Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pradeep Kumar Panda

Abstract

3  

Pradeep Kumar Panda

Abstract

ଉତ୍କଳ ଦିବସ

ଉତ୍କଳ ଦିବସ

2 mins
213


ଉତ୍କଳ ଦିବସ ଉପଲକ୍ଷେ

ବାପା ଙ୍କୁ କହିଲ ଡେଡ଼,

ଖଟ କୁ କହିଲ ବେଡ଼;

ମାଆ ଙ୍କୁ କହିଲ ମମ,

ଗୁରୁମାଆ ଙ୍କୁ କହିଲ ମେମ;

ଗୁରୁ ଙ୍କୁ କହିଲ ସାର,

ବନ୍ଧୁ ଙ୍କୁ କହିଲ ୟାର;

ଭାଇ କୁ କହିଲ ବ୍ରୋ,

ଭଉଣୀକୁ କହିଲ ସିସ୍;

ସ୍ତ୍ରୀ ଙ୍କୁ କହିଲ ମିସ୍ ଆଉ,

ଖାଇବାକୁ କହିଲ ଡିସ୍;

ଇଇଇସ୍ ସ୍ ସ୍ ସ୍....

ମାତୃଭୂମି ର ମ ଅକ୍ଷର ଜାଣିନ

ଚୋବୋଉଛ ଇଂଙ୍ଗିଲିସି,,,,,,

ଉତ୍କଳ ଦିବସ ମାନେ ଜାଣିନାହଁ

କହୁଛ ଏପ୍ରିଲଫୁଲ,

ଓଡ଼ିଆ ଭାଷା ଯାହା କହୁଛ

ଶହେ ରେ ନବେ ଭୁଲ;

ଓଡ଼ିଆ ବୋଲି ଯଦି ଗର୍ବ କରୁଛ

ଓଡ଼ିଆ କଥା କହିବ,

ମାତୃଭୁମି ମାତୃଭାଷା ର ମମତା

ଅର୍ଥ କୁ ଟିକେ ବୁଝିବ;

ଓଡ଼ିଶା ମାଆ ର ଇଜ୍ଜତ ରଖି

ଓଡ଼ିଶାର ଟେକ ରଖିବ,

ଗର୍ବରେ ନିଜ ଛାତିକୁ ଫୁଲେଇ

ବନ୍ଦେ ଉତ୍କଳ ଜନନୀ ଗାଇବ ।।

.

"ବନ୍ଦେ ଉତ୍କଳ ଜନନୀ"

