରାଜନ୍ତି

ଭାଇ ବଳଭଦ୍ର ଝୁଲିଝୁଲି ଆସି

ତାଳଧ୍ଵଜେ ବସିଥାନ୍ତି।

ଶୂନ୍ୟ ପହଣ୍ଡି ରେ ସୁଭଦ୍ରା ଆସନ୍ତି

ଦେବଦଳନ ରେ ବିଜେ

ପଛରେ କାଳିଆ ପହଣ୍ଡି କୁ ଦେଖି

ଭକତ ଭାବରେ ହଜେ ।

ଜୟ ଜଗନ୍ନାଥ ଜୟ ଜଗନ୍ନାଥ ।


ପହଣ୍ଡି ସରିଲେ ମହାଜନ ମାନେ

ରାମକୃଷ୍ଣ ଙ୍କୁ ତ ନେଇ

ତାଳଧ୍ଵଜ ରଥେ ବିଜେ କରିଥାନ୍ତି

ଘଣ୍ଟ ଘଣ୍ଟା ତାଳେ ସେହି ।

ତାପରେ ଆସନ୍ତି ମଦନ ମୋହନ

ସେବକେ ଆଣନ୍ତି ବୋହି

ବିଜେ କରନ୍ତି ସେ ନନ୍ଦିଘୋଷ ରଥେ

ଗୁପତ ରାହାସ ପାଇଁ।

ଜୟ ଜଗନ୍ନାଥ ଜୟ ଜଗନ୍ନାଥ ।


ଦିଅଁ ବିଜେ ପରେ ଛେରାପହଁରା ଲୋ

କରିଥାନ୍ତି ଗଜପତି

ସୁନା ଖଡିକାରେ ରଥ ଚଉପାଶ

ସମାର୍ଜନି କରିଥାନ୍ତି।

ପ୍ରଭୁଙ୍କ ପାଖରେ ଆଳତି ଅର୍ପଣ

ରାଜନୀତି ବନ୍ଦାପନା

ଆଲଟ ଚାମର ଅରପି ଦିଅଁ ଙ୍କୁ

କରିଥାନ୍ତି ଅରଚନା

ଜୟ ଜଗନ୍ନାଥ ଜୟ ଜଗନ୍ନାଥ।


ଆଗ ତାଳଧ୍ଵଜେ ଛେରାପହଁରା ତ

କରନ୍ତି ଠାକୁର ରାଜା

ପ୍ରଭୁ ବଳଭଦ୍ର ବଡ ଭାଇ ଙ୍କୁ ସେ

କରିଥାନ୍ତି ଆଗ ପୂଜା ।

ତାଳଧ୍ଵଜୁ ରାଜା ନନ୍ଦିଘୋଷ ଯାନ୍ତି 

ପହଁରି ଥାନ୍ତି ସେ ରଥ

ପ୍ରଭୁଙ୍କ ପାଦରେ ପ୍ରଣାମ କରନ୍ତି

ହୋଇ ରାଜା ଯୋଡ ହସ୍ତ

ଜୟ ଜଗନ୍ନାଥ ଜୟ ଜଗନ୍ନାଥ।


ଦେବଦଳନ ରେ ଦେବୀଙ୍କ ରଥରେ

ଶେଷରେ ଛେରାପହଁରା

ଭାବ ସମୁଦ୍ର ରେ ରାଜା ପରଜା ତ

ସଭିଏଁ ସମାନ ପରା 

ଗଜପତି ରାଜା ସମର୍ପି ନିଜକୁ 

କରିଥାନ୍ତି ପ୍ରଣିପାତ

ପ୍ରଭୁଙ୍କର ନାମ ଘୋଷୁଥାନ୍ତି ତୁଣ୍ଡେ

ପାଦେ କରି ମଥା ନତ

ଜୟ ଜଗନ୍ନାଥ ଜୟ ଜଗନ୍ନାଥ।।


ଘୋଡା ହୁଏ ଯୋଚା ତିନି ରଥରେ ଲୋ

ଚାରମାଳ ଖୋଲା ହୁଏ

ପବିତ୍ର ଦଉଡି ରଥ ମାନଙ୍କରେ

ଯତନରେ ବନ୍ଧା ଯାଏ ।

ବେତକୁ ହଲେଇ ଡାହୁକ ବୋଲଇ

ରଥ ହୋଇଥାଏ ଟଣା

ରଥ ଟାଣିବାକୁ ଭକତ ମାନେଲୋ

ଭାବରେ ହୁଅନ୍ତି ବଣା।

ଜୟ ଜଗନ୍ନାଥ ଜୟ ଜଗନ୍ନାଥ।


ଆଗେ ଗଡିଯାଏ ତାଳଧ୍ଵଜ ରଥ

