Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

rasmi maye pati

Inspirational Others Children


3  

rasmi maye pati

Inspirational Others Children


ଉତ୍କଳ ଦିବସ ର ଅଭିନନ୍ଦନ

ଉତ୍କଳ ଦିବସ ର ଅଭିନନ୍ଦନ

1 min 240 1 min 240


ଉଠ ଉତ୍କଳୀୟ, ଜାଗ ଉତ୍କଳୀୟ

  ଲେଉଟି ଚାହଁ ପଛକୁ

ଉତ୍କର୍ଷତା ତାର ପରମ୍ପରା ତାର

 ଶିରୀ ଶୋଭା ସୌନ୍ଦର୍ଯ୍ୟ କୁ।।।

ପ୍ରତି ଧୂଳି କଣା ଗାଉ ଅଛି ଗାଥା

 ଉତ୍କର୍ଷତା ଉତ୍କଳ ର

ଭଗ୍ନ ଶିଳା ଠାରୁ ନଗ୍ନ ମୂର୍ତ୍ତି ଯାଏଁ

  ଚାରୁ ଶିଳ୍ପୀ କୋଣାର୍କ ର।।।

ବାରଶ ବଢେଇ ଲହୁ ରେ ସ୍ୱେଦ ରେ

 ଚନ୍ଦ୍ରଭାଗା ତୀର ସିକ୍ତ

ଏକା ଧରମା ର ଲିହଣ ମୁନ ରେ 

  ଠିଆ ହେଇଲା କୋଣାର୍କ।।।

ସାରା ବିଶ୍ବ କୁ ଯେ ବାନ୍ଧି ଚି ଡୋରି ରେ

 ଉତ୍କଳ ମଉଡମଣୀ 

ପ୍ରଭୁ ଜଗନ୍ନାଥ ବିଜେ ମନ୍ଦିର ରେ

  ଆଦର୍ଶ ନିର୍ମାଣ ଠାଣି।।।

ଆନନ୍ଦ ବଜାର ବିଶ୍ବ ରେ ପ୍ରସିଦ୍ଧ

 ପ୍ରସିଦ୍ଧ ଅଭଡ଼ା ଅନ୍ନ

ଜଗନ୍ନାଥ ଲାଗି ଉତ୍କଳ ପ୍ରସିଦ୍ଧ

 ଉତ୍କଳ ଆମ ମହାନ୍।।

ଉତ୍କଳୀୟ ବସ୍ତ୍ର ଓଡ଼ିଶା ର ଖାଦ୍ୟ

 ପ୍ରସିଦ୍ଧ ସାରା ବିଶ୍ଵ ରେ

ନୃତ୍ୟ ସଙ୍ଗୀତରେ ପ୍ରଥମେ ଉତ୍କଳ

 ଓଡ଼ିଆ ଏବେ ଜାଗ ରେ।।

ମନ୍ଦିର ମାଳିନୀ ଭୁବନେଶ୍ୱର ଯେ

  ନାହିଁ ତାର ପଟ୍ଟାନ୍ତର

ଚାରୁ ଶିଳ୍ପୀ କଳା ଶ୍ରେଷ୍ଠ ନିଦର୍ଶନ

  ଧନ୍ୟ ଦକ୍ଷ କଳାକାର।।।

କେତେ ବୀର ଯୋଦ୍ଧା ଜନମ ଭୂମି ଏ

 କେତେ ତ୍ୟାଗ ବଳି ଦାନ

ଆଜି ର ଦିନ ରେ ସ୍ଵତନ୍ତ୍ର ପ୍ରଦେଶ 

 ହୋଇଥିଲା ଯେ ଗଠନ।।।

ଗର୍ବ ରେ କହିବା ଆମେରେ ଓଡ଼ିଆ

 ଉତ୍କଳ ସନ୍ତାନ ବୋଲି

ଜନ୍ମଭୂମି ପାଇଁ କରିବା କର୍ତ୍ତବ୍ୟ

 ବନ୍ଦେ ଉତ୍କଳ ଜନନୀ।।


Rate this content
Log in

More oriya poem from rasmi maye pati

Similar oriya poem from Inspirational