ଉତ୍କଳମଣି
ଉତ୍କଳମଣି
ଚାଲିଥାଏ ଦିନେ ସଭାଟିଏ
ଗହଳିରେ ଲୋକ ଗଣିବ କିଏ
ନାମ ଗୋପବନ୍ଧୁ
ଉତ୍କଳର ମଣି
କହିବେ ଆସିକି ଶୁଣାଥାଏ ।
ହୋଇଗଲା ଯେବେ ସଭାବେଳ
ବେକରେ ପକାଇ ଫୁଲମାଳ
ଆସିଲେ ଯେମିତି
ବରେଣ୍ୟ ଅତିଥି
ବୃଷ୍ଟି କଲେ ଲୋକ କରତାଳ ।
ଦରଦରେ ଭରା ତାର କଥା
ଜନମନ ସର୍ବ ମୋହିନେଲା
କିଏ କହେ ଧୋତି
ଚାଦର ପିନ୍ଧିଛି
ଦାଢିଆ କଥାରେ ମୂଲ୍ୟ ନାହିଁ।
ହାତେ ନାହିଁ ଖଣ୍ଡା ତରୁଆଲ
ଅଟନ୍ତି ଏ ଖାଲି ବାକ୍ୟବୀର
ବାହାସ୍ଫୋଟ ମାରି
କହନ୍ତି ଏ ଖାଲି
ଗଢିବେ ସ୍ୱ।ଧୀନ ସରକାର ।
ତାଙ୍କ କଥା ଦିନେ ସତହେଲା
ନୂଆ ପରକାର ଯୁଦ୍ଧ ହେଲା
ଗାନ୍ଧୀ ଗୋପବନ୍ଧୁ
ଅହିଂସା ନୀତିରେ
ଗୋରା ସରକାର ଥରିଗଲା ।
କାନ୍ଦୁଥିଲା ଦୁଃଖୀ ପାଇଁ ହୃଦ
ଲୁଗାରେ ବାନ୍ଧି ସେ ଚୂଡାଖୁଦ
ଅଣ୍ଟେଜଙ୍ଘେ ପାଣି
ଭିତରେ ପଶିକି
ବାଣ୍ଟୁଥିଲା ହୋଇ କାନ୍ଦକାନ୍ଦ ।
ଦୁଃଖେ କହୁଥିଲା କେତେ ବୁଝାଇ
ଶୁଣ ମୋ ରାଇଜ ଭଉଣୀ ଭାଇ
ବଢି ମରୁଡ଼ିର
ଅଞ୍ଚଳେ ଜନମି
କଷ୍ଟ ସହିବାକୁ ପଡିବଇଁ ।
ଲୁହାରୁ କଠିନ ହୃଦୟ କର
ଦୁଃଖ କଷଣକୁ ଦେହରେ ମ
ାର
ଆଖି ଲୁହ ପୋଛି
ଆଗାମି କାଲିକୁ
ଅଣ୍ଟା ଭିଡ଼ି ତୁମେ ଠିଆ ହୁଅ ।
ଦେଖିଲେ ଗରିବ ଛୁଆଟିଏ
ଅସରାଏ ଲୁହ ଗଡାଏ ସିଏ
ଖାଇବାକୁ ଦେଇ
କୋଳେଇ କାଖେଇ
ନିଜ ଛୁଆ କଥା ପାଶୋରି ଦିଏ ।
ସତ୍ୟବାଦୀର ବକୁଳ ବନେ
ଜାତୀୟ ଶିକ୍ଷା ପ୍ରସାରଣେ
ପଞ୍ଚସଖା ସହ
ବିଦ୍ୟା ଦାନ କରି
ଚେତନା ଭରିଲା କାନେକାନେ ।
ସତ୍ୟ ସାହିତ୍ୟ ବାଣୀ ତାର
ସମାଜ ପୃଷ୍ଠାର ନିତ୍ୟ ଖବର
ଦେଲା ଜାଗରଣ
ହେଲା ଆନ୍ଦୋଳନ
ଲଢ଼ିଲେ ଓଡ଼ିଆ ଜନଗଣ ।
ସର୍କାର କରିଲା ମନ୍ଦବୁଦ୍ଧି
କଲା କାରସାଦି ବହୁ ଫନ୍ଦି
ଦେଲା ବେତମାଡ
ଦୂର କାରାବାସ
ଯାତନା ଦେଲା ସେ ବହୁବିଧି ।
ଗୋଟିକୁ ହୋଇଲା କୋଟିଏ ସ୍ୱର
ଦେଶ ଛାଡିଥିଲେ ବେପାରୀ ଦଳ
ବିଜୟୀ ହୋଇଲେ
ଆମରି ଜନତା
ଅହିଂସାର ହେଲା ଜୟଜୟକାର ।
ଆଖିରୁ ଲୋତକ ପଡ଼ଇ ଝରି
ଦେଶ ପାଇଁ ସିଏ ଏତେ ସରି
ସୁଖ ସମ୍ପଦକୁ
ତୁଚ୍ଛ ମଣି ସିଏ
ଜନହିତେ ଦିନ ଦେଲା ତା ସାରି ।
ତାଙ୍କ ଦିନ କାଳ ଯାଇଛି ଚାଲି
ପଡ଼ି ଅଛି ଏବେ ଆମରି ପାଳି
ଚାଲ ଭାଇ ବନ୍ଧୁ
ଦେଶବାସୀ ମୋର
ଯିବା ତାଙ୍କ ପଥେ ଅନୁସରି ।