ତାପରେ ଦେବଦଳନ

ଶେଷରେ ଗଡ଼ଇ ନନ୍ଦିଘୋଷ ରଥ

ରଥରେ ଚକାନୟନ।

ରଥେ ମହାପ୍ରଭୁ ବାମନ ରୂପରେ

ଦେଇଥାଆନ୍ତି ଦରଶନ

ସେ ରୂପ ଦେଖିଲେ ଧନ୍ୟ ହୁଏ ପ୍ରାଣ

ମିଳଇ ଅଶେଷ ପୁଣ୍ୟ।

ଜୟ ଜଗନ୍ନାଥ ଜୟ ଜଗନ୍ନାଥ।


ପତିତ ମାନଙ୍କ ଉଦ୍ଧାର ପାଇଁକି

ପ୍ରଭୁଙ୍କର ଏହି ଯାତ

ପତିତ ପାବନ ଯାତରା ଭାବରେ

ସାରା ଜଗତରେ କ୍ଷାତ ।

ଜଗତ ମଙ୍ଗଳ ପାଇଁ ମହାପ୍ରଭୁ

ନନ୍ଦିଘୋଷ ବିଜେ ହୋଇ

କରନ୍ତି ଯାତରା ସେଥିପାଇଁ ପରା

ଘୋଷ ଯାତ୍ରା ଅଟେ ଏହି।

ଜୟ ଜଗନ୍ନାଥ ଜୟ ଜଗନ୍ନାଥ।


ଗୁଣ୍ଡିଚା ମନ୍ଦିର ଜନ୍ମବେଦୀ ସେତ

ଗଢା ହୋଇଥିଲେ ଦିଅଁ

ଭାଇ ଭଉଣୀ ଙ୍କୁ ସାଥିରେ ନେଇତ

ବୁଲିଯାନ୍ତି କଳାମୁହଁ।

ଗୁଣ୍ଡିଚା ଯାତରା ଜନ୍ମବେଦୀ ଯାତ୍ରା

ଯାତ୍ରା ନାମ ସେଥିପାଇଁ 

ଆଡ଼ପ ମଣ୍ଡପ ଯାତରା ବୋଲି ତ

କହିଥାନ୍ତି ପଣି କେହି।

ଜୟ ଜଗନ୍ନାଥ ଜୟ ଜଗନ୍ନାଥ।


ଚତୁର୍ଦ୍ଧା ମୂରତୀ ସାଥେ ତିନିରଥେ

ଧ୍ବଜା ଦିଅଁ ତିନିଜଣ

ନନ୍ଦିଘୋଷେ ପୁଣି ମଦନମୋହନ

ତାଳଧ୍ଵଜେ ରାମକୃଷ୍ଣ 

ସେ ଦଶ ମୂରତୀ ଦଶ ଅବତାର 

ଶୋଭାମୟ ରଥ ହୁଏ

ଦଶ ଅବତାର ଯାତ୍ରା ଉଣା କରେ

ଭକତ ଜୀବନ ଜ୍ବଳା 

ଜୟ ଜଗନ୍ନାଥ ଜୟ ଜଗନ୍ନାଥ।


ନଅଦିନ ପାଇଁ ବୁଲି ଯାନ୍ତି ବୋଲି

ନବଦିନ ଯାତ୍ରା ସେତ

ରଥ ପଥ ଆଉ ନାଥ ଜଗନ୍ନାଥ

ଉଛୁଳେ ଭକତି ଶ୍ରୋତ 

ଆଡ଼ପ ମଣ୍ଡପେ ଗୁପତ ରାହାସ

କରିଥାନ୍ତି ଜଗନ୍ନାଥ।

ଶ୍ରୀମନ୍ଦିରେ ତେଣେ ମାଆ ମହାଲକ୍ଷ୍ମୀ

ଚାହିଁ ବସିଥାନ୍ତି ବାଟ

ଜୟ ଜଗନ୍ନାଥ ଜୟ ଜଗନ୍ନାଥ।


ନଅଦିନ ପାଇଁ ଗୁଣ୍ଡିଚା ମନ୍ଦିର

ଉଛୁଳେ ଶରଧାବାଲି

ଆଡ଼ପ ଦର୍ଶନ ପାଇଁକି ନିଇତି

ଲାଗଇ ଭାରି ଗହଳି।

ବାହୁଡ଼ା ରେ ଦିଅଁ ବାହୁଡି ଯାଆନ୍ତି

ଗୁପ୍ତ ରାସ ରଖି ଅଧା

ଚାହିଁ ବସେ ପୁଣି ଗୁଣ୍ଡିଚା ମନ୍ଦିର

ଗୁପ୍ତ ବୃନ୍ଦାବନେ ରାଧା ।

ଜୟ ଜଗନ୍ନାଥ ଜୟ ଜଗନ୍ନାଥ।


Rate this content
Log in