ଉଡ଼ିଗଲା ପ୍ରାଣ ପକ୍ଷୀ
ଉଡ଼ିଗଲା ପ୍ରାଣ ପକ୍ଷୀ


ଦିନେ ନା ଦିନେ ଉଡିଯିବ
ଏ ପ୍ରାଣ ପକ୍ଷୀ ସଭିଏଁ ଜାଣନ୍ତି
ତଥାପି ମାୟା ର ଭ୍ରମରେ
ସଭିଏଁ ପଡ଼ନ୍ତି
ଦିନ ଆସେ ମଣିଷ
ସବୁ ବନ୍ଧନ କରି ଛିନ୍ନ
ପରମ ଆତ୍ମା ପାଖକୁ କରେ ଯାତ୍ରା
ସେବେ ପରମ ଦୟାଳୁ
ପ୍ରଭୁ ତାର ସାହାରl ହୁଅନ୍ତି
ନିଜ ରକ୍ତ ହିଁ
ନିଜ ଶବକୁ ନିଆଁ ଦିଏ
ଆକାଶରେ ଉଡିଯାଉଥିବା
ପକ୍ଷୀ ମାଟିରେ ମିଶେ।
ସବୁ ପାର୍ଥିବ ପଦାର୍ଥ
ଏଇଠି ପଡିରହେ
ସଙ୍ଗେ ଯାଏ
କେବଳ ପୂଣ୍ୟ
ପାପର ଚିଠl
ତ ଚିତ୍ରଗୁପ୍ତ ଲେଖୁଥାଏ।
ତେଣୁ ତ ଶାସ୍ତ୍ର କୁହେ
ବାଲ୍ୟ କାଳୁ ଧନ ଧର୍ମ
ମୁ ସଞ୍ଚିବି
ଏ ଜୀବନ ଅନିଶ୍ଚିତ।
ପୃଥିବୀରେ ମୋର ସମୟ ସରିଲେ
ଦିନେ ସରିବ।
ସେ କଥା ମନରେ ହେଜିଲେ
କେହେ ହେବେନି
ଅବିବେକି ,କ୍ରୁର ,ହୃଦୟହୀନ
ଏଇତ ଜୀବନ।