ଉତ୍କଳ ଦିବସ
ଉତ୍କଳ ଦିବସ
ଆମ ଏ ଉତ୍କଳ ସୁନାର ଓଡିଶା
ସତେ କେଡେ ମନ ଲୋଭା
ତାହାରି କୋଳରେ ଜନ୍ମ ହୋଇ ଆମ୍ଭେ
ବାହୁଅଛୁ ଆମରି ନାଁ ।
ଆମରି ମାଟିର ଆମରି ସନ୍ତାନ
ଗଢିଲେ ସୁନାର ରାଜ୍ୟ
ଜଳାଞ୍ଜଳି ଦେଇ ଦେହକୁ ତାଙ୍କର
ହଟାଇଲେ ମନୁ ଭୟ ।
ଛ 'ଗୋଟି ଜିଲ୍ଲା ରୁ ଆରମ୍ଭ ଏ ଓଡିଶା
କରିଥିଲେ ବୀର ପୁତ୍ର
ରାଜଧାନୀ କଟକ ଥିଲା ଅନ୍ୟତମ
ଥିଲା ଏ ପବିତ୍ର କ୍ଷେତ୍ର ।
ମଧୁସୂଦନ ଦାସ ଆମ ଗୌରବ
ଦେଉଥିଲେ କେତେ ଶିକ୍ଷା
ତାଙ୍କରି ଶିକ୍ଷାରେ ତାଙ୍କ ଭାବ ଧାରେ
ଶିଖିଲୁ ଉତ୍କଳ ଭାଷା ।
ମହାରାଜା କୃଷ୍ଣଚନ୍ଦ୍ର ଗଜପତି
ଥିଲେ ତ ଆମରି ରାଜା
<p>ତାଙ୍କ ପାଇଁ ଆମ ସଂସାରର ଡୋର
ହସୁ ଥିଲା ସାଜି ଧୋଜା ।
ବ୍ୟାସ କବି ଆମ ଫକିର ମୋହନ
ଥିଲେ ସିଏ ବୀର ପୁତ୍ର
ସ୍ବଭାବ କବି ଗଙ୍ଗାଧର ମେହେର୍
ଖୋଲିଲେ ଆମରି ନେତ୍ର ।
ଆମ କବିବର ରାଧା ନାଥ ରାଓ
ଥିଲେ ସିଏ ଅନ୍ୟତମ
ସଭିଙ୍କ ଆଜ୍ଞାରେ ଆମରି ଉତ୍କଳ
ଗଢିଲା ତ ଶକ୍ତ ଖୁମ୍ବ ।
ସୁନ୍ଦର ଓଡିଶା ବୃକ୍ଷ ଲତା ବନ
ହସୁ ଥାନ୍ତି ଏଠି ନିତ୍ୟ
ଉତ୍କଳ ସଙ୍ଗୀତେ ଆମ ଏହି ରାଜ୍ୟ
କରାଏ ସଭିଙ୍କୁ ମୁଗ୍ଧ ।
ଜୟ ଉତ୍କଳ ଜୟ ଓଡିଶା .........
ବନ୍ଦେ ଉତ୍କଳ ଜନନୀ.... ଚାରୁ ହାସମୟୀ
ଚାରୁ ଭାଷମୟୀ ଜନନୀ ଜନନୀ ଜନନୀ
ବନ୍ଦେ ଉତ୍କଳ ଜନନୀ.. ବନ୍ଦେ ଉତ୍କଳ ଜନନୀ ।