Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pradeep Kumar Panda

Inspirational

3  

Pradeep Kumar Panda

Inspirational

ଉତ୍କଳ ଦିବସ

ଉତ୍କଳ ଦିବସ

1 min
212


ବାପାଙ୍କୁ କହିଲ ଡେଡ଼, 

ଖଟକୁ କହିଲ ବେଡ଼;

ମାଆଙ୍କୁ କହିଲ ମମ,

ଗୁରୁମାଆଙ୍କୁ କହିଲ ମେମ;

ଗୁରୁଙ୍କୁ କହିଲ ସାର,

ବନ୍ଧୁଙ୍କୁ କହିଲ ୟାର;

ଭାଇକୁ କହିଲ ବ୍ରୋ,

ଭଉଣୀକୁ କହିଲ ସିସ୍;

ସ୍ତ୍ରୀ ଙ୍କୁ କହିଲ ମିସ୍ ଆଉ,

ଖାଇବାକୁ କହିଲ ଡିସ୍;

ଇଇଇସ୍ ସ୍ ସ୍ ସ୍....

ମାତୃଭୂମିର ମ ଅକ୍ଷର ଜାଣିନ

ଚୋବୋଉଛ ଇଂଙ୍ଗିଲିସି,

ଉତ୍କଳ ଦିବସ ମାନେ ଜାଣିନାହଁ କହୁଛ ଏପ୍ରିଲଫୁଲ,

ଓଡ଼ିଆ ଭାଷା ଯାହା କହୁଛ ଶହେରେ ନବେ ଭୁଲ;

ଓଡ଼ିଆ ବୋଲି ଯଦି ଗର୍ବ କରୁଛ ଓଡ଼ିଆ କଥା କହିବ,

ମାତୃଭୁମି ମାତୃଭାଷାର ମମତା ଅର୍ଥକୁ ଟିକେ ବୁଝିବ;

ଓଡ଼ିଶା ମାଆର ଇଜ୍ଜତ ରଖି ଓଡ଼ିଶାର ଟେକ ରଖିବ,

ଗର୍ବରେ ନିଜ ଛାତିକୁ ଫୁଲେଇ ବନ୍ଦେ ଉତ୍କଳ ଜନନୀ ଗାଇବ ।।



Rate this content
Log in

Similar oriya poem from Inspirational