Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUKANTA KHANDA

Abstract

3  

SUKANTA KHANDA

Abstract

ଉତ୍କଳ ଦିବସ

ଉତ୍କଳ ଦିବସ

1 min
168



ଆସଆସ ସବୁ ଆଦରର ଶିଶୁ

ଉତ୍କଳ ଦିବସ ପାଳି

ମନ ଗହନକୁ ସନ୍ତୋଷ କରିବା

ନାଚିକୁଦି ଖେଳଖେଳି।୧

ବର୍ଷକରେ ଆଜି ଆସିଛି ଦେଖରେ

ମନ ମନ୍ଦିରକୁ ଆମ

ଧର୍ମ ଆଉ କର୍ମ କରିବା ଆନନ୍ଦେ

ଏହି ଏ ଉତ୍କଳେ ଧାମ।୨

ମନେ ପକାଇବା ଆତ୍ମୋତ୍ସର୍ଗ ଯେତେ

କରିଥିଲେ ଉତ୍କଳକୁ

ସଂଗ୍ରାମ କରିକି ଝାସ ଦେଇଥିଲେ

ସ୍ବାଧୀନତା ଆଣିବାକୁ।୩

ନିଜର ଜୀବନ ତୁଚ୍ଛ କରିଥିଲେ

ଭଲପାଇ ଏ ଉତ୍କଳ

ସ୍ବଚ୍ଛତା ସହିତ ଲଢି଼ଥିଲେ ଦିନେ

ଦେହମନେ ଧରି ବଳ।୪

ସେହି ମହାତ୍ମାକୁ କୋଟିଏ ପ୍ରଣାମ

ଆସଆସ ଶିଶୁଗଣ

ଫୁଲ ଉପହାର ସମର୍ପଣ କରି

ଜୀବନକୁ କର ପଣ।୫

ପ୍ରଚାର କରିବା ଗାଇ ମହାଧ୍ବନୀ

ଯେଉଁମାନେ ହିଁ ପୂର୍ବଜ

ସେମାନେ ନ ଥିଲେ ଆଜିକାଲି ସବୁ

କରନ୍ତେ କି'ରେ ମଉଜ।୬

ଦାସ ସେନାପତି ରାୟ ରାଓ ଆଜି

ଆମକୁ କୃତାର୍ଥ କରି

ଛାଡି଼ ଯାଇଛନ୍ତି ମର୍ତ୍ତ୍ଯର ଧାମରେ

ନିସ୍ବାର୍ଥ ଭାବନା ଧରି।୭

କେତେ ଭାଗ୍ଯବାନ ନୁହେଁକି'ରେ ତୁମେ

ଯାହାଙ୍କର ପାଇଁ ଆଜି

ସାରା ଏ ଓଡି଼ଶା ପାଳନ କରୁଛି

ଜୟଜୟ ନାମ ଭଜି।୮

ସଭିଙ୍କର ପରି ଏଠି ଯେତେ ଶିଶୁ

ଆସରେ ପ୍ରଣାମ ସହ

ସ୍ମୃତିର ଏ ଦିନ ରଖିବା ହୃଦୟେ

ଆନନ୍ଦେ ବୁହାଇ ଲୁହ।୯

ଦୁଇହସ୍ତ ଯୋଡି଼ ଆବାହନ ଆଉ

ବିସର୍ଜନ କରିବାକୁ

ଧୂପ ଦୀପ ସହ ପୁଷ୍ପଗୁଚ୍ଛ ଦେଇ

ପାଳିବା ଏହି ଦିନକୁ।୧୦

       



Rate this content
Log in

Similar oriya poem from Abstract