ବନ୍ଦେ ଉତ୍କଳ ଜନନୀ,

ଚାରୁ ହାସମୟୀ ଚାରୁ ଭାଷମୟୀ,

ଜନନୀ, ଜନନୀ, ଜନନୀ॥

ପୂତ-ପୟୋଧି-ବିଧୌତ-ଶରୀର,

ତାଳତମାଳ-ସୁଶୋଭିତ-ତୀର,

ଶୁଭ୍ର ତଟିନୀକୂଳ-ଶୀଖର-ସମୀର,

ଜନନୀ, ଜନନୀ, ଜନନୀ॥

ଘନ ଘନ ବନଭୂମି ରାଜିତ ଅଙ୍ଗେ,

ନୀଳ ଭୂଧରମାଳା ସାଜେ ତରଙ୍ଗେ,

କଳ କଳ ମୁଖରିତ ଚାରୁ ବିହଙ୍ଗେ,

ଜନନୀ, ଜନନୀ, ଜନନୀ॥

ସୁନ୍ଦର ଶାଳୀ-ସୁଶୋଭିତ-କ୍ଷେତ୍ର,

ଜ୍ଞାନବିଜ୍ଞାନ-ପ୍ରଦର୍ଶିତ-ନେତ୍ର,

ଯୋଗୀଋଷିଗଣ-ଊଟଜ-ପବିତ୍ର,

ଜନନୀ, ଜନନୀ, ଜନନୀ॥

ସୁନ୍ଦର ମନ୍ଦିର ମଣ୍ଡିତ-ଦେଶା,

ଚାରୁକଳାବଳୀ-ଶୋଭିତ-ବେଶା,

ପୁଣ୍ୟ ତୀର୍ଥାଚୟ-ପୂର୍ଣ୍ଣ-ପ୍ରଦେଶା,

ଜନନୀ, ଜନନୀ, ଜନନୀ॥

ଉତ୍କଳ ଶୂରବର-ଦର୍ପିତ-ଗେହା,

ଅରିକୁଳ-ଶୋଣିତ-ଚର୍ଚ୍ଚିତ-ଦେହା,

ବିଶ୍ବଭୂମଣ୍ଡଳ-କୃତବର-ସ୍ନେହା,

ଜନନୀ, ଜନନୀ, ଜନନୀ॥

କବିକୁଳମୌଳି ସୁନନ୍ଦନ-ବନ୍ଦ୍ୟା,

ଭୁବନ ବିଘୋଷିତ-କୀର୍ତ୍ତି ଅନିନ୍ଦ୍ୟା,

ଧନ୍ୟେ, ପୁଣ୍ୟେ, ଚିରଶରଣ୍ୟେ,

ଜନନୀ, ଜନନୀ, ଜନନୀ॥*ବନ୍ଦେ ଉତ୍କଳଜନନୀ*

ଉତ୍କଳ_ଦିବସର_ହାର୍ଦ୍ଦିକ_ଅଭିନନ୍ଦନ

୧୯୩୬ ଅପ୍ରେଲ ୧ ତାରିଖ ଦିନ ଏକ ରାଜ୍ୟ ଭାବେ ନବଗଠିତ ହେବା ସ୍ମୃତିରେ ଅପ୍ରେଲ ମାସ ୧ ତାରିଖ ଦିନ “ ଉତ୍କଳ ଦିବସ ବା ଓଡ଼ିଶା ଦିବସ ” ପାଳନ କରାଯାଇଥାଏ ।

ଭାଷା ଭିତ୍ତିରେ ରାଜ୍ୟ ଗଠନ ହେବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ । ୧୫୬୮ରେ ଶେଷ ହିନ୍ଦୁ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ ପରେ, ବ୍ରିଟିଶ ଶାସନରୁ ଅଲଗା ହୋଇ ଓଡ଼ିଶାକୁ ଏକ ଅଲଗା ରାଜ୍ୟ କରିବା ପାଇଁ ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟ, ବାସୁଦେବ ସୁଢ଼ଳ ଦେବ ଓ କୃଷ୍ଣଚନ୍ଦ୍ର ଗଜପତିଙ୍କ ଚେଷ୍ଟାରେ ଆନ୍ଦୋଳନ ତେଜିଥିଲା । ପ୍ରଥମେ ଓଡ଼ିଶା ରାଜ୍ୟ ଛଅଟି ଜିଲ୍ଲା କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମକୁ ନେଇ ତିଆରି କରାଯାଇଥିଲା । ସାର ଅଷ୍ଟିନ ହବାକ ଓଡ଼ିଶାର ପହିଲା ରାଜ୍ୟପାଳ ଭାବରେ ଶପଥ ନେଇଥିଲେ ।

୧୯୩୬ ମସିହା ଏପ୍ରିଲ ପହିଲା ଦିନ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ମିଳିଲା।

୧୯୯୨ ମସିହାରେ ଓଡ଼ିଶାର ୧୩ଟି ଜିଲ୍ଲାକୁ ପୁନର୍ବିଭାଜନ କରି ୩୦ଟି ଜିଲ୍ଲାରେ ଭାଗ କରାଗଲା ।

ପ୍ରତି ବର୍ଷ ଏପ୍ରିଲ ପହିଲା ଦିନଟିକୁ ଓଡ଼ିଶା ଦିବସ ରୂପେ ପାଳନ କରା ଯାଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର କର୍ଣ୍ଣଧାରମାନଙ୍କୁ ସମ୍ମାନ ଅର୍ପଣ କରାଯାଏ ।

ସମସ୍ତ ଓଡ଼ିଆମାନଙ୍କୁ ଉତ୍କଳ ଦିବସର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା....


Rate this content
Log in

Similar oriya poem from Abstract